IPL Match - The Sakala

ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ
ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ସମେତ ବିଶ୍ୱର କ୍ରିକେଟ ପ୍ରଶଂସକ ପୁଣି ଥରେ ଫଟାଫଟ୍‌ କ୍ରିକେଟରେ ମଜା ନେବାର ସୁଯୋଗ ପାଇବେ। ସବୁଥର ଭଳି ଏଥର ମଧ୍ୟ ଆଇପିଏଲ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ଆଶା କରାଯାଉଛି। ଏଥର ଆଇପିଏଲ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତାକୁ ନେଇ କିଛି ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି।  ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁପରଷ୍ଟାର ବିରାଟ କୋହଲିଙ୍କ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ସନରାଇଜର୍ସ ହାଇଦରାବାଦ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁ ଗତ ସଂସ୍କରଣରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସେହିପରି ଇଶାନ କିଶାନଙ୍କ ନେତୃତ୍ୱରେ  ହାଇଦରାବାଦ ବିଜୟରୁ ଖାତା ଖୋଲିବ ବୋଲି ଆଶା କରାଯାଉଛି। ଆହତ ହୋଇଥିବାରୁ ପ୍ୟାଟ କମିନ୍ସ ଲିଗ୍‌ର ପ୍ରଥମାର୍ଦ୍ଧରେ ଖେଳିବେ ନାହିଁ। ତାଙ୍କ ବଦଳରେ ଇଶାନ ହାଇଦରାବାଦର ନେତୃତ୍ୱ ନେଉଛନ୍ତି।

ସେହିପରି ବେଙ୍ଗାଲୁରୁର ମାଲିକାନା ସ୍ୱତ୍ୱରେ ପରିବର୍ତ୍ତନ ଏବଂ କିଛି ବିଦେଶୀ ଖେଳାଳିଙ୍କୁ ଏନ୍‌ଓସି ନ ମିଳିବା ଦଳ ପାଇଁ ଚିନ୍ତାର ବିଷୟ ପାଲିଟିଛି। ରଜତ ପାଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ମୋଟ୍‌ ଉପରେ ୭୦ଟି ଲିଗ ମ୍ୟାଚ୍‌ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ଉପରେ ୭୪ଟି ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମେ ୩୧ରେ ଖେଳାଯିବ। ଏଥର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ ନାହିଁ। ତେବେ ମେ ୩୧ରେ ଏକ ଭବ୍ୟ ସମାପନ ସମାରୋହ ଆୟୋଜନ କରିବାକୁ ବିସିିଆଇ ଯୋଜନା ରଖିଛି। ପ୍ରତ୍ୟେକ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ ଖେଳିବେ। ସନ୍ଧ୍ୟା ମ୍ୟାଚ୍‌ ୭.୩୦ରେ ଆରମ୍ଭ ହେବ। ତେବେ ଡବଲ ହେଡର ଦିନ ଅପରାହ୍ଣ ମ୍ୟାଚ୍‌ ୩.୩୦ରେ ଆରମ୍ଭ ହେବ। ଦେଶର ୧୨ଟି ସହର ଯଥା ମୁମ୍ବଇ, ବେଙ୍ଗାଲୁରୁ, ଚେନ୍ନଇ, କୋଲକାତା, ଦିଲ୍ଳୀ, ଅହମଦାବାଦ୍‌, ହାଇଦରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଓ ନୂଆ ଚଣ୍ଡିଗଡ଼ (ମୁଲାନପୁର)ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

ଏଥର ଅନେକ ଦଳ ନିଜର ଅଧିନାୟକ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏହି ସଂସ୍କରଣ ପାଇଁ ହୋଇଥିବା ନିଲାମୀରେ ଅନକ୍ୟାପ୍‌ଡ ଭାରତୀୟ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି। ପ୍ରଶାନ୍ତ ବୀର ଓ କାର୍ତ୍ତିକ ବର୍ମାଙ୍କ ଭଳି ଯୁବ ତାରକା ଚେନ୍ନଇ ସୁପରକିଙ୍ଗସ ପାଇଁ ରେକର୍ଡ ୧୪.୨୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ବିଦେଶୀ ଖେଳାଳିଙ୍କ ଯାତାୟତ ଉପରେ ପ୍ରଭାବ ପକାଉଛି। ଭାରତ ସରକାର ଇନ୍ଧନ ଦର ସ୍ଥିର ରଖିବାକୁ ଅବକାରୀ ଶୁକ୍ଳ ହ୍ରାସ କରିଛନ୍ତି, ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକଙ୍କ ଯାତାୟତ ଖର୍ଚ୍ଚ ନିୟନ୍ତ୍ରଣରେ ରହିପାରିବ। ଏଥର ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳି ନିୟମ ଜାରି ରହିବ। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଶୁବମାନ ଗିଲ, ଜୋସ ବଟଲର, ଟ୍ରାଭିସ ହେଡ, ହେନେରିଚ କ୍ଲାସେନ, ଅଭିଷେକ ଶର୍ମା, ଇଶାନ କିଶାନ, ବୈଭବ ସୂର୍ଯ୍ୟବଂଶୀ, ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଅଭିଜ୍ଞ ତଥା ତାରକା ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏଥର ମଧ୍ୟ ଛକା, ଚୌକାର ବର୍ଷା ସହ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଆଜିଠାରୁ ଆଇପିଏଲ୍ ମହାସମରର ଦ୍ଵିତୀୟ ପର୍ଯ୍ୟାୟ; ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ ଧୋନି-ରୋହିତ
ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆଜିଠାରୁ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିଲାବେଳେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଏପ୍ରିଲ-ମେ’ରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତରେ ଏହା ଆଉ ସମ୍ଭବ ନହେବାରୁ ୟୁଏଇରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା। ଏଠାରେ ଗତବର୍ଷ ସଫଳତାର ସହ ଆଇପିଏଲ୍-୨୦୨୦ ଆୟୋଜିତ ହୋଇଥିବାରୁ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସୂଚାରୁରୂପେ ଏଠାରେ ଆୟୋଜିତ ହେବ ବୋଲି ବିସିସିଆଇ ଆଶା ରଖୁଛି। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ସ୍ବାର୍ଥକୁ ଆଖିଆଗରେ ରଖ୍ ବିସିସିଆଇ ଏହି ପ୍ରତିଯୋଗିତାରେ ଆଉ କିଛି ଅଘଟଣ ଯେପରି ନହୁଏ, ସେଥ୍ପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଛି । ବିଶ୍ବରେ ଏହା ସର୍ବଶ୍ରେଷ୍ଠ ଟି-୨୦ ପ୍ରତିଯୋଗିତ ହୋଇଥିବାରୁ ସମସ୍ତଙ୍କର ଏହା ଉପରେ ନଜର ରହିଛି । ଏହିଠାରେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଚୟନ ସରିଛି । କିନ୍ତୁ ଆଇପିଏଲ୍‌ରେ ଭଲ ଖେଳ ପ୍ରଦର୍ଶନ କଲେ, ଚୟନକର୍ତ୍ତାଙ୍କ ନଜରକୁ ଆସିବା ନିଶ୍ଚିତ। ଅକ୍ଟୋବର ୧୦କୁ ଖେଳାଳି ପରିବର୍ତ୍ତନ କରିବାକୁ ଆଇସିସି ଚୁଡ଼ାନ୍ତ ଦିନ ଧାର୍ଯ୍ୟକରିଛି। ଆହତ କିମ୍ବା କରୋନା ଆକ୍ରାନ୍ତ ହେଲେ ଖେଳାଳି ବାଦ୍ ପଡ଼ିଲେ ଆଇପିଏଲ୍‌ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ନିଶ୍ଚିତ ସୁଯୋଗ ମିଳିବ।

ରବିବାର ଆଇପିଏଲ୍-୨୦୨୧ର ୩୦ତମ ମୁକାବିଲା ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ପ୍ରଥମ ପର୍ଯ୍ୟାୟ ଖେଳ ବନ୍ଦ ରହିଲା ବେଳକୁ ବରିଷ୍ଠ ଖେଳାଳିମାନଙ୍କୁ ନେଇ ଗଠିତ ଚେନ୍ନାଇ ଟିମ୍ ୭ ମ୍ୟାଚ୍ରୁ ୫ଟିରେ ବିଜୟୀ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପଛକୁ ହିତୀୟ ସ୍ଥାନରେ ରହିଛି। ବିଶ୍ବର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଗଠିତ ମୁମ୍ବଇ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୪ଟି ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟରେ ଧାରାକୁ ଦେଖିଲେ ମୁମ୍ବଇ ଦ୍ଵିତୀୟାର୍ଦ୍ଧରେ ଭଲ ଖେଳିଥାଏ। ଏବେ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଥିଲାବେଳେ ଆତ୍ମବିଶ୍ଵାସର ସହ ଅଭିଯାନ ଆରମ୍ଭ କରିବେ । ଦଳର ପ୍ରସଦ୍ଧ ମିଡଲ ଅର୍ଡର ଏଯାଏ କ୍ଲିକ୍ କରିନାହିଁ । ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ହାସଲ କରିବା ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିସାନ ଓ ଲେଗ ସ୍ପିନର ରାହୁଲ ଚନ୍ଦର ଅଧିକ ଆତ୍ମବିଶ୍ବାସ ନେଇ ଏହି ଟୁଣ୍ଡାମେଣ୍ଟ ଖେଳିବେ| ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ଓ ତାଙ୍କ ବଡ଼ ଭାଇ ଜୁନାଲଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି। ସମସ୍ତ ବୋଲର ଭଲ ଫର୍ମରେ ଥିବାରୁ ଏମାନଙ୍କ ବିରୋଧରେ ଲଢେଇ କରିବା ଏତେଟା ସହଜ ନୁହେଁ |

ଅନ୍ୟପକ୍ଷରେ ଚେନ୍ନାଇ ଟିମ୍‌ରେ ଯୁବ ଖେଳାଳି ତୁରାଜ ଗାଏକ୍ୱାଡ଼ ଓ ସାମ କୁରାନ ପ୍ରଥମ ପର୍ଯ୍ୟାୟରେ ବେଶ ସଫଳ ହୋଇଥିଲେ। ଦଳର ସ୍ପିନ୍ ବାହିନୀ ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା ଓ ମୋଇନ୍ ଅଲ୍ଲୀ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଲାଗି କଣ୍ଟା ହୋଇଛନ୍ତି। ମୋଇନ୍ ଓ ଜାଡେଜା ବ୍ୟାଟିଂରେ ମଧ୍ୟ କ୍ଲିକ୍ କରିଥିଲେ। ଏବେ ଦଳ ସଫଳତା ପାଇବାକୁ ହେଲେ ସିନିୟର ଖେଳାଳି ତଥା ଅଧିନାୟକ ଧୋନି, ଫାପ୍‌ ଡୁପ୍ଲେସି ଓ ସୁରେଶ ରାଇନାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।