Chandigarh - The Sakala

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦; ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ମୁଲାନପୁର/ନ୍ୟୁ ଚଣ୍ଡିଗଡ଼: କଟକର ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୦୧ ରନ୍‌ର ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି । ଏହି ବିଜୟ  ଖେଳାଳିଙ୍କ ମନୋବଳକୁ ବଢ଼ାଇଦେଇଛି । ଏଭଳି ସମୟରେ ଆସନ୍ତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ନୂଆକରି ଗଠିତ ନୂଆ ଚଣ୍ଡିଗଡର ମୁଲାନପୁରରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ୨-୦ରେ ଅଗ୍ରଣୀ ନେବା ସହ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ୨୦୧୪ ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ୨୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୪ଟି ହାରିଛି। ଉକ୍ତ ଫାଇନାଲ ମ୍ୟାଚ୍‌ ହାରିବା ପରଠାରୁ ଦକ୍ଷିଣ ଆଫ୍ରିକା ମାତ୍ର ୯ଟି ଟ୍ବେଣ୍ଟି୨୦ ଜିତିଥିବା ବେଳେ ୧୭ଟି ମ୍ୟାଚ୍‌ ହାରିଛି। ଏହିଥିରୁ ସ୍ପଷ୍ଟ ଯେ ବିଶ୍ବ ଚମ୍ପିଆନ୍ ଭାରତୀୟ ଟି୨୦ ଦଳ କେତେ ଶକ୍ତିଶାଳୀ ରହିଛି।

ବିଶ୍ବର ୧ନଂ ଦଳ ବିଦେଶରେ ବହୁତ ଭଲ ପ୍ରଦର୍ଶନ କରିଛି। ତେଣୁ ଘରୋଇ ବାତାବରଣରେ ଏହା ପ୍ରାୟ ଅପରାଜେୟ ମନେହେଉଛି। ପ୍ରଥମଥର ଆନ୍ତର୍ଜାତିକ ଭେନ୍ୟୁର ମାନ୍ୟତା ପାଇଥିବା ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଚଳିତ ସିରିଜରେ ଭ୍ରମଣକାରୀ ଦଳ ଉଭୟ ଟେଷ୍ଟ ଜିତିବା ପରେ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୧-୨ରେ ହାରିଥିଲା । ଏହା ପରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ କରିବାର ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍‌ ହାରିଗଲେ ବା ଦଳ ୦-୨ରେ ପଛରେ ରହିଲେ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର । ଅନ୍ୟ ପକ୍ଷରେ ଭାରତ ସବୁ ପିଚ୍‌ରେ ନଂ-୧ ଦଳ ଭଳି ଖେଳୁଛି । ମଙ୍ଗଳବାର କଟକରେ ଭାରତ ଏହା ଦେଖାଇଥିଲା। ଦଳ ନିୟମିତ ୱିକେଟ୍‌ ହରାଇଥିଲେ ହେଁ ବ୍ୟାଟ୍‌ସମ୍ୟାନ ସଟ୍‌ ଖେଳିବାରୁ ବିରତ ହୋଇନଥିଲେ। ଫଳରେ ଭାରତ ୧୭୫ ରନ୍‌ ଛିଡ଼ା କରାଇ ପାରିଥିଲା। ଉଭୟ ଦଳଙ୍କ ମଧ୍ୟରେ ଗତ ୭ଟି ମ୍ୟାଚ୍‌ରୁ ଭାରତ ୬ଟି ଜିତିଛି। ତେଣୁ ନ୍ୟୁ ଚଣ୍ଡିଗଡ଼ ମ୍ୟାଚ୍‌ ଜିତିବା ଲାଗି ଭାରତକୁ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡ଼ିବା ନାହିଁ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତାବର୍ଷର ଟି-୨୦ ବିଶ୍ବକପ୍‌ ଲାଗି ଭାରତ ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛି। ଉପମହାଦେଶରେ ଭାରତର ଅପରାଜେୟ ମନେହେଉଛି। ଟି-୨୦ ବିଶ୍ବକପ୍‌ ପୂର୍ବରୁ ଘରୋଇ ଦଳକୁ ଆଉ ୯ଟି ମ୍ୟାଚ୍‌ ଖେଳିବାର ଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। କଟକ‌ରେ ଦକ୍ଷିଣ ଆଫ୍ରିକା ଇନିଂସର ପ୍ରଥମ ଓଭର ହିଁ ଦର୍ଶାଇଥିଲା ଯେ ପୂରା ଇନିଂସରେ କ’ଣ ହେବାକୁ ଯାଉଛି। କ୍ବିଣ୍ଟନ ଡି କକ୍‌ ପ୍ରଥମ ଓଭରରେ ଆଉଟ୍‌ ହେବା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଧକ୍କା ଥିଲା। ଅଭିଜ୍ଞ ଡି କକ୍‌ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଡି କକ୍‌ ଓ ମାରକ୍ରମଙ୍କ ଉପରେ ଅଧିକ ନିର୍ଭର କରିବ। ଦୁଇ ମଧ୍ୟକ୍ରମ ବ୍ୟାଟ୍‌ର ଟ୍ରିଷ୍ଟନ୍ ଷ୍ଟବ୍‌ସ ଓ ଡିୱାଲ୍‌ଡ ବ୍ରେଭିସ୍‌ ଭଲ ଫର୍ମରେ ଅଛନ୍ତି। ଅଭିଜ୍ଞ ଡେଭିଡ୍‌ ମିଲର ଫିନିସର ଭୂମିକା ନିର୍ବାହ କରିବେ।

ଯଶପ୍ରୀତ ବୁମ୍‌ରା ଭାରତର ମ୍ୟାଚ୍‌ ବିଜେତା ବୋଲର। ହେଲେ କଟକରେ ଅର୍ଶଦୀପ ନୂଆ ବଲ୍‌ରେ ଯେପରି ବୋଲିଂକଲେ; ତାହା ଭାରତକୁ ଉତ୍ସାହିତ କରିଛି। ଭାରତ ପାଇଁ ସର୍ବାଧିକ ଟି୨୦ ୱିକେଟ୍‌ ନେଇଥିବା ଅର୍ଶଦୀପ ବଲ୍‌କୁ ସ୍ବିଙ୍ଗ୍‌ କରିଥିଲେ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ଫଳରେ କୁଲଦୀପ ଯାଦବଙ୍କୁ ପୁଣି ବସିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ନିଶ୍ଚୟ କିଛି ପରିବର୍ତ୍ତନ କରିପାରେ। ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ପେସ୍‌ ବୋଲର ଲୁଥୋ ସିପାମ୍‌ଲାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର କର୍ବିନ୍‌ ବସ୍‌ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ଡାନୋଭାନ ଫରେରାଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରିଜା ହେଣ୍ଡ୍ରିକ୍‌ସଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ଚିନ୍ତା କରିପାରେ। ଉଚ୍ଚ ଗ୍ୟାଲେରୀ ନ ଥିବାରୁ ନ୍ୟୁ ଚଣ୍ଡିଗଡ଼ ଗ୍ରାଉଣ୍ଡରେ ସେତେ କାକରର ପ୍ରଭାବ ରହିବ ନାହିଁ। ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ହାର୍ଦିକ ପାଣ୍ଡ୍ୟା ତୃତୀୟ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ୧୦୦ ୱିକେଟ୍‌ ପୂରଣ କରିବେ। ନ୍ୟୁ ଚଣ୍ଡିଗଡ଼ର ପିଚ୍‌ ବ୍ୟାଟିଂ ସହାୟକ ହେବ। ପିଚ୍‌ ଶୁଖିଲା ଥିବାରୁ ଏବଂ କାକରର କମ୍‌ ପ୍ରଭାବ ହେବାର ଥିବାରୁ ଏଠାରେ ଅଧିକ ରନ୍‌ ହୋଇପାରେ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂକରି ବଡ଼ ସ୍କୋର୍‌ କରିବାକୁ ଚାହିଁବେ।

ଚାରି ବର୍ଷ ତଳେ ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁରରେ ଏହି ଷ୍ଟାଡିୟମ୍‌ ନିର୍ମିତ ହୋଇଥିଲା। ଅଦ୍ୟାବଧି ଏଠାରେ କୌଣସି ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଇନାହିଁ। ତଥାପି ଏହା ପଞ୍ଜାବ କିଙ୍ଗ୍‌ସର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଏଠାରେ ଅଧିକାଂଶ ଭାରତୀୟ କ୍ରିକେଟର ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି।

ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା, ମହାରାଷ୍ଟ୍ରର ପଦକ ଅଭିଯାନ
ମୁମ୍ବାଇ: ଚଣ୍ଡୀଗଡ଼ରେ ମହାରାଷ୍ଟ୍ରର ପଦକ ଅଭିଯାନ। ଚଣ୍ଡୀଗଡ଼ରେ ଆୟୋଜିତ ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ମହାରାଷ୍ଟ୍ର ସରକାରଙ୍କ ଟିମକୁ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ। ଭିନ୍ନ ଭିନ୍ନ ବୟସ୍କ ଶ୍ରେଣୀର ୪୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ମହାରାଷ୍ଟ୍ର ଟିମ୍ ୫ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ, ଏବଂ ୬ଟି କାଂସ୍ୟ ପଦକ ଜିତିଛି। ଏହାସହ ମହାରାଷ୍ଟ୍ର ଟିମ୍‌ ପଦକ ତାଲିକାର ୨ୟ ସ୍ଥାନରେ ରହିଛି। ବିଜୟ ପରେ ମହାରାଷ୍ଟ୍ର ଟିମକୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

‘ବୁଷ୍ଟର୍ ଡୋଜ୍‌’ ନେଲେ ମାଗଣାରେ ଖାଇବାକୁ ମିଳୁଛି ଛୋଲେ ଭଟ୍ଟୁରେ
ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି। ଚଳିତବର୍ଷ ବୁଷ୍ଟର୍‌ ଡୋଜ୍‌ ନେବାକୁ ଖୁବ୍‌ କମ୍‌ ଲୋକ ଆସୁଥିବାରୁ ସେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଦେବା ଆରମ୍ଭ କରିଛନ୍ତି। କୋଭିଡ୍‌ ଟିକା ନେବା ସମୟରେ ମଧ୍ୟ ସେ ଏହିପରି ଅଫର୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ସଞ୍ଜୟ ଏକ ସାଇକଲ୍‌ରେ ଦୀର୍ଘ ୧୫ ବର୍ଷ ହେବ ଛୋଲେ ଭଟ୍ଟୁରେ ବ୍ରିକି କରିଆସୁଛନ୍ତି। ତେବେ ସେ ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ମନାଇବା ଲକ୍ଷ୍ୟରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏପରି କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଝିଅ ପ୍ରେରଣା ଦେଇଥିଲେ।

ସଞ୍ଜୟ କୁହନ୍ତି, ‘ଗତବର୍ଷ କୋଭିଡ୍‌ ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଥିଲା। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତଧାରଣା ଦୂର କରିବା ପାଇଁ ମୁଁ ଏଭଳି ଏକ ଅଫର୍‌ ଆଣିଥିଲି। ମୁଁ ଏହି ଅଫର୍‌ ଆରମ୍ଭ କରିବା ପରେ ନିୟମିତ ୫୦ ଲୋକ ମୋ’ ଠାରୁ ଖାଉଥିଲେ। ଏହାପରେ ଲୋକେ ମୋର ଏହି କାମକୁ ପ୍ରଶଂସା କଲେ। ୪୦ ଟଙ୍କାର ଏକ ଛୋଲେ ଭଟ୍ଟୁରେ ପ୍ଲେଟ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇଥାଏ।’ ଯେଉଁ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇଛନ୍ତି ବୋଲି ତାଙ୍କୁ ଫୋନ୍‌ରେ ମେସେଜ୍‌ ଦେଖାନ୍ତି, ସେମାନଙ୍କୁ ସଞ୍ଜୟ ମାଗଣାରେ ଛୋଲେ ଭଟ୍ଟୁରେ ଖାଇବାକୁ ଦିଅନ୍ତି। ସଞ୍ଜୟ କୁହନ୍ତି, ‘କରୋନାକୁ ହରାଇବା ପାଇଁ ଟିକା ନେବା ବହୁତ ଜରୁରି। ଗତବର୍ଷ ପ୍ରାୟ ସାତ ମାସ ଧରି କୋଭିଡ୍‌ ଟିକା ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଖୁଆଇଥିଲି। ଏଥର ବି କିଛି ମାସ ପର୍ଯ୍ୟନ୍ତ ମାଗଣା ଛୋଲେ ଭଟ୍ଟୁରେ ଖୁଆଇବି।’

ଦୀର୍ଘ ୨୧ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଭାରତର ହରନାଜ କୌର ସନ୍ଧୁ ଜିତିଲେ ମିସ୍ ୟୁନିଭର୍ସ ଟାଇଟଲ୍
ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ପଞ୍ଜାବ ଚଣ୍ଡୀଗଡ଼ର ୨୧ ବର୍ଷ ବୟସ୍କା ହରନାଜ କୌର ସନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ତୃତୀୟ ଭାରତୀୟ ଭାବେ ହରନାଜ କୌର ସନ୍ଧୁ ଏହି ଟାଇଟଲ ଜିତିଛନ୍ତି । ଇସ୍ରାଏଲର ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତର ଲାରା ଦତ୍ତ ଶେଷଥର ପାଇଁ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ । ସନ୍ଧୁଙ୍କ ପୂର୍ବରୁ କେବଳ ୨ ଜଣ ଭାରତୀୟ ଏହି ଗୌରବ ଦେଶ ପାଇଁ ଆଣିଛନ୍ତି । ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍ ୟୁନିଭର୍ସ ମୁକୁଟ୍ ପିନ୍ଧିଥିଲେ ।

ପଞ୍ଜାବର ଚଣ୍ଡିଗଡ଼ରେ ରୁହନ୍ତି ହରନାଜ କୌର ସନ୍ଧୁ । ପେଶାର ଜଣେ ମଡେଲ୍ ହେଉଛନ୍ତି ହରନାଜ୍ । ସେ ସାଧାରଣ ପ୍ରଶାସନରେ ଏମ.ଏ କରିଛନ୍ତି । ହରନାଜ ମିସ୍ ୟୁନିଭର୍ସ ହୋଇଥିବା ବେଳେ ପାରାଗୁଏର ୨୨ ବର୍ଷୀୟ ନାଦିଆ ଫରେରା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସୱାନେ ତୃତୀୟ ସ୍ଥାନରେ ରହିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂହ
ଚଣ୍ଡିଗଡ଼: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟ୍‌କା । ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ଅମରିନ୍ଦର ସିଂହ । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି । ସିଦ୍ଧୁଙ୍କ ସହ କ୍ୟାପଟେନଙ୍କର ଦୀର୍ଘ ଦିନ ଧରି ବିବାଦ ରହିଥିଲା ।

ଇସ୍ତଫା ପରେ ଅମରିନ୍ଦର ସିଂ ଗଣମାଧ୍ୟମକୁ କହିଛନ୍ତି କି ““ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକ ଦଳ ବୈଠକ ବସୁଛି। ବିଧାୟକ ଦଳ ବୈଠକ କରି ମନଇଚ୍ଛା ନିଷ୍ପତ୍ତି ନିଆଯାଉଛି। ଏସବୁରେ ମୁଁ ଅପମାନିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି।

ତେବେ କ୍ୟାପଟେନ ଅମରିନ୍ଦର ସିଂ ଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ସେ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ଏହା ମଧ୍ୟରେ ଆଜି ପଞ୍ଜାବରେ କଂଗ୍ରେସ ବିଧାୟକ ଦଳର ବୈଠକ ମଧ୍ୟ ବସୁଛି । ଯେଉଁଥିରେ ପ୍ରଭାରୀ ହରିଶ ରାୱତଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ମଧ୍ୟ ସାମିଲ ହେବେ । କୁହାଯାଉଛି ଏହି ବୈଠକରେ ଦଳର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।