Shahrukh Khan - The Sakala
ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି । ଏଟ୍‌ଲିଙ୍କ ନିର୍ଦ୍ଦେଶିତ `ଯବାନ୍‌’ ସେେପ୍ଟମ୍ବର ୭ରେ ରିଲିଜ୍‌ ହେବ।
ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ ନୟନତାରା, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ବିଜୟ ସେତୁପତୀ ପ୍ରମୁଖ ଦେଖାଯିବେ। ଏଥିରେ ଦୀପିକା ପାଦ୍ୟୁକୋନ୍‌ ଅତିଥି କଳାକାର ଭାବେ ଦେଖାଯିବେ। ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ତାଙ୍କର ଧୂଆଁଧାର ଆକ୍ସନ ଫିଲ୍ମରେ ଲଗାଇଛି ଚାରଚାନ୍ଦ । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । ଇତିମଧ୍ୟରେ ଫିଲ୍ମର ଗୀତ ‘ ଜିନ୍ଦା ବନ୍ଦା’ ଓ ‘ଚଲେୟା’ ରିଲିଜ୍‌ ହୋଇଛି। ନୟନତାରା ଓ ଶାହାରୁଖ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ଯବାନ୍‌’ ମଧ୍ୟ ‘ପଠାନ୍’ ଭଳି ହିଟ୍‌ ହେବ ବୋଲି ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି ।
‘ପଠାନ୍’ ପାଇଁ ଶାହାରୁଖ୍‌ ନେଇଛନ୍ତି ୧୦୦ କୋଟି
ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହେଇଛି । ହେଲେ ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ଏହି ଗୀତକୁ ନେଇ ବିବାଦ ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଏହି ଫିଲ୍ମକୁ ବୟକଟ୍ କରିବାକୁ ନାରା ଦିଆଯାଇଛି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌  ଗୀତ ମାଧ୍ୟମରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ଫିଲ୍ମରେ ଶାହାରୁଖ୍‌ଙ୍କର ଭୂମିକା ଅଧିକ ରହିଥିବାରୁ ନିର୍ଦ୍ଦେଶକ ଦୀପିକାଙ୍କ ହଟ୍‌ ଲୁକ୍‌ ମାଧ୍ୟମରେ ଦର୍ଶକଙ୍କୁ ସିନେମାହଲ୍‌କୁ ଟାଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।
ତଥାପି ସୋସିଆଲ ମିଡିଆରେ ଏହି ଗୀତଟି ବେଶ୍ ଭାଇରାଲ୍‌ ହୋଇଛି। କିନ୍ତୁ ଏହି ଗୀତରେ ବାଜି ମାରି ନେଇଛନ୍ତି କିଙ୍ଗ୍‌ ଖାନ୍‌। ଶାହାରୁଖ୍‌ଙ୍କ ସିକ୍ସ ପ୍ୟାକ୍ ଆବ୍ସ ଓ ପୋନିଟେଲ୍‌ ହେୟାରଷ୍ଟାଇଲ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ମାଧ୍ୟମରେ ଦୀର୍ଘ ପାଞ୍ଚ ବର୍ଷ ପରେ ସେ ବଡ଼ ପରଦାକୁ ଫେରୁଛନ୍ତି। ସେ ଶେଷଥର ପାଇଁ ‘ଜିରୋ’ରେ ଦେଖାଯାଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଶାହାରୁଖ୍‌ଙ୍କ ପ୍ରଶଂସକମାନେ ‘ପଠାନ୍’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ପାଇଁ ଶାହାରୁଖ୍ ସର୍ବାଧିକ ୧୦୦ କୋଟି ନେଇଥିବା କୁହାଯାଉଛି।
ଯାହାକି କୌଣସି ହିନ୍ଦୀ ଫିଲ୍ମର ବଜେଟ୍‌ ସହ ସମାନ। ସେହିଭଳି ଦୀପିକା ୧୫ କୋଟି ନେଇଛନ୍ତି। ଶାହାରୁଖ୍‌ଙ୍କ ସହ ଏଥିରେ ଲିଡ୍‌ ରୋଲ୍‌ରେ ନଜର ଆସିଥିବା ଅଭିନେତା ଜନ୍‌ ଆବ୍ରାହମ୍‌ ୨୦ କୋଟି ନେଇଛନ୍ତି। ତେବେ ‘ପଠାନ୍’ ଆସନ୍ତା ଜାନୁଆରୀ ୨୫ରେ ରିଲିଜ୍‌ ହେବ। କିନ୍ତୁ ରିଲିଜ୍‌ ପୂର୍ବରୁ ସୋସିଆଲ ମିଡିଆରେ ଏହାର ପୋଷ୍ଟର୍‌ ଓ ଗୀତ ଯେଉଁଭଳି ଭାବେ ଭାଇରାଲ ହେବାରେ ଲାଗିଛି, ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହେବ ବୋଲି ଆଶା କରାଯାଉଛି ।
‘ଯବାନ’ ବନାମ ‘ଡାର୍କମ୍ୟାନ୍‌’ : ୟୁଜର୍ସ କହିଲେ ରିମେକ୍‌ ନା ସିକ୍ବେଲ୍‌
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଜୁନ୍‌ ୨ ତାରିଖରେ ତାଙ୍କର ପ୍ରଶଂସକମାନଙ୍କୁ ଉପହାରରେ ‘ଯବାନ’ ଫିଲ୍ମର ଟିଜର୍‌ ସେୟାର୍ କରିଛନ୍ତି। ଏଥିରେ ଶାହାରୁଖ୍‌ଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ଅବସ୍ଥାରେ ମୁହଁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିବା ଶାହାରୁଖ୍‌ଙ୍କୁ ଦେଖି ଲୋକଙ୍କର ଫିଲ୍ମ ପ୍ରତି ଉତ୍ସୁକତା ବଢ଼ିଯାଇଛି।  ଶାହାରୁଖ୍‌ଙ୍କ ଏହି ଲୁକ୍‌ ତାଙ୍କର ପ୍ରଶଂସକମାନଙ୍କୁ ପସନ୍ଦ ଆସିଛି। ଏହାର ଟିଜର୍‌ ଦେଖି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ମଧ୍ୟ ସୋସିଆଲ ମିଡିଆରେ ଦୁଇ ଲାଇନ୍‌ ଲେଖିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ଶାହାରୁଖ୍‌ଙ୍କ ଏହି ଲୁକ୍‌କୁ ହଲିଉଡ୍‌ ଫିଲ୍ମ ‘ଡାର୍କମ୍ୟାନ୍’ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। ୧୯୯୦ର ଏହି ଫିଲ୍ମ ‘ସୁପର୍‌ମ୍ୟାନ୍’ ଉପରେ ଆଧାରିତ ଥିଲା। ଆଉ କିଛି ୟୁଜର୍ସ ଏହା ‘ଡାର୍କମ୍ୟାନ୍’ର ସିକ୍ବେଲ ନା ରିମେକ୍‌ ବୋଲି ପ୍ରଶ୍ନ କରିଛନ୍ତି।
ଅବଶ୍ୟ ‘ଯବାନ’ର କାହାଣୀ ସମ୍ପର୍କରେ ଏଯାବତ୍‌ କିଛି ଜଣା ପଡିନାହିଁ।  ଶାହାରୁଖ୍‌ ‘ଯବାନ’ର ଟିଜର୍‌ ଜାରି କରି  ସୋସିଆଲ ମିଡିଆରେ କହିଛନ୍ତି- ‘ଏହା ଏକ ଆକ୍ସନ ପ୍ୟାକ୍‌ ଫିଲ୍ମ। ଯାହାକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲାମ୍‌ରେ ରିଲିଜ୍‌ କରାଯିବ।’ ‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ଏଟ୍‌ଲି। ଏହାର ପ୍ରଯୋଜନା ଦାୟିତ୍ବରେ ଶାହାରୁଖ୍‌ଙ୍କ ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ  ରହିଛି। ଏହା ଏକ ରୋମାଣ୍ଟିକ-ଡ୍ରାମା ଫିଲ୍ମ, ଯେଉଁଥିରେ ଶାହାରୁଖ୍‌ ଏବଂ ନୟନତାରା ଲିଡ୍‌ ରୋଲ୍‌ରେ ନଜର ଆସିବେ।  ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ‘ଲାୟନ୍‌’ ଥିଲା। ଫିଲ୍ମରେ ଶାହାରୁଖ୍‌ ଡବଲ ରୋଲରେ  ନଜର ଆସିବେ। ଏଥିରେ ଅଭିନେତ୍ରୀ ନୟନତାରା ଜଣେ ପୋଲିସ୍‌ ଅଫିସର ଭୂମିକାରେ ଅଭିନୟ କରିବେ ।
ପୁଅ ଆର୍ଯ୍ୟନ ପାଖକୁ ୪୫୦୦ ଟଙ୍କା ମନି ଅର୍ଡର କଲେ ଶାହାରୁଖ ଖାନ୍
ମୁମ୍ବାଇ: ଡ୍ରଗ୍ଧ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ  ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛି ।  ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ଯ୍ଯନ୍‌ଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ ଅନ୍ୟ ୭ ଜଣଙ୍କ ସହ ଗିରଫ କରାଯାଇଥିଲା।
ଜେଲ ଅଧୀକ୍ଷକ କହିବା ଅନୁଯାୟୀ, ଆର୍ଯ୍ୟନ ଗ୍ରହଣ କରିଥିବା ମନି ଅର୍ଡର ଜେଲ କ୍ୟାଣ୍ଟିନରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ନିୟମ ଅନୁଯାୟୀ, ଜଣେ କଏଦୀ ଜେଲରେ ଥିବା ଖର୍ଚ୍ଚ ପାଇଁ ସର୍ବାଧିକ ୪,୫୦୦ ମନି ଅର୍ଡର ପାଇପାରିବେ।
କ୍ରୁଜ ଡ୍ରଗ୍ସ ମାମଲା: ରାୟ ସଂରକ୍ଷିତ ରଖିଲେ ମୁମ୍ୱାଇ କୋର୍ଟ, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ୟନ ଖାନ
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିଲାନି । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦ ତାରିଖରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ । ତେଣୁ ଆର୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।
ଗତକାଲି ଅଧାରୁ ସ୍ଥଗିତ ରହିଥିବା ଜାମିନ ଆବେଦନ ଶୁଣାଣି ଆଜି ପୁଣି ହୋଇଥିଲା । ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ଯେ ପ୍ରାଥମିକ ଅନୁସନ୍ଧାନରେ ଅଭିଯୁକ୍ତଙ୍କ ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର ଲିଙ୍କ୍ ସାମ୍ନାକୁ ଆସିଛି। ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ପରସ୍ପର ସହିତ ସମ୍ପର୍କ ଅଛି | ଅଦାଲତ ସେଗୁଡ଼ିକୁ ପୃଥକ ଭାବରେ ବିଚାର କରିପାରିବେ ନାହିଁ | ଆମ ପାଖରେ ହ୍ବାଟସଆପ୍ ଆପ୍ ଚାଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି ବୋଲି ସଲିସିଟର ଜେନେରାଲ ଅନିଲ ସିଂ କହିଥିଲେ ।
ଅନ୍ୟପକ୍ଷରେ, ଆର୍ୟନ ଖାନଙ୍କ ପାଇଁ କେସ୍ ଲଢ଼ୁଥିବା ବରିଷ୍ଠ ଓକିଲ ଅମିତ ଦେଶାଇ ଏନସିବିର ଯୁକ୍ତିକୁ ଅବାନ୍ତର ବୋଲି ଅଭିହିତ କରିଥିଲେ ‌। ସେ ଯୁକ୍ତି କରିଥିଲେ ଯେ ଯେତେବେଳେ ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ, ତାଙ୍କୁ ଜାମିନ ସ୍ତରରେ ଦଣ୍ଡିତ କରିବା ଉଚିତ ନୁହେଁ। ଦେଶାଇ କୋର୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନର ମାମଲାରେ ଅଭିଯୁକ୍ତମାନେ ଯୁବ ବୟସର ଏବଂ ସେମାନେ କୌଣସି ଡ୍ରଗ୍ସ ଡିଲର, ତସ୍କର କିମ୍ବା ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି। ସେମାନଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ।
କିଙ୍ଗ୍ ଖାନ୍ ଶାହାରୁଖ୍ ଙ୍କ ବିଜ୍ଞାପନକୁ ସେୟାର କଲେ ସଲମାନ ଖାନ୍
ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ ଟିକିଏ ପଛରେ ରହିଛନ୍ତି। ନିକଟରେ ଏକ ବିଜ୍ଞାପନରେ ଶାହାରୁଖ୍ ତାଙ୍କ ସାଥୀ କଳାକାରଙ୍କଠାରୁ କିପରି ପଛରେ ଚାଲିଛନ୍ତି ସେ ବିଷୟରେ କହିଥିଲେ। ଦବଙ୍ଗ ଖାନ୍ ସଲମାନ୍ ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ସେୟାର କରିଥିଲେ । ଶାହାରୁଖଙ୍କ ଏହି ବିଜ୍ଞାପନକୁ ଡିଜନି ପ୍ଲସ୍ ହଷ୍ଟାର୍ ପକ୍ଷରୁ ସଲମାନ୍ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ, ସ୍ବାଗତ କରିବେ ନାହିଁ ଶାହାରୁଖଙ୍କର। ସଲମାନ୍‌ଙ୍କ ଏହି ପୋଷ୍ଟ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହାର ଜବାବରେ ଶାହାରୁଖ୍ ଲେଖୁଛନ୍ତି ଯେ, ଧନ୍ୟବାଦ ଭାଇଜାନ୍। ଏହି ବନ୍ଧନ ଏବେ ବି ପ୍ରେମର ବନ୍ଧନ ହୋଇ ରହିଛି । ବଲିଉଡ୍‌ରେ ଶାହାରୁଖ୍ ଓ ସଲମାନ୍‌ଙ୍କ ବନ୍ଧୁତା କାହାକୁ ଅଛପା ନାହିଁ। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଶାହାରୁଖଙ୍କ ଏହି ବିଜ୍ଞାପନ ପରେ ଡିଜନି ପ୍ଲସ୍ ହଷ୍ଟାରର ଏକ ୱେବ୍‌ସିରିଜ୍ ଜରିଆରେ ସେ ଓଟିଟି ଡେବ୍ୟୁ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି। ଶାହାରୁଖଙ୍କ କାମ କଥା କହିବାକୁ ଗଲେ ବହୁତ ଜଲ୍‌ଦି ସେ ଦକ୍ଷିଣ ଅଭିନେତ୍ରୀ ନୟନତାରାଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ। ଏହାବାଦ୍ ବଲିଉଡ୍ ଅଭିନେତ୍ରୀ ଦୀପିକା ପାହାକୋନ୍‌ଙ୍କ ସହିତ ‘ପଠାନ୍’ରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଶାହାରୁଖଙ୍କ କ୍ୟାରିୟର ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି କୁହାଯାଉଛି।