New Zealand - The Sakala

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡର କେର୍ମାଡେକ୍‌, ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକାରେ କେର୍ମାଡେକ୍‌ ଦ୍ବୀପ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି ।

ୟୁଏସ୍ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର କେର୍ମାଡେକ୍‌ ଦ୍ବୀପ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ୭.୧ ରହିଥିବା ବେଳେ କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ତେବେ କ୍ଷୟକ୍ଷତିର ଏ ପର୍ଯ୍ଯନ୍ତ ମିଳିପାରି ନାହିଁ।  ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ବୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ ।

କ୍ରିସ ହିପକିନ୍ସ ହୋଇପାରନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ ହିପକିନ୍ସ ଲେବର ପାର୍ଟିର ନେତା ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ଏହି ପଦ ପାଇଁ ନାମଙ୍କିତ କରାଯାଇଥିବା ପ୍ରାର୍ଥିଙ୍କ ମଧ୍ୟରେ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେରିଣ୍ଡା ଅର୍ଡର୍ନ ୧୯ ଜାନୁୟାରୀରେ ହଠାତ୍ ଇସ୍ତଫା ଦେବାକୁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଦଳର ବାର୍ଷିକ ବୈଠକରେ ଜେରିଣ୍ଡା କହିଥିଲେ ଏବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ତାଙ୍କ ପାଖରେ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀରେ ଶେଷ ହେବ ।

ନୂଆବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କଲେ ନ୍ୟୁଜିଲାଣ୍ଡବାସୀ
ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନବବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କରାଯାଇଛି। ଅକଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା।

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ହେଉଛି ଏକ ପ୍ରମୁଖ ସହର ଯାହାକି ବିଶ୍ୱର ପୂର୍ବ ଭାଗରେ ଅବସ୍ଥିତ। ବାସ୍ତବରେ, ନୂଆ ବର୍ଷର ନୂଆ ଦିନ ବିଶ୍ବର ପୂର୍ବ ଭାଗରୁ ଆରମ୍ଭ ହୁଏ। ସେଥିପାଇଁ ଏଠାରେ ପ୍ରଥମେ ସୂର୍ୟ୍ୟ ଉଦୟ ସହ ଦିନ ଆରମ୍ଭ ହୁଏ।

୨୦୨୫ ସୁଦ୍ଧା ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶ ହେବ ନ୍ୟୁଜିଲାଣ୍ଡ
ଅକଲାଣ୍ଡ: ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି ।

ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ । କେବଳ ଏହି ନିୟମ ନୁହେଁ, ଧୁମପାନକୁ ନିରୁତ୍ସାହିତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ସିଗାରେଟ ଉପରେ ଅଧିକ ଟିକସ ଲାଗୁ, କେବଳ ଲାଇସେନ୍ସପ୍ରାପ୍ତ ଟବାକୋ ଷ୍ଟୋରରେ ସିଗାରେଟ ବିକ୍ରି ଅନୁମତି ଓ ସିଗାରେଟରେ ନିକୋଟିନ ମାତ୍ରା କମାଇବା ଅନ୍ୟତମ । ନ୍ୟୁଜିଲ୍ୟାଣ୍ଡରେ ଧୂମପାନ ହାର ପୂର୍ବରୁ କମ୍ ରହିଛି ।  କେବଳ 8% ବୟସ୍କ ବ୍ୟକ୍ତି ଦୈନିକ ଧୂମପାନ କରୁଛନ୍ତି ।

ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ୍ କହିଛନ୍ତି ଯେ, ଦେଶ ଧୂମପାନମୁକ୍ତ ହେଲେ ଆଗାମୀ ପୀଢି ନିରୋଗ ରହିବ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ର ବି ଆହୁରି ଉନ୍ନତ ହୋଇଯିବ, କାରଣ ଲୋକମାନେ କ୍ୟାନସର, ହୃଦରୋଗ ଆଦି ରୋଗରେ କମ ପଡ଼ିବେ ଓ ଏବାବଦ ଚିକିତ୍ସା ଖର୍ଚ୍ଚ ମଧ୍ୟ କମିବ ।

୨୪ ଘଣ୍ଟା ମଧ୍ୟରେ ୧୦ ଡୋଜ୍ କରୋନା ଟିକା ନେଲେ ଜଣେ ବ୍ୟକ୍ତି
ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କୁହାଯାଉଛି। କାରଣ ସେ ଅନ୍ୟ ଲୋକଙ୍କ ତରଫରୁ ଟିକା ନେଇଥିଲେ । ଯେଉଁଥିପାଇଁ ସେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ଲଗାଇଥିଲେ | ଏଥିପାଇଁ ତାଙ୍କୁ ଉକ୍ତ ଲୋକଙ୍କ ଠାରୁ ଟଙ୍କା ମିଳିଥିଲା । ନ୍ୟୁଜିଲ୍ୟାଣ୍ଡରେ ଟିକା ଲଗାଇବାକୁ ପରିଚୟ ପ୍ରମାଣ ପତ୍ର ଦେଖାଇବାକୁ ପଡ଼େ ନାହିଁ ।

ଅଧିକାରୀମାନେ କହିଛନ୍ତି ଯେ ଟିକାକରଣର ଅତ୍ୟଧିକ ଡୋଜ୍ ମାମଲା ସମ୍ପର୍କରେ ସେମାନେ ସୂଚନା ପାଇଛନ୍ତି ଏବଂ ଏହାକୁ ଗୁରୁତର ସହ ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକାକରଣ କାର୍ଯ୍ୟକ୍ରମର ଗ୍ରୁପ୍ ମ୍ୟାନେଜର ଆଷ୍ଟ୍ରିଡ କର୍ନିଫ କହିଛନ୍ତି ଯେ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଏବଂ ଆମେ ଅନେକ ଏଜେନ୍ସି (ନ୍ୟୁଜିଲ୍ୟାଣ୍ଡ ଟିକାକରଣ କେନ୍ଦ୍ର) ସହିତ ଏନେଇ ଯାଞ୍ଚ୍ କରୁଛୁ। ଟିକାର ଏକାଧିକ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଯଦି କେହି ଜାଣନ୍ତି, ତେବେ ତାଙ୍କୁ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖା କରିବାକୁ ପରାମର୍ଶ ନେବାକୁ ଜନସାଧାରଣଙ୍କୁ ଆମେ ଅପିଲ କରିଛୁ ‌।

ମନ୍ତ୍ରଣାଳୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ଯେଉଁଠି ଏକାଧିକ ଟିକା ନେଇଛନ୍ତି, ତା’ର ତଥ୍ୟ ଉପଲବ୍ଧ ନାହିଁ। ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ ପ୍ରାଥମିକ ତଥ୍ୟ (ଭ୍ୟାକ୍ସିନ୍ ଓଭରଡୋଜର ସାଇଡ୍ ଇଫେକ୍ଟସ୍) ଆଧାରରେ ଏହି ଟିକା ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ | କିନ୍ତୁ ଏକାଧିକ ଟିକା ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ | ତେବେ ଏହା ଶରୀର ପାଇଁ କ’ଣ କ୍ଷତି ପହଞ୍ଚାଇପାରେ ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ। କିନ୍ତୁ ଏହା ପ୍ରକୃତରେ ନିରାପଦ ନୁହେଁ ଏବଂ ସେହି ବ୍ୟକ୍ତି (୧୦ ଡୋଜ୍ ନେଇଥିବା) ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିପାରେ ।

୬ ମାସ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଫେରିଲା ଭାରତ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଐତିହାସିକ ବିଜୟ ହାସଲ କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ ଶେଷ ହେବାପରେ ନୂଆ ର଼୍ୟାଙ୍କିଙ୍ଗ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) । ଯେଉଁଥିରେ ଟିମ ଇଣ୍ଡିଆ ନମ୍ବର ୧ ରେ ରହିଛି । ନ୍ୟୁଜିିଲାଣ୍ଡକୁ ହଟାଇ ଭାରତ ପ୍ରଥମ ସ୍ଥାନ ହାସଲ କରିଛି ।

India are back to the No.1 spot in the @MRFWorldwide ICC Men’s Test Team Rankings.#INDvNZ pic.twitter.com/TjI5W7eWmq

— ICC (@ICC) December 6, 2021

ଆଇସିସି ର଼୍ୟାଙ୍କିଙ୍ଗ ଅନୁଯାୟୀ ଭାରତ ସର୍ବମୋଟ ୧୨୪ ପଏଣ୍ଟ ପାଇଁ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷେ ଭାରତଠାରୁ ହାରିବା ପରେ ନ୍ୟୁଜିଲାଣ୍ଡର ମାନ୍ୟତାରେ ଅବନତି ଘଟିଛି। ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇ ଟେଷ୍ଟ ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛି ।  ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଭାରତକୁ ଏକ ନମ୍ବର ସ୍ଥାନ ହରାଇବାକୁ ପଡ଼ିଥିଲା । ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ନମ୍ବର ଓ୍ବାନ ଦଳ ହୋଇଥିଲା। ଏବେ ପୁଣି ଥରେ ଭାରତ ୬ ମାସ ପରେ ଏକ ନମ୍ବର ଆସନ କବଜା କରିଛି । ସେହିଭଳି ‌ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ, ୧୦୭ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ, ପାକିସ୍ତାନ ୯୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୮୮ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଶ୍ରୀଲଙ୍କା ୮୩ ପଏଣ୍ଟ ସହ ୭ମ ସ୍ଥାନରେ, ଓ୍ବେଷ୍ଟଇଣ୍ଡିଜ ୭୫ ପଏଣ୍ଟ ସହିତ ୮ମ ସ୍ଥାନରେ ବାଂଲାଦେଶ ୪୯ ପଏଣ୍ଟ ସହ ୯ମ ସ୍ଥାନରେ ଏବଂ ଜିମ୍ବାଓ୍ବେ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ତଳେ ରହିଛି ।

ପାକିସ୍ତାନ କ୍ରିକେଟ୍ କୁ ଲଜ୍ଜା: ସୁରକ୍ଷା କାରଣରୁ ସିରିଜରୁ ଓହରିଲା ନ୍ୟୁଜିଲ୍ୟାଣ୍ଡ ଦଳ
କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାକିସ୍ତାନ ସହିତ ଥିବା ସିରିଜରୁ ଓହରି ଯାଇଛି । ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଟସ୍‌ର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା। ଫଳରେ ମ୍ୟାଚ୍‌ ଆରମ୍ଭ ହେବାର ୨୦ ମିନିଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ ଖେଳିବା ପାଇଁ ମନାକରିଦେଇଛି। ମ୍ୟାଚ୍ ରଦ୍ଦ ହେବା ପରେ ପାକିସ୍ତାନ କ୍ରିକେଟ୍ ଏବେ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହା ପରେ ଖେଳାଯିବ । ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ ଟିମ୍‌ ଦ୍ବିପାକ୍ଷିକ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଦିିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳାଯିବାର ଥିଲା।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ (ଏନଜେଡସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଗସ୍ତ ଜାରି ରଖିବା ସମ୍ଭବ ନୁହେଁ। ସେ କହିଛନ୍ତି, “ମୁଁ ବୁଝୁଛି ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ଝଟକା ହେବ। କିନ୍ତୁ ଖେଳାଳିଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏକମାତ୍ର ଦାୟିତ୍ୱବୋଧ ବିକଳ୍ପ ଆମେ ମନେ କରୁଛୁ।”