Manish Sisodia - The Sakala
ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ; କୋର୍ଟରେ କାନ୍ଦି ପକାଇଲେ ଅରବିନ୍ଦ
ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଦିନ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଉଭୟ ନେତାଙ୍କୁ ଏହି ମାମଲାରୁ ଦୋଷମୁକ୍ତ (Discharge) କରିଛନ୍ତି। କୋର୍ଟଙ୍କ ରାୟ ଶୁଣିବା ପରେ ଅରବିନ୍ଦ କେଜ୍ରିୱାଲ କୋର୍ଟ ରୁମରେ ଭାବବିହ୍ୱଳ ହୋଇପଡିଥିଲେ।
ବଡ଼ ଖବର: ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ। ରାୟ ଶୁଣିବା ପରେ ଭାବୁକ ହେଲେ କେଜ୍ରିୱାଲ। #ArvindKejriwal #ManishSisodia #DelhiExcisePolicy #AAP #LegalVictory #OdiaNews pic.twitter.com/Ao3KVuXM4r
— Sakala News (@SakalaNews) February 27, 2026
ନ୍ୟାୟିକ ଯାଞ୍ଚରେ ତିଷ୍ଠି ପାରିଲାନି ଅଭିଯୋଗ
କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଦ୍ୱାରା ଅଣାଯାଇଥିବା ଷଡଯନ୍ତ୍ରର ଅଭିଯୋଗଗୁଡିକ ନ୍ୟାୟିକ ଯାଞ୍ଚରେ ପ୍ରମାଣିତ ହୋଇପାରିନାହିଁ। କୋର୍ଟ କହିଛନ୍ତି ଯେ ମନୀଷ ସିସୋଦିଆଙ୍କ ପକ୍ଷରୁ କୌଣସି "ଅପରାଧିକ ଉଦ୍ଦେଶ୍ୟ" ଥିବାର ପ୍ରମାଣ ମିଳିନାହିଁ। ଏହା ସହିତ କୋର୍ଟ ଉଲ୍ଲେଖ କରିଛନ୍ତି ଯେ କୌଣସି ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ବିରୋଧରେ କେବଳ ଷଡଯନ୍ତ୍ରର ତତ୍ତ୍ୱ ଉପରେ ଆଧାର କରି ମାମଲା ଚାଲିପାରିବ ନାହିଁ। ଏହି ରାୟ ପରେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ସୋସିଆଲ ମିଡିଆରେ ଲେଖିଛନ୍ତି, "ଏହି ଦୁନିଆରେ କେହି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଶିବ ଶକ୍ତିଙ୍କ ଠାରୁ ଉର୍ଦ୍ଧ୍ୱରେ ନୁହନ୍ତି। ସତ୍ୟର ସର୍ବଦା ଜୟ ହୁଏ।"
ସିବିଆଇ ଅଭିଯୋଗ କରିଥିଲା ଯେ ଅବକାରୀ ନୀତିକୁ ନିଜ ସପକ୍ଷରେ ନେବା ପାଇଁ 'ସାଉଥ୍ ଗ୍ରୁପ୍' ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ମାମଲାରେ ସମୁଦାୟ ୨୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ କେଜ୍ରିୱାଲଙ୍କ ଓକିଲ ଏନ୍ ହରିହରନ୍ ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ। ସେ କହିଥିଲେ ଯେ କେଜ୍ରିୱାଲ କେବଳ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ନିଜର ସରକାରୀ ଦାୟିତ୍ୱ ତୁଲାଉଥିଲେ ଏବଂ ତାଙ୍କ ନାମ ପ୍ରାଥମିକ ଚାର୍ଜସିଟରେ ମଧ୍ୟ ନଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ କେଜ୍ରିୱାଲ ଓ ସିସୋଦିଆଙ୍କୁ ମାମଲାରୁ ମୁକ୍ତ କରିଛନ୍ତି।
ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା  ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ ପ୍ରାୟ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଯାହା ଆପ୍ ସରକାରଙ୍କ କାର୍ଯ୍ୟକାଳରେ ୧୨ ହଜାର ୭୪୮ ଶ୍ରେଣୀଗୃହ ଏବଂ ସମ୍ପର୍କିତ କୋଠା ନିର୍ମାଣ ପାଇଁ ଆସିଥିବା ଟଙ୍କାରେ ଘୋଟାଲା ହୋଇଥିବା ନେଇ ମାମଲା ରୁଜୁ କଲା ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା ।
ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଇ ଅନୁଯାୟୀ ସକ୍ଷମ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ ଏସିବି ମାମଲା ପଞ୍ଜିକୃତ କରିଛି । ଏଜେନ୍ସି କହିଛି ଯେ, ସମଗ୍ର ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ଏବଂ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି “ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଟିଏ ବି କାମ ଶେଷ ହୋଇନାହିଁ,” ।
ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଶ୍ରେଣୀଗୃହ ନିର୍ମାଣ ଖର୍ଚ୍ଚ ଅପେକ୍ଷା ୫ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିବାର ଅଭିଯୋଗ ରହିଛି । ସେ ୩୪ ଜଣ ଠିକାଦାରଙ୍କୁ ମଧ୍ୟ କାମ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ ।
ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ସିସୋଦିଆ ଏବଂ ଜୈନ ଉଭୟଙ୍କ ବିରୋଧରେ ପୃଥକ ପୃଥକ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ମାମଲାରେ ସିସୋଦିଆ ପୂର୍ବରୁ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛନ୍ତି, ଯେତେବେଳେ ଜୈନଙ୍କୁ ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ।
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସିବିଆଇ ଓ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜାମିନ ଆବେଦନ ଉପରେ ଦୁଇ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ତାଙ୍କୁ ପାସପୋର୍ଟ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ପ୍ରତି ସୋମବାର ଥାନାରେ ହାଜର ହେବାକୁ କହାଯାଇଛି। ଏହା ସହିତ କୋର୍ଟ ତାଙ୍କୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କହିଛନ୍ତି। ତାଙ୍କୁ ସଚିବାଳୟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ସିସୋଦିଆଙ୍କୁ ୧୦ ଲକ୍ଷ ଟଙ୍କାର ମୁଚଲିକା ଏବଂ ଦୁଇଟି ସମାନ ପରିମାଣର ଜାମିନଦାରରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଶୁଣାଣି ପରେ ଅଗଷ୍ଟ ୬ ରେ ରାୟ ସଂରକ୍ଷିତ ରଖିଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଥିଲେ। ମନୀଷ ସିସୋଦିଆ ସିବିଆଇ ମାମଲାରେ ୧୩ଟି ଆବେଦନ ଏବଂ ଇଡି ମାମଲାରେ ନିମ୍ନ ଅଦାଲତରେ ୧୪ ଥର ଜାମିନ ଆବେଦନ କରିଥିଲେ।
ସିସୋଦିଆଙ୍କ ଜାମିନ ଆବେଦନ, ଇଡି-ସିବିଆଇକୁ ହାଇକୋର୍ଟ ନୋଟିସ
ନୂଆଦିଲ୍ଲ: ଆମ ଆଦମୀ ପାର୍ଟି (ଆପ୍‌) ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇକୁ ନୋଟିସ ଜାରି କରିଛନ୍ତି। ୫ ଦିନ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଏହା ସହିତ ରୋଗୀଣା ପତ୍ନୀଙ୍କୁ ଭେଟିବା ପାଇଁ କୋର୍ଟ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି। ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଟ୍ରାଏଲ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଗତ ୩୦ ତାରିଖରେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମିତ ପ୍ରୀତମ ସିଂହଙ୍କ ଆରୋରାଙ୍କ ଖଣ୍ଡପୀଠଙ୍କ ନିକଟରେ ୨ଟି ଆବେଦନ ଦାଏର କରିଥିେଲ। ଇଡିର ମନି ଲଣ୍ଡରିଂ ଏବଂ ସିବିଆଇର ଦୁର୍ନୀତି ମାମଲା ଉପରେ ସେ ଏହି ଆବେଦନ ଦାଏର କରିଥିଲେ। ଏହା ପୂର୍ବରୁ ନିମ୍ନ କୋର୍ଟଙ୍କଠାରୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତେ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ନିଜ ଘରେ ପହଞ୍ଚିଛନ୍ତି । ଦିଲ୍ଲୀ ପୁଲିସ ସିସୋଦିଆଙ୍କୁ ତିହାର ଜେଲରୁ ତାଙ୍କ ଘରକୁ ନେଇଛି। ଏଠାରେ ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଶନିବାର ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ପୁଲିସ ସିସୋଦିଆଙ୍କୁ କଏଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଭ୍ୟାନରେ ନେଇ ଶନିବାର ସକାଳ ୧୦ଟାରେ ମଥୁରା ରୋଡସ୍ଥିତ ଥିବା ତାଙ୍କ ଘରେ ପହଞ୍ଚିଛି।
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା, ଖାରଜ ହେଲା ବେଲ୍‌ ଆବେଦନ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା। ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍‌ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୨୪୧ ଦିନ ହେବ ଜେଲରେ ବନ୍ଦ ଅଛନ୍ତି। ଅକ୍ଟୋବର ୧୭ ତାରିଖ ଦିନ ଦୁଇଟି ପୃଥକ୍‌ ଜାମିନ ଆବେଦନର ବିଚାର କରି ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍‌. ଭି. ଏନ୍‌. ଭଟ୍ଟି ସଂରକ୍ଷିତ ରଖିଥିବା ରାୟ ଆଜି ଘୋଷଣା କରିଛନ୍ତି।
ଆଜି ଜଷ୍ଟିସ ସଞ୍ଜିବ ଖନ୍ନା ଓ ଏସ୍‌ ବିଏଲ୍‌ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ନିଜ ରାୟ ଶୁଣାଇଛନ୍ତି। ସିବିଆଇ ଓ ଇଡି ଉଭୟଙ୍କ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏଥିସହ ୬ରୁ ୮ ମାସ ଭିତରେ ଟ୍ରାଏଲ୍‌ ପୂରା କରିବା ପାଇଁ ତନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ହେବ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୫ ତାରିଖରେ ମାମଲାର ଶୁଣାଣି କରି ଇଡି ଓ ସିବିଆଇକୁ ନୋଟିସ କରିଥିଲେ । ୧୪ ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ଓ ଇଡିର ଜବାବ ମିଳିବା ପରେ ଆଜି ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ ତିନି ଜଣିଆ ଖଣ୍ଡପୀଠ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଫେବ୍ରୁଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ଜୁଲାଇ ୩ରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ  । ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କା ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲା: ‘ସିବିଆଇ’ ଓ ‘ଇଡି’କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ‘ସିବିଆଇ’ ଏବଂ ‘ଇଡି’ଙ୍କୁ ନୋଟିସ ଜାରି କରିଛନ୍ତି। ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଜୁଲାଇ ୨୮ରେ ଶୁଣାଣି ହେବ। ବିଚାରପତି ସଞ୍ଜୀବ ଖାନ୍ନା ଓ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରିଥିଲେ।
ମନିଷ ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବା ସତ୍ତ୍ୱେ ତାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଥିବାରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୦ରେ ବରିଷ୍ଠ ଆଡଭୋକେଟ ଅଭିଷେକ ମନୁ ସିଂଘ୍‌ବି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ୟାଇ ଚନ୍ଦ୍ରଚୂଡଙ୍କ ନିକଟରେ ଏହି ମାମଲା ରଖି ଜରୁରୀକାଳୀନ ଶୁଣାଣି ପାଇଁ ଦାବି କରିଥିଲେ।
ଆଜି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଏହି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଆଜି ଅପରାହ୍ନ ୨.୩୦ରେ ସିସୋଦିଆଙ୍କ ଜାମିନ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଘୋଷଣା କରିବାକୁ ଯାଉଛନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟିର ପୂର୍ବତନ ସଞ୍ଚାର ନିର୍ଦ୍ଦେଶକ ବିଜୟ ନାଗର, ଅଭିଷେକ ବୋଇନପଲ୍ଲୀ, ବିନୟ ବାବୁଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି।
ସୂଚନା ଥାଉକି, ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଧରି ଜେଲରେ ଅଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ଏବେ ଉଭୟ ମାମଲାରେ ସିସୋଦିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହାପୂର୍ବରୁ ସିବିଆଇ ୨୬ ଫେବୃଆରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କୁ ୮ ଘଣ୍ଟା ପଚରାଉଚରା କରାଯାଇଥିଲା।
ଅବକାରୀ ଦୁର୍ନୀତି ମାମଲା : ବଢୁଛି ସିସୋଦିଆଙ୍କ ସମସ୍ୟା, ପ୍ରଥମଥର ପାଇଁ ସିବିଆଇ ଚାର୍ଜସିଟରେ ଆସିଲା ନାଁ
ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଏହି ମାମଲାରେ ସେ ପୂର୍ବରୁ ତିହାର ଜେଲରେ ଅଛନ୍ତି ଏବଂ ବର୍ତ୍ତମାନ ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କ ନାମ ସିବିଆଇ ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଛି। ସିବିଆଇ ମଙ୍ଗଳବାର (ଏପ୍ରିଲ ୨୫) ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିସୋଦିଆଙ୍କ ସହ ହାଇଦ୍ରାବାଦର ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଧଲଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।
ସିବିଆଇ ଅବକାରୀ ନୀତି ଅନିୟମିତତା ମାମଲାର ଯାଞ୍ଚ କରୁଛି। ଏ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଅବକାରୀ ଦୁର୍ନୀତି ମାମଲା ସହ ମନି ଲଣ୍ଡରିଂ ଅଭିଯୋଗରେ ଇଡି ମଧ୍ୟ ସିସୋଦିଆଙ୍କୂ ଗିରଫ କରିଥିଲା । ସିସୋଦିଆ ମେ ୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।ତାଙ୍କୁ ପ୍ରାୟ ଦୁଇମାସ ଧରି ତିହାର ଜେଲରେ ରଖାଯାଇଛି। ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତି ଦ୍ବାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା ।
ପୂର୍ବରୁ ସିବିଆଇ ଓ ଇଡି ଏହି ମାମଲାରେ ଚାର୍ଜଶିଟ ଦାଖଲ କରିଥିଲେ। କିନ୍ତୁ ସେତେବେଳେ ସିସୋଦିଆଙ୍କ ନାଁ ନଥିଲା। ହେଲେ ଆଜି ସିବିଆଇ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାଁ ରହିଛି। ଏଥିସହ ବିଆରଏସ୍‌ ନେତ୍ରୀ କେ କବିତାଙ୍କ ପୂର୍ବତନ ଅଡିଟର ବୁଟଚି ବାବୁ, ଅର୍ଜୁନ ପାଣ୍ଡେ ଓ ଅମନଦୀପ ଧଳଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛି। ଏବେ ସିବିଆଇ ଓ ଇଡି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ଉପରେ ତଦନ୍ତ ଜାରି ରଖିଛନ୍ତି। ଆଗକୁ ପୁଣି ଚାର୍ଜଶିଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି ଜେରା କରିଥିଲା। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଜେରା କରି ସାରିଛି।
ଦିଲ୍ଲୀ ଉପରାଜ୍ୟପାଳ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ରିପୋର୍ଟ ମୁତାବକ ମନୀଷ ସିସୋଦିଆ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ବିନା ଅବକାରୀ ନୀତିର ପରିବର୍ତ୍ତନ କରିଥିଲେ । ଏହାସହ ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଅଭିଯୋଗ ରହିଛି କି ଦିଲ୍ଲୀ ସରକାର ଏଭଳି କରି ମଦ ଡିଲରମାନଙ୍କୁ ଲାଭ ପହଞ୍ଚାଇଛନ୍ତି। ସିବିଆଇ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଦାବି କରୁଛି। ତେବେ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆ ଓ ଆପ ଏହାକୁ ଖଣ୍ଡନ କରି ଆସିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କମ୍ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଜ୍ଜନକ, ଜେଲରୁ ଦେଶବାସୀଙ୍କୁ ଚିଠି ଲେଖିଲେ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଏହି ଚିଠିରେ ଲେଖିଛନ୍ତି ସିସୋଦିଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ସିସୋଦିଆଙ୍କ ଏହି ଚିଠି ସେୟାର କରିଛନ୍ତି।
ମନୀଷ ସିସୋଦିଆ ଚିଠିରେ ଲେଖିଛନ୍ତି, “ଗତ କିଛି ବର୍ଷ ମଧ୍ୟରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ବୁଝନ୍ତି ନାହିଁ । ମୋଦୀ ଶିକ୍ଷାର ମହତ୍ତ୍ୱ ମଧ୍ୟ ବୁଝନ୍ତି ନାହିଁ । ତେଣୁ ଭାରତର ପ୍ରଗତି ପାଇଁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ରହିବା ଅତ୍ୟନ୍ତ ଜରୁରୀ ।
मनीष सिसोदिया ने जेल से देश के नाम चिट्ठी लिखी –
प्रधानमंत्री का कम पढ़ा-लिखा होना देश के लिए बेहद ख़तरनाक
मोदी जी विज्ञान की बातें नहीं समझते
मोदी जी शिक्षा का महत्व नहीं समझते
पिछले कुछ वर्षों में 60,000 स्कूल बंद किए
भारत की तरक़्क़ी के लिए पढ़ा-लिखा पीएम होना ज़रूरी pic.twitter.com/VpPyY1Jr2v
— Arvind Kejriwal (@ArvindKejriwal) April 7, 2023
ନିଜ ଚିଠିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, “ଆଜି ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ । ସାରା ବିଶ୍ୱରେ ବିଜ୍ଞାନ ଓ ଟେକ୍ନୋଲୋଜିରେ ପ୍ରତିଦିନ ନୂଆ ବିକାଶ ଘଟୁଛି । ସାରା ବିଶ୍ୱ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଚର୍ଚ୍ଚା କରୁଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଇଳା ଡ୍ରେନରେ ପାଇପ୍ ଲଗାଇ ମଇଳା ଗ୍ୟାସରୁ ଚା’ ଓ ଖାଦ୍ୟ ରନ୍ଧା ଯାଇପାରିବ ବୋଲି କହିବା ଶୁଣି ମୋ‌ତେ ବେଶ୍ ଲଜ୍ଜା ଅନୁଭବ ହେଉଛି । ”
ସିସୋଦିଆ ତାଙ୍କ ଚିଠିରେ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କୁହନ୍ତି ଯେ ରାଡାର ମେଘ ପଛରେ ଉଡ଼ୁଥିବା ବିମାନକୁ ଧରିପାରିବ ନାହିଁ, ସେତେବେଳେ ସେ ସମଗ୍ର ବିଶ୍ୱର ଲୋକଙ୍କ ପରିହାସର ପାତ୍ର ହୁଅନ୍ତି । ସ୍କୁଲ୍ ଓ କଲେଜରେ ପଢ଼ୁଥିବା ପିଲାମାନେ ତାଙ୍କୁ ପରିହାସ କରନ୍ତି । ତାଙ୍କର ଏପରି ବୟାନ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହାର ଅନେକ କୁପ୍ରଭାବ ଅଛି । ସମଗ୍ର ବିଶ୍ୱ ଜାଣେ ଯେ ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ଏବଂ ତାଙ୍କର ବିଜ୍ଞାନ ବିଷୟରେ ମଧ୍ୟ ସାଧାରଣ ଜ୍ଞାନ ନାହିଁ। ”
ସିସୋଦିଆ ଆହୁରି ଲେଖିଛନ୍ତି, ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରନ୍ତି, ସେଥିପାଇଁ ସେମାନେ ବଡ଼ ମୂଲ୍ୟ ହାସଲ କରି ଚାଲିଯାଆନ୍ତି ।‌‌ ବଦଳରେ ସେମାନେ କେଜାଣି କେତେ କାଗଜରେ ଦସ୍ତଖତ ନିଅନ୍ତି ତାହା ଆମ ପ୍ରଧାନମନ୍ତ୍ରୀ ଜାଣିପାରନ୍ତି ନାହିଁ, କାରଣ ସେ କମ୍ ଶିକ୍ଷିତ ।
ସୂଚନାଯୋଗ୍ୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ କରିବେ । ବର୍ତ୍ତମାନ ମନୀଷ ସିସୋଦିଆ ତିହାର ଜେଲରେ ଅଛନ୍ତି।
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉଭୟ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀ  ବିବାଦ ଘେରରେ ଥିଲେ।
ସୂଚନା ଅନୁଯାୟୀ, ସିବିଆଇ ଦ୍ୱାରା ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ଜାମିନ ନିମନ୍ତେ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। ଆବେଦନରେ ସିସୋଦିଆ ତାଙ୍କ ଗିରଫକୁ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରୁଥିବା ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାକୁ ନେଇ ସିଧା ସୁପ୍ରିମକୋର୍ଟ ଆସିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଜାମିନ ନିମନ୍ତେ ଉଚ୍ଚନ୍ୟାୟାଳୟରେ ମଧ୍ୟ ଅପିଲ କରିପାରିଥାନ୍ତେ ବୋଲି କହିଥିଲେ। ଏହାର ଜବାବରେ ଆମଆଦମୀ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କହିଥିବା ବେଳେ ଏବେ ଜାମିନ ଲାଗି ହାଇକୋର୍ଟରେ ପିଟିସନ ଦାୟର କରାଯିବ ବୋଲି କହିଥିଲେ।