Indian Premier League (IPL) - The Sakala

ଆଇପିଏଲ୍‌ ଏଲିମିନେଟର: ଆଜି ମୁହାଁମୁହିଁ ହେବେ ଗୁଜରାଟ-ମୁମ୍ବାଇ
ମୁଲାନପୁର,ଚଣ୍ଡିଗଡ: ଆଇପିଏଲ୍‌ର ଦୁଇ ଦମ୍‌ଦାର ଦଳ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ସଂସ୍କରଣର ଦ୍ୱିତୀୟ ପ୍ଲେ ଅଫ ବା ଏଲିମିନେଟର ମ୍ୟାଚ୍‌ ଏଠାରେ ଆସନ୍ତାକାଲି ଖେଳାଯିବ। ଦୀର୍ଘ ଦୁଇମାସ ଧରି ଲଢେ଼ଇ କରୁଥିବା ଏହି ଦୁଇ ଦଳ ଲାଗି ମ୍ୟାଚ୍‌ଟି ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି। ଏହାର ଅର୍ଥ ଏହି ମୁକାବିଲାରେ ଯେଉଁ ଦଳ ପରାଜିତ ହେବ, ସେହି ଦଳ ପ୍ରତିଯୋଗିତାରୁ ବିଦାୟ ନେବ। ଏଣୁ ତାରକା ବିହୀନ ଖେଳାଳିଙ୍କୁ ନେଇ ଉଭୟ ଦଳ କିପରି ଏହି ୪୦ ଓଭରକୁ ମୁକାବିଲା କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଂ-୩ରେ ଥିବା ଗୁଜରାଟ ଟାଇଟନ୍ସର ଅଳ୍ପଦିନ ପ୍ରବେଶ ମଧ୍ୟରେ ଦୁଇଥର ଫାଇନାଲ ଖେଳିଥିଲାବେଳେ ୨୦୨୨ରେ ଚାମ୍ପିଅନ ହୋଇଥିଲା। ଆରମ୍ଭରୁ ଏଯାଏ ୧୮ଟି ଯାକ ସଂସ୍କରଣ ଖେଳିଥିବା ମୁମ୍ବାଇ ୫ଥର ଟାଇଟଲ ଜିତିଛି। ଏଭଳି ସ୍ଥିତିରେ କେହି କାହାରିକୁ ଇଞ୍ଚେ ଛାଡ଼ିବେ ନାହିଁ ବୋଲି ସେମାନଙ୍କ ରଣନୀତିରୁ ସୂଚନା ମିଳିଛି।

ଗୁଜରାଟ ଦଳରେ ୩ଜଣ ଖେଳାଳି ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ଦଳର ଦୁଇ ଓପନର ସାଇ ସୁଦର୍ଶନ ୬୭୯ ଓ ଅଧିନାୟକ ଶୁବମନ ଗିଲ୍‌ ୬୪୯ ରନ୍‌ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆଉଟ ହେଲେ ଇଂଲିଶ ଖେଳାଳି ଜୋଶ ବଟ୍ଟଲର ୫୩୮ ରନ୍‌ କରି ସ୍ଥିତି ସମ୍ଭାଳିଛନ୍ତି। ଏହି ମ୍ୟାଚ୍‌ରେ ବଟ୍ଟଲର କିମ୍ବା ଦକ୍ଷିଣ ଆଫ୍ରିକୀୟ ଫାଷ୍ଟ ବୋଲର କାଗିସୋ ରାବାଡ଼ା ଖେଳିବେ ନାହିଁ। ଏଣୁ ସୁଦର୍ଶନ ଓ ଗିଲ ଚାପରେ ରହିବେ। ଅନ୍ୟ ପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଖେଳୁଥିଲାବେଳେ ସୂର୍ଯ୍ୟକୁମାର ଯାଦବ ୬୪୦ ରନ୍‌ କରି ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି। ଓପନର ରିୟାନ ରିକେଲଟନ ଓ ୱିଲ ଜ୍ୟାକ୍ସ ଏହି ମ୍ୟାଚ୍‌ ଖେଳିବେ ନାହିଁ। ରୋହିତ ଶର୍ମା (୩୨୯) ହୁଅନ୍ତୁ କି ତିଲକ ବର୍ମା (୨୭୪) ସ୍ଥିର ପ୍ରଦର୍ଶନ ଦେଇପାରି ନାହାନ୍ତି। ବୋଲିଂରେ ମୁମ୍ବାଇର ଶକ୍ତି ଅଧିକ। ଯଶପ୍ରୀତ ବୁମ୍‌ରା (୧୭ ୱିକେଟ), ଟ୍ରେଣ୍ଟ ବୋଲ୍ଟ (୧୯ ୱିକେଟ), ହାର୍ଦ୍ଦିକ ପାଣ୍ଡ୍ୟା (୧୩) ଓ ଦୀପକ ଚହର (୧୧) ସ୍ଥିର ପ୍ରଦର୍ଶନ ଦେଇଛନ୍ତି। ଗୁଜରାଟର ଦୁଇ ସଫଳ ବୋଲର ହେଲେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ୍‌ ସିରାଜ। କ୍ରିଷ୍ଣା ୨୩ଟି ଓ ସିରାଜ ୧୫ଟି ୱିକେଟ ପାଇଛନ୍ତି। ବାମହାତୀ ସ୍ପିନର ଆର୍‌ ସାଇ କିଶୋରଙ୍କୁ ୧୭ଟି ୱିକେଟ ମିଳିଛି। ଏମାନଙ୍କୁ ବାଦ୍‌ ଦେଲେ ରସିଦ୍‌ ଖାନଙ୍କ ସମେତ ଅନ୍ୟ ଖେଳାଳି ସଫଳ ହୋଇ ନାହାନ୍ତି। ପ୍ରଦର୍ଶନ ଯାହା ହେଉନା କାହିଁକି, ଦୁଇ ସମକକ୍ଷ ଦଳ ମଧ୍ୟରେ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌।

ଚଳିତ ଆଇପିଏଲରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ୫ ଖେଳାଳି, ୧୯ରେ ଦୁବାଇରେ ହେବ ନିଲାମୀ
ନୂଆଦିଲ୍ଲୀ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୪ ସଂସ୍କରଣର ଖେଳାଳି ନିଲାମୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଡିସେମ୍ବର ୧୯ରେ ଦୁବାଇରେ ମିନି ଖେଳାଳି ନିଲାମୀର ଆୟୋଜନ ହେବ। ଆଇପିଏଲ୍‌‌ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଏଥର ଗତବର୍ଷ ତୁଳନାରେ ଫ୍ରାଞ୍ଚାଇଜ୍‌‌ଗୁଡିକରେ ନିକଟରେ ଖେଳାଳିମାନଙ୍କୁ କ୍ରୟ କରିବାକୁ ଅଧିକ ୫ କୋଟି ଟଙ୍କା ଅଧିକ ରହିଛି। ତେଣୁ ଫ୍ରାଞ୍ଜାଇଜ୍‌‌ଗୁଡିକ ଖେଳାଳି କ୍ରୟ କରିବାରେ ଅପେକ୍ଷାକୃତ ଅଧିକ ସୁଯୋଗ ଓ ସ୍ୱାଧୀନତା ପାଇବେ।

ଗତ ସଂସ୍କରଣରେ ଫ୍ରଞ୍ଚାଇଜ୍‌‌ଗୁଡିକ ନିକଟରେ ୯୫ କୋଟି ଟଙ୍କାର ପର୍ସ ବା ଅର୍ଥରାଶି ନିର୍ଦ୍ଧାରିତ ଥିଲା। ଏଥର କିନ୍ତୁ ୧୦୦ କୋଟି ଟଙ୍କାର ପର୍ସ ରହିଛି। ଏଥସହ ଗତ ସଂସ୍କରଣରେ ବଳିଥିବା ଅର୍ଥକୁ ମଧ୍ୟ ଦଳଗୁଡିକ ବ୍ୟବହାର କରିପାରିବେ। ଏଥର ଖେଳାଳି ନୀଲାମିରେ ଅଂଶଗ୍ରହଣ କରିବାକୁ ୧୧୬୬ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୮୩୦ ଜଣ ଭାରତୀୟ ଓ ୩୩୬ ଜଣ ବିଦେଶୀ ଖେଳାଳି ସାମିଲ ରହିଛନ୍ତି। ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ, ଟ୍ରାଭିସ ହେଡ, ଜେରାଲ୍ଡ କୁଟ୍‌‌ଜୀ ଓ ରଚିନ ରବୀନ୍ଦ୍ରଙ୍କ ଭଳି ତାରକା ବିଦେଶୀ ଖେଳାଳି ଏହି ନିଲାମୀରେ ସାମିଲ ହେବେ। ସେହିପରି ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଭଳି ତାରକା କ୍ରିକେଟର ସାମିଲ ରହିଛନ୍ତି। ଏମାନଙ୍କ ମୂଲ୍ୟ ନିଲାମୀରେ ୧୦ କୋଟି ଟଙ୍କା ପାର କରିପାରେ।

୧୦ଟି ଦଳରେ ୭୭ ଖେଳାଳିଙ୍କ ସ୍ଥାନ ଖାଲି ଅଛି

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ୧୦ଟି ଦଳ ସେମାନଙ୍କ ଅଧିକାଂଶ ଖେଳାଳିଙ୍କୁ ରିଟେନ ଅର୍ଥାତ ବଜାୟ ରଖିଛନ୍ତି। ତେଣୁ ଅତିବେଶୀରେ ୭୭ ଜଣ ଖେଳାଳିଙ୍କୁ ଏହି ନିଲାମୀରେ ଦଳଗୁଡିକ କ୍ରୟ କରିପାରିବେ। ୭୭ଜଣଙ୍କ ମଧ୍ୟରେ ୩୦ଜଣ ବିଦେଶୀ ବିଭିନ୍ନ ଦଳରେ ସାମିଲ ହୋଇପାରିବେ। ସବୁ ଫ୍ରଞ୍ଚାଇଜ୍‌‌ ନିକଟରେ ୨୬୨. ୯୫ କୋଟି ଟଙ୍କା ଅର୍ଥ ବାକି ରହିଛି। ପ୍ରତ୍ୟେକ ଦଳ ନିକଟରେ ଏଥର ୧୦୦ କୋଟି ଟଙ୍କାର ଅର୍ଥ ରହିବ।

୨୦ ଖେଳାଳିଙ୍କ ମୂଳ ଦର ଦେଢ, ୧୬ଜଣଙ୍କ ଏକ କୋଟି

ନୀଲାମିରେ ଏଥର ୨୫ ଜଣ ଖେଳାଳିଙ୍କ ବେସ୍‌‌ ପ୍ରାଇସ୍‌‌ ବା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏଥିରେ ଅଷ୍ଟ୍ରେଲିଆର ୭ ଓ ଭାରତର ୪ ଜଣ ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଟ୍ରଭିସ ହେଡ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ଷ୍ଟିଭ ସ୍ମିଥ୍‌‌, ଜୋଶ ଇଂଲିଶ ଓ ସିନ ଆବୋଟଙ୍କ ବେସ ପ୍ରାଇସ୍‌‌ ୨ କୋଟି ଟଙ୍କା ରହିଛି। ନିଲାମୀରେ ଏମାନଙ୍କ ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ କିମ୍ବା କେତେଜଣ ବିକ୍ର ନ ହୋଇ ରହିପାରନ୍ତି। ସେହିପରି ହର୍ଷଲ ପଟେଲ, କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବଙ୍କ ଭଳି ଭାରତୀୟ ଖେଳାଳିଙ୍କ ମୂଳ ଦର ସବୁଠାରୁ ଅଧିକ ରହିଛି। ଏହାକୁ ବାଦ୍‌‌ ଦେଲେ ୨୦ଜଣ ଖେଳାଳିଙ୍କ ମୂଳ ଦର ଦେଢ କୋଟି ଓ ୧୬ ଜଣଙ୍କର ୧ କୋଟି ଟଙ୍କା ରହିଛି। ସେହିପରି ୧୧୦୫ରୁ ଖେଳାଳିଙ୍କ ମୂଳ ଦର ୨୦ରୁ ୯୫ ଲକ୍ଷ ଟଙ୍କା ରହିଛି।

୫ ଖେଳାଳି ୨୦ କୋଟିରୁ ଊର୍ଦ୍ଧ୍ବରେ ବିକ୍ରି ହୋଇପାରନ୍ତି

ନିଲାମୀରେ ୫ ଜଣ ଖେଳାଳି ଏପରି ରହିଛନ୍ତି ଯେଉଁମାନେ ୨୦ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି। ରଚିନ ରବୀନ୍ଦ୍ର, ଟ୍ରାଭିସ ହେଡ୍‌‌, ଜୋଶ ହଜଲେଉଡ, ୱାନିନ୍ଦୁ ହାସରଙ୍ଗା, ମିଚେଲ ଷ୍ଟାର୍କ, ଗେରାଲ୍ଡ କଟଜି ଚଢା ଦରରେ ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଆଉ କେତେଜଣ ତାରାକା ଖେଳାଳି ବିକ୍ରି ନ ହୋଇ ରହିଯାଇପାରନ୍ତି।

ଖେଳାଳି (୨ କୋଟି ଟଙ୍କା ମୂଳଦର)

ହର୍ଷଲ ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଦାର ଯାଦବ, ମୁଜିବ ଉର ରହମାନ, ସିନ୍‌‌ ଆବୋଟ, ପ୍ୟାଟ କମିନ୍ସ, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିଶ୍‌‌, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ୍‌‌, ମୁସ୍ତାଫିଜୁର ରହମାନ, ଟମ୍‌‌ ବାଣ୍ଟନ, ହ୍ୟାରୀ ବ୍ରୁକ୍‌‌, ବେନ୍‌‌ ଡକେଟ, ଜେମି ଓଭରଟନ, ଆଦିଲ ରସିଦ, ଡେଭିଡ୍‌‌ ୱିଲି, କ୍ରିସ୍‌‌ ୱକ୍ସ, ଲୋକି ଫର୍ଗୁସନ, ଗେରାଲ୍ଡ କଟଜି, ରିଲି ରୁଷୋ, ରାସି ଭାନ ଡେର ଡୁସେନ ଓ ଆଞ୍ଜେଲୋ ମାଥ୍ୟୁସ।

ଖେଳାଳି (ଦେଢ କୋଟି ଟଙ୍କା ମୂଳଦର)

ମହମ୍ମଦ ନବୀ, ମୋଇସେସ ହେନେରିକ୍ସ, କ୍ରିସ ଲିନ୍‌‌, କେନ ରିଚାର୍ଡସନ, ଡାନିଏଲ ସାମ୍ସ, ଡାନିଏଲ ଓରାଲ, ଟମ୍‌‌ କୁରାନ, ମର୍ଚ୍ଚାଣ୍ଟ ଡି ଲାଙ୍ଗ୍‌‌, କ୍ରିସ ଜୋର୍ଡାନ, ଦାୱିଦ ମଲନ, ତିମାନ ମିଲ୍ସ, ଫିଲ ସଲ୍ଟ, କୋରି ଆଣ୍ଡରସନ, କଲିନ ମୁନରୋ, ଜିମି ନିଶାମ, ଟିମ୍‌‌ ସାଉଦି, କଲିନ ମୁନରୋ, ୱାନିନ୍ଦୁ ହସରଙ୍ଗା, ଜାସନ ହୋଲ୍ଡର ଓ ଶେରଫାନ ରଦରଫର୍ଡ।

ଖେଳାଳି (ଏକ କୋଟି ଟଙ୍କା ମୂଳଦର)

ଆଷ୍ଟନ ଅଗର, ରିଲି ମେରେଡିଥ୍‌‌, ଡି’ଅର୍ସି ସର୍ଟ, ଅଷ୍ଟନ ଟର୍ଣ୍ଣର, ଗୁସ୍‌‌ ଅଟକିନସନ, ସାମ ବିଲିଙ୍ଗ୍‌‌ସ, ମାଇକେଲ ବ୍ରାସୱେଲ, ମାର୍ଟିନ ଗୁପ୍ଟିଲ, କାଏଲ ଜେମିସନ, ଆଡାମ ମିଲନେ, ଡାରିଲ ମିଚେଲ, ୱେନ ପାର୍ଣ୍ଣେଲ, ଡ୍ୱେନ ପ୍ରିଟୋରିୟସ, ଅଲଜାରି ଜୋଶେଫ୍‌‌, ରୋଭମାନ ପୱେଲ ଓ ଡେଭିଡ୍‌‌ ୱାଇଜ।

ଆଇପିଏଲ-୧୬: ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍
ଲକ୍ଷ୍ନୌ: ପ୍ରାରମ୍ଭିକ ବ୍ୟାଟର୍‌‌ କାଏଲ୍‌‌ ମାୟର୍ସ ( ୩୮ବଲ୍‌‌ରେ ୭୩ରନ୍‌‌)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ମାର୍କ ଉଡ୍‌‌ଙ୍କ ମାରାତ୍ମକ ବୋଲିଂ ବଳରେ ଶନିବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌‌ର ୩ୟ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପର୍‌‌ ଜ୍ୟାଣ୍ଟ୍‌‌ସ ୫୦ ରନର ବୃହତ୍‌‌ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବିଜୟ ସହ ଲୋକେଶ ରାହୁଲଙ୍କ ଦଳ ୨ ପଏଣ୍ଟ ପାଇ ଖାତା ଖୋଲିଛି। ୫ ୱିକେଟ୍‌‌ ହାସଲକାରୀ ମାର୍କ ଉଡ୍‌‌ଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ସ୍ଥାନୀୟ ଏକନ୍ନା କ୍ରିକେଟ୍‌‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଲକ୍ଷ୍ନୌ ପକ୍ଷରୁ ଦିଲ୍ଲୀ ଆଗରେ ୧୯୪ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟକୁ ପିଛା କରି ଡେଭିଡ୍‌‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ଦିଲ୍ଲୀ ଉଡଙ୍କ ବୋଲିଂକୁ ସାମ୍ନା କରି ନ ପାରି ୯ ୱିକେଟ୍‌‌ରେ ୧୪୩ ରନ୍‌‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ପରାଜିତ ଦଳ ପକ୍ଷରୁ ଅଧିନାୟକ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟର୍‌‌ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏହି ଅଷ୍ଟ୍ରେଲୀୟ ବାମହାତୀ ଖେଳାଳି ୪୮ ବଲରୁ ୭ ଚୌକା ସହାୟତାରେ ସର୍ବାଧିକ ୫୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲି ରୁଷୋ ୩୦, ଅକ୍ଷର ପଟେଲ ୧୬ ଓ ପୃଥ୍ୱୀ ଶ’ ୧୨ ରନ କରିଥିଲେ। ଅନ୍ୟକୌଣସି ଖେଳାଳି ଦୁଇଅଙ୍କବିଶିଷ୍ଟ ସ୍କୋର କରିପାରି ନ ଥିଲେ। ଋଷଭ ପନ୍ତଙ୍କ ସ୍ଥାନରେ ଖେଳୁଥିବା ସର୍ଫରାଜ ଖାନ (୪ ରନ), ମିଚେଲ ମାର୍ଶ (୦), ରୋଭମାନ ପାୱେଲ (୧), ଅମନ ହାକିମ ଖାନ (୪), ଚେତନ ସାକାରିୟା (୪) ଓ କୁଲଦୀପ ଯାଦବ (୬*) ନିରାଶ କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର ଉଡ୍‌‌ ୪ ଓଭରରେ ମାତ୍ର ୧୪ ରନ ବ୍ୟୟ କରି ୫ଟି ୱିକେଟ୍‌‌ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ବିଷ୍ଣୋଇ ଓ ଅଭେସ ଖାନ ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଏଥିସହ ଆଇପିଏଲ୍‌‌ରେ ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ୩ଥର ଖେଳିଛନ୍ତି। ଯେଉଁଥିରେ ଲକ୍ଷ୍ନୌ ସମସ୍ତ ମୁକାବିଲାରେ ବାଜିମାତ୍‌‌ କରି ଅପରାଜେୟ ରେକର୍ଡ ବଜାୟ ରଖିଛି।

ଟସ୍‌‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ୪ର୍ଥ ଓଭରରେ ଅଧିନାୟକ ତଥା ଓପନର୍‌‌ ଲୋକେଶ ରାହୁଲଙ୍କ ୱିକେଟ୍‌‌ ହରାଇଥିଲା। ୧୨ଟି ବଲରୁ ୮ ରନ କରିଥିବାବେଳେ ଚେତନ ସାକାରିୟାଙ୍କ ବଲରେ ରାହୁଲ କ୍ୟାଚ୍‌‌ ହୋଇଥିଲେ। ତେବେ ଅନ୍ୟତମ ଓପନର୍‌‌ ୱେଷ୍ଟଇଣ୍ଡିଜର ମାୟର୍ସ ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିବାରୁ ଲକ୍ଷ୍ନୌ ୧୨ ଓଭର ବେଳକୁ ୧୦୦ ରନ ଅତିକ୍ରମ କରିସାରିଥିଲା। ମାୟର୍ସ ୩୮ଟି ବଲ୍‌‌ ସାମ୍ନା କରି ୭୩ ରନର ଦ୍ରୁତ ପାଳି ଖେଳି ଅକ୍ଷର ପଟେଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏହି ପାଳିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ମଧ୍ୟକ୍ରମରେ ଅନ୍ୟତମ ୱେଷ୍ଟଇଣ୍ଡିଜ ଖେଳାଳି ତଥା ୱିକେଟ୍‌‌ରକ୍ଷକ ନିକୋଲସ ପୂରନ ୨୧ ବଲରୁ ୩୬ ରନର ପାଳି ଖେଳିବାରୁ ଲକ୍ଷ୍ନୌ ୧୯୩ ରନର ଏକ ବଡ଼ ସ୍କୋର ଠିଆ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଦୀପକ ହୁଦା ୧୮ ବଲରୁ ୧୭, ମାର୍କସ ଷ୍ଟୋଇନିସ ୧୦ ବଲରୁ ୧୨, ଆୟୂଷ ବଦୋନୀ ୭ ବଲରୁ ୧୮ ରନ କରିଥିଲେ। ସେହିଭଳି କ୍ରୁନାଲ ପାଣ୍ଡ୍ୟା ୧୫ ଓ କ୍ରିଷ୍ଣାପ୍ପା ଗୋଥାମ ୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଖଲିଲ୍‌‌ ଅହମ୍ମଦ ଓ ସାକାରିୟା ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଦୁଇ ସ୍ପିନର ଅକ୍ଷର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏ ୱିକେଟ୍‌‌ ମିଳିଥିଲା।

ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ ପରେ ଫାଇନାଲ ଖେଳିବ ରାଜସ୍ଥାନ ରୟାଲ୍ସ
ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ ଫାଇନାଲରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଚଳିତ ସିଜନରେ ଚମତ୍କାର ଫର୍ମରେ ରହିଥିବା ଜୋଶ୍‍ ବଟଲର୍‍ ମଧ୍ୟ ଆଜିର ବିସ୍ଫୋରକ ଶତକ ସହ ରାଜସ୍ଥାନ ରୟାଲ୍ସକୁ ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ପ୍ରବେଶ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।  ଜୋଶ୍‍ ବଟଲର୍‍ ମାତ୍ର ୬୦ ବଲ୍‌ ଖେଳି ୧୦ ଚୌକା ଓ ୬ ଛକା ବଳରେ ୧୦୬ ରନ୍‌ ସଂଗ୍ରହ କରିଛନ୍ତି।

ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର ମ୍ୟାଚରେ ମଧ୍ୟ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ରାଜସ୍ଥାନ ବୋଲରଙ୍କ ସଠିକ ଲାଇନ୍‌ଲେନ୍ଥ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଥିଲେ। ଯାହାଫଳରେ ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ଚଳିତ ଆଇପିଏଲରେ ଫୁଲ୍‌ ଫର୍ମରେ ଥିବା ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୫୮ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ୧୮.୧ ବଲ୍‌ରେ ହାସଲ କରିନେଇଥିଲା। ଜୋଶ୍‍ ବଟଲରଙ୍କ ବିସ୍ଫୋରକ ୧୦୬ ରନର ଶତକୀୟ ଇନିଂସ ବଳରେ ରାଜସ୍ଥାନ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଚତୁର୍ଥ ଶତକ। ତେବେ ଆଜିର ମ୍ୟାଚରେ ଜୋଶ୍‍ ବଟଲରଙ୍କ ବ୍ୟତିତ ଯଶସ୍ଵୀ ଜୟସଓ୍ଵାଲ ୨୧, ସଞ୍ଜୁ ସାମସନ୍‍ ୨୩, ଦେବିଦତ୍ତ ପାଡିକଲ୍‌ ୯ ଏବଂ ହେଲମାୟର ୨ ରନ୍‌ କରିଥିଲେ।

ତେବେ ଆଜିର ମ୍ୟାଚ ବିଜୟ ସହ ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବ । ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​। ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​। ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​।

ଆଇପିଏଲ ୨୦୨୨ କ୍ୱାଲିଫାୟର-୧ : ଟସ୍ ଜିତି ଗୁଜରାଟ୍‌ର ବୋଲିଂ ନିଷ୍ପତ୍ତି, ଯିଏ ଜିତିବ ଖେଳିବ ଫାଇନାଲ
କୋଲକାତା : ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବ। କୋଲକାତାରେ ପ୍ରବଳ ବର୍ଷା ପରେ ଏବେ ଆଇପିଏଲ ୨୦୨୨ର ପ୍ରଥମ କ୍ୱାଲିଫାୟର ପାଇଁ ଟସ୍‌ କାର୍ଯ୍ୟ ସମାପନ ହୋଇଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଦଳ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍‍ ଜିତିବାକୁ ଉଭୟ ଦଳର ସମାନ କ୍ଷମତା ରହିଥିଲେ ମଧ୍ୟ ମ୍ୟାଚ୍‍ ଫିନିସ୍‍ କରିବାରେ ଅଧିକ ପାରଙ୍ଗମ ଓ ଦକ୍ଷତାର ଅଧିକାରୀ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସକୁ ଏହି ମୁକାବିଲାରେ ଫେବରିଟ୍‍ ଆଖ୍ୟା ମିଳିଛି। ଏହି ମ୍ୟାଚ୍‍ର ବିଜେତା ମେ’ ୨୯ରେ ହେବାକୁ ଥିବା ଫାଇନାଲ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ପରାଜିତ ଦଳ ଆଉଥରେ ଫାଇନାଲ ଖେଳିବା ଲାଗି କ୍ୱାଲିଫାୟର-୨ରେ ମୁକାବିଲା କରିବ। ଗୁଜରାଟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଲୋକି ଫର୍ଗ୍ୟୁସନଙ୍କ ସ୍ଥାନରେ ଅଲଜାରି ଯୋଶେଫଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ଗୁଜରାଟ ଚଳିତ ଆଇପିଏଲର ଟେବୁଲ ଟପର। ହେଲେ ଦଳ ତା’ର ଶେଷ ଲିଗ ମ୍ୟାଚରେ ଆରସିବି ଠାରୁ ହାରି ଯାଇଥିଲା। ଗୁଜରାଟ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲ ଭଳି ମେଗା ଇଭେଣ୍ଟରେ ଭାଗ ନେଇଛି। ଏଥିସହ ଡେବ୍ୟୁରି ହିଁ ଦଳ ଫାଇନାଲ ଟିକେଟ ହାସଲ କରିବାର ନିକଟରେ ରହିଛି।ଅନ୍ୟପକ୍ଷରେ ୨୦୦୮ର ବିଜେତା ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରିନି। ଦଳ ତା’ର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ବିଜୟ ହୋଇଥିଲା। ତେଣୁ ଆଜି ମଧ୍ୟ ଗୁଜରାଟ ବିପକ୍ଷରେ ସାମସନ ଆଣ୍ଡ କୋ ସମାନ ଖେଳ ପଦର୍ଶନ କରିବେ ବୋଲି ଆଶା କରାଯାଉଛି।

ମୁମ୍ବାଇ ଓ ପୁଣେରେ ସମସ୍ତ ୭୦ଟି ଯାକ ଲିଗ୍‍ ମ୍ୟାଚ୍‍ ଆୟୋଜିତ ହେବା ପରେ ପ୍ଲେ ଅଫ୍‍ର ପ୍ରଥମ ଦୁଇଟି ମ୍ୟାଚ୍‍ କୋଲକାତାର ଇଡେନ୍‍ ଗାର୍ଡେନକୁ ସ୍ଥାନାନ୍ତରିତ ହୋଇଛି। ଏହି ମ୍ୟାଚ୍‍ରେ ଫି୍‍ଟ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟକୁ ଜିତାଇବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂ ଓ ବୋଲିଂରେ ଭଲ ଫର୍ମରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଧିନାୟକ ଭାବେ ନିଜ ଦଳରେ ଥିବା ଖେଳାଳିମାନଙ୍କୁ ସେ ଖୁବ୍‍ ଚତୁରତାର ସହ ବ୍ୟବହାର କରି ନିଜ ସପକ୍ଷରେ ସଫଳତା ନେଇଆସୁଛନ୍ତି। ସେ ରଶିଦ୍‍ ଖାନ୍‍ ହୁଅନ୍ତୁ କିମ୍ବା ଦୁଇ ବିସ୍ଫୋରକ ବ୍ୟାଟର ଡେଭିଡ୍‍ ମିଲର ଓ ରାହୁଲ ତେୱାତିଆ। ଏମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି, ସେ ସଫଳତାର ସହ ଏହାକୁ ପ୍ରଦର୍ଶନ କରୁଛନ୍ତି। ଦଳର ଦୁର୍ବଳାର ହେଉଛି ଓପନିଂ ବ୍ୟାଟର ଶୁବମାନ ଗିଲ୍‍। କିନ୍ତୁ ୩୭ ବର୍ଷୀୟ ରିଦ୍ଧିମାନ ଶାହ ବିବାଦରୁ ଧ୍ୟାନ ହଟାଇବା ଲାଗି ଆଇପିଏଲ୍‍କୁ ପ୍ଲାଟଫର୍ମ ଭାବେ ଗ୍ରହଣ କରିଛନ୍ତି। ସୁଯୋଗ ପାଇବା ପରଠାରୁ ୯ଟି ମ୍ୟାଚ୍‍ରେ ୩ଟି ଅର୍ଦ୍ଧଶତକ ସହ ଗିଲଙ୍କ ଅସଫଳତାକୁ କେତେକାଂଶରେ ପୂରଣ କରିପାରିଛନ୍ତି।

ମ୍ୟାଚ୍‍ର ପିଚ୍‍ ବଦଳିଯାଇଥିବାରୁ ପେସ୍‍ ବୋଲରଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି। ଏଣୁ ମହମ୍ମଦ୍‍ ସାମିଙ୍କ ସହ ଆଲଜରୀ ଯୋଶେଫ୍‍ ଏହି ମ୍ୟାଚ୍‍ ଖେଳୁଛନ୍ତି। ରଶିଦ୍‍ ଖାନଙ୍କୁ ଡେଥ୍‍ ଓଭରରେ ବିନିଯୋଗ କରାଯିବ। କିନ୍ତୁ ଗୁଜରାଟ ତାହାର ଶେଷ ୫ଟି ମୁକାବିଲାରୁ ୩ଟିରେ ହାରିଛି। ରାଜସ୍ଥାନ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛି।

ରାଜସ୍ଥାନ ନିକଟରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ଜୋସ୍‍ ବଟ୍ଟଲର (୬୨୯ ରନ୍‍) ଏବଂ ସର୍ବାଧିକ ୱିକେଟହାସଲକାରୀ ଯୁଜବେନ୍ଦ୍ର ଚହଲ (୨୬ଟି) ଅଛନ୍ତି। ଏହା ସତ୍ତ୍ବେ ଦଳର ଦୁର୍ବଳତା ହେଲା ଟପ୍‍ ଅର୍ଡର ବ୍ୟାଟିଂ ବିଫଳତା। ବଟ୍ଟଲର ମଧ୍ୟ ଗତ ୩ଟି ମ୍ୟାଚ୍‍ରେ ଯଥାକ୍ରମେ ୨, ୨ ଓ ୭ ରନ୍‍ ସଂଗ୍ରହ କରିଛନ୍ତି। ସଞ୍ଜୁ ସାମସନ, ସିମରନ ହେଟମାୟର କିମ୍ବା ରିଆନ ପରାଗ ଭଲ ଫର୍ମରେ ନାହାନ୍ତି। ଏଥିଲାଗି ଦଳ ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟାଟିଂ ଉପରେ ନିର୍ଭରଶୀଳ। ସେ ଦଳକୁ ଗୋଟିଏ ମ୍ୟାଚ୍‍ ଜିତାଇଥିଲେ ମଧ୍ୟ ତାଙ୍କ ଉପରେ ଭରସା କରି ମ୍ୟାଚ୍‍ ଜିତିବା କଷ୍ଟକର। ଏହି ମୁକାବିଲା ଜିତିବାକୁ ହେଲେ ରାଜସ୍ଥାନର ଟପ୍‍ ଅର୍ଡର ବ୍ୟାଟ୍ଟର କ୍ଲିକ୍‍ କରିବା ଆବଶ୍ୟକ। ଏଣୁ ସେ ବଟ୍ଟଲର ହୁଅନ୍ତୁ କିମ୍ବା ସାମସନ କିମ୍ବା ଡେଟମାୟରଙ୍କଠାରୁ ବିସ୍ଫୋରକ ପ୍ରଦର୍ଶନ ଆଶା କରାଯାଉଛି।

ଆଇପିଏଲ ନିଲାମରେ ବିକ୍ରି ହେଲେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି
ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାର ୨ୟ ପର୍ଯ୍ଯୟ ଆଜି ଚଲିଛି। ଏହି  ୨ୟ ପର୍ଯ୍ଯୟରେ ଓଡ଼ିଶାର ଖେଳାଳୀ ଶୁଭ୍ରାଂଶୁ ସେନାପତି ବିକ୍ରି ହୋଇଛନ୍ତି। ୨୦ ଲକ୍ଷରେ ଚେନ୍ନାଇ ସୁପର କିଙ୍ଗସ କିଣିଛି। । ଶୁଭ୍ରାଂଶୁ ଆଇପିଏଲରେ ସାମିଲ ହେବା ପରେ  ଓଡିଆ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଉଛନ୍ତି।

ସୂଚନା ଅନୁଯାୟୀ, ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

ଆଇପିଏଲ ଖେଳାଳି ମହାନିଲାମ: ପ୍ରଥମ ପର୍ଯ୍ଯାୟରେ ବିକ୍ରି ହେଲେନି ମିଷ୍ଟର ଆଇପିଏଲଙ୍କ ସମେତ ଅନେକ ବଡବଡ଼ ଖେଳାଳି
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ ।

ଅନ୍ଯପକ୍ଷରେ ଦେଖିବାକୁ ମିଳିଛି ବଡବଡ ଖେଳାଳୀ ବିକ୍ରି ହୋଇନାହାନ୍ତି। ମିଷ୍ଟର ଆଇପିଏଲ ନାମରେ ପରିଚିତ ଭାରତୀୟ ଖେଳାଳି ସୁରେଶ ରାଇନା, ପୂର୍ବରୁ ଆଇପିଏଲରେ କ୍ଯପେଟନ ଭାର ସମ୍ଭାଳିଥିବା ଅଷ୍ଟ୍ରେଲିଆର ବ୍ଯାଟର ଷ୍ଟିଭ ସ୍ମିଥ ଓ କିଲିର ମିଲର ଭାବେ ପରିଚିତ ସାଉଥ ଆଫ୍ରିକାର ଡେଭିଡ ମିଳର ମଧ୍ଯ ବିକ୍ରି ହୋଇ ନାହାନ୍ତି। ସେହିପରି ବାଂଲାଦେଶ ଖେଳାଳି ସକିବ ଅଲହାସନ ବିକ୍ରି ହୋଇ ନାହନ୍ତି।

ଭାରତରେ ଖେଳାଯିବ ଆଇପିଏଲ-୨୦୨୨, କେବଳ ଏହି ସହରର ୩ଟି ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍!
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ପ୍ରଶଂସକଙ୍କ ପାଇଁ ବଡ ଖବର। ଏଥର ବିଦେଶରେ ନୁହେଁ ଭାରତରେ ଖେଳାଯିବ ଆଇପିଏଲ ୧୫ତମ ସିଜିନ୍‌ର ସମସ୍ତ ମ୍ୟାଚ୍‌। କୋଭିଡ ସଂକ୍ରମଣ ଦୃଷ୍ଟିରୁ କେବଳ ୩ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡିଛି। ଆଇପିଏଲ-୨୦୨୨ ଆୟୋଜନ ନେଇ ଆଜି ସମସ୍ତ ଫ୍ରାଞ୍ଚାଇଜ୍ ସହିତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଆଇପିଏଲ ବୋର୍ଡ ଏକ ବୈଠକ କରିଥିଲା। ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଭାରତରେ ସମସ୍ତ ମ୍ୟାଚ ଆୟୋଜନ ନେଇ ଆଲୋଚନା ହୋଇଥିବା ଜଣାପଡିଛି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଭାରତର ଆୟାଜନ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ମାନେ ଏକମତ ଥିବା ବେଳେ ବିସିସିଆଇ ମଧ୍ୟ ସହମତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ସମ୍ଭବ ନହେଲେ ମଧ୍ୟ କିଛି ନିିର୍ଦ୍ଧିଷ୍ଟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶେଷକରି ମୁମ୍ବାଇ ସହରର ୩ଟି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । କରୋନା କାରଣରୁ ଚଳିତବର୍ଷ ଆଇପିଏଲ୍ ବିଦେଶ ମାଟିରେ ଆୟୋଜନ ହେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ହେଲେ ଏବେ ତା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ । ଚଳିତ ବର୍ଷ ସଂକ୍ରମଣ କାରଣରୁ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ଯଦି ସମ୍ଭବ ନହୁଏ, ତେବେ ମଧ୍ୟ କେବଳ ମୁମ୍ବାଇରେ ଏହାକୁ ଆୟୋଜନ କରାଯିବ ।ବିସିସିଆଇ ମହାରାଷ୍ଟ୍ରରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚାହୁଁଛି ଏବଂ ପ୍ରଥମ ମ୍ୟାଚ୍ ମୁମ୍ବାଇରେ ହେବାର ସମ୍ଭାବନା ରହିଛି | ନିଜେ ଭାରତରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ ବିସିସିଆଇ ସମସ୍ତ ପ୍ରୟାସ କରୁଛି। ଖବର ସରବରାହ ସଂସ୍ଥା ଏଏନଆଇକୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ୱାଙ୍ଖଡେ ଷ୍ଟାଡିୟମ ସହିତ, କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ, ଡିୱାଇ ପାଟିଲ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଇପାରେ । ତେବେ ଅଧିକ ଆବଶ୍ୟକ ପଡିଲେ ପୁନେର କିଛି ଗ୍ରାଉଣ୍ଡକୁ ମଧ୍ୟ ବ୍ୟବହାର କରାଯାଇପାରେ ବୋଲି ଏହି ଅଧିକାରୀ ଏଏନଆଇକୁ କହିଛନ୍ତି । ଏଥିସହିତ ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଦର୍ଶକମାନଙ୍କୁ ସିଧାସଳଖ ମ୍ୟାଚ୍ ଦେଖିବାର ଅନୁମତି ମିଳିବ ନାହିଁ । ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ।

ମୁମ୍ବାଇ ଏବଂ ପୁଣେରେ ମ୍ୟାଚ୍‌ ପାଇଁ କାହିଁକି ସହମତ?

ମୁମ୍ବାଇ ଏବଂ ପୁଣେରେ ଥିବା ଚାରୋଟି ଗ୍ରାଉଣ୍ଡ ପରସ୍ପରର ନିକଟତର ହୋଇଥିବାରୁ ସେଠାରେ ସହଜରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ବ୍ୟତୀତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ (ବ୍ରାବର୍ନ ଷ୍ଟାଡିୟମ୍) ଏବଂ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହୋଇପାରିବ । ଏହି ସମୟ ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଦିଆଯିବ ନାହିଁ | ଖେଳାଳିଙ୍କୁ ମୁମ୍ବାଇ ଏବଂ ପୁଣେରେ ମ୍ୟାଚ୍ ପାଇଁ ବିମାନବନ୍ଦରକୁ ଯିବାକୁ ପଡିବ ନାହିଁ । ସେମାନେ ବସ୍ ଯୋଗେ ଯାତ୍ରା କରିପାରିବେ ।ଏଭଳି ପରିସ୍ଥିତିରେ ବାହାର ଲୋକଙ୍କଠାରୁ ଦୂରତା ବଜାୟ ରହିବ ।

ଆଇପିଏଲକୁ ଫେରିଲେ ଗୌତମ ଗମ୍ଭୀର, ମିଳିଲା ଏହି ଗୁରୁ ଦାୟିତ୍ବ
ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।

ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।

It’s a privilege to be in the contest again. Thanks Dr.Goenka for incl me in #LucknowIPLTeam as its mentor.The fire to win still burns bright inside me, the desire to leave a winner’s legacy still kicks me. I won’t be contesting for a dressing room but for the spirit & soul of UP

— Gautam Gambhir (@GautamGambhir) December 18, 2021

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ଟି ଟିମ୍ ଖେଳିବାକୁ ଯାଉଛନ୍ତି । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଲକ୍ଷ୍ନୌ ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କେ ଏଲ ରାହୁଲ ଏହି ଟିମର ଅଧିନାୟକ ମଧ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଇପିଏଲ ଅପଡେଟ୍: ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି
ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ।  ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

NEWS – VIVO IPL 2021 set to welcome fans back to the stadiums.

More details here – https://t.co/5mkO8oLTe3 #VIVOIPL

— IndianPremierLeague (@IPL) September 15, 2021

ପୂର୍ବରୁ କରୋନା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲ ମ୍ୟାଚର ମଜା ନେଇପାରିବେ । ଆଉ ଏଥିପାଇଁ ଆବଶ୍ୟକୀୟ ଟିକେଟ ଆଇପିଏଲର ଅଧିକାରୀକ ୱେବସାଇଟରେ ଉପଲବ୍ଧ ହେବ। ୟୁଏଇରେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ, ଶାରଜାହା ଏବଂ ଆବୁ ଧାବି ୩ଟି ଷ୍ଟାଡିୟମରେ ସୀମିତ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ । ଆଉ ଏହି ସମୟରେ କୋଭିଡ ଗାଇଡଲାଇନ ଓ ୟୁଏଇ ସରକାରଙ୍କ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ । ତେବେ ଷ୍ଟାଡିୟମକୁ କେତେ ଦର୍ଶକ ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବଳକା ମ୍ୟାଚ । ୟୁଏଇରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ରେ ଦୁବାଇରେ ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ ।