puri - The Sakala

ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ SOP ଅନୁଯାୟୀ ଗଣତି
ପୁରୀ: କିଛିଦିନର ବ୍ୟବଧାନ ପରେ ଆଜିଠୁ ପୁଣି ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି । ଆଜି ଏବଂ ଆସନ୍ତାକାଲି ଏହି ଗଣତି କରାଯିବ। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୨ ତାରିଖରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ। ସେ କହିଥିଲେ, ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ତାରିଖ ନିର୍ଦ୍ଧାରଣ କରାଯାଇଛି। ଏହି ଗଣତି ପ୍ରକ୍ରିୟା ସମୟରେ ଭକ୍ତମାନଙ୍କ ଦର୍ଶନ ଏବଂ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସ୍‌ଓପି ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପନ୍ନ ହେବ। ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମାବଳୀ ଓ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରଖାଯିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ପ୍ରବେଶ କରିପାରିବେ। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ଭିତରକାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠରୁ ହିଁ ହେବ। ଗଣତିମଣତି ପାଇଁ ପାଖାପାଖି ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ସମସ୍ତ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି।

ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା
ପୁରୀ: ପଥରରେ ଛେଚି ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା । ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପରିସରରେ ଥିବା ଏକ ପୋଖରୀ ନିକଟରେ ଏପରି ଏକ  ଅଭାବନୀୟ ଘଟଣା ଘଟିଯାଇଛି। କେହି ଦୁର୍ବୃତ୍ତ ଜଣେ ଅଜ୍ଞାତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ କିମ୍ବା ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ପୁରୀ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲେ। ବୁଧବାର ସକାଳେ ପୋଖରୀ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରାଯାଉଛି। ଏହା ସହିତ ସେହି ଅଞ୍ଚଳରେ ଅନ୍ୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ମଧ୍ୟ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଉକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ଓ ଧସ୍ତାଧସ୍ତି ହୋଇଥାଇପାରେ। ଏହି ସମୟରେ ଉତ୍ତେଜିତ ହୋଇ ଜଣେ ଅନ୍ୟ ଜଣଙ୍କ ଉପରକୁ ପଥରରେ ଆକ୍ରମଣ କରିଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି ଏବଂ ଆଖପାଖ ଲୋକଙ୍କୁ ପଚରାଉଚରା କରାଯାଉଛି।

ପୋଖରୀରୁ ମାଛ ଧରିବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଏକାଧିକ ଆହତ
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ମାଛ ଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ମାରପିଟରେ ୭ ଜଣ ଆହତ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଏକ ଚାଳ ଛପର ଘରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୂଚନା ଅନୁସାରେ ଉତ୍ତରଣ ମଠ ସାହି ଗାଁ ପୋଖରୀର ବ୍ୟବହାରକୁ ନେଇ ଦୀର୍ଘ ଦିନ ହେଲା ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା । ପ୍ରଥମେ କଥା କଟାକଟି ହୋଇଥିଲା । ମାଛ ଧରିବାକୁ ନେଇ ଦୁଇ ଗୋଷ୍ଠୀର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଉଭୟ ପକ୍ଷରୁ ପରସ୍ପର ଉପରକୁ ପଥରମାଡ଼ କରାଯାଇଥିଲା। ଏହି ସଂଘର୍ଷରେ ପ୍ରାୟ ୭ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ସଂଘର୍ଷ ସମୟରେ ଦୁର୍ବୃତ୍ତମାନେ ଏକ ଚାଳ ଛପର ଘରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଖବର ପାଇ ଚନ୍ଦନପୁର ଥାନା ଅଧିକାରୀ (IIC) ଏବଂ ଉପଖଣ୍ଡ ପୋଲିସ ଅଧିକାରୀ (SDPO) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି
ପୁରୀ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆସନ୍ତା ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ଶ୍ରୀମନ୍ଦିରର ପବିତ୍ର ରତ୍ନଭଣ୍ଡାରର ଅଳଙ୍କାର ଗଣତି ବା ଇନଭେଣ୍ଟୋରି (inventory) ପ୍ରକ୍ରିୟା ଅନୁଷ୍ଠିତ ହେବ।

ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣି ଏବଂ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ତାରିଖ ନିର୍ଦ୍ଧାରଣ କରାଯାଇଛି। ମନ୍ଦିର ପ୍ରଶାସନିକ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ଗଣତି ପ୍ରକ୍ରିୟା ସମୟରେ ଭକ୍ତମାନଙ୍କ ଦର୍ଶନ ଏବଂ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

SJTA ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପନ୍ନ ହେବ। ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମାବଳୀ ଓ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଣତି ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି।

ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ; ବାପା-ମା'ଙ୍କୁ ଛୁରୀ ଭୁସିଲା ପୁଅ, ଆକ୍ରମଣରେ ପୋଲିସ ବି ଆହତ
ନିମାପଡା: ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ନିଜ ବାପା-ମାଆଙ୍କୁ ଛୁରାମାଡ଼ କରିଥିବା ବେଳେ ଯୁବକଙ୍କୁ କାବୁ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ । ଗୋପ ଥାନା ଅଧିନ ଗଣେଶ୍ଵରପୁର ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଭିଯୁକ୍ତ ଯୁବକ କୌଣସି କାରଣକୁ ନେଇ ନିଜ ବାପା-ମାଆଙ୍କୁ ଛୁରାରେ ଆକ୍ରମଣ କରିଛି । ଘଟଣାରେ ଉଭୟ ଗୁରୁତର ଆହତ ହୋଇ ଗୋପ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପରେ ଘଟଣା ସ୍ଥଳକୁ ଯାଇଥିବା ପୋଲିସଙ୍କୁ ମଧ୍ୟ ଛୁରାରେ ଆକ୍ରମଣ କରିଛି ।

ସୂଚନା ଅନୁଯାୟୀ, ଗଣେଶ୍ୱରପୁର ଗାଁର ବାସିନ୍ଦା ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁଅ ବିକ୍ରମ ରଥ ସକାଳ ସମୟରେ ହଠାତ୍ ଉତକ୍ଷିପ୍ତ ହୋଇ ନିଜ ବାପାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ପରେ ସେ ନିଜ ମା'ଙ୍କୁ ମଧ୍ୟ ଛୁରୀ ଭୁସି ଦେଇଥିଲେ, ଯାହା ଫଳରେ ଉଭୟେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗୋପ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଗୋପ ଥାନାର ଏକ ପୁଲିସ ଟିମ୍ ଗାଁରେ ପହଞ୍ଚି ଅଭିଯୁକ୍ତ ବିକ୍ରମ ରଥଙ୍କୁ ହେପାଜତକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକ ଜଣକ ପୁଲିସ କର୍ମଚାରୀଙ୍କ ଉପରକୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ଏହା ପରେ ଅଭିଯୁକ୍ତ ଜଣକ ଛୁରୀ ଧରି ଏକ କୋଠରୀ ଭିତରେ ନିଜକୁ ବନ୍ଦ କରି ଦେଇଥିଲେ। ପୁଲିସ ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଘଟଣାକୁ କେନ୍ଦ୍ର କରି ସମଗ୍ର ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ରତ୍ନଚିତା, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଦାରୁବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ସେବତାୟତମାନେ ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ। ପ୍ରଥମ ଭୋଗମଣ୍ଡପ ଶେଷ ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆପାତତଃ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉ କି, ସ୍ନାନ ପୂର୍ଣ୍ଣିମାରେ ଠାକୁରେ ଅଣସର ପିଣ୍ଡିକୁ ବିଜେ କରିବାବେଳେ ରତ୍ନଚିତା ଓଲାଗି କରାଯାଇଥିଲା। ରଥରେ ମହାପ୍ରଭୁ ସୋଲଚିତା ଲାଗି ହୋଇଥିଲେ। ପରମ୍ପରା ମୁତାବକ, ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ। ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା, ବଡ଼ଠାକୁର ଲୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ।

ପୁରୀ ଶ୍ୱେତଗଙ୍ଗାରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଅଘଟଣ
ପୁରୀ: ପୁରୀର ବାଲିସାହି ସ୍ଥିତ ପବିତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ୧୮ ବର୍ଷୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ ବୋଲି ଜଣାପଡିଛି। ତୀର୍ଥ ପୁଷ୍କରିଣୀରେ ସ୍ନାନ କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସମ୍ବିତ ନିଜ ସାଙ୍ଗମାନଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ସମୁଦ୍ରରେ ସ୍ନାନ କରିବା ପରେ ସାଙ୍ଗମାନଙ୍କର ଏହି ଦଳ ପୁଣିଥରେ ସ୍ନାନ କରିବା ପାଇଁ ଶ୍ୱେତଗଙ୍ଗା ଯାଇଥିଲେ। ତେବେ ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ସମ୍ବିତଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ଜଳରେ ବୁଡ଼ି ଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ୪୫ ମିନିଟର ଅକ୍ଳାନ୍ତ ଉଦ୍ୟମ ପରେ ଉଦ୍ଧାରକାରୀ ଦଳ ସମ୍ବିତଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ପୁରୀ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ: 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପାଇଁ ବାହାରିଥିବା ନିଯୁକ୍ତି ପତ୍ର ଜାଲ୍
ପୁରୀ: ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପଦବୀ ପାଇଁ ଥିବା ନିଯୁକ୍ତି ପତ୍ରକୁ ଜାଲ୍ ବୋଲି ସ୍ପଷ୍ଟ କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)। ଏହି ପଦବୀ ପାଇଁ କୌଣସି ପ୍ରକାରର ନିଯୁକ୍ତି ପ୍ରକ୍ରିୟା କରାଯାଇନାହିଁ ବୋଲି ପ୍ରଶାସନ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।

ଭାଇରାଲ୍ ହେଉଥିବା ଏହି ଜାଲ୍ ନିଯୁକ୍ତି ପତ୍ରଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନର ଲେଟରହେଡ୍, ସିଲ୍ ଏବଂ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଜାଲ୍ ସ୍ୱାକ୍ଷର ବ୍ୟବହାର କରାଯାଇଛି। ଏହି ନିଯୁକ୍ତି ଗୃହ ବିଭାଗ ଅଧୀନରେ ଦିଆଯାଇଥିବା ଦାବି କରାଯାଇଛି। ଗଡ଼ମୃଗଶିରା ଅନ୍ତର୍ଗତ ଜାମରାସୁଆଁର ସ୍ୱସ୍ତି ପ୍ରୀତମ ପାଇକରଙ୍କ ନାମରେ ମଧ୍ୟ ଏଭଳି ଏକ ଚିଠି ଜାରି କରାଯାଇଥିବା ଦେଖିବାକୁ ମିଳିଛି। ସୂତ୍ର ଅନୁଯାୟୀ, ଅତି କମରେ ୧୬ ଜଣ ବ୍ୟକ୍ତିଙ୍କ ନାମରେ ଏଭଳି ନକଲି ନିଯୁକ୍ତି ପତ୍ର ସାମ୍ନାକୁ ଆସିଛି।

ଏହି ଭାଇରାଲ୍ ଦସ୍ତାବେଜକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର କାର୍ଯ୍ୟାଧିକାରୀ (ସୁରକ୍ଷା) ସ୍ପଷ୍ଟ କରିଛନ୍ତି ଯେ ଏହି ଚିଠିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରଶାସନ ପକ୍ଷରୁ ମନ୍ଦିର ସ୍କ୍ୱାଡ୍ ପାଇଁ କୌଣସି ନିଯୁକ୍ତି ଆଦେଶ ଜାରି କରାଯାଇନାହିଁ। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ଏବଂ ଏହି ଜାଲ୍ ଦସ୍ତାବେଜ୍ ପ୍ରସ୍ତୁତ ତଥା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଜେଟିଏ (SJTA) ପକ୍ଷରୁ ଚେତାବନୀ ଦିଆଯାଇଛି।

ୟୁନେସ୍କୋ ହେରିଟେଜ୍‌ ତାଲିକାରେ ରଥଯାତ୍ରାକୁ ସାମିଲ ପ୍ରସଙ୍ଗ: ବିଜେଡି କହିଲା, 'ଅପବାଦରୁ ବଞ୍ଚିବା ଲାଗି ଲୋକଦେଖାଣିଆ ପଦକ୍ଷେପ'
ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖିଥିବା ବେଳେ ବିଜେଡି ଏହାକୁ ନେଇ କଟାକ୍ଷ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆୟୋଜିତ ହୋଇଥିବା ସମସ୍ତ ତିନୋଟି ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାରେ ସରକାର ସକ୍ଷମ ହୋଇନାହାନ୍ତି। ଏପରି ସମୟରେ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ ଓ ରଥଯାତ୍ରାରେ ଘଟିଥିବା ଅଘଟଣଜନିତ ଅପବାଦରୁ ବଞ୍ଚିବା ପାଇଁ ଏକ ବାହାନା ବୋଲି କହିଛି ବିଜେଡି ।

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ପବିତ୍ର ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାରେ ରାଜ୍ୟ ସରକାର ସଫଳ ହୋଇପାରି ନାହାନ୍ତି ।  ୩ ବର୍ଷ ହେଲା ରଥଯାତ୍ରାରେ ବିଭ୍ରାଟ ଦେଖିବାକୁ ମିଳୁଛି। କେତେବେଳେ ଭକ୍ତମାନେ ଦଳାଚକଟାରେ ପ୍ରାଣ ହରାଉଛନ୍ତି ପୁଣି କେତେବେଳେ ନୀତି ନିୟମରେ ବିଭ୍ରାଟ ଦେଖିବାକୁ ମିଳୁଛି। ବଡ଼ଠାକୁର ପହଣ୍ଡି ବେଳେ ଖସି ପଡ଼ୁଛନ୍ତି, ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଉଛି, ଠାକୁରଙ୍କ ମୋଦକ ଚୋରି ହୋଇ ଯାଉଛି, ଠିକ୍‌ ସମୟରେ ରଥ ଟଣା ଯାଇ ପାରୁନାହିଁ। ପ୍ରତିବର୍ଷ ରଥଯାତ୍ରାବେଳେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଗଡ଼ୁଛି । ବିଭିନ୍ନ ସମୟରେ ଘଟୁଥିବା ଘଟଣାର ତଦନ୍ତ କେବଳ ନିର୍ଦ୍ଦେଶ ଭିତରେ ଅଟକି ଯାଇଛି। ଗୋଟିଏ ବି ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇ ପାରୁନାହିଁ। ବିଫଳ ପରିଚାଳନାର ଅପବାଦ ସରକାରଙ୍କ ମଥାରେ ଲାଗିଛି। ଏହଥିରୁ ମୁକୁଳିବା ପାଇଁ ୟୁନେସ୍କୋ ହେରିଟେଜ ତାଲିକାରେ ରଥଯାତ୍ରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚିଠି ଲେଖା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ। ୟୁନେସ୍କୋର ହେରିଟେଜ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପୂର୍ବରୁ ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

କଣାସରେ ବନ୍ୟା; ଗାଆଁ ଦାଣ୍ଡରେ ପଶିଲା ପାଣି, ବୁଡିଲା ଦକନ୍ଦା-ବାଲିପାଟଣା ରାସ୍ତା
କଣାସ: ପୁରୀ ଜିଲ୍ଲା କଣାସରେ ବନ୍ୟା । ଗାଆଁ ଦାଣ୍ଡରେ ପଶିଲା ପାଣି । ଦୋକନ୍ଦା, ଗଡବଲଭଦ୍ରପୂର୍ ଗାଆଁରେ ପଶିଲା ବନ୍ୟା ପାଣି। ବନ୍ୟା ପାଣିରେ ବୁଡିଲା ଦକନ୍ଦା-ବାଲିପାଟଣା ରାସ୍ତା । ଦୟାନଦୀ ବନ୍ଧ ଡେଇଁ ଗାଁଭିତରେ ପାଣି ଭର୍ତ୍ତି ଗାଁ ରାସ୍ତାରେ ଡେଉଁଛି ବନ୍ୟା ପାଣି । ଏମିତିକି ଘରେ ବି ଆଣ୍ଠୁଏ ଆଣ୍ଠୁଏ ପାଣି। ସ୍କୁଲରେ ବି ପଶିଛି ବନ୍ୟା ଜଳ। କଣାସ ବ୍ଲକ ନାନକେରା ସ୍କୁଲରେ ପଶିଛି ପାଣି। ଶ୍ରେଣୀଗୃହରେ ଅଣ୍ଟାଏଁ ଉଚ୍ଚର ପାଣି ଲହଡି ମାରୁଥିବାରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗିନ: ଯାଜପୁର, ଭଦ୍ରକ ଓ ପୁରୀରେ ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କରିଛି। ଲଗାଣ ବର୍ଷା ଓ ନଦୀ ବନ୍ଧ ଭାଙ୍ଗିବା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଜିଲ୍ଲା ଦେଇ ପ୍ରବାହିତ ତିନୋଟି ନଦୀର ୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି ଘାଇ ହୋଇଥିବା ବେଳେ ବୈତରଣୀର ଶାଖା ନଦୀ କାଣୀରେ ୨ଟି ଏବଂ ଖରସ୍ରୋତାର ଶାଖା ନଦୀ ନୂଆ ମହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ୨୫୦ ଗାଁ ଜଳମଗ୍ନ ହୋଇଛି ଏବଂ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୧୦,୦୦୦ ରୁ ଅଧିକ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସଙ୍ଗିନ ରହିଛି। ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ୧୮.୫୦ ଫୁଟରେ ପ୍ରବାହିତ ହେଉଛି, ଯେତେବେଳେ କି ଏଠାରେ ବିପଦ ସଙ୍କେତ ଥିଲା ୧୭.୦୦ ଫୁଟ। ଫଳରେ ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଏବଂ ଧାମନଗର ବ୍ଲକରେ ବନ୍ୟା ଜଳ ପଶିଯାଇଛି। ଅନ୍ୟପକ୍ଷରେ କଂସବାଂଶ ଓ ଗମେଇ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।

ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଳଙ୍ଗା ଠାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୫ ଫୁଟ ରହିଛି, ଯାହାର ବିପଦ ସଙ୍କେତ ଥିଲା ୧୦.୪୨ ଫୁଟ। ସେହିପରି ବାଉରିଆକଣା ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ୪.୯୫ ଫୁଟ ଥିବା ବେଳେ ଏବେ ତାହା ୫.୦୮ ଫୁଟରେ ପ୍ରବାହିତ ହେଉଛି।

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଲୋକମାନଙ୍କୁ ସୁରକ୍ଷା ଦେବା ସହ କ୍ଷୟକ୍ଷତି କମାଇବା ପାଇଁ ରିଲିଫ୍ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଭକ୍ତଙ୍କ ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥା’ନ୍ତି। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।