bank exam preparation - The Sakala

ବ୍ଯାଙ୍କ ପରୀକ୍ଷାରେ ସଫଳତା ପାଇବା ପାଇଁ..ଏହି ବିଷୟକୁ ଦିଅନ୍ତୁ ଗୁରୁତ୍ବ
ଆଜିର ସମୟରେ ଘରୋଇ କମ୍ପାନୀଗୁଡ଼ିକରେ ଅଧିକ କାର୍ଯ୍ୟଭାର ଓ ଚାକିରିକୁ ନେଇ ଅନିଶ୍ଚିତତା ଦେଖାଦେଉଥିବାରୁ ଅଧିକାଂଶ ଯୁବକ/ ଯୁବତୀ ବ୍ୟାଙ୍କିକୁ କ୍ୟାରିୟର୍ କରିବା ପାଇଁ ଚାହୁଁଛନ୍ତି। ଇଞ୍ଜିନିୟରିଂଠାରୁ ଆରମ୍ଭ କରି ସାଧାରଣ ସ୍ନାତକ ପଢ଼ିଥିବା ଛାତ୍ରଛାତ୍ରୀ ବ୍ୟାଙ୍କରେ ଚାକିରି କରିବାକୁ ପ୍ରାଥମିକତା ଦେଉଛନ୍ତି । ଏପରିକି ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି କରିବାକୁ ମଧ୍ୟ ଯୁବପିଢ଼ି ପଛଘୁଞ୍ଚା ଦେଉନାହାଁନ୍ତି । ଅନ୍ୟାନ୍ୟ ସରକାରୀ ଚାକିରି ପରି ବ୍ୟାଙ୍କ ଚାକିରିରେ ମଧ୍ୟ ବିଭିନ୍ନ ପଦୋନ୍ନତି, ଦରମା ବୃଦ୍ଧି ଆଦି ସୁବିଧା ରହିଛି।ଏହି କାରଣରୁ ପ୍ରତିବର୍ଷ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଦିନରାତି ପରିଶ୍ରମ କରି ବହୁତ କମ୍ ଛାତ୍ରଛାତ୍ରୀ ଏଥିରେ ସଫଳ ହୋଇଥାନ୍ତି । ବିଫଳତାରେ ହାର୍ ନ ମାନି କଠିନ ପରିଶ୍ରମ ସହିତ କେତେକ ଦିଗ ଉପରେ ଅଧିକ ଧ୍ୟାନ ଦେଲେ ସଫଳତା

ନିଶ୍ଚୟ ମିଳିପାରିବ…

ରିଜନିଂ

ବ୍ୟାଙ୍କ ପରୀକ୍ଷାରେ ଭଲ ନମ୍ବର ରଖିବାକୁ ଚାହୁଁଥିଲେ ପରୀକ୍ଷାର୍ଥୀମାନେ ରିଜନିଂ ବିଷୟକୁ ଅଗ୍ରାଧିକାର ଦେବା ଆବଶ୍ୟକ। ରିଜନିଂରେ ପଜଲ୍ ଓ ସିଟି ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ କରାଯାଏ । ଏହା ରିଜନିଂର ସବୁଠାରୁ ଗୁରୁତ୍ବପୂର୍ଣ ବିଭାଗ ଅଟେ । ଏଥିରେ ଭଲ ନମ୍ବର ରଖିବାକୁ ଚାହୁଁଥିଲେ କିଛି ସର୍ଟକର୍ଟ ଟ୍ରିକ୍ ନିରନ୍ତର ଅଭ୍ୟାସ କରିବାକୁ ପଡ଼ିବ । ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଜନିଂର ସର୍ଟକର୍ଟ ଟ୍ରିକ୍ ଶିଖାଯାଉଛି | ତାହାର ସାହାଯ୍ୟ ମଧ୍ୟ ନେଇପାରିବେ । ଏହାବାଦ୍ ରିଜନିଂର ଅନେକ ପୁସ୍ତକ ବଜାରରେ ମିଳୁଛି । ଏହାକୁ କିଣି ଅଭ୍ୟାସ କଲେ ପରୀକ୍ଷାରେ ନିଶ୍ଚିତ ଭଲ ନମ୍ବର ସହ କୃତକାର୍ଯ୍ୟ ହୋଇପାରିବେ ।

ଗଣିତ ଅଭ୍ଯାସ

ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀମାନେ ଆପ୍ଟିଟ୍ୟୁଡ୍ ବିଭାଗ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଏହି ବିଭାଗରେ ଗଣିତ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକ ପଚରାଯାଏ। ଯେପରିକି:- ବର୍ଗ, ଜ୍ୟାମିତି, ବୀଜ ଗଣିତ, ସଂଖ୍ୟା ପ୍ରଣାଳୀ, ଅନୁପାତ, ଶତକଡ଼ା, ସରଳ ସୁଧ, ଚକ୍ରବୃଦ୍ଧି ସୁଧ ସମୀକରଣ ଇତ୍ୟାଦି। ପରୀକ୍ଷାର୍ଥୀମାନେ ଏହି ବିଭାଗରେ ଅଧିକ ସମୟ ବ୍ୟୟ କରିଥାନ୍ତି। ଅଳ୍ପ ସମୟରେ ଆପ୍ଲିଟ୍ୟୁଡ୍ ବିଭାଗର ସମସ୍ତ ପ୍ରଶ୍ନ ସମାଧାନ କରିବାକୁ ହେଲେ କିଛି ସମୟୋପଯୋଗୀ କୌଶଳ ମନେରଖିବାକୁ ହେବ। ତେବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ବିଚଳିତ ହୋଇଯାଆନ୍ତି, କିନ୍ତୁ ଏହାକୁ ଥରେ ଭଲଭାବେ ଅଭ୍ୟାସ କରିଦେଲେ ଅନେକ ପ୍ରଶ୍ନ ସହଜରେ ସମାଧାନ କରିହେବ।

ଏରର୍ ଡିଟେକ୍‌ସନ୍

ଇଂରାଜୀ ବିଭାଗରେ ଭଲ ପ୍ରଦର୍ଶନ ପାଇଁ ଏରର୍ ଡିଟେକ୍‌ସନ୍‌ ବିଭାଗରେ ନିଜକୁ ଭଲଭାବେ ପ୍ରସ୍ତୁତ କରିବା ପାଇଁ ପଡ଼ିବ। ଏହି ବିଭାଗର ପ୍ରଶ୍ନଗୁଡ଼ିକ ସାଧାରଣତଃ ଇଂରାଜୀ ବ୍ୟାକରଣ ଉପରେ ପର୍ଯ୍ୟବସିତ। ଏହି ବିଭାଗରେ ନିଜକୁ ଦକ୍ଷ ପ୍ରମାଣିତ କରିବାକୁ ହେଲେ ବ୍ୟାକରଣ ବିଭାଗକୁ ଭଲଭାବେ ବୁଝିବା ଆବଶ୍ୟକ। ଏଥିପାଇଁ ନିରନ୍ତର ପ୍ରୟାସ ହିଁ ଏକମାତ୍ର ମନ୍ତ୍ର |

ସାଧାରଣ ଜ୍ଞାନ

ଉପରୋକ୍ତ ବିଷୟଗୁଡ଼ିକ ବ୍ୟାଙ୍କିଙ୍ଗ ପରୀକ୍ଷାରେ ସଫଳ ହେବାକୁ ନିଶ୍ଚୟ ସାହାଯ୍ୟ କରିବ। ଏହା ବ୍ୟତୀତ ପରୀକ୍ଷାର୍ଥୀଙ୍କୁ ସାଧାରଣ ଜ୍ଞାନ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହି ବିଭାଗର ଅଧିକାଂଶ ପ୍ରଶ୍ନ ବିଗତ ୬ ମାସରୁ ବର୍ଷେ ମଧ୍ୟରେ ସାମ୍ପ୍ରତିକ ଖବରଗୁଡ଼ିକରୁ ଆସିଥାଏ। ଏଥିପାଇଁ ନିୟମିତ ସମ୍ବାଦପତ୍ର ପଢ଼ିବା ସହ କୁଇଜ୍ ଭିତ୍ତିକବିଭିନ୍ନ ସାଇଟ୍‌ଗୁଡ଼ିକର ସାହାଯ୍ୟ ନେଇ ପାରିବେ ।