burla-vssut - The Sakala

ଭିସୁଟରେ ପୁଣି ରାଗିଂ ! ୩ ଜୁନିୟର ଛାତ୍ରଙ୍କୁ ମାଡ଼
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ ପୁଣି ଭିସୁଟ୍‍ରେ ରାଗିଂ ହୋଇଛି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରାବାସରେ ଏହି ରାଗିଂ ହୋଇଛି। ଏ ନେଇ ହଷ୍ଟେଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି କୁଳପତିଙ୍କ ନିକଟରେ ଏହି ଛାତ୍ରମାନେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟ କ୍ରତୁ ହଷ୍ଟେଲରେ ଦ୍ୱିତୀୟ ବର୍ଷର ଛାତ୍ର ରହୁଛନ୍ତି। ଶନିବାର ରାତିରେ ଏହି ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଅତ୍ରି ହଷ୍ଟେଲରେ ରହୁଥିବା ତୃତୀୟ ବର୍ଷର କେତେକ ଛାତ୍ର ଫୋନ୍‍ କରି ଡାକିଥିଲେ। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆଣ୍ଠେଇ ବସିବାକୁ କହିଥିଲେ। ୩ କନିଷ୍ଠ ଛାତ୍ର ଏହାକୁ ବିରୋଧ କରିବାରୁ ସେମାନେ ଗାଳିଗୁଲଜ କରିଥିଲେ। ତୃତୀୟ ବର୍ଷର ଛାତ୍ରମାନେ ମିଶି ଏହି ୩ ଛାତ୍ରଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ୩ ଛାତ୍ର ହଷ୍ଟେଲ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ରାଗିଂର ଶିକାର ଛାତ୍ରମାନେ ରବିବାର ହଷ୍ଟେଲ ୱାର୍ଡେନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରାବାସର ୱାର୍ଡେନ୍‍ ଅଭିଯୋଗ ପାଇଥିବା କହିଛନ୍ତି। ରାଗିଂ କି ଅନ୍ୟ କାରଣରୁ ଏପରି ହୋଇଛି ତାହା ସୋମବାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରବିବାର ୩ ଛାତ୍ରଙ୍କ ଅଭିଭାବକ ଆସି ସମ୍ୱଲପୁରରେ ପହଞ୍ଚିଛନ୍ତି। ସୋମବାର ସେମାନେ ଏ ସମ୍ପର୍କରେ କୁଳପତିଙ୍କ ନିକଟରେ ଅଭିଯୋଗ କରିବେ। ସୂଚନାଯୋଗ୍ୟ, ବାରମ୍ୱାର ରାଗିଂ ଭିସୁଟ୍‍ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।

ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ
ବୁର୍ଲା : ବୁର୍ଲାସ୍ଥିତ ଭିସୁଟ୍‌ ପରିସରରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍‌ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ  ଗତ କିଛିଦିନ ତଳେ ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହୋଇଥିବା ଖବର ପ୍ରସାରଣ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ତୁରନ୍ତ ଭିସୁଟର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବ ସହିତ ଗୋଟିଏ ଛାତ୍ରାବାସ ଓ ତାହାର ଆଖପାଖ ଅଞ୍ଚଳକୁ ବଫରଜୋନ ଘୋଷଣା କରାଯାଇଥିଲା।ପରେ ସମସ୍ତ ରିପୋଟ ଭୁଲ ରହିଥିବା ଜଣାପଡିବ ପରେ ଆଜି ବିଶ୍ୱବିଦ୍ୟାଳୟ ରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ବିଶ୍ୱବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ ହଟାଯିବା  ସହିତ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବାଉଁଶ ବାରିକେଡ କୁ ଖୋଲାଯାଇଛି।ଖୁବ ଶୀଘ୍ର ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଧେଶ ପ୍ରଦାନ କରାଯିବ ବୋଲି ଜଣା ପଡିଛି।

ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଭିସୁଟ୍‌ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା
ଭୁବନେଶ୍ବର : ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ କଲେଜ୍ ଖୋଲିବା ପରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପିଲାଙ୍କ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରଥମେ ଦୁଇଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ପରେ ଅନ୍ୟମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଦେଖାଗଲା ୨୫ଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏଣୁ ହଷ୍ଟେଲ ଗୁଡ଼ିକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ସପୃକ୍ତ ଅଞ୍ଚରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ବୁର୍ଲା ଅଞ୍ଚରେ ଏହାକୁ ଆତଙ୍କ ଖେଳିଯାଇ ଥିଲା । ହଠାତ୍ ଏତେ ସଂଖ୍ୟକ ଛାତ୍ର ଆକ୍ରାନ୍ତ ହେବା ଖବର ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇଥିଲା ।

ଏଥିନେଇ ସତର୍କତରାମୂଳକ ପଦକ୍ଷେପ ନିଆଯାଇ ପରୀକ୍ଷା ବାତିଲ୍ କରାଯାଇଥିଲା । ପାଠ ପଢ଼ା ବି ବ୍ୟାହତ୍ ହୋଇଥିଲା। ଅଭିଭାବକମାନେ ଚିନ୍ତାରେ ପଡ଼ିଥିଲେ । ଅନ୍‌ଲାଇନ୍ ପାଠପଢ଼ା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏତେଜଣ ଛାତ୍ର ଆକ୍ରାନ୍ତ ହୋଇଥିଲେ ବି ସେମାନଙ୍କ ଶରୀରରେ ସେଭଳି କିଛି ଲକ୍ଷଣ ପ୍ରତିଫଳିତ ହୋଇ ନଥିଲା । ସପୃକ୍ତ ଛାତ୍ରମାନଙ୍କର ଏବେ ଆର୍ଟିଫିସିଆଲ୍ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡ଼ିଲା କେହି ଜଣେ ହେଲେ ଛାତ୍ର କରୋନା ଆକ୍ରାନ୍ତ ହୋଇ ନାହାଁନ୍ତି । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଅନୁସନ୍ଧାନରୁ ଜଣାପଡ଼ିଲା ପରୀକ୍ଷା ହୋଇଥିବା କିଛି କିଟ୍ ଖରାପ ଥିବା ଯୋଗୁ ରିପୋର୍ଟ ପଜେଟିଭ୍ ଆସିଥିଲା ।