Privatization - The Sakala

ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)କୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରକ୍ରିୟା ଆଗକୁ ବଢ଼ିବା ପରେ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶର ୧୧ଟି ବିମାନବନ୍ଦରକୁ ୫ଟି ଗ୍ରୁପ୍‌ରେ ବିଭକ୍ତ କରି ପିପିପି ମୋଡ୍‌ରେ ଦୀର୍ଘମିଆଦୀ ଲିଜ୍‌ରେ ଦେବା ପାଇଁ ଯୋଜନା ରହିଥିବାବେଳେ ଭୁବନେଶ୍ୱର ସହ ହୁବ୍‌ଲି ବିମାନବନ୍ଦରକୁ ଗୋଟିଏ ଗ୍ରୁପ୍‌ରେ ରଖାଯାଇଛି।

ତେବେ ଲାଭଜନକ ଭାବେ ପରିଚାଳିତ ହେଉଥିବା ଭୁବନେଶ୍ୱର ବିମାନବନ୍ଦରକୁ ଘରୋଇ ପରିଚାଳନାକୁ ଦେବା ପରେ ଏହାର ସିଧାସଳଖ ପ୍ରଭାବ ଯାତ୍ରୀଙ୍କ ଉପରେ ପଡ଼ିବା ଆଶଙ୍କା କରାଯାଉଛି। ବିଶେଷକରି ପାର୍କିଂ ଫି, ଲାଉଞ୍ଜ ସେବା, ଖାଦ୍ୟପେୟ ଏବଂ ବିମାନବନ୍ଦର ସହ ଜଡ଼ିତ ବିଭିନ୍ନ ଦେୟ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।  ହାଇଦରାବାଦ ବିମାନବନ୍ଦରରେ ଯାତ୍ରୀଙ୍କଠାରୁ ବହୁ ଅଧିକ ‘ୟୁଜର ଡେଭଲପମେଣ୍ଟ ଫି’ (ୟୁଡିଏଫ୍‌) ଆଦାୟ ହେଉଥିବାବେଳେ ଅନ୍ତର୍ଜାତୀୟ ଯାତ୍ରୀଙ୍କ କ୍ଷେତ୍ରରେ ଏହି ଦେୟ ଆହୁରି ଅଧିକ। ବର୍ତ୍ତମାନ ଭୁବନେଶ୍ୱରରେ ଗାଡ଼ି ପାର୍କିଂ ପାଇଁ ପ୍ରାୟ ୬୦ ଟଙ୍କା ଦେବାକୁ ପଡ଼ୁଥିବାବେଳେ ହାଇଦରାବାଦରେ ଏହା ପ୍ରାୟ ୨୫୦ ଟଙ୍କା ଥିବା ଉଦାହରଣ ଦିଆଯାଉଛି। ତେଣୁ ଘରୋଇ ପରିଚାଳନାକୁ ଯିବା ପରେ ଭୁବନେଶ୍ୱରରେ ମଧ୍ୟ ପାର୍କିଂ ଫି ବଢ଼ିବା ନେଇ ଆଶଙ୍କା ରହିଛି। ସେହିପରି ବିମାନବନ୍ଦର ଲାଉଞ୍ଜରେ ମିଳୁଥିବା ଖାଦ୍ୟପେୟ ଓ ଅନ୍ୟାନ୍ୟ ସେବାର ମୂଲ୍ୟକୁ ନେଇ ମଧ୍ୟ ଯାତ୍ରୀଙ୍କ ଚିନ୍ତା ବଢ଼ିଛି।

ଭୁବନେଶ୍ୱର ବିମାନବନ୍ଦରର ଭିତ୍ତିଭୂମି ବିକାଶରେ ବର୍ଷ ବର୍ଷ ଧରି ସରକାରୀ ଅର୍ଥ ବ୍ୟୟ ହୋଇଛି। ନୂଆ ଟର୍ମିନାଲ, ରନ୍‌ୱେ, ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ବିପୁଳ ସରକାରୀ ନିବେଶ ହୋଇଥିବାବେଳେ ଏବେ ଏହାକୁ ଦୀର୍ଘମିଆଦୀ ଲିଜ୍‌ରେ ଘରୋଇ ଅପରେଟରଙ୍କୁ ଦେବାର ଯୌକ୍ତିକତାକୁ  ନେଇ ପ୍ରଶ୍ନ ଉଠିଛି। ଘରୋଇକରଣରୁ କେନ୍ଦ୍ର ସରକାର କେତେ ରାଜସ୍ୱ ପାଇବେ ଏବଂ ଭବିଷ୍ୟତରେ ଯାତ୍ରୀଙ୍କଠାରୁ କେତେ ଅଧିକ ଦେୟ ଆଦାୟ ହେବ ଆଦି  ଦୁଇଟି ପ୍ରଶ୍ନ ଏବେ ଗୁରୁତ୍ୱ ବହନ କରୁଛି। ଏହାଛଡ଼ା ବିମାନବନ୍ଦରର ଭବିଷ୍ୟତ ବିକାଶର ଖର୍ଚ୍ଚ କିଏ ବହନ କରିବ ଏବଂ ତାହାର ଆର୍ଥିକ ଭାର ଶେଷରେ ଯାତ୍ରୀଙ୍କ ଉପରେ ପଡ଼ିବ କି ନାହିଁ, ସେ ନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ। ଭୁବନେଶ୍ୱର ବିମାନବନ୍ଦରର ଯାତ୍ରୀ ଚାହିଦା ବଢ଼ୁଥିବାରୁ ନୂଆ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି। ଏୟାରପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ପକ୍ଷରୁ ଟର୍ମିନାଲ-୩ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଏପରି ସମୟରେ ବିମାନବନ୍ଦରକୁ ପ୍ରାୟ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଲିଜ୍‌ ଦେବା ଯୋଜନା କାହିଁକି ଆବଶ୍ୟକ ହେଲା, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଭୁବନେଶ୍ୱର ବିମାନବନ୍ଦର ଓଡ଼ିଶାର ବିମାନ ସଂଯୋଗର ପ୍ରମୁଖ ଦ୍ୱାର। ତେଣୁ ଏହାର ଘରୋଇକରଣ କେବଳ ଏକ ବାଣିଜ୍ୟିକ ନିଷ୍ପତ୍ତି ନୁହେଁ; ଏହାର ପ୍ରଭାବ ଯାତ୍ରୀଙ୍କ ଖର୍ଚ୍ଚ, ରାଜ୍ୟର ସଂଯୋଗ, ନିବେଶ ଓ ଭବିଷ୍ୟତ ବିକାଶ ଉପରେ ପଡ଼ିବ। ତେଣୁ ଲିଜ୍‌ ଚୁକ୍ତିରେ ଯାତ୍ରୀ ସ୍ୱାର୍ଥ ସୁରକ୍ଷା, ଫି ନିୟନ୍ତ୍ରଣ ଓ ସେବାର ମାନ ସମ୍ପର୍କରେ କେଉଁ ସର୍ତ୍ତ ରହିବ, ତାହା ସ୍ପଷ୍ଟ କରିବାକୁ ଦାବି ଜୋର ଧରିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି। ରାଜ୍ୟର ସମ୍ପଦ ଲୁଟ୍‌ ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପାଟି ଖୋଲୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି। ଯାହାକି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭଜନକ ବିମାନ ବନ୍ଦର। ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ପ୍ରାୟ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି। ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି। ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି। ଏମଏମଡିଆର ଆଇନ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି। ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି।

କେନ୍ଦ୍ର ସରକାରଙ୍କ ମନିଟାଇଜେସନ୍‌ ସ୍କିମ୍‌ : ବିକ୍ରି ହେବ ରେଳ ଷ୍ଟେସନ, ଯାତ୍ରୀବାହୀ ଟ୍ରେନ୍, ମାଲ ପରିବହନ ଟର୍ମିନାଲ
ନୂଆଦିଲ୍ଲୀ : ସରକାରୀ ସମ୍ପତ୍ତିଗୁଡିକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ କେନ୍ଦ୍ର ସରକାର ସମ୍ପ୍ରତି ଜୋରଦାର ପ୍ରୟାସ ଆରମ୍ଭ ଦେଇଛନ୍ତି। ଆସେଟ୍‌ ମନିଟାଇଜେସନ୍‌ ସ୍କିମ୍‌ରେ ସରକାର ଏପରି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ରେଳବାଇର ରେଳ ଷ୍ଟେସନ, ଯାତ୍ରୀବାହୀ ଟ୍ରେନ୍ ଓ ମାଲ ପରିବହନ ଟର୍ମିନାଲ ଆଦିକୁ ବିକ୍ରି କରି ରାଜସ୍ବ ସଂଗ୍ରହ କରାଯିବ। ଏପରି କରି ସରକାରୀ ସମ୍ପତ୍ତି ବିକ୍ରି ଜରିଆରେ ସରକାର ୧୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ହେଲେ ଯୋଜନାରେ କିଛି ବିଭାଗର ଅଗ୍ରଗତିକୁ ନେଇ ଚିନ୍ତାପ୍ରକଟ କରାଯାଇଛି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛି।

ଆସେଟ୍‌ ମନିଟାଇଜେସନ୍‌ କ୍ଷେତ୍ରରେ କିଛି ବିଭାଗର ମନ୍ଥର ଅଗ୍ରଗତି ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇ ରହିଛି। ନିକଟରେ କେନ୍ଦ୍ର କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସମ୍ପତ୍ତି ବିମୁଦ୍ରାୟନ ମାମଲାରେ ରେଳ, ପର୍ଯ୍ୟଟନ ଏବଂ ଟେଲିକମ୍ ବିଭାଗର ମନ୍ଥର ଅଗ୍ରଗତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଳବାଇ ଏହାର ଲକ୍ଷ୍ୟକୁ ୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରିବାକୁ ଦାବି କରିଥିଲା, ଯାହାକୁ କମିଟି ପ୍ରତ୍ୟାଖ୍ୟାନ କରିଛି। ଗତଥର ମଧ୍ୟ ରେଳବାଇକୁ ୧ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଦିଆଯାଇଥିଲା, କିନ୍ତୁ ଏହା କେବଳ ୩୦% ଲକ୍ଷ୍ୟ ହାସଲ କରିପାରିଥିଲା। କମିଟି ରେଳବାଇ ବୋର୍ଡ ଅଧ୍ୟକ୍ଷ ସତୀଶ କୁମାରଙ୍କୁ ନୂତନ ଏବଂ ଉତ୍ତମ ଉପାୟ ଖୋଜିବାକୁ କହିଛି। ଅଶୋକ ହୋଟେଲ ଚୁକ୍ତିରେ ପର୍ଯ୍ୟଟନ ବିଭାଗର ଶିଥିଳତା ଉପରେ ମଧ୍ୟ କମିଟି ଚିନ୍ତା ପ୍ରକାଶ କରିଛି।

ଏହି ଚୁକ୍ତି ବହୁତ ମନ୍ଥର ଗତିରେ ଚାଲିଛି। ବିଏସଏନଏଲ ଟାୱାର ବିକ୍ରି ଯୋଜନାକୁ ବାତିଲ କରିବା ପାଇଁ କମିଟି ଦୂରସଞ୍ଚାର ବିଭାଗ (ଡିଓଟି)କୁ ମଧ୍ୟ ଭର୍ତ୍ସନା କରିଛି। କମିଟି କହିଛି ଯେ ବିଏସଏନଏଲ ତାର ଋଣ ପରିଶୋଧ ପାଇଁ କେବଳ ସରକାରୀ ପାଣ୍ଠି ଉପରେ ନିର୍ଭର କରିପାରିବ ନାହିଁ। ବିଏସଏନଏଲ ଏକ ସରକାରୀ ଟେଲିକମ୍ କମ୍ପାନୀ ଯାହା ପ୍ରବଳ ଋଣ ବୋଝରେ ବୁଡ଼ି ରହିଛି। ଏହାର ଟାୱାରଗୁଡ଼ିକୁ ବିକ୍ରିକରି କିଛି ଅର୍ଥ ମିଳିପାରିଥାନ୍ତା, କିନ୍ତୁ ବିଭାଗ ଏହି ଯୋଜନାକୁ ବାତିଲ କରିଦେଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ମଧ୍ୟ ଗ୍ୟାସ ପାଇପଲାଇନ ନେଟୱାର୍କ ବିକ୍ରି ଯୋଜନାକୁ ପୁନଃଆରମ୍ଭ କରିବାକୁ କୁହାଯାଇଛି। ଏହାସହିତ, ପରବର୍ତ୍ତୀ ଚକ୍ରରେ ୩୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୩୦ ସୁଦ୍ଧା ସରକାରୀ ସମ୍ପତ୍ତି ବିକ୍ରି କରି ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀରେ ଜମି ବିକ୍ରୟରୁ ମାତ୍ର ୫୦୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି, ଯାହାକୁ କମିଟି ଅତ୍ୟଧିକ କମ୍ ବୋଲି କହିଛି।

ଏଲ୍‌ଆଇସି ଆଇପିଓ ପରେ ସରକାର ବିକିବେ ଆଉ ଏକ ବୀମା କମ୍ପାନୀ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମକ(ଏଲଆଇସି)ର ପ୍ରାରମ୍ଭିକ ପବ୍ଲିକ୍‌ ଅଫର (ଆଇପିଓ) ପରେ ସରକାର ଆଉ ଏକ ବୀମା କମ୍ପାନୀର ଘରୋଇକରଣ କରିପାରନ୍ତି। ଏକ ରିପୋର୍ଟ ଅନୁସାରେ ସରକାର ଦେଶର ତିନି ସାଧାରଣ ବୀମା କମ୍ପାନୀ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ, ୟୁନାଇଟେଡ୍ ଇନସ୍ୟୁରାନ୍ସ କମ୍ପାନୀ ଏବଂ ଓରିଏଣ୍ଟାଲ ଇଣ୍ଡିଆ ଇନସ୍ୟୁରାନ୍ସ ମଧ୍ୟରୁ ଗୋଟିଏ କମ୍ପାନୀକୁ ଘରୋଇ ହାତକୁ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁସାରେ ଏହି କମ୍ପାନୀଗୁଡିକର ପ୍ରଥମ ତ୍ରୈମାସିକ ବ୍ୟବସାୟିକ ଫଳାଫଳ ଆସିବା ପରେ କମ୍ପାନୀକୁ କାହାକୁ ବିକ୍ରି କରାଯିବା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହାସହ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ସେହି ସମୟ ସୁଦ୍ଧା ସେୟାର ବଜାରରେ ଏଲଆଇସିର ଲିଷ୍ଟିଂ ଶେଷ ହୋଇସାରିଥିବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସକୁ ୧୪୮୫ କୋଟିର କ୍ଷତି ହୋଇଥିଲା, କିନ୍ତୁ ଭିନ୍ନ ଭିନ୍ନ ବୀମା ବିଭାଗରେ ବଜାରରେ ବ୍ୟାପକ ଉପସ୍ଥିତି ଏବଂ ସାରା ଦେଶରେ ଭଲ ଉପସ୍ଥିତିକୁ ଦେଖିଲେ ୟୁନାଇଟେଡ୍ ଇନସ୍ୟୁରାନ୍ସ କମ୍ପାନୀର ଘରୋଇକରଣ ହୋଇପାରେ। ତେବେ କେଉଁ କମ୍ପାନୀର ଘରୋଇକରଣ ପାଇଁ ସୁପାରିସ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

ରେଳାବାଇରେ ଘରୋଇକରଣର ପ୍ରଭାବ: ପ୍ଲାଟଫର୍ମ ଟିକଟ ମୂଲ୍ୟ ଥିଲା ୧୦, ହେଲା ୫୦
ନୂଆଦିଲ୍ଲୀ: ସରକାରୀ ସଂସ୍କାର ଘରୋଇକରଣର ପ୍ରଭାବ ଲୋକଙ୍କ ଉପରେ ଅନୁଭୂତ ହେବାରେ ଲାଗିଛି। କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିବା ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍‌ଏମ୍‌ପି) ପ୍ଲାନ୍ ଅନୁଯାୟୀ ଦେଶରେ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପରି ବିକ୍ରି କରାଯିବ । ଏହି ସମ୍ପରି ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ବିମାନ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍, ଖଣି ଏବଂ ଷ୍ଟାଡିୟମ୍ ଆଦି ରହିଛି । କିନ୍ତୁ ଏହି ପ୍ଲାନ୍ ଲାଗୁ କରାଯିବା ପରେ ଏହାର ଫଳ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି। ରେଳ ଷ୍ଟେସନଗୁଡିକର ପ୍ଲାଟଫର୍ମ ଟିକଟ ଦର ଆକାଶଛୁଆଁ ହୋଇଯାଇଛି। ଯେଉଁ ପ୍ଲାଟଫର୍ମ ଟିକଟ ମୂଲ୍ୟ ପୂର୍ବରୁ ୧୦ ଟଙ୍କା ରହିଥିଲା ଘରୋଇକରଣ ପରେ ତାହା ଏବେ ୫୦ ଟଙ୍କା ହୋଇଯାଇଛି । ଏହା ଘରୋଇ ସଂସ୍ଥାର ଏକଚାଟିଆ କାର୍ଯ୍ୟକୁ ପ୍ରତିପାଦିତ କରୁଛି ।

ଘରୋଇକରଣ ପରେ ଭୋପାଳର ହବିବଗଞ୍ଜ ଷ୍ଟେସନ ପ୍ରଥମ କରି ନିର୍ମାଣ କରାଯାଇଛି। ବ୍ୟକ୍ତିଗତ ହାତକୁ ଯିବା ପୂର୍ବରୁ ଏହାର ପ୍ଲାଟଫର୍ମ ଟିକେଟ୍ ଦର ୧୦ ଟଙ୍କା ରହିଥିଲା, ବର୍ତ୍ତମାନ ଏହାକୁ ୫୦ ଟଙ୍କା କରାଯାଇଛି । ହବିବଗଞ୍ଜ ଷ୍ଟେସନକୁ ପ୍ରତିଦିନ ହାରାହାରି ୪୦,୦୦୦ ଲୋକ ଆସନ୍ତି । ଏକ ଆକଳନ ଅନୁଯାୟୀ, ଏଠାକୁ ଆସୁଥିବା ୫୦%ରୁ ଅଧିକ ଯାତ୍ରୀ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସାଙ୍ଗ ମାନଙ୍କ ସହିତ ଆସନ୍ତି ହେଲେ ପ୍ଲାଟଫର୍ମ ଭିତରକୁ ଯାଆନ୍ତିନାହିଁ। ସେମାନେ ବାହାରୁ ଫେରିଯାଆନ୍ତି। କାରଣ ଏହି ରେଳ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ହେଉଛି । ୫୦ ଟଙ୍କା । ବର୍ତ୍ତମାନ କେନ୍ଦ୍ର ସରକାର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବେସରକାରୀ କମ୍ପାନୀମାନଙ୍କୁ ୪୦୦ ଷ୍ଟେସନର ଦାୟିତ୍ୱ ଦେବାକୁ ଯାଇଛନ୍ତି। କାଲକା-ସିମଳା, ପର୍ଯ୍ୟଟନ ସ୍ଥାନ ସହିତ ଦାର୍ଜିଲିଂ ରେଳପଥର ଚଳାଚଳ ଦାୟିତ୍ୱ ଘରୋଇ ଅନୁଷ୍ଠାନକୁ ଦିଆଯିବ । ୧୪୦୦ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକ୍ ମଧ୍ୟ ଲିଜରେ ଦିଆଯିବ ।

ସେହିଭଳି ସରକାର ଘରୋଇ କମ୍ପାନୀ ହାତକୁ ତେଜସ୍ ଟ୍ରେନ ଦେଇଛନ୍ତି । ଡାଇନାମିକ୍ ଭଡା ବ୍ୟବସ୍ଥା ମାଧ୍ୟମରେ ଏହାର ଟିକେଟ୍‌ ଉପଲବ୍ଧ । ଏହାର ଅର୍ଥ ହେଉଛି ଚାହିଦା ଯେତେ ଅଧିକ, ଟିକେଟ୍ ସେତେ ମହଙ୍ଗା ହେବ । ୨୩ ସେପ୍ଟେମ୍ବର ୨୦୧୯ରେ ଅନେକ ଲୋକ ଦିଲ୍ଲୀରୁ ଲକ୍ଷ୍ନୌକୁ ୪୩୦୦ ଟଙ୍କାରେ ଟିକଟ କିଣିଥିଲେ | ସାଧାରଣ ଦିନରେ ଏହାର ଭଡ଼ା ୧୭୦୦ ଟଙ୍କା । ବର୍ତମାନ ସରକାର ୯୦ଟି ଯାତ୍ରାବାହୀ ଟ୍ରେନ୍‌ ବ୍ୟକ୍ତିଗତ ହାତରେ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅର୍ଥାତ୍ ଯଦି ଟ୍ରେନ୍ ଘରୋଇ କମ୍ପାନୀ ହାତରେ ଥାଏ, ତେବେ ଟିକେଟ ଦୁଇଗୁଣରୁ ଅଧିକ ହେବ | କାରଣ ରେଳ ସମ୍ପତ୍ତିକୁ ଭଡାରେ ଦେଇ ସରକାର ୧.୫ ଲକ୍ଷ କୋଟି ଟଙ୍କା ପାଇବେ। ଏଠାରେ ସୂଚନାଯୋଗ୍ୟ ଯେ ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍ଏମ୍) ପ୍ଲାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ପାରାଦୀପ ବନ୍ଦର ରହିଥିବାବେଳେ ଭୁବନେଶ୍ୱରର କଳିଙ୍ଗ ଅଶୋକା ହୋଟେଲ ଏବଂ ପୁରୀର ହୋଟେଲ ନୀଳାଚଳ ଅଶୋକ ରହିଛି ।