niti ayoga - The Sakala
ନୀତି ଆୟୋଗ ବୈଠକରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି ଉଠାଇଲେ ନବୀନ
ଭୁବନେଶ୍ବର: ନୀତି ଆୟୋଗ ବୈଠକରେ ଓଡିଶା ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ। ବୈଠକରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି। ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି। ତେଣୁ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବାକୁ ଦାବି କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ରାଜ୍ୟ ସ୍ବାର୍ଥ ସଂପର୍କିତ ଅନେକ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। ସେହିପରି ପ୍ରଧାମମନ୍ତ୍ରୀ ଆବାସ ଯୋଜନା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ ।
ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏଥିସହ ବୈଠକରେ ଏଏସଆଇ ଓ ଏଏମ୍ଏସ୍ଏଆର୍ ରୂପାନ୍ତରଣ ଦାବି କରିଛନ୍ତି। ଏହାର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜଣାଇଛନ୍ତି । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ।
ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କୋଭିଡ୍ ମହାମାରୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତା’ର କ୍ରୀଡା ଦକ୍ଷତା ଦେଖାଉଛି। ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ପାଇଁ ମାତୃଭୂମି ଆଜି ଗର୍ବିତ।
ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ ଦେଶରେ ଉଦାହରଣୀୟ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଜାତିସଂଘଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଓ ବିଶିଷ୍ଟ ଶିଳ୍ପପତିମାନେ ‘ୟସ୍‍’ ମୁକାବିଲାରେ ସଫଳତା ପାଇଁ ଓଡ଼ିଶଶକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ‘ନିତି’ ଆୟୋଗ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଓ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଆଉ ଏକ ସ୍ୱୀକୃତିର ମୋହର ଲଗାଇଛି। ଗୁରୁବାର ‘ନିତି’ ଆୟୋଗ ପକ୍ଷରୁ ଜାରି ହୋଇଥିବା ତୃତୀୟ ସଂସ୍କରଣ ନିରନ୍ତର ବିକାଶ ଇଣ୍ଡେକ୍ସରେ ଓଡ଼ିଶା ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ରୂପାୟଣରେ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ୭୦ ପଏଣ୍ଟ ସହ ଓଡ଼ିଶା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ କେରଳ (୬୯), ନାଗାଲାଣ୍ଡ (୬୯), ଗୁଜରାଟ (୬୭), ମିଜୋରାମ (୬୬) ଓ ସିକିମ୍‍ (୬୫) ଭଳି ରାଜ୍ୟ ରହିଛନ୍ତି। ଏ କ୍ଷେତ୍ରରେ ବିହାର ସବୁଠୁ ତଳେ ରହି ମାତ୍ର ୧୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୭୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି।
ବିଶେଷ ଭାବରେ ୫ଟି ପ୍ରମୁଖ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡ଼ିକୁ ପଏଣ୍ଟ ପ୍ରଦାନ କରାଯାଇଥାଏ। ପ୍ରଥମ ହେଉଛି ଜଳବାୟୁ ସଂକ୍ରାନ୍ତ ବିପତ୍ତିରେ ପ୍ରତି ୧ କୋଟି ଲୋକସଂଖ୍ୟା ଅନୁପାତରେ ପ୍ରାଣ ହରାଉଥିବା ଲୋକସଂଖ୍ୟା। ବିପର୍ଯ୍ୟୟ ସ୍ଥିରତା ସୂଚକାଙ୍କ ଅନୁସାରେ ମୁକାବିଲା ନିମନ୍ତେ ପଦକ୍ଷେପ, ମୋଟ ସ୍ଥାପିତ କ୍ଷମତା ମଧ୍ୟରୁ ଅକ୍ଷୟ ଶକ୍ତିର ଅନୁପାତ, ପ୍ରତି ୧୦୦୦ ଜନସଂଖ୍ୟାରେ ଏଲ୍‍ଇଡି ବଲ୍‍ବ ବ୍ୟବହାର କରି ଅଙ୍ଗାରକାମ୍ଳ ଗ୍ୟାସ୍‍ ସଞ୍ଚୟ ଓ ପ୍ରତି ୧୦୦୦୦ ଜନସଂଖ୍ୟାରେ ବାୟୁ ପ୍ରଦୂଷଣ ଆଦିକୁ ମାନକ ରୂପେ ଗ୍ରହଣ କରାଯାଇଥାଏ। ଏହି ମାନକରେ ଓଡ଼ିଶା ସବୁଠାରୁ ଶୀର୍ଷସ୍ଥାନ ଅଧିକାର କରିଛି।
୨୦୨୦ ସୁଦ୍ଧା ସାରା ଦେଶରେ ଏଲ୍‍ଇଡି ବଲ୍‍ବ ବଦଳାଯାଇଛି ଏବଂ ୩୮.୬ ନିୟୁତ ଟନ୍‍ କାର୍ବନ ଡାଇଅକ୍ସାଇଡ୍‍(ଅଙ୍ଗାରକାମ୍ଳ) ଉତ୍ପନ୍ନ ହେବାକୁ ରୋଗାଯାଇ ପାରିଛି। ଏହି ସାରଣୀରେ ମଧ୍ୟ ଓଡ଼ିଶା ସାରା ଦେଶରେ ଶୀର୍ଷସ୍ଥାନରେ ରହିଛି। ଓଡ଼ିଶା ସର୍ବାଧିକ ୫.୫ ନିୟୁତ ଟନ୍‍ ଅଙ୍ଗାରକାମ୍ଳକୁ ରୋକାଯାଇପାରିଛି। ଓଡ଼ିଶା ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରି ରାଜ୍ୟ ରହିଛି। ଅନ୍ୟପକ୍ଷରେ ୧ କୋଟି ଜନସଂଖ୍ୟା ତୁଳନାରେ ପାଣିପାଗ ସଂକ୍ରାନ୍ତ ବିପର୍ଯ୍ୟୟରେ ଜୀବନହାନି ସଂଖ୍ୟା ଓଡ଼ିଶାରେ ମାତ୍ର ୨୨.୭୮। ସେହିପରି ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ୫୦ରୁ ୨୨ ଓ ଅକ୍ଷୟ ଶକ୍ତି ପରିଚାଳନାରେ ଓଡ଼ିଶାକୁ ମୋଟ ୪୦ ନମ୍ବରରୁ ୩୧.୪୦ ନମ୍ବର ମିଳିଛି। ବାୟୁ ପ୍ରଦୂଷଣ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି।
ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୧୬ଟି ପ୍ରସଙ୍ଗରେ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହି ସଂସ୍କରଣରେ ୧୭ଟି ଉଦ୍ଦେଶ୍ୟ, ୭୦ଟି ଲକ୍ଷ୍ୟ ଓ ୧୧୫ଟି ମାନକକୁ ଅନୁଧ୍ୟାନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଜାତିସଂଘ ସହଯୋଗରେ ଏହାକୁ ବିକଶିତ କରାଯାଇଛି ଓ ୨୦୧୮ ମସିହାରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ତେବେ ୨୦୨୦-୨୧ରେ ସବୁ ବିଷୟକୁ ନେଇ ପ୍ରସ୍ତୁତ ସାମଗ୍ରିକ ରିପୋର୍ଟରେ କେରଳ ୭୫ ପଏଣ୍ଟ ସହ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ତାମିଲନାଡ଼ୁ ଓ ହିମାଚଳ ପ୍ରଦେଶ ଦ୍ୱିତୀୟ (୭୪ ପଏଣ୍ଟ), ଆନ୍ଧ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଗୋଆ (୭୨ ପଏଣ୍ଟ) ସହ ତୃତୀୟ ସ୍ଥାନରେ ରହିଛନ୍ତି। ସାମଗ୍ରିକ ରିପୋର୍ଟରେ ଓଡ଼ିଶା ୬୧ ନମ୍ବର ପାଇଛି। ଓଡ଼ିଶା ତଳକୁ ଉତ୍ତରପ୍ରଦେଶ, ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଆସାମ, ଝାଡ଼ଖଣ୍ଡ ଓ ବିହାର ପରି ରାଜ୍ୟ ରହିଛନ୍ତି। ରିପୋର୍ଟ ଜାରି କରି ‘ନିତି’ ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର କହିଛନ୍ତି ଯେ ଏସ୍‍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡ୍ୟାସ୍‍ବୋର୍ଡ଼ ମାଧ୍ୟମରେ ରାଜ୍ୟଗୁଡ଼ିକର ନିରନ୍ତର ବିକାଶକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।
ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାର ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।
ଯୋଜନା ଓ ସଂଯୋଜକ ବିଭାଗ ପକ୍ଷରୁ ଅଫିସରଙ୍କ ନାଁର ତାଲିକା ପ୍ରକାଶ ପାଇଛି । ଏପ୍ରିଲ ପହିଲାରୁ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିବେ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଏମଏସଏମଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଦାୟିତ୍ବରେ ରହିବେ । ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ରାୟଗଡା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବଙ୍କୁ ବଲାଙ୍ଗୀର ଜିଲ୍ଲା ଦାୟିତ୍ବ ମିଳିଛି ।
ଏହି କ୍ରମରେ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ କୋରାପୁଟ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଢେଙ୍କାନାଳ, ରାଜ୍ୟ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ନୂଆପଡା ଓ ଏସ୍‍ଏସ୍‍ଇପିପି ବିଭାଗ ସଚିବ ଭାଷ୍କର ଜ୍ୟୋତି ଶର୍ମା ଗଜପତି ଜିଲ୍ଲା ଦାୟିତ୍ବରେ ରହିବେ । ଇପିକଲ ପରିଚାଳନା ନିର୍ଦ୍ଦେଶକ ନୀତିନ ବି ଜାୱେଲଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଥିବାବେଳେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି ।
ଏହି ଅଧିକାରୀମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିୟମିତ ଅନୁଧ୍ୟାଳନ କରିବେ । ଏପ୍ରିଲ ପହିଲାରୁ ଏମାନେ ଦାୟିତ୍ବ ନେବା ସହ ୩ ମାସ ପାଇଁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ନୀତି ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଉଭୟ ଅଧିକାରୀ ଜିଲ୍ଲାରେ ସରକାରୀ ଯୋଜନାର କାର୍ୟ୍ୟକାରିତା ଅନୁଧ୍ୟାନ କରିବେ ।
ଅନ୍ୟପଟେ, କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନେ ଆଙ୍କାକ୍ଷୀ ଜିଲ୍ଲା ଗସ୍ତ କରି ନୀତି ଆୟୋଗଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରୁଛନ୍ତି । ଦେଶରେ ୧୧୮ଟି ପଛୁଆ ଜିଲ୍ଲାକୁ ଆଙ୍କାକ୍ଷୀ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳର ସମନ୍ବିତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ବିକାଶ, କୃଷି, କ୍ଷୁଦ୍ରଶିଳ୍ପ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉନ୍ନୟନ ଉପରେ ଗୁରୁତ୍ବାରୋପ କରାଯାଉଛି । ପୂର୍ବରୁ ଓଡିଶା ଏଥିପାଇଁ ଆଗ୍ରହାନ୍ବିତ ହେଉନଥିବାବେଳେ ପରବର୍ତ୍ତୀ ସମୟରେ ଆଙ୍କାକ୍ଷୀ ଜିଲ୍ଲା ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବେଶ୍‍ ସକ୍ରିୟତା ଦେଖାଇଛି ।
ରାଜ୍ୟର ଏହି ବରିଷ୍ଠ ଅଧିକାରୀମାନେ କେନ୍ଦ୍ରୀୟ ପ୍ରଭାରୀ ଅଫିସରଙ୍କ ସହିତ ସମନ୍ବୟ ରକ୍ଷା କରିବେ । ଯାହା ଫଳରେ ଏହି ସବୁ ପଛୁଆ ଜିଲ୍ଲାଗୁଡିକର ବିକାଶ ହୋଇପାରିବ । ନୀତି ଆୟୋଗଙ୍କ ପକ୍ଷରୁ ନିୟମିତ ଭାବେ ଆଙ୍କାକ୍ଷୀ ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି । ଏଥି ସହିତ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମନ୍ବୟ ରକ୍ଷା କରାଯାଉଛି ।