Nuakhai Juhar - The Sakala
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମା’ ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ । ସମସ୍ତଙ୍କୁ ଖୁସିରେ ରଖନ୍ତୁ ବୋଲି ମା’ ସମଲେଇଙ୍କ ନିକଟରେ କାମନା କରିଛନ୍ତି । ଆଜି ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ଶ୍ରଦ୍ଧାଳୁ ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ।
ସମକୁ ମୋର ନୂଆଁଖାଇ ଜୁହାର। ମା' ସମଲେଶ୍ବରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଜୟ ମା' ସମଲେଇ 🙏 pic.twitter.com/3Mzf9LVAw7
— Naveen Patnaik (@Naveen_Odisha) September 8, 2024
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା। ଚାଷୀଟିଏ ଖରା, ବର୍ଷା, ଶୀତକୁ ଖାତିର୍‌ ନ କରି ଯେଉଁ ପ୍ରଥମ ଖାଦ୍ୟଶସ୍ୟ ଅମଳ କରିଥାଏ, ତାକୁ ଇଷ୍ଟଦେବୀଙ୍କ ପାଖରେ ଭୋଗ ନ ଲଗାଇ ଆତ୍ମତୃପ୍ତି ଲାଭ କରିପାରେନା। ଶାସ୍ତ୍ର କହେ, ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ଖାସ୍‌ ସେଥିପାଇଁ ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ।
ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିବେ।
ନୂଆଁଖାଇ ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ନୂଆଁଖାଇ ଅବସରରେ ପଶ୍ଚିମଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚାଷୀଟିଏ ଖରା, ବର୍ଷା, ଶୀତକୁ ଖାତିର୍‌ ନ କରି ଯେଉଁ ପ୍ରଥମ ଖାଦ୍ୟଶସ୍ୟ ଅମଳ କରିଥାଏ, ତାକୁ ଇଷ୍ଟଦେବୀଙ୍କ ପାଖରେ ଭୋଗ ନ ଲଗାଇ ଆତ୍ମତୃପ୍ତି ଲାଭ କରିପାରେନା। ଶାସ୍ତ୍ର କହେ, ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ଖାସ୍‌ ସେଥିପାଇଁ ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ପାଞ୍ଜି ଅନୁସାରେ, ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ଗଣପର୍ବ ନୂଆଁଖାଇ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ନୂଆଁଖାଇ କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ,ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରାପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାରର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ ।
ନୂଆଁଖାଇ ପାଇଁ ଆଗରୁ “ଲଗ୍ନ” ବା “ତିଥି” ନିର୍ଣ୍ଣୟ କରାଯାଇଥାଏ। ଲଗ୍ନ ନିରୂପଣରୁ ଆରମ୍ଭ ହୁଏ ନୂଆଁଖାଇ ପ୍ରସ୍ତୁତି ଓ ସଜବାଜ। ଅଗଣାରୁ ଆରମ୍ଭ କରି ଘରକୁ ଦିଆଯାଏ ନୂଆ ରଙ୍ଗ ।ଏପରିକି ପୁରୁଣା ଆସବାବପତ୍ରକୁ ସଫା କରାଯାଏ ଏବଂ  ଘରର ପ୍ରତିଟି ସଦସ୍ୟ ପାଇଁ କିଣାଯାଏ ନୂତନ ପୋଷାକ। ଯେମିତିକି ସବୁକିଛି ଲାଗିବ ନୂଆ ନୂଆ। ଏଥିଭିତରେ ନୂଆ ଧାନରୁ ପ୍ରସ୍ତୁତ ହୁଏ ଚୂନା, ଖଇ, ଲିଆ ଓ ଚୁଡ଼ା। ନୂଆଁଖାଇର ସମସ୍ତ ସାମଗ୍ରୀ ପାଇଁ ଗାଁ ଗାଁରେ ବସେ ସ୍ବତନ୍ତ୍ର ହାଟ । ସେହିପରି ନୂଆଁଖାଇ ପାଇଁ ବ୍ୟବହୃତ ହୁଏ ବିଭିନ୍ନ ଗଛର ପତ୍ର। ମହୁଲ, କୁରେଇ, ସିଆଳି, ସରଗି ଭଳି ଗଛକୁ ପୂଜାର୍ଚ୍ଚନା କରିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଏ । ସେହି ପତ୍ରରେ ତିଆରି ଖଲି, ଚଉପତି, ଦନା ଓ ଠୋଲାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୁଏ, ଆଉ ତା’ ପରେ ସମସ୍ତେ ନୂଆଁ ଖାଇଥା’ନ୍ତି ।  ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ ଓ ଆଖପାଖର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଁଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟାତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ନବନିର୍ମିତ ଚୁଲିରେ ନୂଆହାଣ୍ଡିରେ ଧାନ ପକାଇ ଚୁଡ଼ା ଭଜା ଯାଇଥାଏ । ସେହି ନୂତନ ଚୁଡ଼ାରେ କ୍ଷୀର, ଘିଅ, ନଡ଼ିଆ, କଦଳୀ, ଗୁଡ଼ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୁତ କରାଯାଇଥାଏ। ନୂଆଁଖାଇ ପାଇଁ କୁରେଇ ପତ୍ରକୁ ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୁଖିଆ ସମସ୍ତଙ୍କୁ ନବାନ୍ନ ବଣ୍ଟନ କରିଥାନ୍ତି। ଜାତି ଅନୁସାରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇଥାନ୍ତି। ପ୍ରଥମେ ଇଷ୍ଟ ଦେବଦେବୀଙ୍କ ପାଖରେ ନୂଆ ଧାନର ବେଣୀ କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ଼ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି। ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ପାଳନ କରାଯାଇଥାଏ। ଏହିଦିନ ଆହୁରି ଧୁମଧାମ୍‌ରେ ପିଠାପଣା, ମାଛ, ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁମିଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ସ୍ଥାନେ ସ୍ଥାନେ ନବାନ୍ନ ଭକ୍ଷଣ ପରେ ସାତ ଆଠଦିନ ପରେ ମଧ୍ୟ ଆଖପାଖ ସାଂସ୍କୃତିକ ଦଳ ଓ ମୁଖ୍ୟ ଲୋକମାନଙ୍କୁ ନେଇ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହୋଇଥାଏ । ଏହା ବ୍ୟତୀତ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଓ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ୍‌ର ଆୟୋଜନ କରାଯାଇଥାଏ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ,ଏହା ଆମ ସାଂସ୍କୃତିକ ଜୀବନ ଶୈଳୀ। ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଓ ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ଓ ଖୁସି ବାଣ୍ଟିବା ଆମ ସଂସ୍କୃତିର ବୈଶିଷ୍ଟ୍ୟ ଏବଂ ତାହା ହିଁ ପ୍ରତିଫଳିତ ହୋଇଛି ଏହି ପର୍ବରେ।
ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ଲାଗିହେଲା ନବାନ୍ନ । ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା । ଘରେଘରେ ନୂଆ ଖାଉଛନ୍ତି ପଶ୍ଚିମ ଓଡ଼ିଶାବାସୀ ।
ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ପଶ୍ଚିମ ଓଡ଼ିଶାବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ବକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଁଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ଼ ରାଜ୍ୟର ଦେଓଭୋଗ ସମେତ କେତେକ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୁମଧାମ୍‌ରେ ପାଳିତ ହୋଇଥାଏ।
ନୂଆଁଖାଇ ଯେ, କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ, ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର ଆରମ୍ଭ ହୋଇଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ ।
ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ : ଶୁଭେଚ୍ଛା ଜଣାଇ​ଲେ ମୁଖ୍ୟମନ୍ତ୍ରୀ
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ । ମା ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏହାହିଁ କାମନା କରିଛନ୍ତି । ଆଜି ଦିନ ୧୦ଟା ୫୬ ରୁ ୧୧ଟା ୧୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗି ହେବ। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏 pic.twitter.com/YJHaAP2UNt
— Naveen Patnaik (@Naveen_Odisha) September 1, 2022
ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ସେ ଆନ୍ତରିକ  କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସମସ୍ତଙ୍କୁ ବିଶେଷ ଦିନର ଶୁଭେଚ୍ଛା ଜଣାଇବା ସହ କଟିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉଦ୍ଦମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରକୃତିର ପାର୍ବଣ ନୂଆଁଖାଇ
ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି,ଭାଷା,ପରମ୍ପରା,ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ନୂଆଁଖାଇ ଯେ , କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ,ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍‌ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।
ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଁଖାଇ ପାଇଁ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ ପରେ ପୂଜା ସହ ଆରିସା ପିଠା ଭୋଗ କରିବାର ପରମ୍ପରା ରହିଛି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁ ଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । ଏହି କାରଣରୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଁଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିନ ହେଉ ନ ଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ଏହି ଦିନକୁ ସରକାରୀ ଛୁଟି ଭାବେ  ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଗ୍ରହଣ କରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ଦିନଟି ନୂଆଁଖାଇ ଭାବେ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟା ତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି ।
ନୂଆ ଧାନରୁ ପ୍ରସ୍ତୁତ ଚୂରା , ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି । ଧୂପ ଦୀପ ଦେଇ ପୂଜା କରନ୍ତି । ଚୂରା, ଘିଅ , ମହୁ , କ୍ଷୀର , ଗୁଡ କଦଳୀରେ ପ୍ରସ୍ତୁତ ଭୋଗ ଦିଅଁଙ୍କ ନିକଟରେ ଲାଗି କରନ୍ତି ତାପରେ ବଡମାନେ ଘରେ ପ୍ରସ୍ତୁତ ପିଠାପଣା, ଖିରିପୁରି , ମିଠା , ଡାଲି , ତରକାରି, ଆଦି ପ୍ରସାଦ ରୂପେ ସେବନ କରି ଖୁସି ଅନୁଭବ କରନ୍ତି। ଖାଇସାରିବା ପରେ ଆରମ୍ଭ ହୁଏ ଭେଟଘାଟର ପର୍ବ। ନୂଆଁଖାଇ ଅବସରରେ ସାନମାନେ ବଡମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି।
ଭେଟ୍‌ଘାଟ୍‌ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ । ଆଜି ନୂଆଁଖାଇ ପର୍ବ କେବଳ ରାଜ୍ୟର ପଶ୍ଚିମ ଭାଗରେ ସୀମିତ ହୋଇ ରହିନାହିଁ। ନୂଆଁଖାଇ ଭେଟ୍‌ଘାଟ୍‌ ନାମରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ବାରା ହର୍ଷ ଉଲ୍ଲାସ ମଧ୍ୟରେ ନୂଆଁଖାଇ ପାଳନ କରାଯାଉଛି। ବିଦେଶରେ ଥିବା ଓଡ଼ିଆମାନେ ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହୋଇ ପରସ୍ପର ମଧ୍ୟରେ ସ୍ନେହଶ୍ରଦ୍ଧା ବାଣ୍ଟିଥାନ୍ତି। କୃଷିଭିତ୍ତିକ, ଧର୍ମଭିତ୍ତିକ ଓ ପ୍ରାଚୀନ ପରମ୍ପରା ବାର୍ତ୍ତାବାହକ ନୂଆଁଖାଇ ଆମକୁ ତ୍ୟାଗ, ନିଷ୍ଠା,ସେବା,ଭକ୍ତି ଓ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଇଥାଏ।
ପଶ୍ଚିମ ଓଡିଶାର ଗଣପର୍ବ ପବିତ୍ର ନୂଆଁଖାଇ ଉପଲକ୍ଷେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୋଭିଡ କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାବାସୀ ପାଳନ କରୁଛନ୍ତି ଏହି କୃଷିଭିତ୍ତିକ ଗଣପର୍ବ । ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଆମ କଳା ସଂସ୍କୃତିର ପରିଚୟ । ଏହା ଏକ ସାମାଜିକ ପର୍ବ । ବ୍ୟକ୍ତି ନୁହେଁ , ସମାଜ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ସମସ୍ତେ କୋଭିଡ ନିୟମ ମାନି ତିହାର ପାଳନ କରନ୍ତୁ ବୋଲି ଆହ୍ୱାନ ଦେବା ସହ ମାଆ ସମଲେଶ୍ୱରୀ ସମସ୍ତଙ୍କୁ ସୁଖଶାନ୍ତିରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍। #ନୂଆଁଖାଇଜୁହାର 🙏 pic.twitter.com/AsIUhLzBVU
— Naveen Patnaik (@Naveen_Odisha) September 11, 2021
ସକାଳ ୧୦ଟା ୧୫ରୁ ୧୦ଟା ୨୫ ମିନିଟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ଘରୁ ନୂଆଁ ମନ୍ଦିରକୁ ଆସିବାର ପରମ୍ପରା ରହିଛି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ଙ୍କ ନିକଟରେ ନୂଆ ଲାଗି ହେବା ପରେ ନୂଆଁ ଖାଇବେ ପୂରା ପଶ୍ଚିମ ଓଡିଶାବାସୀ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଖାଇ ଭେଟଘାଟ ବନ୍ଦ ରହିଥିବା ବେଳେ କେବଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହାର ମଜା ନେଇପାରିବେ ପଶ୍ଚିମ ଓଡିଶା ବାସୀ ।