malkangiri - The Sakala

କାଲିମେଳା ପୋଲିସକୁ ବଡ଼ ସଫଳତା: ଚଢ଼ାଉବେଳେ ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି: କାଲିମେଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏକ ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧ କୋଟି ୨ ଲକ୍ଷ ଟଙ୍କା (୧.୦୨ କୋଟି) ମୂଲ୍ୟର ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ବିପୁଳ ପରିମାଣର ଗଞ୍ଜେଇ କାଙ୍ଗୁରୁକୋଣ୍ଡା ପଞ୍ଚାୟତ ଅଧୀନସ୍ଥ ଏମଭି-୭୩ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବିପୁଳ ପରିମାଣର ଗଞ୍ଜେଇ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପୋଲିସର ସନ୍ଦେହ ଅନୁଯାୟୀ, ଅନ୍ୟ ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇକୁ ଜଙ୍ଗଲରେ ମହଜୁଦ କରି ରଖାଯାଇଥିଲା।

ଏହି ଗଞ୍ଜେଇ ଚାଲାଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହା କେଉଁଠାରୁ ଆସିଲା ଓ କେଉଁ ସ୍ଥାନକୁ ପଠାଯିବାର ଥିଲା, ସେ ନେଇ ପୋଲିସ ପକ୍ଷରୁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ କେବଳ କାଲିମେଳା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରିସାରିଲାଣି। ଏତେ ବଡ଼ ଧରଣର ଗଞ୍ଜେଇ ଜବତ ହେବା ପରେ, ଏବେ ପୋଲିସ ଏହି ବେଆଇନ କାରବାର ସହ ଜଡ଼ିତ ବୃହତ୍ ନେଟୱାର୍କକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରୁଛି।

ଭିଜିଲାନ୍ସ ଜାଲରେ ମାଲକାନଗିରି ଝରାପାଲ୍ଲୀ RI, ୮ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ
ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଝରାପାଲ୍ଲୀ ରାଜସ୍ୱ ନିରୀକ୍ଷକ (RI)ସୁରଜ ବାଲା । ଜାତିଗତ ପ୍ରମାଣପତ୍ର ପାଇଁ ୮ ହଜାର ଲାଞ୍ଚ ନେଲା ବେଳେ ସୁରଜଙ୍କ ମାଡିବସିଲା ଭିଜିଲାନ୍ସ ବିଭାଗ । ନିଜ କାର୍ଯ୍ୟାଳୟରେ ଜଣେ ଆବେଦନକାରୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ରଙ୍ଗେହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଆବେଦନକାରୀ ଜଣକ ନିଜ ପତ୍ନୀଙ୍କ ନାମରେ ଏକ ଅନୁସୂଚିତ ଜାତି (SC) ପ୍ରମାଣପତ୍ର ପାଇଁ ରାଜସ୍ୱ ବିଭାଗର ନିୟମ ଅନୁଯାୟୀ ଅନ୍‌ଲାଇନ୍‌ରେ ଆବେଦନ କରିବା ସହ ଆବଶ୍ୟକୀୟ ଫି' ମଧ୍ୟ ଜମା କରିଥିଲେ। ତେବେ ଉକ୍ତ ଆବେଦନର ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ପାଇଁ ଆର୍‌ଆଇ ସୁରଜ ବାଲା ଜାଣିଶୁଣି ବିଳମ୍ବ କରିଥିଲେ ଏବଂ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମେ ୮ ହଜାର ଏବଂ କାମ ସରିବା ପରେ ବାକି ୨ ହଜାର ଟଙ୍କା ଦେବାକୁ ସେ କହିଥିଲେ। ଏଥିରେ ଅତିଷ୍ଠ ହୋଇ ଆବେଦନକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ୮,୦୦୦ ଟଙ୍କା ନେଉଥିବା ସମୟରେ କାବୁ କରିଥିଲେ ଏବଂ ସମସ୍ତ ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ସୁରଜ ବାଲାଙ୍କ ସହ ଜଡିତ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି (DA) ଦିଗରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଆର୍‌ଆଇ ୨୦୨୩ ମସିହାରେ ମଧ୍ୟ ଅନ୍ୟ ଏକ ମାମଲାରେ ୧୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ, ଯାହାର ବିଚାର ଏବେ ବି ଅଦାଲତରେ ଚାଲିଛି। ଗତ ତିନି ବର୍ଷ ମଧ୍ୟରେ ସେ ଦ୍ୱିତୀୟ ଥର ଲାଞ୍ଚ ନେଇ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା ଆକ୍ସନ । ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି । କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ । ଓଡ଼ିଶାର ଏହି ୬ଟି ଜିଲ୍ଲାରେ ସରକାରୀ ଜମିରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ରାଜ୍ୟ ସରକାର ନିଜର ପ୍ରୟାସକୁ ଜୋରଦାର କରିଛନ୍ତି। କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ନିରନ୍ତର ନଜର ରଖିବା ସହ ପୁନର୍ବାର ହେଉଥିବା ଚାଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀ ଏ ନେଇ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କ୍ଷେତ୍ରସ୍ତରରେ ନିରୀକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବାକୁ କହିଛନ୍ତି।

୨୦୨୫-୨୬ ଫସଲ ଋତୁରେ ଓଡ଼ିଶା ପୋଲିସ ଏହି ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ଥିବା ୧,୬୩୧ଟି ଜିପିଏସ୍-ମ୍ୟାପ୍ ପ୍ଲଟ୍ରେ ପ୍ରାୟ ୩୬,୫୦୮.୭୯୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏଥିମଧ୍ୟରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ଭାବରେ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଚାଷ ସ୍ଥାନଗୁଡ଼ିକର ଜିପିଏସ୍ (GPS) ତଥ୍ୟ ପୋଲିସ କର୍ତ୍ତୃପକ୍ଷ ରାଜସ୍ୱ ବିଭାଗ ସହିତ ଅଂଶୀଦାର କରିଛନ୍ତି। ଏହି ତଥ୍ୟ ଆଧାରରେ ବିଭାଗ ପକ୍ଷରୁ ଉକ୍ତ ପ୍ଲଟଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯିବ।

ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ଗଞ୍ଜେଇ ଚାଷୀମାନେ ସମାନ ସରକାରୀ ଜମିକୁ ଫେରିଆସୁଥିବା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂତନ ଫସଲ ଋତୁ ଆରମ୍ଭ ହୋଇସାରିଥିବାରୁ, ପୂର୍ବରୁ ଗଞ୍ଜେଇ ଚାଷ ଚିହ୍ନଟ ହୋଇ ନଷ୍ଟ ହୋଇଥିବା ପ୍ଲଟଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ (RI) ଏବଂ ରାଜସ୍ୱ ସୁପରଭାଇଜରମାନଙ୍କୁ ମିଳିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଚାଷ ଦେଖିବା ମାତ୍ରେ ସ୍ଥାନୀୟ ପୋଲିସ, ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) କିମ୍ବା ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) କୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

ରାଜସ୍ୱ ବିଭାଗ ନିଜର ଅଧିକାରୀମାନଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି। ଡାକ୍ତର ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ଗଞ୍ଜେଇ ଚାଷରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ମାଫିଆଙ୍କୁ ସହଯୋଗ କରୁଥିବା ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ ଜମି ଯେପରି ବାରମ୍ବାର ବେଆଇନ ଚାଷ ପାଇଁ ବ୍ୟବହାର ନହୁଏ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମିଳିତ ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡମ୍ପ (ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଭଣ୍ଡାର) ଠାବ କରାଯାଇଛି। ଏହା ପରେ ଏହି ଅଞ୍ଚଳରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେସନକୁ ଅଧିକ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ସ୍ଥିତ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ପୋଲିସ ଷ୍ଟେସନ ଅଧୀନରେ ଥିବା ଓରାପଦର ଜଙ୍ଗଲରେ ସୀମା ସୁରକ୍ଷା ବଳ (ବିଏସଏଫ୍) ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍) ପକ୍ଷରୁ ଏକ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଏହି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା।

ପୋଲିସର ସୂଚନା ମୁତାବକ, ଉଦ୍ଧାର ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ୩୨ଟି ଜିଲାଟିନ୍ ଷ୍ଟିକ୍, ୧୧ଟି ଡିଟୋନେଟର, ୫୦୦ ଗ୍ରାମ ବାରୁଦ, ୩ ମିଟର କୋଡେକ୍ସ ତାର, ଗୋଟିଏ ସୌର ପ୍ୟାନେଲ (ସୋଲାର ପ୍ୟାନେଲ), ବ୍ୟାଟେରୀ ଚାଳିତ ରେଡିଓ ଏବଂ ଇଲେକ୍ଟ୍ରିକ୍ ତାର ଆଦି ସାମିଲ ରହିଛି। ଆଗାମୀ ଦିନରେ କୌଣସି ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ମାଓବାଦୀମାନେ ଏସବୁ ବିସ୍ଫୋରକ ସାମଗ୍ରୀକୁ ମହଜୁଦ ରଖିଥିଲେ ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି।

ଏହି ବିପୁଳ ସାମଗ୍ରୀ ଜବତ ହେବା ପରେ, ସୁରକ୍ଷା ବାହିନୀ ପକ୍ଷରୁ ସ୍ଥାନୀୟ ଜଙ୍ଗଲ ଅଞ୍ଚଳରେ କୁମ୍ବିଂ ଏବଂ ଏରିଆ ଡୋମିନେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବାମପନ୍ଥୀ ଉଗ୍ରବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ ଏବେ ବି ମାଓବାଦୀ କ୍ୟାଡରମାନେ ସକ୍ରିୟ ଅଛନ୍ତି କି ନାହିଁ, ତାହା ସୁନିଶ୍ଚିତ କରିବା ପାଇଁ ପୋଲିସ ବ୍ୟାପକ ଖାନତଲାସୀ ଜାରି ରଖିଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ଜାରି ରହିଥିବା ମାଓ ବିରୋଧୀ ଅଭିଯାନରେ ଏହି ଉଦ୍ଧାର ଏକ ଉଲ୍ଲେଖନୀୟ ସଫଳତା। ମାଲକାନଗିରି ଜିଲ୍ଲାର ଦୁର୍ଗମ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ତଥା ମାଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଏହି ସର୍ଚ୍ଚ ଅପରେସନ ଆଗକୁ ମଧ୍ୟ ଜାରି ରହିବ।

ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ
ମାଲକାନଗିରି: ମାଟି ତଳୁ ଜବତ ହେଲା ମାଓ ବିସ୍ଫୋରକ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କେରିମେଟି ଜଙ୍ଗଲରୁ ମିଳିଲା ମାଓ ସାମଗ୍ରୀ । ମଙ୍ଗଳବାର ସକାଳେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ ଏବଂ ସୀମା ସୁରକ୍ଷା ବଳର ମିଳିତ ଟିମ୍ ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ଏକ ବଡ଼ ମାଓ ଡମ୍ପ୍ ଠାବ କରିଛନ୍ତି। ଏଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଆଇଇଡି ସାମଗ୍ରୀ ଏବଂ ବିସ୍ଫୋରକ ଜବତ କରାଯାଇଛି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ୍ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ କେରିମେଟି ଏବଂ କାଟୁଆପଦର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ବସ୍ତର ଜିଲ୍ଲା ଦୁର୍ଭା ଥାନା ସୀମାନ୍ତରେ ଅବସ୍ଥିତ। ଏହି ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ୍ ଜୋନାଲ୍ କମିଟି (AOBSZC) କ୍ୟାଡରଙ୍କର ବୋଲି ସନ୍ଦେହ କରାଯାଉଛି।

ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ତଥା ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇବା ପାଇଁ ଏସବୁ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା ବୋଲି ପୋଲିସ ସନ୍ଦେହ କରୁଛି। ଉଦ୍ଧାର ହୋଇଥିବା ପ୍ରାୟ ୩୨ ପ୍ରକାରର ସାମଗ୍ରୀ ମଧ୍ୟରେ ୫୦ଟି ଖାଲି ଡିଟୋନେଟର କ୍ୟାପ୍, ୬ଟି କ୍ରାକର୍, ୩.୫ କେଜି ଗନ୍ ପାଉଡର ଏବଂ ୨୦ କେଜି ସ୍ପ୍ଲିଣ୍ଟର ରହିଛି। ଏହା ସହିତ ତାର, ରୁଟ୍ସ ଅଟୋ ଡିଭାଇସ୍, କୋଡେକ୍ସ ତାରର ବଣ୍ଡଲ୍, ରିଚାର୍ଜେବଲ୍ ବ୍ୟାଟେରୀ, ୧୫ଟି ଏଚପି ପ୍ରିଣ୍ଟର କାର୍ଟ୍ରିଜ୍, ୧୯ଟି ସିରିଞ୍ଜ, ୧୫ ବଣ୍ଡଲ୍ ତୁଳା, ୧୦ଟି ସାଲାଇନ୍ ବୋତଲ ଓ ପାଇପ୍, ଟେଣ୍ଟ ସାମଗ୍ରୀ, ବେଲ୍ଟ, ଛୁରୀ, କଇଞ୍ଚି ଏବଂ କିଛି ମାଓବାଦୀ ସାହିତ୍ୟ ବହି ଜବତ ହୋଇଛି।

ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଲା ପ୍ରତିବନ୍ଧକ, ପାଦରେ ଲେଖି ମାଟ୍ରିକ ପାସ୍‌ କଲେ ଲକ୍ଷ୍ମୀ
ମାଲକାନଗିରି: ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖେମୁଣ୍ଡୁ। ବନ୍ଧଗୁଡ଼ା ଗ୍ରାମର ଏହି ଭିନ୍ନକ୍ଷମ ଛାତ୍ରୀଜଣଙ୍କ ହାତ ବଦଳରେ ପାଦରେ ଲେଖି ଚଳିତ ୨୦୨୬ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଲକ୍ଷ୍ମୀଙ୍କର ଏହି ବିରଳ ସଫଳତା ପରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ। ଲକ୍ଷ୍ମୀଙ୍କ ସହ ଆଲୋଚନା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଲକ୍ଷ୍ମୀଙ୍କ ପିତା ନାରାୟଣ ଖେମୁଣ୍ଡୁ ଜଣେ ରାଜମିସ୍ତ୍ରୀ ଭାବେ କାମ କରି ୬ଜଣିଆ ପରିବାରର ପ୍ରତିପୋଷଣ କରୁଥିବା ବେଳେ ଝିଅର ଏହି ସଫଳତାରେ ସେ ବହୁତ ଖୁସି ଅଛନ୍ତି। ଲକ୍ଷ୍ମୀ ସିନ୍ଧ୍ରିମାଲ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ନିଜର ଉଚ୍ଚଶିକ୍ଷା ଜାରି ରଖିବେ ବୋଲି ଜଣାପଡ଼ିଛି ।

ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର
ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ବାହାର ରାଜ୍ୟକୁ ଶିଶୁ ଚାଲାଣ ହେଉଥିବା ଅଭିଯୋଗ । ବିଜୟୱାଡ଼ା ଯିବା ବେଳେ ମାଲକାନଗିରି ଥାନା ନିକଟରୁ ବସ୍‌ରୁ ୧୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଶିଶୁ ବିଭାଗ। ଏକ ବସରେ କିଛି ଛୋଟ ପିଲାଙ୍କୁ ଚାଲାଣ କରାଯାଉଥିବା ଖବର ପାଇବା ପରେ ବସକୁ ମାଲକାନଗିରି ଥାନା ନିକଟରେ ଅଟକାଇଥିଲେ ଶିଶୁ ବିଭାଗ। ଯାଞ୍ଚ ପରେ ଗାଡ଼ିରୁ କିଛି ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ବିଜୟୱାଡା ଯାଉଥିବା ଜଣାପଡିଥିଲା । ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା ପରେ CWC ରେ ହାଜର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି CWC ସଦସ୍ୟ ସୂଚନା ଦେଇଛନ୍ତି।

ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ
ମାଲକାନଗିରି: ଚଡକ ମେଳା ହେଲା କାଳ । ମେଳାରେ ଘଟିଲା ଅଘଟଣ। ପୂଜା କରିବାବେଳେ ଖଜୁରୀ ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ଏମପିଭି -୩୬ ଗାଁରେ । ମୃତକ ହେଲେ ଜଗଦୀଶ ସାନା। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଆଜି ଗାଁ ନିକଟ ଏମଭି-୭୨ ଠାରେ ଚଡକମେଳା ଆୟୋଜନ କରାଯାଇଥିଲା। ବଙ୍ଗୀୟ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ବ୍ରତଧାରୀମାନେ ଖଜୁରୀ ଗଛ ମୂଳରେ ମନ୍ତ୍ରପାଠ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ବ୍ରତଧାରୀମାନେ ଖଜୁରୀଗଛକୁ ଚଢିବା ପରମ୍ପର ରହିଛି। ବ୍ରତ କରିଥିବା ଜଗଦୀଶ ପୂଜାର୍ଚ୍ଚନା ପରେ ୩୦ ଫୁଟ ଉଚ୍ଚର ଏକ ଖଜୁରୀଗଛକୁ ଚଢିଥିଲେ। ଉପବାସ କରିଥିବାରୁ ଗଛ ଚଢିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୁରାଇଦେବାରୁ ସେ ତଳକୁ ପଡିଯାଇଥିଲେ । ଉପସ୍ଥିତ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମାଲକାନଗିରି: ପ୍ରେମ ପାଇଁ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ବିବାହ ପାଇଁ ମନାକଲା ପ୍ରେମିକା । ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରୁ ଆସିଛି ଏପରି ଖବର । ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ । ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରେମିକାଙ୍କ ଗାଁକୁ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ହାଇ-ଭୋଲଟେଜ ଡ୍ରାମା ।  ଶେଷରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ  ଉଦ୍ଧାର କରିଥିଲା । ସୁରକ୍ଷିତ ଭାବେ ତାଙ୍କୁ ତଳକୁ ଅଣାଯାଇଥିଲା ।

ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା
ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଅଞ୍ଚଳରେ ମାଓ ସଂଗଠନକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ଦୀର୍ଘ ବର୍ଷ ଧରି ସଂଗଠନରେ ସକ୍ରିୟ ଥିବା ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା ଓରଫ ଚନ୍ଦ୍ରା ନିଜର ୩୨ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୬୧ ବର୍ଷୀୟା ନଭତା ସ୍ୱାସ୍ଥ୍ୟଗତ କାରଣ ଏବଂ ସରକାରୀ ଚାପ ଯୋଗୁଁ ଜଙ୍ଗଲ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

ସାମ୍ବାଦିକତାରୁ ମାଓ ସଂଗଠନ

ଚାଲାସାନି ନଭତାଙ୍କ ଜୀବନ ଯାତ୍ରା ବେଶ ଚର୍ଚ୍ଚାସ୍ପଦ। ସେ ମାଓ ସଂଗଠନରେ ଯୋଗ ଦେବା ପୂର୍ବରୁ ଜଣେ ଦକ୍ଷ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ପିତା ସ୍ୱର୍ଗତ ଚାଲସାନୀ ପ୍ରସାଦ ଜଣେ ଜଣାଶୁଣା ଲେଖକ ତଥା କମ୍ୟୁନିଷ୍ଟ ଚିନ୍ତାଧାରାର ବ୍ୟକ୍ତି ଥିଲେ। ପିତାଙ୍କ ଆଦର୍ଶ ଓ ଲେଖା ଦ୍ୱାରା ପ୍ରଭାବିତ ହୋଇ ନଭତା ବିପ୍ଳବୀ ରାସ୍ତା ବାଛି ନେଇଥିଲେ। ତାଙ୍କ ସ୍ୱାମୀ କେ.ଭି ବାଲା କ୍ରିଷ୍ଣା ଜଣେ ଆଇନଜୀବୀ ଅଟନ୍ତି। ମାଓ ସଂଗଠନରେ ସେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି

ନଭତାଙ୍କ ନାମରେ ସରକାର ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ତାଙ୍କ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଡିଭିସିଏମ ସଦସ୍ୟଙ୍କ ନାମରେ ୮ ଲକ୍ଷ ଏବଂ ପାର୍ଟି ମେମ୍ବରଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଆତ୍ମସମର୍ପଣ କରିଥିବା ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ କୁଡେମ କହ୍ନେୟା, ହେମଲା ସନ୍ନୁ, ମୋଡିୟମ ସୁଖରାମଙ୍କ ଭଳି ଅନେକ ସକ୍ରିୟ ମାଓବାଦୀ ରହିଛନ୍ତି।

ଗତ କିଛି ଦଶନ୍ଧି ଧରି ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀଙ୍କ ଦବଦବା ରହିଥିଲା। ମାତ୍ର ସୁରକ୍ଷା ବାହିନୀର କ୍ରମାଗତ ଅପରେସନ ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତି ଯୋଗୁଁ ବହୁ ବଡ଼ ବଡ଼ ନେତା ଏବେ ସଂଗଠନ ଛାଡୁଛନ୍ତି। ନଭତାଙ୍କ ଭଳି ଜଣେ ଶିକ୍ଷିତ ତଥା ଅଭିଜ୍ଞ ନେତ୍ରୀଙ୍କ ଆତ୍ମସମର୍ପଣ ମାଓ ସଂଗଠନର ଆଦର୍ଶଗତ ଓ ରଣନୈତିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ବୟସାଧିକ୍ୟ ଯୋଗୁଁ ଜଙ୍ଗଲରେ ଚଳପ୍ରଚଳ କରିବା କଷ୍ଟକର ହେଉଥିବାରୁ ସେ ଶାନ୍ତିର ପଥ ବାଛିଛନ୍ତି ବୋଲି ସୂଚନା ମିଳିଛି।

ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ
ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ, ନାଁରେ ଥିଲା ୨ କୋଟିର ପୁରସ୍କାର
ମାଲକାନଗିରି: ଭୁଶୁଡୁଛି ଲାଲ୍ ଗଡ଼ । ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କଲେ ୨୨ ଜଣ ନକ୍ସଲ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏହି ନକ୍ସଲମାନେ । ୯ଟି ବନ୍ଧୁକ, ୧୪ଟି ଟିଫିନ୍ ବୋମା, ବନ୍ଧୁକ-ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ। ଏମାନଙ୍କ ମଧ୍ୟରେ ୨ଜଣ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି । ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ।

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ ଅନ୍ୟ ଯେଉଁମାନେ ମାଓ ସଙ୍ଗଠନରେ ଅଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ଡିଜି ଆତ୍ମସମର୍ପଣ ପାଇଁ ଆବାହନ କରିଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ କରିଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।