Kangana Ranaut in Thalaivii - The Sakala
କଙ୍ଗନା ରାଣାୱତ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ । ଫିଲ୍ମ ରିଲିଜ୍ ପୂର୍ବରୁ ଗଣମାଧ୍ୟମରେ ଏହା ଏକ ଭଲ ଫିଲ୍ମ ଭାବେ ଆଲୋଚନା ହେଉଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି କଙ୍ଗନା । ଏହି ଫିଲ୍ମରେ ସେ ତାମିଲନାଡୁର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ତାଙ୍କ ପ୍ରଶଂସକମାନଙ୍କୁ ‘ଥଲାଇଭି’ ଦେଖିବା ପାଇଁ ସୋସିଆଲ୍ ମିଡିଆରେ ଅପିଲ୍ କରିଛନ୍ତି | ଫିଲ୍ମ ରିଲିଜ୍‌ର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରି ଲେଖିଛନ୍ତି, ‘ଦୁଇ ବର୍ଷ ପୂର୍ବରୁ ଭାରତର ସବୁଠୁ ପ୍ରତିଷ୍ଠିତ ରାଜନେତ୍ରୀଙ୍କ ମଧ୍ୟରେ ପରିଗଣିତ ଜୟଲଳିତାଙ୍କ ଉପରେ କାମ ଆରମ୍ଭ କରିଥିଲି। ଏହି ସମୟରେ ଆମ ରାସ୍ତାରେ ଅନେକ ବାଧା ଓ ଆହ୍ବାନ ଥିଲା। ତଥାପି ମୁଁ ଓ ମୋ ଟିମ୍ ଆଗକୁ ବଢିଥିଲୁ। ଏହି ଶୁକ୍ରବାର ଦିନ ଆମ ଫିଲ୍ମ ଦର୍ଶକଙ୍କ ନିକଟରେ ପହଞ୍ଚିବ। ଫିଲ୍ମକୁ ଆପଣମାନେ ଆପଣଙ୍କ ନିକଟରେ ଥିବା ସିନେମା ହଲ୍‌ରେ ନିଶ୍ଚୟ ଦେଖନ୍ତୁ। ଫିଲ୍ମର ସମୀକ୍ଷାକୁ ନେଇ ମୁଁ ବହୁତ ଖୁସି ଅଛି। ଆଡଭାନ୍ସ ବୁକିଂ କରି ନିଅନ୍ତୁ । ପରଦା ଉପରେ ଅମ୍ମା ଜୟଲଳିତାଙ୍କ କାହାଣୀର ଆନନ୍ଦ ନିଅନ୍ତୁ।
ଏଠାରେ ପ୍ରକାଶ ଥାଉ କି, ‘ଥଲାଇଭି’ ସିନେମା ହଲ୍ ସହିତ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହେବ । ଫିଲ୍ମର ରାଇଟସ୍‌କୁ ୫୫ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି ।