Smart Glasses - The Sakala

ଫେସବୁକ ଲଞ୍ଚ କଲା ସ୍ମାର୍ଟ ଚଷମା
ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ସ୍ମାର୍ଟ ଟଷମା । ରେ-ବ୍ୟାନର ସହ ମିଶି ଫେସବୁକ୍ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟ ଚଷମା । ଯେଉଁଥିରେ ରହିଛି ଅନେକ ଫିଚର୍ସ। କ୍ୟାମେରା ରେକଡିଂ ଠାରୁ ଆରମ୍ଭ କରି ଫଟୋ ଉଠାଇ ଫେସବୁକରେ ସେୟାର କରିହେବ ଏହି ସ୍ମାର୍ଟ ଚଷମା ଜରିଆରେ ।

ବ୍ୟବହାରକାରୀ ଏହି ଚସମା ପିନ୍ଧି ଗୀତ ଶୁଣି ପାରିବେ । ଏହା ସହିତ ଭିଡିଓ ରେକଡିଂ ବା ଫଟୋ ଉଠାଇ ତାକୁ ଫେସବୁକରେ ସେୟାର କରିପାରିବେ । ଏହି ଚସମାରେ ୫ମେଗାପିକ୍ସେଲର ଡୁଆଲ ଇଣ୍ଟିଗ୍ରେଟେଡ୍ କ୍ୟାମେରା ଦିଆଯାଇଛି । ଏଥିରେ ୩୦ ସେକେଣ୍ଡ ଯାଏଁ ଭିଡିଓ ରେକର୍ଡିଂ କରିହେବ । ଏଥିପାଇଁ ଫିଚର୍ସ ବଟନ କିମ୍ବା ହ୍ୟାଣ୍ଡସ୍-ଫ୍ରି ଫେସବୁକ୍ ଆସିଷ୍ଟାଣ୍ଟ ଭଏଜ୍ କମାଣ୍ଡାଣ୍ଟର ବ୍ୟବହାର କରାଯାଇ ପାରିବ । ଏଥିରେ ଏଲଇଡି ଲାଇଟ୍ ମଧ୍ୟ ଦିଆଯାଇଛି । ଯେଉଁ ସମୟରେ ୟୁଜର୍ସ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବେ ସେତେବେଳେ ଏହି ଏଲଇଡି ମାଧ୍ୟମରେ ପାଖରେ ଉପସ୍ଥିତ ଲୋକ ଜାଣିପାରିବ କି ୟୁଜର୍ସ ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରୁଛି । ଏହି ସ୍ମାର୍ଟ ଚଷମାରେ ସ୍ପିକର ଏବଂ ଥ୍ରିଡି ମାଇକ୍ରୋଫୋନ୍ ଦିଆଯାଇଛି । କଲ ଆସିଲେ ଏଥିରେ ୟୁଜର୍ସ କଲ ରିସିଭ୍ କରି କଥାବାର୍ତ୍ତା ହୋଇପାରିବେ । ଆଉ ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ପଡିବ ନାହିଁ ।

ଫେସବୁକ ଲଞ୍ଚ କରିଥିବା ଏହି ଚସମାର ଦାମ ୨୯୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ହଜାର ଟଙ୍କା ରହିଛି ।