Pipili Assembly - The Sakala

ପିପିଲିରେ ପଛରେ ପଡିଲା ହାତ, ୫ ହଜାର ପାର୍‌ କରିପାରିଲାନି କଂଗ୍ରେସ
ଭୁବନେଶ୍ବର : ପିପିଲିରେ ଅମାନତ ହରାଇଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ୨୦୨୧ ଉପନିର୍ବାଚନରେ ଦଳର ସ୍ଥିତି ଆହୁରି ଖରାପ ହୋଇଛି। ପିପିଲି ଉପନିର୍ବାଚନରେ ଦଳର ଭୋଟ୍‌ ସଂଖ୍ୟା ୫ ହଜାର ମଧ୍ୟ ଛୁଇଁ ପାରିନି।  କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ପିପିଲି ଉପନିର୍ବାଚନରେ ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ବହୁ ପଛରେ ପଡିଛନ୍ତି। ପିପିଲି ଉପ-ନିର୍ବାଚନରେ ବିଜେଡି-ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଲୋକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ସେତେଟା ସମର୍ଥନ ଦେଇନାହାନ୍ତି । ଭୋଟ୍‌ ଗଣତିର ପ୍ରଥମ ରାଉଣ୍ଡରୁ ବିଶ୍ୱକେଶନ ହରିଚନ୍ଦନଙ୍କ ଭୋଟ୍‌ ବ୍ୟବଧ୍ୟାନ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଅପେକ୍ଷା ବହୁ କମ୍‌ ରହିଥିଲା। ତେବେ ଭୋଟ୍‌ ଗଣତି ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ଯେତେବେଳ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬,୧୯୬ ଭୋଟ୍‌ ଓ ଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୫୮୯ ଭୋଟ୍‌ ପାଇଛନ୍ତି।

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ । ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଶେଷ ହେବା ପରେ କଂଗ୍ରେସ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇ ପଛରେ ପଡିଯାଇଛି।

ପିପିଲି ଭୋଟ୍‌ ଗଣତି : ୧୯ତମ ରାଉଣ୍ଡ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ ବିଜେଡି
ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି। ୧୯ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୬୦୮ ଭୋଟରେ ଆଗୁଆ ଅଛନ୍ତି। ୧୯ ତମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୭୪ ହଜାର ୪୯୮ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୫୩ ହଜାର ୮୯୦ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଛି ।

ତେବେ ୧୯ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୨୩୨ ଖଣ୍ଡ ଭୋଟ ହାତେଇବା ସହ ପ୍ରଥମ ଥର ପାଇଁ ୧୪୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୯ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୦୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬୭ ଖଣ୍ଡ ଭୋଟ । ୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୬୦୮ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୫ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡି ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି। ଉପନିର୍ବାଚନ ବିଜୟ ଟ୍ରେଣ୍ଡ ଜାରି ରଖି ବିଜେଡି ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି।

ରାତି ପାହିଲେ ପିପିଲି ଭୋଟ୍‌ : ପ୍ରସ୍ତୁତ ଇଭିଏମ୍ ଓ ଭଭିପାଟ୍, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିଲିଲି ଭୋଟର
ଭୁବନେଶ୍ବର : କାଲି ବିଧାୟକ ବାଛିବେ ପିପିଲିବାସୀ। ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ହେବ ମତଗ୍ରହଣ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ।

କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମସ୍ତ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମଗ୍ର ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ କଡା ଯାଞ୍ଚର ବ୍ୟବସ୍ଥା କରାଯାଇଛି। ବିନା କାରଣରେ ବାହାର ଅଞ୍ଚଳ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଅଞ୍ଚଳ ଲୋକଙ୍କ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ନିର୍ବାଚନ ପାଇଁ ୨୮ ତାରିଖ ସଂନ୍ଧ୍ୟା ୬ଟାରୁ ଜିଲାର ସମସ୍ତ ମଦଦୋକନକୁ ବନ୍ଦ ରଖାଯାଇଛି। ଉପର୍ନିବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ। ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛ। ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି। ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିପରି ପୋଲିଂ ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍‌ ଟିମ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।

୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି- ପ୍ରତାପ ଦେବ
ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ଯସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ଯକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ଯକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।

ନାହିଁ ସେକାଳ ପଖାଳ, ସ୍ଥିତି ଅଣ୍ଡାଳୁଛି ଦଳ
ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ସାଧାରଣ ନିର୍ବାଚନ-୨୦୧୯କୁ ଛାଡି ଦେଲେ ପ୍ରାୟତଃ ସବୁ ନିର୍ବାଚନରେ ପିପିଲି-ଡେଲାଙ୍ଗ ଗାଁ ଦାଣ୍ଡରେ ଗୋଟିଏ କଥା ଶୁଣିବାକୁ ମିଳିଥାଏ। ତାହା ହେଉଛି- ଏଠି ଯୋଡିଏ ଦୋକାନ, ଗୋଟେ ଜନତା ଆଉ ଗୋଟିଏ କଂଗ୍ରେସ। ଗୋଟିଏ ମହାରଥୀର, ଗୋଟିଏ କେଦାର ସା’ନ୍ତରାର। ହେଲେ ଉପରୋକ୍ତ କେଇ ଧାଡି ଆଜି ପ୍ରାୟତଃ ଗୁରୁତ୍ୱ ରଖୁନାହିଁ। ପିପିଲି ରାଜନୀତିରେ କଂଗ୍ରେସ ସମୟ ସ୍ରୋତରେ ନିଷ୍କ୍ରିୟ ହୋଇଗଲାଣି। ୧୯୫୧ରୁ ୨୦୧୯ ଯାଏ ମୋଟ ୧୬ଥର ନିର୍ବାଚନ ହୋଇଛି। ତନ୍ମଧ୍ୟରୁ କଂଗ୍ରେସ ୭ ଥର ବିଜୟୀ ହୋଇଛି। ଅପରପକ୍ଷରେ ବିଜୁ ଜନତା ଦଳର ଅଭ୍ୟୁଦୟ ପରଠାରୁ କଂଗ୍ରେସ ପିପିଲି ଦୁର୍ଗ ଦଖଲ କରିପାରି ନାହିଁ।

ଶେଷଥର ୧୯୯୫ ମସିହାରେ ଯୁଧିଷ୍ଠିର ସାମନ୍ତରାୟ ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥିଙ୍କୁ ପରାସ୍ତ କରିଥିଲେ। ସେହିବର୍ଷ ପୁରୀ ଜିଲ୍ଲାରେ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ପୁରୀ ବିଧାନସଭା ଆସନକୁ ଛାଡି ଦେଲେ କଂଗ୍ରେସ ସମସ୍ତ ବିଧାନସଭା ଆସନରେ ବିଜୟୀ ହୋଇଥିଲା। ୧୯୫୧, ୧୯୫୭ ଏବଂ ୧୯୬୧ରେ କଂଗ୍ରେସ ପ୍ରାର୍ଥୀ ଲଗାତର ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ। ଏହି ୩ଟି ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବଦଳି ଥିଲେ। ୧୯୫୧ରେ ଜୟକୃଷ୍ଣ ମହାନ୍ତି ପ୍ରଥମ ଥର ବିଧାୟକ ହୋଇଥିବା ବେଳେ ପରବର୍ତ୍ତୀ ୨ଟି ନିର୍ବାଚନରେ ଯଥାକ୍ରମେ ଗୋପୀନାଥ ଭୋଇ ଓ ରାମଚନ୍ଦ୍ର ପଟ୍ଟନାୟକ ବିଜୟୀ ହୋଇଥିଲେ। ୧୯୬୭ରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

ହରେକୃଷ୍ଣ ମହତାବଙ୍କ ଜନ କଂଗ୍ରେସ ପ୍ରାର୍ଥୀ ବନମାଳୀ ପଟ୍ଟନାୟକ ସେହି ବର୍ଷ ବିଜୟୀ ହୋଇଥିଲେ। ଏହା ପରେ ପୁଣି ୧୯୭୧ ଏବଂ ୧୯୭୪ରେ କଂଗ୍ରେସ ବିଜୟ ଲାଭ କରିଥିଲା। ଏହି ୨ ଥର ମଧ୍ୟ କଂଗ୍ରେସ ଭିନ୍ନ ଭିନ୍ନ ପ୍ରାର୍ଥୀ ଦେଇଥିଲା। ୧୯୭୧ରେ ଅଭିମନ୍ୟୁ ରଣସିଂହ ଏବଂ ୧୯୭୪ ରେ ବିପିନ୍‍ ବିହାରୀ ଦାଶ ଜିତିଥିଲେ। ୧୯୭୭ରେ ଜନତା ପାର୍ଟିରୁ କିରଣଲେଖା ମହାନ୍ତି ବିଜୟୀ ହୋଇଥିଲେ। ହେଲେ ଏହାର ୩ ବର୍ଷ ପରେ ହୋଇଥିବା ନିର୍ବାଚନରେ ବିପିନ୍‍ ବିହାରୀ ଦାଶ ପୁନର୍ବାର କଂଗ୍ରେସରୁ ବିଜୟୀ ହେବା ସହ ଦ୍ୱିତୀୟଥର ବିଧାୟକ ହୋଇଥିଲେ। ୧୯୮୫ରେ ସାରା ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ସେ ସମୟର ଛାତ୍ର ଜନତା ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଦୀପ ମହାରଥୀ ଜନତା ପାର୍ଟି ଟିକେଟ୍‍ରେ ବିଜୟୀ ହୋଇପାରିଥିଲେ।

୧୯୯୦ରେ ପ୍ରଦୀପ ପୁନର୍ବାର ବିଜୟୀ ହୋଇ ଲଗାଥର ଦ୍ୱିତୀୟ ଥର ବିଧାନସଭାକୁ ଆସିଥିଲେ। ହେଲେ ୧୯୯୫ରେ ଦଶନ୍ଧି ପରେ ପୁଣି କଂଗ୍ରେସ ପିପିଲି ହାତେଇ ପାରିଥିଲା। କଂଗ୍ରେସ ପ୍ରାୟତଃ ପ୍ରାର୍ଥୀ ପରିବର୍ତ୍ତନ କରି ଆସନକୁ ନିଜ ହାତରେ ରଖିବାକୁ ସକ୍ଷମ ହେଉଥିଲା। ଅପରପକ୍ଷରେ ନବେ ଦଶକରୁ ଦଳରେ ଯୁଧିଷ୍ଠିରଙ୍କ ଆଧିପତ୍ୟ ଦଳକୁ ୩ ଦଶନ୍ଧି ମଧ୍ୟରେ ମାତ୍ର ଥରୁଟିଏ ଜିତାଇ ପାରିଥିଲା। ୨୦୦୦ , ୨୦୦୪, ୨୦୦୯, ୨୦୧୪ରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରଦୀପ ମହାରଥି ବିଜୟୀ ହୋଇଥିଲେ। ଏହି ୪ଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଯୁଧିଷ୍ଠିର ସାମନ୍ତରାୟ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଏବଂ ୨୦୦୯ରେ ସ୍ୱର୍ଗତ ପ୍ରଦୀପ ଏବଂ ଶ୍ରୀ ସାମନ୍ତରାୟଙ୍କ ମଧ୍ୟରେ ଉନିଶ୍‍-ବିଶ୍‍ର ଟକ୍କର ରହୁଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଯୁଧିଷ୍ଠିରଙ୍କ ହାରିବାର ମୁଖ୍ୟ କାରଣ ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ୨୦୧୪ ନିର୍ବାଚନରେ ପ୍ରାଥମ ଥର ପାଇଁ ପ୍ରଦୀପ-ଯୁଧିଷ୍ଠିରଙ୍କ ମଧ୍ୟରେ ବ୍ୟବଧାନ ଅଧିକ ରହିଥିଲା। ଏକଦା ଯୁଧିଷ୍ଠିରଙ୍କ ଘନିଷ୍ଠ ସହଯୋଗୀ ବୋଲାଉଥିବା ଆଶ୍ରିତ ସ୍ୱାଧିନ ଭାବେ ନାମାଙ୍କନ କରି ୨୦୧୪ରେ ପ୍ରାୟ ୧୮୦୦୦ ଭୋଟ ହାତେଇଥିଲେ। ଏହା ପରଠାରୁ କଂଗ୍ରେସ ଆହୁରି ଦୁର୍ବଳ ହେବାରେ ଲାଗିଲା। ୨୦୧୯ରେ ଶେଷ ପର୍ଯ୍ୟାୟରେ ଯୁଧିଷ୍ଠିର କଂଗ୍ରେସ ଟିକେଟ୍‍ରେ ଲଢିବାକୁ ମନା କରିଦେଲେ। ନିର୍ବାଚନରେ ସମ୍ପୂର୍ଣ୍ଣ ନୀରବ ରହିଲେ। ତାଙ୍କ ବଦଳରେ ଅଜିତ ମଙ୍ଗରାଜ ପ୍ରାର୍ଥୀ ହେବା ସହ ପ୍ରାୟ ୧୦,୦୦୦ ଭୋଟ୍‍ ହାତେଇ ପାରିଲେ। ପ୍ରଦୀପଙ୍କ ଅବର୍ତ୍ତମାନରେ ଅଜିତ ପୁର୍ନବାର ପ୍ରାର୍ଥୀ ହୋଇଥିଲେ ବି ଜୀବନ ଯୁଦ୍ଧରେ ହାରିଗଲେ। ତେଣୁ ୨୦୨୧ର ଉପ-ନିର୍ବାଚନ ଆଗାମୀ ଦଶନ୍ଧିର ପିପିଲି-ଡେଲାଙ୍ଗ କଂଗ୍ରେସ ରାଜନୀତିର ବାର୍ତ୍ତା ଦେବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି।