Tangerang jail - The Sakala

ଜେଲ୍‌ରେ ଭୟାବହ ଅଗ୍ନିକାଣ୍ଡ; ୪୧ ମୃତ
ଜାକର୍ତ୍ତା : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା ସହର ନିକଟବର୍ତ୍ତୀ ତାଙ୍ଗେରଙ୍ଗ ଟାଉନସ୍ଥିତ ଏକ ଜେଲ୍‌ରେ ଅଗ୍ନିକାଣ୍ଡ ଘଟି ୪୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ ସମେତ ଦକ୍ଷିଣ ଆଫ୍ରିକା ଏବଂ ପର୍ତ୍ତୁଗାଲର ଦୁଇ ବିଦେଶୀ ନାଗରିକ ରହିଛନ୍ତି। ଗତକାଲି ମଧ୍ୟରାତ୍ରରେ ଏହି ଜେଲ୍‌ର ବ୍ଲକ୍‌ ସି-୨ରେ ନିଆଁ ଲାଗିଯିବାର ଘଟଣାସ୍ଥଳରେ ହିଁ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଅନ୍ତେବାସୀକୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବା ବେଳେ ବାଟରେ ହିଁ ତା’ର ମୃତ୍ୟୁ ହୋଇଥିବା ଇଣ୍ଡୋନେସିଆ ଆଇନ ମନ୍ତ୍ରୀ ୟାସୋନା ଲାଓଲି କହିଛନ୍ତି। ଏଥିସହିତ ୮୧ ଜଣ ଜେଲ ଅନ୍ତେବାସୀ ପୋଡ଼ି ହୋଇ ଗୁରୁତର ଆହତ ହେଇଥିବା କୁହାଯାଇଛି।

ଜେଲ ନିୟମ ଅନୁଯାୟୀ ରାତିରେ ସମସ୍ତ ପ୍ରକୋଷ୍ଠରେ ତାଲା ପକାଇ ଦିଆଯାଏ। ଇଣ୍ଡୋନେସିଆ ସ୍ଥାନୀୟ ସମୟ ରାତି ପ୍ରାୟ ୧.୪୫ ବେଳକୁ ନିଆଁ ଲାଗିଥିବା ବେଳେ ଏହି ସମୟରେ ସମସ୍ତ କଏଦୀ ଶୋଇ ଯାଇଥିଲେ । ସବୁ ପ୍ରକୋଷ୍ଠରେ ତାଲା ପଡ଼ିଥିବାରୁ ସେମାନଙ୍କୁ ତୁରନ୍ତ ବାହାର କରିବା ସମ୍ଭବ ହୋଇନଥିଲା। ଏହି ଜେଲରେ ମୋଟ ଯେତିକି କଏଦୀ ରହିବା କଥା ତା’ ଠାରୁ ଅଧିକ ୪୦୦ ଗୁଣ କଏଦୀ ରହୁଥିଲେ। ନିଆଁ ଲାଗିବା ସମୟରେ ଏଠାରେ ପ୍ରାୟ ୨୦୭୨ ଜଣ କଏଦୀ ଥିଲେ ବୋଲି ଲାଓଲି କହିଛନ୍ତି। ତେବେ କେଉଁ କାରଣରୁ ଜେଲରେ ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି।