Sand Mafia - The Sakala

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ଟଙ୍କା ସହ ୩୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ
କେନ୍ଦୁଝର: ପୋଲିସ ଟାର୍ଗେଟରେ ବାଲି ମାଫିଆ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ହୋଇଛି ଏହି ଚଢ଼ାଉ । ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବାଲି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି ।

୧୨ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ସ୍ନେହାଶିଷ ସାହୁ, ଆନନ୍ଦପୁର ଏସଡିପିଓ କମଳ ଲୋଚନ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଛି।

ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି। କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୁଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି। ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ ବଢିବାରେ ଲାଗିଛି। ବାଲି ମାଫିଆମାନେ ଦିନ ଦ୍ୱିପ୍ରହରରେ ଖୁଲମଖୁଲା ଯେଉଁଭଳି ଅପରାଧମାନ ସଂଗଠିତ କରୁଛନ୍ତି ତାହା ରାଜ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ନଗ୍ନ ରୂପ ଦର୍ଶାଉଛି ବୋଲି ଅଭିଯୋଗ କରିଛି ବିଜେଡି।

ରବିବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ସଂଜୟ ଦାସବର୍ମା ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଗତ ୨ ତାରିଖରେ ସାକ୍ଷୀଗୋପାଳ ନିର୍ବାଚନମଣ୍ଡଳୀ କଣାସ ଥାନା ଅନ୍ତର୍ଗତ ଗୋଲବଜାରରେ ସକାଳ ୮ଟା ବେଳେ ବାଲି ମାଫିଆମାନେ ସର୍ବସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ମଟରସାଇକେଲ ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଯେଉଁଥିରେ ସାଧାରଣ ଲୋକ ଅତ୍ୟନ୍ତ ଭୟଭିତ ହେବା ସହ ରାଜ୍ୟ ସରକାରଙ୍କ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ବାଲି ମାଫିଆମାନେ ବିଗତ ଦିନରେ କଟକରେ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରିଥିଲେ। ସେହିପରି ବ୍ୟାସନଗର ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ କରିବା, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର, ଆନନ୍ଦପୁର ତହସିଲ କର୍ମଚାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ ଯେଉଁଭଳି ଭାବେ ଅପରାଧୀମାନେ ଆଇନ ବ୍ୟବସ୍ଥାକୁ ‘ଫୁ’ କରି ଅପରାଧମାନ ସଂଗଠିତ କରୁଛନ୍ତି, ସେହିଭଳି ବିଜେପି ଓଡ଼ିଶାରେ ଶାସନ ଭାରକୁ ଆସିଲା ପରେ ରାଜ୍ୟରେ ବାଲି ମାଫିଆମାନେ ଅନୁରୂପ ଆତଙ୍କରାଜ ଚଳାଉଛନ୍ତି। ସରକାର ବେଆଇନ ବାଲି ଖାଦାନ ଗୁଡିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବା ସହିତ ବାଲି ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନ ନିଅନ୍ତି, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ବାଲି ମାଫିଆଙ୍କ ‘ମହାଗୁରୁ’
ଭୁବନେଶ୍ୱର : ନିଜକୁ ଅନ୍ୟ ଦଳଠାରୁ ଭିନ୍ନ ବୋଲି କହୁଥିବା ବିଜେପିର ଜଣେ ବିଧାୟକ ଜାଲିଆତିରେ କେବଳ ମାଷ୍ଟର ଡିଗ୍ରୀ କରିନାହାନ୍ତି; ଓଡ଼ିଶାର ବିପୁଳ ରାଜସ୍ୱ ହ୍ରାସର ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହୋଇଛି। ବଂଶଧାରା କୂଳରୁ ବାଲିଘାଟ ଇଦୁଡି ୧ ଏବଂ ଇଦୁଡି ୨ରୁ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ହେଉଥିବା ବାଲି ମାଫିଆଙ୍କ ଉପରେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ଆଶୀର୍ବାଦ ରହିଛି ଓ ତାଙ୍କ ଇଙ୍ଗିତରେ ବାଲି ଚାଲାଣ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ବାଲି ଚୋରା ଚାଲାଣ ରୋକିବାକୁ ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି। ଏପରିକି ସ୍ୱତନ୍ତ୍ର ବାଲି ନୀତି ଆଣିଛନ୍ତି।

ମାତ୍ର ବିଧାନସଭାର ଜଣେ ସଦସ୍ୟ ଭାବରେ ରାଜ୍ୟର ସ୍ୱାର୍ଥ ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବାକୁ ଶପଥ ନେଇଥିବା ଜଣେ ବିଧାୟକ ନିଜ ରାଜ୍ୟର ସମ୍ପଦକୁ ବେଆଇନ ଭାବରେ ଅନ୍ୟ ରାଜ୍ୟକୁ ଚାଲାଣ କରିବାରେ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି। ସ୍ଥାନୀୟ କାଶୀନଗର ସଚେତନ ନାଗରିକମାନେ ଏ ନେଇ ପ୍ରତିବାଦ କରିବା ସହ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସ୍ଥାନୀୟ ବାସିନ୍ଦା କେ. ଆପ୍ପାରାଓ କହିଛନ୍ତିି ଯେ, ବଂଶଧାରା ବାଲିଘାଟକୁ ଖାଲି କରି ଦିଆଯାଇଛି। ଜେସିବି ଲାଗି ଟ୍ରକ ଏବଂ ଲରିରେ ବାଲି ଭର୍ତ୍ତ କରି ସବୁ ସମୟରେ ଚାଲାଣ କରାଯାଉଥିବା ଆପ୍ପା ରାଓ କହିଛନ୍ତି। ଆଶ୍ଚର୍ଯ୍ୟର କଥା ଦଳର ଜଣେ ବିଧାୟକ ଆର୍ଥିକ ଓ ରାଜସ୍ୱଗତ ଭାବେ ରାଜ୍ୟ ସମ୍ପତ୍ତିକୁ ହରିଲୁଟ କରୁଥିବାବେଳେ ଦଳର ରାଜ୍ୟ ନେତୃତ୍ୱ ଏ ନେଇ ରହସ୍ୟଜନକ ଭାବରେ ନିରବତା ଅବଲମ୍ବନ କରୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ବର୍ଷା ଯୋଗୁ ବଂଶଧାରାରେ ପାଣି ରହିଛି, ତେଣୁ ବାଲି ଉଠାଣ ବନ୍ଦ ରହୁଛି। ହେଲେ ପାଣି ଛାଡିଯିବା ମାତ୍ର ନାରାୟଣ ରାଓ ଏବଂ ତାଙ୍କ ଆନ୍ଧ୍ର ବେପାରୀ ବନ୍ଧୁମାନେ ଜେସିବିରେ ବାଲି ଉଠାଇ ଅନ୍ୟତ୍ର ଚାଲାଣ କରୁଛନ୍ତି। ବାଲି ଶୂନ୍ୟ ହୋଇଯାଇଥିବା ବାଲିଘାଟର ଟେଣ୍ଡର ଏ.ଗୋପାଳ ରାଓ ଓ ପି.ରାଜାରାଓ ନେଇଛନ୍ତି। ଏହି ୨ ବ୍ୟକ୍ତି ନାରାୟଣ ରାଓଙ୍କ କଳା ସାମ୍ରାଜ୍ୟ ବାଁ ଏବଂ ଡାହାଣ ଆଖି ବୋଲି ଆପ୍ପାରାଓ ଅଭିଯୋଗ କରିଛନ୍ତି। ଗୋଟିଏ ଘନ୍‍ ମିଟର ବାଲିକୁ ରୟାଲଟି ବାବଦରେ ୩୫ ଟଙ୍କା ଓ ଅତିରିକ୍ତ କର ବାବଦରେ ୧୪୦ ଟଙ୍କା ରାଜସ୍ୱ ଦେବାର ବିଧି ରହିଛି। ଏହା ରାଜ୍ୟ ରାଜକୋଷର ପ୍ରାପ୍ୟ।

ହେଲେ ନାରାୟଣ ରାଓଙ୍କ ସମ୍ପର୍କୀୟ ବେପାରୀମାନେ ବାଲିଘାଟ ଗୁଡିକରୁ ୧୪ ଓ ୧୬ ଚକିଆ ଲରିରେ ୩୦ରୁ ୩୫ କ୍ୟୁବିକ୍‍ ମିଟର ବାଲି ଉଠାଇଥାଆନ୍ତି। ଏହାର ମୂଲ୍ୟ ପ୍ରାୟ ୬୦ରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହାକୁ ଅତି ଚଞ୍ଚକତାରେ ଠକି ଦିଆଯାଇଆସୁଛି। ସ୍ଥାନୀୟ ତହସିଲଦାର ଦେଇଥିବା ତିନିକିତା ୱାଇ-ଫର୍ମରେ ନାଁକୁ ବ୍ଲର କରାଯାଉଛି। ପ୍ରଥମ ୱାଇ ଫର୍ମର କପିରେ ୩୫ ଘନମିଟର୍‍ ବାଲି ଦେଖାଇ ଟ୍ରକ୍‍ ଓଡ଼ିଶା ସୀମା ଅତିକ୍ରମ କରାଯାଏ। ଏହା ପରେ ଗାଡ଼ିର ଡ୍ରାଇଭର ଆନ୍ଧ୍ର ଭିତରକୁ ପ୍ରବେଶ କରିବା ନେଇ ବାଲିଘାଟ ମାଲିକକୁ ଖବର ଦିଆଯାଏ।

ପରେ ୱାଇ-ଫର୍ମର ଅନ୍ୟ ୨ଟି ନକଲ କପିରେ ଟ୍ରାକ୍ଟରରେ ମାତ୍ର ମାତ୍ର ୩ ଘନମିଟର୍‍ ବାଲି ଯାଇଛି ବୋଲି ଉଲ୍ଲେଖ କରାଯାଇଥାଏ। ଏଥିସହିତ ମାତ୍ର ୫୨୫୦ ଟଙ୍କା ବଦଳରେ ମାତ୍ର ୫୨୫ ଟଙ୍କା ଦେଇ ଗାଡ଼ି ପାର କରାଯାଏ। ଏହି ଧାରା ନିୟମିତ ଭାବେ ଅଣ-ବର୍ଷା ଦିନ ଗୁଡିକରେ କରାଯାଉଛି। ଏହିପରି ଭାବେ ଓଡ଼ିଶା କେତେ ରାଜସ୍ୱ ହରାଉଛି, ତାହା ସହଜରେ ଅନୁମେୟ ବୋଲି ସ୍ଥାନୀୟ ବାସିନ୍ଦା ଗାବ୍ରା ତିରୁପତି ରାଓ କହିଛନ୍ତି।