Koraput - The Sakala

ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ସ୍କୁଲ ପଛ ନାଳରୁ ମିଳିଲା ରକ୍ତାକ୍ତ ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ଏକ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହରଡାଗୁଡା ପଞ୍ଚାୟତ ମାରଡା ମାଳିଗୁଡା ଗ୍ରାମର ଗୁରୁନାଥ। ସେ ଏହି ସ୍କୁଲରେ ଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସରେ ରହି ପାଠ ପଢୁଥିଲେ। ଗତ ତିନି ଦିନ ଧରି ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହେବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ଗତ ସୋମବାର ଠାରୁ ଗୁରୁନାଥ ଛାତ୍ରାବାସରୁ ନିଖୋଜ ଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ଉଚ୍ଚ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ। ଏପରିକି ଛାତ୍ରଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ସ୍କୁଲ ପଛପଟ ନାଳରେ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିବା ପରେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହ ନାଥ ଶତପଥୀ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଖବର ପାଇ ବି. ସିଂହପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହି ଘଟଣା ଏକ ଦୁର୍ଘଟଣା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ସେନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସ୍କୁଲ କର୍ତ୍ତୃପକ୍ଷଙ୍କ ସମ୍ଭାବ୍ୟ ଅବହେଳା ଏବଂ ଛାତ୍ରଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରଖିଛି।

ସ୍କୁଲ ପରିସରରେ ପଶିଲା ଭାଲୁ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଅଭିଭାବକ
କୋରାପୁଟ: କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ ଗୁଣେଇପଡ଼ା ଅଞ୍ଚଳରେ ଏକ ବିରାଟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଏକ ସ୍କୁଲ ପରିସର ଏବଂ ନିକଟସ୍ଥ ଗାଁରେ ଭାଲୁଟି ପଶିଯିବା କାରଣରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗାଁର କିଛି ଲୋକ ସ୍କୁଲ ବାରଣ୍ଡାରେ ଭାଲୁଟିକୁ ଶୋଇଥିବାର ଦେଖିବାକୁ ପାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଭାଲୁଟି ସ୍କୁଲର ରୋଷେଇ ଘର ଏବଂ ଖେଳ ପଡ଼ିଆରେ ବୁଲିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଲୁଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦିଆଯାଇଥିଲା। ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା, ମାତ୍ର ସନ୍ଧ୍ୟା ସମୟରେ ପୁଣି ଗାଁ ଆଡ଼କୁ ଫେରିଆସିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସୌଭାଗ୍ୟବଶତଃ ଭାଲୁଟି କାହାର କିଛି କ୍ଷତି କରିନାହିଁ। ଏହା ଏକ ପୋଷା ଭାଲୁ ହୋଇଥାଇପାରେ ବୋଲି ମଧ୍ୟ କିଛି ଲୋକ ସନ୍ଦେହ କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲ ଚାରିପଟେ କୌଣସି ସୀମା ପ୍ରାଚୀର ବା ପାଚେରୀ ନଥିବାରୁ ବନ୍ୟଜନ୍ତୁମାନେ ବାରମ୍ବାର ଏବଂ ଅତି ସହଜରେ ସ୍କୁଲ ପରିସରରେ ପ୍ରବେଶ କରୁଛନ୍ତି। ଏହାଦ୍ୱାରା ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ଯେ, "ବର୍ତ୍ତମାନ ସମସ୍ତ ପିଲା ସୁରକ୍ଷିତ ଅଛନ୍ତି। ଆମେ ଏହି ସମସ୍ୟା ନେଇ ବନ ବିଭାଗ ଏବଂ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇବୁ।"

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇବା ପରେ ଲାମତାପୁଟ ବନାଞ୍ଚଳ ଅଧିକାରୀ (Forest Range Officer) କହିଛନ୍ତି ଯେ, ବନ ବିଭାଗର ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା ଆକ୍ସନ । ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ଜିଲ୍ଲାପାଳଙ୍କୁ ଚିଠି । କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ । ଓଡ଼ିଶାର ଏହି ୬ଟି ଜିଲ୍ଲାରେ ସରକାରୀ ଜମିରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ରାଜ୍ୟ ସରକାର ନିଜର ପ୍ରୟାସକୁ ଜୋରଦାର କରିଛନ୍ତି। କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ନିରନ୍ତର ନଜର ରଖିବା ସହ ପୁନର୍ବାର ହେଉଥିବା ଚାଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀ ଏ ନେଇ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କ୍ଷେତ୍ରସ୍ତରରେ ନିରୀକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବାକୁ କହିଛନ୍ତି।

୨୦୨୫-୨୬ ଫସଲ ଋତୁରେ ଓଡ଼ିଶା ପୋଲିସ ଏହି ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ଥିବା ୧,୬୩୧ଟି ଜିପିଏସ୍-ମ୍ୟାପ୍ ପ୍ଲଟ୍ରେ ପ୍ରାୟ ୩୬,୫୦୮.୭୯୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏଥିମଧ୍ୟରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ଭାବରେ ଚିହ୍ନଟ କରାଯାଇଥିଲା। ନଭେମ୍ବର ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଚାଷ ସ୍ଥାନଗୁଡ଼ିକର ଜିପିଏସ୍ (GPS) ତଥ୍ୟ ପୋଲିସ କର୍ତ୍ତୃପକ୍ଷ ରାଜସ୍ୱ ବିଭାଗ ସହିତ ଅଂଶୀଦାର କରିଛନ୍ତି। ଏହି ତଥ୍ୟ ଆଧାରରେ ବିଭାଗ ପକ୍ଷରୁ ଉକ୍ତ ପ୍ଲଟଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯିବ।

ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ଗଞ୍ଜେଇ ଚାଷୀମାନେ ସମାନ ସରକାରୀ ଜମିକୁ ଫେରିଆସୁଥିବା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂତନ ଫସଲ ଋତୁ ଆରମ୍ଭ ହୋଇସାରିଥିବାରୁ, ପୂର୍ବରୁ ଗଞ୍ଜେଇ ଚାଷ ଚିହ୍ନଟ ହୋଇ ନଷ୍ଟ ହୋଇଥିବା ପ୍ଲଟଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ (RI) ଏବଂ ରାଜସ୍ୱ ସୁପରଭାଇଜରମାନଙ୍କୁ ମିଳିତ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଚାଷ ଦେଖିବା ମାତ୍ରେ ସ୍ଥାନୀୟ ପୋଲିସ, ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) କିମ୍ବା ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) କୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

ରାଜସ୍ୱ ବିଭାଗ ନିଜର ଅଧିକାରୀମାନଙ୍କୁ ମଧ୍ୟ କଡ଼ା ଚେତାବନୀ ଦେଇଛି। ଡାକ୍ତର ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ଗଞ୍ଜେଇ ଚାଷରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ମାଫିଆଙ୍କୁ ସହଯୋଗ କରୁଥିବା ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ ଜମି ଯେପରି ବାରମ୍ବାର ବେଆଇନ ଚାଷ ପାଇଁ ବ୍ୟବହାର ନହୁଏ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ
କୋରାପୁଟ: ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ଦୁଇ ଛାତ୍ର ଆହତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କାଲାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ୨ ଜଣ ସ୍କୁଲ ଛାତ୍ର ଆହତ ହୋଇଛନ୍ତି। ଅଭିଭାବକ ନୀଳ ଖିଲ ଏବଂ ପୂର୍ଣ୍ଣ ଖିଲଙ୍କ କହିବା ଅନୁଯାୟୀ, ସେମାନଙ୍କ ପିଲାମାନେ ଘରୁ ସ୍କୁଲକୁ ଯାଇଥିଲେ। ସ୍କୁଲ ଫାଟକ ଦେଇ ପ୍ରବେଶ କରୁଥିବା ସମୟରେ, ବିପଦସଙ୍କୁଳ ଅବସ୍ଥାରେ ଥିବା ଲୁହା ଗେଟ୍ ଏବଂ ସିମେଣ୍ଟ ପାଚେରି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ତୃତୀୟ ଶ୍ରେଣୀର ଦୁଇ ଛାତ୍ର କାମେଶ ଖିଲ ଓ ଦୀପକ ମାଝୀ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ୨ ଜଣ ଆହତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ନନ୍ଦପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏବଂ ବିଡିଓଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସ୍ୱତନ୍ତ୍ର ଜେଲରେ ୨ ବିଚାରାଧୀନ କଏଦୀ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ।  ସୂଚନା ଅନୁଯାୟୀ, ଅଭିଯୁକ୍ତ ନୃସିଂହ ପ୍ରସାଦ ଖମାରୀ ଏବଂ ଯୁବତୀ ନିବେଦିତା ତରାଇଙ୍କର ଗିରଫ ପୂର୍ବରୁ ବିବାହ ପାଇଁ ନିର୍ବନ୍ଧ ହୋଇଥିଲା। ଖୋର୍ଦ୍ଧା ଅଞ୍ଚଳରେ ଉଭୟ ‘ଲିଭ ଇନରେ ଏକାଠି ରହି ଆସୁଥିଲେ। କିନ୍ତୁ ମାଲକାନଗିର ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍‌ସରୁ ଚାଷୀଙ୍କ ଋଣ ଟଙ୍କା ହଡ଼ପ ଏବଂ ଏ ନେଇ ୧ କୋଟି  ୮ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ସଦର ମହକୁମା କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ମ୍ୟାନେଜରଙ୍କୁ ସୁଧାଂଶୁ ଖରାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଉକ୍ତ ଟଙ୍କା ମଧ୍ୟରୁ ୬୩ ଲକ୍ଷ ଟଙ୍କା  ଅଭିଯୁକ୍ତ ନୃସିଂହ ଏବଂ ନିବେଦିତାଙ୍କ ୧୨ଟି ଜମାଖାତାକୁ ଅନ୍‌ଲାଇନ ମାଧ୍ୟମରେ ପଠାଇଥିଲେ। ତେଣୁ ଭିଜିଲାନ୍ସ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ୍‌ କରାଯାଇ ଗତ ମେ ୭ ତାରିଖରେ  ଖୋର୍ଦ୍ଧାରେ ରହିଥିବା ତାଙ୍କ ଦୋକାନ ଉପରେ ଚଢଉ କରାଯାଇ ଗିରଫ କରି   ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ହାଜର କରାଯାଇ ଜେଲ ହାଜତକୁ ପଠାଯାଇଥିଲା। ଉଭୟଙ୍କ ନାମରେ ବାଙ୍ଗାଲୁରୁ ପୁଲିସ ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ଥାନା ଗୁଡିକରେ ଠକେଇ ମାମଲା ରହିଛି। ଉଭୟ ଏବେ ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।

ତେବେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ପୁରୋହିତଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ହୋମଯଜ୍ଞ ସହିତ ବିବାହ ଆୟୋଜନ ହେବା ସହିତ ଭୋଜିଭାତ  କରାଯାଇଥିଲା

ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଜେଲ କର୍ମଚାରୀ ଏବଂ ଅନ୍ତେବାସୀ ଉପସ୍ଥିତ ରହିଥିଲେ। ଜେଲ ଅଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି, ଉଭୟ ମେ ମାସରୁ ଏକ ଠକେଇ ନେଇ ଭିଜିଲାନ୍ସ ବିଭାଗ ଦ୍ୱାରା  ଗିରଫ ହୋଇ  ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।  ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଛି।

OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା; ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ଜବତ
କୋରାପୁଟ: ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପରେ ଅବସ୍ଥାପିତ ଥିବା ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ (OCCL) ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ଠିକଣା ଉପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ଅଧିକାରୀଙ୍କ ସର୍ଚ୍ଚ ଅପରେସନ ବେଳେ କୋରାପୁଟ ସହରରେ ୮,୦୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ ଥିବା ଏକ ୪ ମହଲା ବିଶିଷ୍ଟ ବାଣିଜ୍ୟିକ ଲଜ୍ (ଯେଉଁଥିରେ ୨୩ଟି ରୁମ୍ ରହିଛି) ଠାବ ହୋଇଛି। ଏହା ସହିତ ଏକ ନିର୍ମାଣାଧୀନ ବାସଭବନ ଏବଂ କୋରାପୁଟ, ରାଉରକେଲା ଓ ଭୁବନେଶ୍ୱରରେ ଥିବା ୮ଟି ମୂଲ୍ୟବାନ ପ୍ଲଟ୍ ଜବତ ହୋଇଛି। ଏହି ଚଢ଼ାଉରେ ଗୋଟିଏ ଇନୋଭା କ୍ରିଷ୍ଟା କାର୍, ଗୋଟିଏ ଦୁଇଚକିଆ ଯାନ ଏବଂ ସୁନା ଅଳଙ୍କାର ଜବତ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା ବ୍ୟାଙ୍କ ଜମା ଏବଂ ଆର୍ଥିକ ବିନିଯୋଗର ଯାଞ୍ଚ କରାଯାଉଛି।

ସୂଚନା anusare, ୨୦୧୧ ମସିହାରେ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ନାରାୟଣପାଟଣା ବ୍ଲକରେ ମାସିକ ୯,୩୦୦ ଟଙ୍କା ଦରମାରେ ସହକାରୀ ଯନ୍ତ୍ରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ସଞ୍ଜୟ କୁମାର କିସପୋଟ୍ଟା । ୨୦୧୬ ମସିହାରେ ତାଙ୍କ ଚାକିରି ନିୟମିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ପଟାଙ୍ଗି ବ୍ଲକ ଏବଂ ଆଇଟିଡିଏ (ITDA) କୋରାପୁଟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୬ ମାର୍ଚ୍ଚ ୨୦୨୬ରେ ସେ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ଭୁବନେଶ୍ୱର ସ୍ଥିତ ଓସିସି ଲିମିଟେଡରେ ଅବସ୍ଥାପିତ ହୋଇଥିଲେ। ସେ ନିଜ କାର୍ଯ୍ୟକାଳର ପ୍ରାୟ ୧୫ ବର୍ଷ କୋରାପୁଟ ଜିଲ୍ଲାରେ ବିତାଇଛନ୍ତି।

ବର୍ତ୍ତମାନ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ITDA ସହକାରୀ ନିର୍ଦ୍ଦେଶକ ସଂଜୟ କେସପେଟା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । କୋରାପୁଟର ମେଡିକାଲ ରୋଡ୍‌ ଅଞ୍ଚଳରେ ଥିବା ଲଜ୍‌ ସମେତ ଭୁବନେଶ୍ୱର ଓ ରାଉରକେଲାରେ ଭିଜିଲାନ୍ସ ଟିମ୍‌ର ଚଢାଉ ଚାଲିଥିବା ଜଣାପଡ଼ିଛି । କିଛି ମାସ ତଳେ କୋରାପୁଟରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ ସଂଜୟ । ଏହି ଚଢାଉରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ
କୋରାପୁଟ: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । ଏକ ଖଣି ଲିଜ୍ ଅବଧି ବୃଦ୍ଧି ଏବଂ ଆଗାମୀ ବାଲି ଉତ୍ସଗୁଡ଼ିକର ସ୍ପଟ୍ ନିଲାମରେ ଅନୁଚିତ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଲିଜ୍‌ଧାରୀଙ୍କଠାରୁ ସତ୍ୟଜିତ୍ ରାଉତ ଏହି ଲାଞ୍ଚ ଦାବି କରିଥିଲେ। ତାଙ୍କ ନିକଟରୁ ସମସ୍ତ ୨ ଲକ୍ଷ ଟଙ୍କାର ଲାଞ୍ଚ ରାଶି ଘଟଣାସ୍ଥଳରୁ ଜବତ କରାଯାଇଛି।

ଚଢ଼ାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସତ୍ୟଜିତ୍ ଙ୍କ ୩ଟି ବାସଭବନରେ ଏକକାଳୀନ ଚଢ଼ାଉ କରିଛି । ଜୟପୁରର ଲିଙ୍ଗରାଜ ନଗର, କଟକର ବିଦ୍ୟାଧରପୁର ଏବଂ ମାହାଙ୍ଗାର ଓଳକଣା ସ୍ଥିତ ବାସଭବନରେ ଏହି ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ତାଙ୍କ ଜୟପୁର ବାସଭବନରୁ ଅଧିକ ୨.୯୦ ଲକ୍ଷ ଟଙ୍କାର ହିସାବବିହୀନ ନଗଦ ଅର୍ଥ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ଜବତ ନଗଦ ଟଙ୍କାର ପରିମାଣ ୪.୯୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ କେସ୍ ନମ୍ବର ୧୪/୨୦୨୬ ରୁଜୁ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍‌ ଖୋଲିଲା
କୋରାପୁଟ: ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଉଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡ ଡ୍ୟାମର ପ୍ରଥମ ଗେଟ୍ ଖୋଲିଦିଆଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅତିରିକ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ଲାଗି ଡ୍ୟାମ୍‌ର ଏକ ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳଭଣ୍ଡାରରୁ ଏହି ବଳକା ବର୍ଷା ଜଳକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଆଡ଼କୁ ଛଡ଼ାଯାଉଛି।

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମାଛକୁଣ୍ଡ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨,୫୯୦ ଫୁଟ୍ ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ଜଳସ୍ତର ୨,୫୮୭ ଫୁଟ୍‌ରେ ପହଞ୍ଚିଛି। ତେଣୁ ବୃଦ୍ଧି ପାଉଥିବା ଜଳସ୍ତରକୁ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଗୋଟିଏ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଗତ କିଛି ଦିନ ହେବ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିବା କାରଣରୁ ଗେଟ୍ ଖୋଲିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ, ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ତୀକ୍ଷ୍ଣ ନଜର ରଖାଯାଇଛି।

କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ପ୍ଲଟ୍, ଫାର୍ମ ହାଉସ୍ ସମେତ ପୁଳା ପୁଳା ଟଙ୍କା ଜବତ
କୋରାପୁଟ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍ ସହ ଠାବ ହେଲାଣି ଅମାପ ସମ୍ପତ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢ଼ାଉ ବେଳେ ବହୁ କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ହାଇଟେକ୍ ପ୍ଲାଜାରେ ପ୍ରାୟ ୧୦୦୦ ବର୍ଗଫୁଟର ଏକ ୨-ବିଏଚ୍‌କେ ଫ୍ଲାଟ୍ ଠାବ କରାଯାଇଛି। ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁରେ ଦୁଇଟି ଫାର୍ମ ହାଉସ୍ ମିଳିଛି, ଯେଉଁଥିରେ ଆମ୍ବ ଏବଂ ଇଉକାଲିପଟାସ୍ ଗଛ ଥିବା ୧୦.୦୩ ଏକର ଜମି ଏବଂ ନୀଳଗିରି ଗଛ ଥିବା ଅନ୍ୟ ଏକ ୪.୩୫ ଏକର ଜମି ଅନ୍ତର୍ଭୁକ୍ତ। ଏହା ସହିତ ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଏବଂ ପଟାଙ୍ଗି ଆଦି ଅଞ୍ଚଳରେ ୩୨ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ କରାଯାଇଛି।

ଟେକ୍ନିକାଲ୍ ୱିଙ୍ଗର ଅଧିକାରୀମାନେ ବର୍ତ୍ତମାନ ଏହି ସମ୍ପତ୍ତିଗୁଡ଼ିକର ମୂଲ୍ୟ ଆକଳନ କରୁଛନ୍ତି। ଏହାବ୍ୟତୀତ ତଲାସି ବେଳେ ଘରୁ ୫.୪୮ ଲକ୍ଷ ଟଙ୍କା ନଗଦ ଏବଂ ୩୦୦ ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଛି। ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଏବଂ ଅନ୍ୟାନ୍ୟ ଆର୍ଥିକ ବିନିଯୋଗର ମଧ୍ୟ ଯାଞ୍ଚ କରାଯାଉଛି।

ସତ୍ୟନାରାୟଣ ସେଠୀ ୧୯୯୮ ମସିହା ଜାନୁଆରୀ ୨୨ ତାରିଖରେ ମାସିକ ମାତ୍ର ୭,୧୦୦ ଟଙ୍କା ଦରମାରେ କୋରାପୁଟ ଆମ୍ବଗୁଡ଼ା ସ୍ଥିତ ଅପର୍ କୋଲାବ୍ ଡିଭିଜନରେ ଜୁନିଅର୍ ଇଞ୍ଜିନିୟର (JE) ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଝରିଗାଁ, ଚନ୍ଦାହାଣ୍ଡି ଏବଂ ଜୟପୁର ଆଇଟିଡିଏ (ITDA) ରେ ସମାନ ପଦବୀରେ କାର୍ଯ୍ୟ କରିଥିଲେ।

୨୯ ଜୁଲାଇ ୨୦୧୫ରେ ସେ ସହକାରୀ ଯନ୍ତ୍ରୀ (AE) ଭାବେ ପଦୋନ୍ନତି ପାଇ କୋଟପାଡ଼ ବ୍ଲକ୍‌ରେ ନିଯୁକ୍ତି ପାଇଥିଲେ। ନିକଟରେ, ଅର୍ଥାତ୍ ୩ ସେପ୍ଟେମ୍ବର ୨୦୨୫ରେ ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ପଦବୀକୁ ପଦୋନ୍ନତି ମିଳିଥିଲା। ବର୍ତ୍ତମାନ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସେଠୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସମସ୍ତ ଆର୍ଥିକ କାରବାରର ଖୋଳତାଡ଼ ଜାରି ରଖିଛନ୍ତି ଏବଂ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ
କୋରାପୁଟ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କୋରାପୁଟ ଜିଲ୍ଲା କୋଟପାଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଏହି ଚଢ଼ାଉ ଜାରି ରହିଛି।

ଏହି ମାରାଥନ ଚଢ଼ାଉରେ ମୋଟ ୭ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଚାଲିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ରେଡ୍ କରାଯାଉଛି:
* କୋରାପୁଟ ଜିଲ୍ଲା ଜୟପୁରର ପରବେଡ଼ା ସ୍ଥିତ ଭଡ଼ା ଘର।
* ଖୋର୍ଦ୍ଧା ଜିଲ୍ଲା ଜଟଣୀ ମଢ଼ିପୁର ମୌଜାରେ ଥିବା ହାଇଟେକ୍ ପ୍ଲାଜାରେ ଏକ ଆବାସିକ ଫ୍ଲାଟ୍।
* କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ନିକଟସ୍ଥ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ।
* କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥିତ ସରକାରୀ ବାସଭବନ।
* କୋଟପାଡ଼ ସ୍ଥିତ ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ।
* କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ତାଙ୍କର ଦୁଇଟି ଫାର୍ମ ହାଉସ୍।

ବର୍ତ୍ତମାନ ସୁଦ୍ଧା ଶ୍ରୀ ସେଠୀଙ୍କ ଏହିସବୁ ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ଶ୍ରୀ ସେଠୀଙ୍କ ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଆକଳନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ
କୋରାପୁଟ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟା ରାଣୀ। କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସା ଗ୍ରାମରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ। ରାସ୍ତା ଉଦ୍ଘାଟନ ପରେ ନେରେଡିବାଲସା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗ ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ କୋଟିଆର ନେରେଦିଭାଲସା ଗାଁରେ ରାସ୍ତା ଉଦଘାଟନ କରିବାକୁ ଓଡିଶାର ପ୍ରଶାସନିକ ସ୍ୱାଧୀନତା ଉପରେ ଚରମ ଆକ୍ରମଣ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ କୁହାଯାଇଛି । ଓଡିଶା ସୀମାରେ ଆନ୍ଧ୍ରର ଏହି ଦାଦାଗିରିକୁ ତୁରନ୍ତ ବନ୍ଦ କରିବା ପାଇଁ ଓଡ଼ିଆ ଅସ୍ମିତାର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି । ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେଉଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ଏ ବିଷୟରେ ଆଲୋଚନା କରିବାକୁ ଶ୍ରୀ ବେହେରା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଆବଶ୍ୟକ ହେଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରି ସୀମା ସମସ୍ୟାର ଶାନ୍ତିପୂର୍ଣ ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ  ଦିଆଯାଇଛି ।