Prativa Mohapatra - The Sakala

ଆଡୋବ୍‌ ଇଣ୍ଡିଆର ନେତୃତ୍ବ ନେବେ ପ୍ରତିଭା ମହାପାତ୍ର
ନୂଆଦିଲ୍ଲୀ: ଆଡୋବ୍‌ ଇଣ୍ଡିଆରେ ଉପସଭାପତି ତଥା ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବରେ ପ୍ରତିଭା ମହାପାତ୍ରଙ୍କୁ ମିଳିଛି ନିଯୁକ୍ତି। କମ୍ପାନୀର ଏହି ଶୀର୍ଷ ପଦ ମଣ୍ଡନ କରିବାରେ ପ୍ରତିଭା ହେଉଛନ୍ତି ପ୍ରଥମ ମହିଳା। ସେ ଆଇବିଏମରୁ ଆଡୋବ୍‌ରେ ଯୋଗଦେଇଥିଲେ, ଯେଉଁଠାରେ ସେ ଏପିଏସି ପାଇଁ ଡିଜିଟାଲ ବିକ୍ରୟର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଆଡୋବ୍‌ରେ ପ୍ରତିଭା ଆଡୋବ ଏକ୍ସପେରିଏନ୍ସ କ୍ଲାଉଡ୍, ଆଡୋବ୍ କ୍ରିଏଟିଭ୍ କ୍ଲାଉଡ୍ ଏବଂ ଆଡୋବ୍ ଡକ୍ୟୁମେଣ୍ଟ୍ କ୍ଲାଉଡ୍ ଉପରେ କମ୍ପାନୀର ଭାରତ ବ୍ୟବସାୟର ନେତୃତ୍ୱ ନେବେ ଏବଂ ଆଡୋବର ସଭାପତି ଏସିଆ ପାସିଫିକ୍ (ଏପିଏସି) ର ସାଇମନ୍ ଟେଟେଙ୍କୁ ରିପୋର୍ଟ କରିବେ।

ଉତ୍ପାଦ ନବସୃଜନ ଏବଂ କଷ୍ଟମର ଏକ୍ସପରିଏନ୍ସ ମଧ୍ୟରେ ସମନ୍ବୟ ରଖି ସେ ଆଡୋବ୍‌ର ଇଞ୍ଜିନିୟରିଂ ନେତୃବୃନ୍ଦଙ୍କ ସହ ମଧ୍ୟ ଅଂଶୀଦାର ହେବେ। ଆଡୋବ ଇଣ୍ଡିଆର ସେଲ୍‌ସ ଟିମ୍‌ର ନୀତିନ ସିଙ୍ଗଲ (ବରିଷ୍ଠ ନିର୍ଦ୍ଦେଶକ ଏବଂ ଏମ୍‌ଡି- ଡିଏକ୍ସ ବ୍ୟବସାୟ, ଆଡୋବ ଇଣ୍ଡିଆ), ଗିରିଶ ବାଲାଚନ୍ଦ୍ରନ (ନିର୍ଦ୍ଦେଶକ – ଡିଜିଟାଲ ମିଡିଆ ବ୍ୟବସାୟ, ଆଡୋବ ଇଣ୍ଡିଆ) ଏବଂ ବ୍ୟାଶକ ଭେନୁଗୋପାଳ (ହେଡ – ସଲ୍ୟୁସନ୍ କନସଲଟିଂ, ଆଡୋବ ଇଣ୍ଡିଆ) ପ୍ରତିଭାଙ୍କୁ ରିପୋର୍ଟ କରିବେ। ପ୍ରତିଭା ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନର ଏନ୍‌ଆଇଟି ରାଉରକେଲା) କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଟେକ୍ନୋଲୋଜି କରିବା ପରେ ଭୁବନେଶ୍ୱରସ୍ଥିତ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏସନ୍ (ସିଷ୍ଟମ୍ ଏବଂ ଫାଇନାନ୍ସ)ରେ ସ୍ପେସିଆଲାଇଜେସନ୍‌ କରିଥିଲେ। ଟେକ୍ନୋଲୋଜି ଶିଳ୍ପରେ ୨୫ ବର୍ଷରୁ ଅଧିକ କ୍ୟାରିଅର୍ ସହିତ ମହାପାତ୍ର ପିଡବ୍ଲ୍ୟୁସିରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଆଇବିଏମ୍ ସହିତ ତାଙ୍କର ଶେଷ କାର୍ଯ୍ୟକାଳରେ ସେ ଏପିଏସି ପାଇଁ ଡିଜିଟାଲ୍ ବିକ୍ରୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ଆଇବିଏମ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ପାଇଁ ବିକ୍ରୟ ପରିଚାଳନା କରିଥିଲେ ଯେଉଁଠାରେ ସେ ସମାଧାନ ଏବଂ ସେବାଗୁଡିକର କମ୍ପାନୀର ପୋର୍ଟଫୋଲିଓ ପାଇଁ ରାଜସ୍ୱ ପରିଚାଳନା ଦାୟିତ୍ବରେ ଥିଲେ।