Assembly Elections - The Sakala
ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା
ନୂଆଦିଲ୍ଲୀ: ଭାରତର ତିନୋଟି ପ୍ରମୁଖ ଅଞ୍ଚଳ- ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ପରବର୍ତ୍ତୀ ସରକାର ବାଛିବା ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ପାଇଁ ଏହା ଏକ ବଡ଼ ପରୀକ୍ଷା ବୋଲି ବିବେଚନା କରାଯାଉଛି।
ଆସାମ: ଆସାମରେ ଗତ ଏକ ଦଶନ୍ଧି ଧରି ବିଜେପି କ୍ଷମତାରେ ରହିଛି ଏବଂ ପୁଣିଥରେ ସତ୍ତା ବଜାୟ ରଖିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅନୁପ୍ରବେଶ ଏବଂ ଜନସାଂଖ୍ୟିକ ପରିବର୍ତ୍ତନକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଶାସନ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛି।
କେରଳ ଏବଂ ପୁଡୁଚେରୀ: କେରଳରେ ସାଧାରଣତଃ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ଏବଂ କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ବାମପନ୍ଥୀ ମେଣ୍ଟ ଗତ ୧୦ ବର୍ଷ ଧରି ଏଠାରେ କ୍ଷମତାରେ ଅଛି। ସେହିପରି ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ବର୍ତ୍ତମାନ କ୍ଷମତାରେ ରହିଛି।
ଚଳିତ ମାସ ଶେଷ ଆଡ଼କୁ ଅନ୍ୟ ଦୁଇଟି ରାଜ୍ୟ- ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ମେ ୪ ତାରିଖରେ ସମସ୍ତ ୫ଟି ଯାକ ଅଞ୍ଚଳର ଭୋଟ ଗଣତି କରାଯିବ। ଭାରତର ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଏହି ୫ଟି ରାଜ୍ୟରେ ମୋଟ ୧୭୪ ନିୟୁତ ଭୋଟର ଅଛନ୍ତି, ଯାହାକି ଦେଶର ସମୁଦାୟ ଭୋଟରଙ୍କ ପ୍ରାୟ ୧୮ ପ୍ରତିଶତ। ବିଜେପି ବର୍ତ୍ତମାନ ଆସାମରେ କ୍ଷମତାରେ ଥିବା ବେଳେ ପୁଡୁଚେରୀରେ ଶାସକ ମେଣ୍ଟର ଅଂଶବିଶେଷ ରହିଛି। ତେବେ ପଶ୍ଚିମବଙ୍ଗ, କେରଳ ଏବଂ ତାମିଲନାଡୁରେ ଦଳ କେବେବି ସରକାର ଗଠନ କରିପାରି ନାହିଁ। ନିଜର ପାରମ୍ପରିକ ଗଡ଼ ବାହାରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ପତିଆରା ବିସ୍ତାର କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ବିଜେପିର ଆଧିପତ୍ୟକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ନିମନ୍ତେ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
୫ଟି ଅଞ୍ଚଳର ମୋଟ ୮୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ତେବେ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମକୁ ନେଇ ବଡ଼ ବିବାଦ ଦେଖାଦେଇଛି। ବିଜେପିକୁ ଫାଇଦା ପହଞ୍ଚାଇବା ପାଇଁ ଏହି ପ୍ରକ୍ରିୟା ଜରିଆରେ ବିଶେଷ କରି ସଂଖ୍ୟାଲଘୁ (ମୁସଲମାନ) ସମ୍ପ୍ରଦାୟର ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି। ଯଦିଓ ନିର୍ବାଚନ ଆୟୋଗ ଏବଂ ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ,ନଭେମ୍ବର ୧୨ରେ ଭୋଟ ଗ୍ରହଣ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ । ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ମଧ୍ୟରେ ମନୋନୟନ ପତ୍ର ଦାଖଲ କରିହେବ ଓ ଅକ୍ଟୋବର ୨୯ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରିହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶୁକ୍ରବାରଦିନ ଘୋଷଣା କରିଛନ୍ତି ।
ତେବେ ନିର୍ବାଚନ କମିସନ ଆଜି ଗୁଜୁରାଟ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରି ନାହାନ୍ତି । ଏହି ରାଜ୍ୟର ନିର୍ବାଚନ ତାରିଖ ପରେ ଘୋଷଣା ହେବ । ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି ।
ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ରର ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, ବେରୋଜଗାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଭୋଗୁଛନ୍ତି ।ମନମୋହନ କହିଛନ୍ତି ଯେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେପି ଏବେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସମସ୍ୟା ପାଇଁ ଦାୟୀ କରୁଛି। ।
ପଞ୍ଜାବୀରେ ଏକ ଭିଡିଓ ବାର୍ତ୍ତାରେ ମନମୋହନ ସିଂ କହିଛନ୍ତି ଯେ ଗୋଟିଏ ପଟେ ଲୋକମାନେ ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟ ପଟେ ନିଜ ଭୁଲକୁ ସ୍ୱୀକାର ଏବଂ ମାର୍ଜନା କରିବା ପରିବର୍ତ୍ତେ ସାଢେ଼ ସାତ ବର୍ଷ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସବୁ ସମସ୍ୟା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛି |
ପଞ୍ଜାବ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ, ବୈଦେଶିକ ନୀତି, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ କେବେ ବି ଦେଶକୁ ଭାଗ କରି ନାହିଁ ଏବଂ ସତ୍ୟକୁ ଲୁଚାଇ ନାହିଁ।
ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ୨୦ ଫେବୃଆରୀରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର  କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା । ଶେଷରେ ନିର୍ବାଚନ ତାରିଖକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।
ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ଯ୍ଯାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ଯନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।
ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ । ପଞ୍ଜାବ ଆମ ଆଦମି ପାର୍ଟି ନେତା ଭଗବନ୍ତ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ । ଚିଠି ପାଇବା ପରେ ନିର୍ବାଚନ ଆୟୋଗ ଅଭିଯୋଗକୁ ବିଚାର ବିମର୍ଶ କରିଥିଲେ । ୧୪ ନୁହେଁ ଫେବୃଆରୀ ୨୦ରେ ହିଁ ବିଧାନସଭା ନିର୍ବାଚନ ହେବା ଲାଗି ଘୋଷଣା କରିଛନ୍ତି ।
ନିର୍ବାଚନ ପ୍ରଚାର ଉପରେ କଟକଣା: ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଲି, ରୋଡ ଶୋ’ ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ନିର୍ବାଚନ ତାରିଖ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ କରୋନା ସମୟରେ କିପରି ହେବ ସେନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧୫ ପର୍ଯ୍ୟନ୍ତ ସମସ୍ତ ଜନ ସମାବେଶ, ରୋଡ ଶୋ’, ସାଇକେଲ ରାଲି, ବାଇକ ରାଲି ଓ ପଦଯାତ୍ରା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାନୁଆରୀ ୧୫ ପରେ ପରିସ୍ଥିତିକୁ ଅନୁଧ୍ୟାନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଶନିବାର ମୁଖ୍ୟ ନିର୍ବାଚନ ଆୟୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ରାଲି, ରୋଡ ଶୋ’, ପଦଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ସେହିପରି ରାତି ୮ରୁ ସକାଳ ୮ ପର୍ଯ୍ୟନ୍ତ କୌଣସି ରାଜନୈତିକ ସଭା ହୋଇପାରିବ ନାହିଁ । କେବଳ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ପାଇଁ ୫ ଜଣ ଲୋକଙ୍କୁ ଅନୁମତି ମିଳିବ । ସେ ଆହୁରି କହିଛନ୍ତି କି ଆମେ ସମସ୍ତ ରାଜନୈତିକ ପାର୍ଟିକୁ ଅନୁରୋଧ କରୁଛୁ କି ସେମାନେ ଡିଜିଟାଲ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରନ୍ତୁ । ଏହାସହ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ପ୍ରକାର ରାଲିର ମଧ୍ୟ ଆୟୋଜନ କରିପାରିବେ ନାହିଁ । ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ସାନିଟାଇଜର ଏବଂ ମାସ୍କର ବ୍ୟବସ୍ଥା ହେବ ଏବଂ କରୋନା କାରଣରୁ ଅଧିକ ମତଦାନ କେନ୍ଦ୍ର କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଭାରୀ ଦାୟିତ୍ୱ
ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ନିର୍ବାଚନ ଦାୟିତ୍ୱରେ ନିଯୁକ୍ତ କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଅର୍ଜୁନ ରାମ ମେଘୱାଲ, ଶୋଭା କରନ୍ଦଲାଜେ ଏବଂ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ ଅନ୍ୟ ତିନିଜଣ ବିଜେପି ନେତାଙ୍କୁ ରାଜ୍ୟରେ ମତଦାନ ମାମଲାରେ ସହ-ଚାର୍ଜ କରାଯାଇଛି। ଦଳ ମଧ୍ୟ ରାଜ୍ୟକୁ  ଛଟି ଅଞ୍ଚଳରେ ବିଭକ୍ତ କରିଛି ଏବଂ ସାଂଗଠନିକ କାର୍ଯ୍ୟ ପାଇଁ ପୃଥକ ପୃଥକ ଚାର୍ଜ କରିଛି।
ଓବିସି ଭୋଟ୍ ଉପରେ ନଜର
ଉତ୍ତରପ୍ରଦେଶର ଜନସଂଖ୍ୟାର ସର୍ବାଧିକ ହେଉଛନ୍ତି ଓବିସି ସମ୍ପ୍ରଦାୟ । ଯେଉଁମାନେ କି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଉତ୍ତରପ୍ରଦେଶରେ ପଛୁଆ ବର୍ଗଙ୍କୁ ନିଜ ଆଡକୁ ଟାଣିବା ଲାଗି ଚେଷ୍ଟା କରୁଥିବା ସମାଜବାଦୀ ପାର୍ଟିର ଯୋଜନା ଭଣ୍ଡୁର କରିବା ଲାଗି ବିଜେପିର ଏହି କାର୍ଡ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ ତଥ୍ୟକୁ ଦେଖିଲେ, ପ୍ରାୟ ୧୫ ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ୟୁପିରେ ବିଜେପି ପ୍ରତ୍ୟାବର୍ତ୍ତନରେ ଓବିସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଉ ଏବେ ୨୦୨୨ ମସିହାରେ ଏହି ଭାେଟକୁ ବାନ୍ଧି ରଖିବାରୂ ଦାୟିତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କ କାନ୍ଧରେ ରହିଛି ।