Shikhar Dhawan divorce - The Sakala

ଶିଖର-ଆୟେଶାଙ୍କ ବିବାହ ବିଛେଦ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ସୁପରଷ୍ଟାର ଶିଖର ଧାୱନ ଓ ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଛେଦ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟକୁ ସାମାଜିକ ଗଣମାଧ୍ୟମରେ ଆୟେଶା ସ୍ୱୀକାର କରିଛନ୍ତି, କିନ୍ତୁ ଧାୱନ ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ଉଭୟଙ୍କ ବିବାହକୁ ୧୦ ବର୍ଷ ହୋଇଛି ଓ ଏହା ମଧ୍ୟରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜୋରାଭର ଜନ୍ମ ହୋଇଛି। ୨୦୧୨ରେ ଆୟେଶାଙ୍କ ସହ ଶିଖରଙ୍କର ପ୍ରେମ ବିବାହ ହୋଇଥିଲା। ଏହା ପୂର୍ବରୁ ଆୟେଶା ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ବିବାହ ବିଛେଦ ଘଟିଥିଲା। ଧାୱନଙ୍କୁ ବିବାହ କଲା ବେଳକୁ ଆୟେଶାଙ୍କର ଦୁଇଟି ଝିଅ ରିଆ ଓ ଆଲିଆ ଥିଲେ। ଏହି ଦୁଇ ଝିଅଙ୍କୁ ଧାୱନ ନିଜ ଝିଅ ଭଳି ଗ୍ରହଣ କରିଥିଲେ, କିନ୍ତୁ ସେମାନେ କେହି ଭାରତ ଆସି ନ ଥିଲେ। ଏହାକୁ ନେଇ ଧାୱନ ଓ ଆୟେଶାଙ୍କ ମଧ୍ୟରେ ମନାନ୍ତର ହେବାର କିଛି ସୂଚନା ମିଳି ନ ଥିଲା।