virat kohali - The Sakala
ଅହମ୍ମଦାବାଦ୍‌: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ୍‌-୧୮ର ଗ୍ରାଣ୍ଡ ଫାଇନାଲ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଆରମ୍ଭରୁ ଖେଳି ଆସୁଥିଲେ ମଧ୍ୟ କେହି ଟାଇଟଲ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଏଣୁ ଏଠାରେ ଆଜି ଯେଉଁ ଦଳ ବିଜୟୀ ହେବ ଆଇପିଏଲ୍‌ରେ ସେହି ଦଳ ନୂଆ ଚାମ୍ପିଅନ ହେବ। ଆଇପିଏଲ୍‌ ଇତିହାସରେ ବେଙ୍ଗାଲୁରୁ ସର୍ବଦା ତାରକା ଖେଳାଳିଙ୍କୁ ସାମିଲ କରିଆସିଛି। ଦଳ ଏହା ପୂର୍ବରୁ ୩ଥର ମଧ୍ୟ ଫାଇନାଲ ଖେଳିସାରିଛି। କିନ୍ତୁ ଥରେ ହେଲେ ଟାଇଟଲ ଜିତିବାକୁ ସମର୍ଥ ହୋଇନାହିଁ। ଏହି ଟିମ୍‌ର ଶ୍ରେଷ୍ଠ ତାରକା ବିରାଟ କୋହଲି ଆରମ୍ଭରୁ ଖେଳିଆସିଛନ୍ତି। ଖାସ୍‌ ତାଙ୍କ ଲାଗି ବେଙ୍ଗାଲୁରୁ ଏଠାରେ ଟାଇଟଲ ଜିତିବାକୁ କୌଣସି ପ୍ରଚେଷ୍ଟା ଛାଡିବ ନାହିଁ ବୋଲି ଅଧିନାୟକ ରଜତ ପାଟିଦାର କହିଛନ୍ତି। ଏହାର ଅର୍ଥ ଖେଳାଳିମାନେ ଯେପରି ହେଉ ବେଙ୍ଗାଲୁରୁକୁ ଚାମ୍ପିଅନ କରିବାକୁ ଜୋରଦାର ଉଦ୍ୟମ କରିବେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ପଞ୍ଜାବ କିଙ୍ଗ୍‌ସ ଏହି ଟୁର୍ଣ୍ଣାମେଣ୍ଟରେ ଦମ୍‌ଦାର ଖେଳିଛି। ଟାଇଟଲ ଜିତିବାକୁ ଏହି ଦଳର ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଏଣୁ ଆସନ୍ତାକାଲିର ଫାଇନାଲ ବେଙ୍ଗାଲୁରୁର ଭାବପ୍ରବଣତା ଓ ପଞ୍ଜାବର ଯୁବ ଉଦ୍ଦାମତା। ଏଣୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।
ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ବ୍ୟାଟିଂ ଫେଲ୍‌
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳି ୯ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍‌ରୁ ସମାନ ୧୯ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। କିନ୍ତୁ ଉନ୍ନତ ରନ୍‌ ହାରରେ ପଞ୍ଜାବ ପଏଣ୍ଟ ଟେବଲରେ ପ୍ରଥମ ଓ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରକୁ ସହଜରେ ଜିତି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ପକ୍ଷରେ ରୋମାଞ୍ଚକ ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଉଭୟଙ୍କ ମଧ୍ୟରେ ଚତୁର୍ଥ ମୁକାବିଲା ହେବ। ଏଣୁ ଉଭୟ ଦଳ ପରସ୍ପରର ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ଅବଗତ। ଉଲ୍ଲେଖନୀୟ କଥା ହେଲା, ପଞ୍ଜାବ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରେ ହାରିଥିଲାବେଳେ ଏହା ମଧ୍ୟରୁ ୨ଥର କେବଳ ବେଙ୍ଗାଲୁରୁଠାରୁ ହାରିଛି। ପଞ୍ଜାବର ଟପ୍‌ ଅର୍ଡରରେ ୩ଜଣ ବ୍ୟାଟର ଓ ଶେଷଭାଗରେ ପ୍ରବେଶ କରିଥିବା ଜୋଶ ଇଂଲିଶ ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ ସଂଗ୍ରହ କରିଥିଲେ ମଧ୍ୟ ବେଙ୍ଗାଲୁରୁ ବିପକ୍ଷରେ ଏମାନେ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ୫୩ ରନ୍‌ରେ ୪ଟି, ଦ୍ୱିତୀୟ ମ୍ୟାଚ୍‌ରେ ୭୬ ରନ୍‌ରେ ୪ଟି ଓ କ୍ୱାଲିଫାୟରରେ ୩୮ ରନ୍‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। ଏଣୁ ଜୋଶ ହାଜ୍‌ଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲଙ୍କ ପେସ୍‌ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ଫେଲ ମାରିଛି। ଏମାନେ ଆସନ୍ତାକାଲି ମ୍ୟାଚ୍‌ରେ ସମାନ ପ୍ରଦର୍ଶନ କଲେ ବେଙ୍ଗାଲୁରୁ ଟାଇଟଲ ଜିତିବା ନିଶ୍ଚିତ।
ଫାଇନାଲ ବାତିଲ ହେଲେ ପଞ୍ଜାବ ଜିତିବ ଟାଇଟଲ
ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅହମ୍ମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏହା ଅଳ୍ପ ସମୟ ଲାଗି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ୨ ଘଣ୍ଟା ଯାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହା ପରେ ଖେଳ ଆରମ୍ଭ ହେଲେ ଓଭର ସଂଖ୍ୟା କମିବ ନାହିଁ। କିନ୍ତୁ ବର୍ଷା ନ ଛାଡିଲେ ଫାଇନାଲ ଖେଳ ରିଜର୍ଭ ଦିବସରେ ଖେଳାଯିବ। ରିଜର୍ଭ ଦିବସରେ ଯଦି ବର୍ଷା ଯୋଗୁ ଖେଳ ସ୍ଥଗିତ ରୁହେ, ତେବେ ପଏଣ୍ଟ ଟେବଲରେ ଆଗୁଆ ଥିବା ବା ପ୍ରଥମ ସ୍ଥାନରେ ଥିବା ପଞ୍ଜାବ ଚାମ୍ପିଅନ ହେବ।
ସମ୍ଭାବ୍ୟ ଦଳ
ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ : ଫିଲ୍‌ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍‌, ରଜତ ପାଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଜୋଶ ହାଜଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲ, ସୂୟାଶ ଶର୍ମା।
ପଞ୍ଜାବ କିଙ୍ଗ୍‌ସ : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋଶ୍‌ ଇଂଲିଶ (ୱିକେଟରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଆଜମାତୁଲ୍ଲା ଓମାରଜାଇ, କାଏଲ୍‌ ଜାମିସନ, ବିଜୟ ବୈଶ୍ୟକ, ଅର୍ଶଦୀପ୍‌ ସିଂହ, ୟୁଜବେନ୍ଦ୍ର ଚହଲ/ହର୍‌ପ୍ରୀତ୍‌ ବ୍ରାର।
ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏହି ଦୁଇ କିମ୍ବଦନ୍ତୀ ଭାରତୀୟ କ୍ରିକେଟର କିଛି ଦିନ ତଳେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଉଭୟଙ୍କ କ୍ରିକେଟ କ୍ୟାରିଅରର କୀର୍ତ୍ତିମାନକୁ ସମ୍ମାନ ଜଣାଇ ICC ନିଜ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରିଛି। ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ଦେଇଛି ଆଇସିସିର ‘ଏକ୍ସ’ ଆକାଉଣ୍ଟ।
ବିରାଟଙ୍କ ‘ବିରାଟ’ ରେକର୍ଡ: ୪୯ ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି
କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଇଡେନ ଗାର୍ଡେନ୍‌ରେ ବିରାଟଙ୍କ ‘ବିରାଟ’ ଇନିଂସ ଦେଖିବାକୁ ମିଳିଛି। ଦିନିକିଆରେ ଶତକ ହାସଲ କରିବାରେ ସଚିନଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ଦିନିକିଆରେ ହାସଲ କରିଛନ୍ତି ୪୯ ତମ ଶତକ। ନିଜର ଜନ୍ମଦିନରେ କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି ।   ଆସନ୍ତା ମ୍ୟାଚ୍‌ରେ ଯଦି ଶତକ ହାସଲ କରନ୍ତି ତେବେ ସେ ସଚିନଙ୍କ ରେକର୍ଡ ଭାଙ୍ଗି ହେବେ ବିଶ୍ୱର ନମ୍ବର ୱାନ ସର୍ବାଧିକ ଦିନିକିଆ ଶତକ ହାସଲକାରୀ ବ୍ୟାଟର।
ଏଥିସହ ସଚିନ ତେନ୍ଦୁଲକର ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ୪୯ ତନ ଶତକ ସହ ଆଜି ବିରାଟ ସମକକ୍ଷ ହୋଇଛନ୍ତି। ଏହି ରେକର୍ଡ ଖୁବ ଶୀଘ୍ର ବିରାଟ ଭାଙ୍ଗି ୫୦ତମ ଶତକ ହାସଲ କରିବେ ବୋଲି ସଚିନ କହିଛନ୍ତି।
Well played Virat.
It took me 365 days to go from 49 to 50 earlier this year. I hope you go from 49 to 50 and break my record in the next few days.
Congratulations!!#INDvSA pic.twitter.com/PVe4iXfGFk
— Sachin Tendulkar (@sachin_rt) November 5, 2023
ଆଜି କୋଲକାତାର ଇଡେନ ଗାର୍ଡେନ୍‌ରେ ଭାରତ ତାର ଅଷ୍ଟମ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍‌ରେ ବିରାଟ ଅନ୍ତର୍ଜାତୀୟ ଦିନିକିଆରେ ୪୯ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଏଥିସହିତ ସେ ସଚିନ, ରୋହିତଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଗୋଟିଏ ବିଶ୍ୱକପ୍‌ ସଂସ୍କରଣରେ ୫୦୦ ରନ୍ ପାର୍ କରିଛନ୍ତି।
ଏସିଆ କପ ୨୦୨୨: ବିରାଟଙ୍କ ଦମଦାର ଶତକୀୟ ଇଂନିସ, ଆଫଗାନିସ୍ତାକୁ ୨୧୩ ରନର ଟାର୍ଗେଟ ଦେଲା ଭାରତ
ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଛି। ଆଜିର ମ୍ଯାଚରେ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଏଲ ରାହୁଲ ଅଧିନାୟକ ଭାର ସମ୍ଭାଳିଛନ୍ତି।
ଆଜିର ମ୍ଯାଚରେ ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଛି।
ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲ୍ଲୀକ ୨ଟି ୱିକେଟ ନେଇଥିଲେ।
ଆଇସିସି ଟ୍ରଫି ଜିତାଇ ନଥିଲେ ମଧ୍ୟ ବିରାଟ ଦେଶର ସଫଳ ଏକଦିବସୀୟ ଅଧିନାୟକ
ନୂଆଦିଲ୍ଲୀ: ଲାଲ୍‍ ବଲ୍‍ (ଟେଷ୍ଟ) ଓ ଧଳା ବଲ୍‍ (ସୀମିତ ଓଭର)ରେ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ ସହ ଭାରତୀୟ କ୍ରିକେଟ୍‍ରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଏକଦିବସୀୟ ଦଳର ନେତୃତ୍ୱରେ ପରିବର୍ତ୍ତନ କରି ବିରାଟ କୋହଲିଙ୍କ ସ୍ଥାନରେ ରୋହିତ୍‍ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଏଥିପୂର୍ବରୁ ଗତ ମାସରେ କୋହଲି ଟି-୨୦ ନେତୃତ୍ୱ ଛାଡ଼ିବା ପରେ ରୋହିତ୍‍ଙ୍କୁ ମଧ୍ୟ ଏହି ଫର୍ମାଟ୍‍ର ଦାୟିତ୍ୱ ଦିଆଯାଇଥିଲା। ଫଳରେ ଏବେ କୋହଲି କେବଳ ଟେଷ୍ଟରେ ଟିମ୍‍ ଇଣ୍ଡିଆର ନେତୃତ୍ୱ ନେବେ। ଅପରପକ୍ଷରେ ରୋହିତ୍‍ ସୀମିତ ଓଭର କ୍ରିକେଟ୍‍ (ଟି-୨୦ ଓ ଏକଦିବସୀୟ)ରେ ଅଧିନାୟକତ୍ୱ କରିବେ।
ବିରାଟ ତାଙ୍କ ଏକଦିବସୀୟ ନେତୃତ୍ୱ ଅବଧି ସମୟରେ ଭାରତକୁ ଗୋଟିଏ ହେଲେ ଆଇସିସି ଟ୍ରଫି ଜିତାଇବାରେ ସଫଳ ହୋଇପାରି ନାହାନ୍ତି। ଏହାସତ୍ତ୍ବେ ୩୩ ବର୍ଷୀୟ ବିରାଟଙ୍କ ଅଧିନାୟକତ୍ୱରେ ଭାରତ କେତୋଟି ଐତିହାସିକ ଦ୍ୱିପାକ୍ଷିକ ଏକଦିବସୀୟ ସିରିଜ ବିଜୟୀ ହୋଇଛି। ଯେଉଁଥି ପାଇଁ ତାଙ୍କୁ ଦେଶର ଅନ୍ୟତମ ଶ୍ରେଷ୍ଠ ୫୦ ଓଭର ଅଧିନାୟକ ଭାବେ ବିବେଚନା କରାଯାଏ। ୨୦୧୭ରେ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ କୋହଲି ଏକଦିବସୀୟ ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ଭାରତ ୯୫ ଏକଦିବସୀୟ ମ୍ୟାଚ୍‍ ଖେଳିଛି। ଯେଉଁଥିରେ ୬୫ ବିଜୟ ଓ ୨୭ ମ୍ୟାଚ ପରାଜୟବରଣ କରିଛି। ଗୋଟିଏ ମ୍ୟାଚ୍‍ ଟାଇ ରହିଛି ଏବଂ ୨ଟି ଫଳାଫଳ ବାହାରିପାରି ନାହିଁ। ବିଜୟ ପ୍ରତିଶତ ୭୦.୪୩ ରହିଛି। ଦୁଇ ବିଶ୍ୱକପ୍‍ ବିଜେତା ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୫୯.୫୨) ଓ କପିଳ ଦେବ (୫୪.୧୬)ଙ୍କ ଅପେକ୍ଷା ଏକଦିବସୀୟରେ କୋହଲିଙ୍କ ବିଜୟ ପ୍ରତିଶତ ବେଶ୍‍ ଉନ୍ନତ ରହିଛି।
ଅପରପକ୍ଷରେ ବିରାଟଙ୍କ ନେତୃତ୍ୱରେ ଭାରତ ୧୯ ଏକଦିବସୀୟ ଦ୍ୱିପାକ୍ଷିକ ସିରିଜ ଖେଳିଛି। ଯେଉଁଥିରେ ୧୫ ସିରିଜରେ ବାଜିମାତ୍‍ କରିଛି ବିରାଟ ବାହିନୀ। ଏହି ସିରିଜ ମଧ୍ୟରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମାଟିରେ ଐତିହାସିକ ବିଜୟ ସାମିଲ ରହିଛି। ବିରାଟଙ୍କ ସମୟରେ ଭାରତ ୨ଟି ଆଇସିସି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଖେଳିଛି। ସେଥିମଧ୍ୟରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପାକିସ୍ତାନ ନିକଟରୁ ହାରି ରନର୍ସଅପ୍‍ ହୋଇଥିଲା। ସେହିଭଳି ୨୦୧୯ରେ ବିଶ୍ୱକପ୍‍ ସେମିଫାଇନାଲ ପର୍ଯ୍ୟନ୍ତ ଭାରତ ଯାଇପାରିଥିଲା। ଦିନିକିଆ ନେତୃତ୍ୱ ନେଉଥିବା ସମୟରେ କୋହଲି ୭୨.୬୫ ହାରରେ ୫,୪୪୯ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୧ ଶତକ ମଧ୍ୟ ସାମିଲ ରହିଛି। ତେବେ ଦିନିକିଆ ନେତୃତ୍ୱରେ ରିକି ପଣ୍ଟିଂ ସର୍ବାଧିକ ୨୨ ଶତକ ଅର୍ଜନ କରିଛନ୍ତି।