EL Salvador - The Sakala

ଫୁଟ୍‌ବଲ ମ୍ୟାଚ୍‌ ଦେଖୀବାକୁ ଦଳାଚକଟା, ୧୨ ମୃତ, ୯୦ ଆହତ
ସାନ୍‌-ସାଲଭାଡର, ୨୧ା୫ (ଏଜେନ୍ସି): ମଧ୍ୟ ଆମେରିକୀୟ ରାଷ୍ଟ୍ର ଅଲ୍‌ ସାଲ୍‌ଭାଡରରେ ଏକ ଫୁଟ୍‌ବଲ ମ୍ୟାଚ୍‌ ସମୟରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଛନ୍ତି। ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଲ୍‌-ସାଲ୍‌ଭାଡରରେ ଏଲିୟାଞ୍ଜା ଏବଂ ସେଣ୍ଟା ଏନାର ଏଫ୍‌ଏଏସ୍‌ ସବୁଠାରୁ ଲୋକପ୍ରିୟ ଟିମ୍‌। ଶନିବାର କସ୍କଟଲାନ ଷ୍ଟାଡିୟମରେ ଉଭୟ ଟିମ୍‌ର ମ୍ୟାଚ ଚାଲିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଦକ୍ଷିଣ ଫାଟକ ନିକଟରେ ଲୋକଙ୍କ ଗହଳି ଲାଗିଥିଲା।

ଟିକଟ ଚେକିଂ ମେସିନ ଖରାପ ହୋଇଯାଇଥିବାରୁ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏଥିଯୋଗୁଁ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଏହି ସମୟରେ କିଛି ଲୋକ ଜୋରଜବରଦସ୍ତ ଷ୍ଟାଡିୟମ ଭିତରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ତେଣୁ ଦଳାଚକଟା ହୋଇଥିଲା। ଏହି ସମୟରେ କିଛି ଲୋକ ତଳେ ପଡି ଯାଇଥିଲେ। ଲୋକେ ତାଙ୍କୁ ଦଳି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ। ଶ୍ବାସରୁଦ୍ଧ ହେବା ଯୋଗୁଁ ତଳେ ପଡିଥିବା ଲୋକେ ପ୍ରାଣ ହରାଇ ଥିଲେ। ତେବେ ମ୍ୟାଚ୍‌ ପାଇଁ ଧାର୍ଯ୍ୟ ଆସନଠାରୁ ଅଧିକ ଟିକଟ ବିକ୍ରି କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ଅଭିଯୋଗ କରିଛି।

ବିଟ୍‌ କଏନକୁ ମିଳିଲା ଅନୁମତି; ଆଇନଗତ ଟେଣ୍ଡର ଭାବେ ଗ୍ରହଣ କଲା ଏହି ଦେଶ…
ନୂଆଦିଲ୍ଲୀ: ବିଟ୍‌ କଏନକୁ ମିଳିଲା ଅନୁମତି। ମଙ୍ଗଳବାର ପ୍ରଥମ ଦେଶ ଭାବେ ଏଲ ସାଲଭାଡୋର ବିଟକଏନ୍କୁ ଆଇନଗତ ଟେଣ୍ଡର ଭାବେ ଗ୍ରହଣ କରିଛି। ଏହା ଦ୍ବାରା ବିଦେଶରୁ ଘରକୁ ପଠାଯାଇଥିବା କୋଟି କୋଟି ଟଙ୍କା ପାଇଁ ଏଣିକି କମିଶନ ଖର୍ଚ୍ଚ କମ୍ ହେବ ବୋଲି କିଛି ଅର୍ଥବିଷାରଦ ମାନେ ମତ ଦେଇଛନ୍ତି। ତେବେ ଏହି ପଦକ୍ଷେପ ଯୋଗୁ ଅର୍ଥ ହେର୍‌ଫେର୍‌ ହୋଇପାରେ ବୋଲି ଅର୍ଥନୀତିଜ୍ଞ ମାନେ ମତ ରଖିଛନ୍ତି। ଏଲ ସାଲଭାଡୋରର ଲୋକପ୍ରିୟ ରାଷ୍ଟ୍ରପତି ନାଏବ ବୁକେଲେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହା ଦ୍ବାରା ପ୍ରତିବର୍ଷ ବିଦେଶରୁ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ଅର୍ଥ ବାବାଦକୁ ଖର୍ଚ୍ଚ ହେଉଥିବା କମିସନ୍‌କୁ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଗତ ବର୍ଷ ଏଲ ସାଲଭାଡୋରକୁ ବିଦେଶରୁ ୬ ବିଲିୟନ ଡଲାର ଆସିଥିବା ବେଳେ ପ୍ରବାସୀଙ୍କୁ କମିସନ ବାବଦକୁ ରେକର୍ଡ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏକ ସର୍ଭେରୁ ଜଣାପଡିଛି ପୂର୍ବରୁ ସାଲଭାଡୋରାନ୍ ମାନେ ବିଟ୍‌ କଏନ ବ୍ୟବହାର କରିବାକୁ ନିରାପଦ ମଣୁ ନଥିଲେ। ଏପରିକି କ୍ରିପ୍ଟୋକରେନ୍ସିର ଅସ୍ଥିରତା ପ୍ରତି ସତର୍କତା ଅବଲମ୍ବନ କରୁଥିଲେ। ଏବେ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଏହି କ୍ଷେତ୍ରରେ ଥିବା ବାଧା ଦୂର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତି ଆର୍ଥିକ ପ୍ରତିଷ୍ଠାନଗୁଡିକ ପାଇଁ ନିୟାମକ ଏବଂ ଆର୍ଥିକ ବିପଦ ବଢ଼ିପାରେ ବୋଲି ସମାଲୋଚକମାନେ ମତ ଦେଇଛନ୍ତି।

ତେବେ ସାଲଭାଡୋର ସରକାରଙ୍କ ଏଭଳି ନିଷ୍ପତ୍ତି ବେଶ ଲାଭଦାୟକ ହେବ ବୋଲି ଜଣେ ସ୍ଥାନୀୟ ଷ୍ଟୋର ମାଲିକ ପ୍ରକାଶ କରିଛନ୍ତି। ୟୁଏସରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ମାନେ ଏବେ ସହଜରେ ଘରକୁ ଟଙ୍କା ପ୍ରେରଣ କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେପଟେ ସାଲଭାଡୋର ସରକାରଙ୍କ ପକ୍ଷରୁ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‌ର ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କ୍ରିପ୍ଟୋକରେନ୍ସିକୁ ସହଜରେ ଡଲାରରେ ପରିବର୍ତ୍ତନ କରାଯାଇପାରିବ ଏବଂ ବିନା କୌଣସି କମିସନରେ ଟଙ୍କା ଉଠାଣ କରାଯାଇ ପାରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।