Bit Coin - The Sakala
ନୂଆଦିଲ୍ଲୀ: ବିଟକଏନ୍ ପୁଣି ଥରେ ନୂତନ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। କଏନ୍ ମେଟ୍ରିକ୍ସ ଅନୁଯାୟୀ, ବିଟ୍‌ କଏନ୍‌ର ମୂଲ୍ୟ ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧୧୧,୩୯୯ ଡଲାରରେ ପହଞ୍ଚିଛି। ଗୋଟିଏ ସମୟ ଥିଲା ଯେତେବେଳେ ବଣ୍ଡ ଇଲ୍ଡରେ ବୃଦ୍ଧି ଯୋଗୁଁ ଷ୍ଟକ୍ ବଜାରରେ ହ୍ରାସ ଯୋଗୁଁ ବିଟ୍‌ କଏନ୍ ଏହାର ଲାଭ ହରାଇଥିଲା। କିନ୍ତୁ ଏହି ବୃଦ୍ଧି ପଛରେ କାରଣ ହେଉଛି ମିଡିଆ ରିପୋର୍ଟ ଅନୁଯାୟୀ, କ୍ରିପ୍ଟୋ ଏକ୍ସଚେଞ୍ଜ ନେକ୍ସୋର ସହ-ପ୍ରତିଷ୍ଠାତା ଆଣ୍ଟୋନି ଟ୍ରେନ୍ଚେଭ୍ କହିଛନ୍ତି ଯେ ବିଟଡ଼୍‌ କଏନ୍‌ର ନୂତନ ରେକର୍ଡ ଅନେକ ମାକ୍ରୋ କାରଣର ଫଳାଫଳ। ଏଥିରେ ଆମେରିକାରେ ଦୁର୍ବଳ ମୁଦ୍ରାସ୍ଫୀତି ତଥ୍ୟ, ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧକୁ ସହଜ କରିବା ଏବଂ ମୁଡିଜ୍ ଦ୍ୱାରା ଆମେରିକାର କ୍ରେଡିଟ୍ ରେଟିଂକୁ ହ୍ରାସ କରିବା ଅନ୍ତର୍ଭୁକ୍ତ। ଏହି ସମସ୍ତ କାରଣ ଯୋଗୁଁ, ନିବେଶକମାନେ ବିଟ୍‌ କଏନରେ ନିବେଶ କରିବାର ବିକଳ୍ପ ବାଛିଛନ୍ତି।
ମେ ମାସରେ ଏପର୍ଯ୍ୟନ୍ତ ବିଟ୍‌ କଏନ୍ ମୋଟ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବିଟ୍‌ କଏନକୁ ଟ୍ରାକ୍ କରୁଥିବା ଏକ୍ସଚେଞ୍ଜ-ଟ୍ରେଡେଡ୍ ଫଣ୍ଡରେ ୪୦ ବିଲିୟନ ଡଲାରରୁ ଅଧିକ ନିବେଶ କରାଯାଇଛି। କେବଳ ଏତିକି ନୁହେଁ, ଏଗୁଡ଼ିକରୁ ମାତ୍ର ଦୁଇ ଦିନ ପାଇଁ ଟଙ୍କା ଉଠାଯାଇଛି। ଷ୍ଟକ୍ ବଜାରରେ ଉତ୍ଥାନ-ପତନ ଏବଂ ଟାରିଫ୍ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ, ନିବେଶକମାନେ ଲାଭ ପାଇବା ପାଇଁ ବିଟକଏନ୍ ଏବଂ ସୁନାରେ ନିବେଶ ଭଳି ବିକଳ୍ପଗୁଡ଼ିକୁ ବାଛିଥିଲେ। ଏହି ସମୟରେ ନିବେଶକମାନେ ଆଶାବାଦୀ ଯେ ନିୟାମକ ପରିବର୍ତ୍ତନ ଏବଂ କର୍ପୋରେଟ୍ ନିବେଶ ବିଟ୍‌ କଏନ୍‌କୁ ଅଧିକ ଉଚ୍ଚ କରିପାରିବ। ଆପଣଙ୍କୁ କହିରଖୁଛୁ ଯେ, ୨୦୨୫ ଆରମ୍ଭରୁ ସାର୍ବଜନୀନ କମ୍ପାନୀଗୁଡ଼ିକ ଦ୍ୱାରା ରଖାଯାଇଥିବା ବିଟ୍‌ କଏନରେ ୩୧ ପ୍ରତିଶତ ବୃଦ୍ଧି ଘଟିଛି। ଯାହାର ମୋଟ ମୂଲ୍ୟ ପ୍ରାୟ ୩୪୯ ବିଲିୟନ ଡଲାରରେ ପହଞ୍ଚିଛି। ଏହା ମୋଟ ବିଟ୍‌ କଏନ୍ ଯୋଗାଣର ୧୫ ପ୍ରତିଶତ।
୨୦୨୪ ଶେଷ ସୁଦ୍ଧା ୧ ଲକ୍ଷ ଡଲାର ଛୁଇଁପାରେ ବିଟ୍‌ କଏନ୍‌
ନୂଆଦିଲ୍ଲୀ: ସବୁଠାରୁ ଶକ୍ତିଶାଳୀ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍ ୨୦୨୪ ସୁଦ୍ଧା ଏକ ବଡ଼ ରେକର୍ଡ କରିବାକୁ ଯାଉଛି। ଷ୍ଟାଣ୍ଡାର୍ଡ ଚାର୍ଟଡ୍ର କହିବାନୁଯାୟୀ, ୨୦୨୪ ଶେଷ ସୁଦ୍ଧା ବିଟ୍ କଏନ୍ ଏକ ଲକ୍ଷ ଡଲାରର ଐତିହାସିକ ସ୍ତର ଛୁଇଁପାରେ। ବର୍ତ୍ତମାନ ବିଟ୍‌ କଏନ୍ ପ୍ରାୟ ୩୦,୦୦୦ ଡଲାରରେ କାରବାର କରୁଛି।
ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଡିଜିଟାଲ୍ ଆସେଟସ୍ ରିସର୍ଚ୍ଚର ମୁଖ୍ୟ ଜିଓ କେଣ୍ଡ୍ରିକ୍ କହିଛନ୍ତି ଯେ ନିକଟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଙ୍କଟ, ଆମେରିକାର ସେଣ୍ଟ୍ରାଲ୍ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ୍ ସୁଧ ହାର ବୃଦ୍ଧି, କ୍ରିପ୍ଟୋ ଖଣି ବିଟ୍‌ କଏନ୍ କ୍ରିପ୍ଟୋ ମାଇନିଂରେ ଆୟରେ ବୃଦ୍ଧି ହେତୁ ବହୁ ଲାଭବାନ ହେବ। ୨୦୨୪ ସୁଦ୍ଧା ବିଟ୍‌ କଏନ୍ ୨୩୩ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର କଠୋର ମୁଦ୍ରା ନୀତି ଆଭିମୁଖ୍ୟକୁ ଶେଷ କରିପାରେ।
କ୍ରିପ୍ଟୋ ବଜାରରେ ଝଡ଼: ଅଧା ହୋଇଗଲା ବିଟ୍‌କଏନ୍ ମୂଲ୍ୟ
ନୂଆଦିଲ୍ଲୀ: ଚଳିତ ସପ୍ତାହର ପ୍ରାରମ୍ଭ ଷ୍ଟକ୍‌ ବଜାର ଭଳି ବିଶ୍ବର କ୍ରିପ୍ଟୋ ବଜାର ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଫଳ ସ୍ବରୂପ କ୍ରିପ୍ଟୋ ମୂଲ୍ୟରେ ବ୍ୟାପକ ହ୍ରାସ ସହ ଦେଖିବାକୁ ମିଳିଛି ବଡ଼ ଝଡ଼। ପରିସ୍ଥିତି ଏମିତି ହୋଇଛି ଶ୍ରେଷ୍ଠ କ୍ରିପ୍ଟୋ ମୁଦ୍ରା କୁହାଯାଉଥିବା ବିଟ୍‌ କଏନ୍‌ ମୂଲ୍ୟ ଅଧାରୁ କମ୍ ହୋଇଯାଇଛି। ଏପରିକି ବିଶ୍ବର ଟପ୍ ୧୦ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ବୃହତ୍‌ ହ୍ରାସ ଦେଖିବାକୁ ମିଳିଛି। ବିଟ୍‌ କଏନ୍‌ ମୂଲ୍ୟରେ ହ୍ରାସ ଯୋଗୁ ଏହି ଏହି କ୍ରିପ୍ଟୋ ମୁଦ୍ରା ମୂଲ୍ୟ ୨୬ ଲକ୍ଷ ଟଙ୍କାକୁ ଖସିଆସିଛି।
କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ହ୍ରାସରୁ ବାଦ୍‌ ପଡିନି ଇଥେରିୟମ୍ ସହିତ ଅନ୍ୟ କ୍ରିପ୍ଟୋକରେନ୍ସି। ସୋମବାର ଦିନ ବିଶ୍ବର ଅଧିକାଂଶ ବୃହତ୍‌ କ୍ରିପ୍ଟୋ ମୁଦ୍ରା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି ମୂଲ୍ୟ ଏତେ ଦ୍ରୁତ ଭାବରେ ହ୍ରାସ ପାଇଛି ଯେ ଏହାର ମୂଲ୍ୟ ସର୍ବକାଳୀନ ରେକର୍ଡ ଭାବେ ଅଧାରୁ କମ୍ ହୋଇଯାଇଛି। ଏହା ବ୍ୟତୀତ ଇଥେରିୟମ୍, ବିନାନ୍ସ, ଆଭାଲାଞ୍ଚ, ପୋଲକାଡୋଟ ସହିତ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସିର ମୂଲ୍ୟ ହ୍ରାସ ପାଇଛି।
ଆଜି ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ୫.୩୫ ପ୍ରତିଶତ ହ୍ରାସ ପାଇଛି। ଏହାର ମୂଲ୍ୟ ୧,୫୧,୫୮୯ ଟଙ୍କାରୁ ୨୬,୮୬,୯୫୭ ଟଙ୍କାକୁ ହ୍ରାସ ପାଇଛି। ଗତ ବର୍ଷ ନଭେମ୍ବର ୨୦୨୧ରେ, ବିଟ୍‌ କଏନ୍ ଏହାର ସର୍ବକାଳୀନ ଉଚ୍ଚ ସ୍ତର ୬୮୦୦୦ ଡଲାର ଛୁଇଁଥିଲା, କିନ୍ତୁ ପରେ ଏଥିରେ ହ୍ରାସ ହୋଇଥିଲା। ଏଡାଛଡା ଗତ ୨୪ ଘଣ୍ଟା ମଧ୍ୟରେ ଇଥେରିୟମ୍ ମୂଲ୍ୟରେ ୭.୧୧ ପ୍ରତିଶତ ହ୍ରାସ କିମ୍ବା ୧୪,୯୨୪ ଟଙ୍କା ହ୍ରାସ ପାଇ ୧୯,୫୦୪୬ ଟଙ୍କା ହୋଇଛି। ଶିବା-ପୋଲକାଡୋଟ ସମେତ କାର୍ଡାନୋ, ଜିବିନୁ ଏବଂ ପୋଲକାଡଟ୍ କ୍ରିପ୍ଟୋ ବଜାରରେ ବୃହତ୍‌ ହ୍ରାସର ଶିକାର ହୋଇ ସେମାନଙ୍କ ନିବେଶକଙ୍କ ପାଇଁ ସର୍ବାଧିକ କ୍ଷତି ଘଟାଇଛନ୍ତି। ଶିବା ଇନୁ ମୂଲ୍ୟରେ ୧୨.୭୭ ପ୍ରତିଶତ ହ୍ରାସ ଘଟି ଏହାର ମୂଲ୍ୟ ୦.୦୦୦୧୯୮ରୁ ୦.୦୦୧୩୫୨କୁ ହ୍ରାସ ପାଇଛି। ଏହା ବ୍ୟତୀତ କାର୍ଡାନୋ ୧୧.୨୩ ପ୍ରତିଶତ କିମ୍ବା ୬.୮୮ ଟଙ୍କା ହ୍ରାସ ପାଇଛି ଏବଂ ଏହାର ମୂଲ୍ୟ ୫୪.୨୪ ଟଙ୍କା ରହିଛି। ତେବେ ପୋଲକାଡୋଟ ମୂଲ୍ୟ ୧୧.୬୯ ପ୍ରତିଶତ କିମ୍ବା ୧୩୦ ଟଙ୍କା ହ୍ରାସ ପାଇ ୯୮୧.୩୨ ଟଙ୍କାକୁ ଖସିଆସିଛି। ଅନ୍ୟପକ୍ଷରେ ସୋଲାନା ୯.୪୮ ପ୍ରତିଶତ, ରିପଲ୍ ୭.୧୭ ପ୍ରତିଶତ, ଡୋଜ୍ କଏନ୍ ୭.୪୧ ପ୍ରତିଶତ ଏବଂ ଟେରା ମଊଳ୍ୟରେ ୫.୫୭ ପ୍ରତିଶତ ହୋଇଛି।
ବିଟ୍‌ କଏନକୁ ମିଳିଲା ଅନୁମତି; ଆଇନଗତ ଟେଣ୍ଡର ଭାବେ ଗ୍ରହଣ କଲା ଏହି ଦେଶ…
ନୂଆଦିଲ୍ଲୀ: ବିଟ୍‌ କଏନକୁ ମିଳିଲା ଅନୁମତି। ମଙ୍ଗଳବାର ପ୍ରଥମ ଦେଶ ଭାବେ ଏଲ ସାଲଭାଡୋର ବିଟକଏନ୍କୁ ଆଇନଗତ ଟେଣ୍ଡର ଭାବେ ଗ୍ରହଣ କରିଛି। ଏହା ଦ୍ବାରା ବିଦେଶରୁ ଘରକୁ ପଠାଯାଇଥିବା କୋଟି କୋଟି ଟଙ୍କା ପାଇଁ ଏଣିକି କମିଶନ ଖର୍ଚ୍ଚ କମ୍ ହେବ ବୋଲି କିଛି ଅର୍ଥବିଷାରଦ ମାନେ ମତ ଦେଇଛନ୍ତି। ତେବେ ଏହି ପଦକ୍ଷେପ ଯୋଗୁ ଅର୍ଥ ହେର୍‌ଫେର୍‌ ହୋଇପାରେ ବୋଲି ଅର୍ଥନୀତିଜ୍ଞ ମାନେ ମତ ରଖିଛନ୍ତି। ଏଲ ସାଲଭାଡୋରର ଲୋକପ୍ରିୟ ରାଷ୍ଟ୍ରପତି ନାଏବ ବୁକେଲେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହା ଦ୍ବାରା ପ୍ରତିବର୍ଷ ବିଦେଶରୁ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ଅର୍ଥ ବାବାଦକୁ ଖର୍ଚ୍ଚ ହେଉଥିବା କମିସନ୍‌କୁ କମ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଗତ ବର୍ଷ ଏଲ ସାଲଭାଡୋରକୁ ବିଦେଶରୁ ୬ ବିଲିୟନ ଡଲାର ଆସିଥିବା ବେଳେ ପ୍ରବାସୀଙ୍କୁ କମିସନ ବାବଦକୁ ରେକର୍ଡ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏକ ସର୍ଭେରୁ ଜଣାପଡିଛି ପୂର୍ବରୁ ସାଲଭାଡୋରାନ୍ ମାନେ ବିଟ୍‌ କଏନ ବ୍ୟବହାର କରିବାକୁ ନିରାପଦ ମଣୁ ନଥିଲେ। ଏପରିକି କ୍ରିପ୍ଟୋକରେନ୍ସିର ଅସ୍ଥିରତା ପ୍ରତି ସତର୍କତା ଅବଲମ୍ବନ କରୁଥିଲେ। ଏବେ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଏହି କ୍ଷେତ୍ରରେ ଥିବା ବାଧା ଦୂର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତି ଆର୍ଥିକ ପ୍ରତିଷ୍ଠାନଗୁଡିକ ପାଇଁ ନିୟାମକ ଏବଂ ଆର୍ଥିକ ବିପଦ ବଢ଼ିପାରେ ବୋଲି ସମାଲୋଚକମାନେ ମତ ଦେଇଛନ୍ତି।
ତେବେ ସାଲଭାଡୋର ସରକାରଙ୍କ ଏଭଳି ନିଷ୍ପତ୍ତି ବେଶ ଲାଭଦାୟକ ହେବ ବୋଲି ଜଣେ ସ୍ଥାନୀୟ ଷ୍ଟୋର ମାଲିକ ପ୍ରକାଶ କରିଛନ୍ତି। ୟୁଏସରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ମାନେ ଏବେ ସହଜରେ ଘରକୁ ଟଙ୍କା ପ୍ରେରଣ କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେପଟେ ସାଲଭାଡୋର ସରକାରଙ୍କ ପକ୍ଷରୁ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‌ର ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କ୍ରିପ୍ଟୋକରେନ୍ସିକୁ ସହଜରେ ଡଲାରରେ ପରିବର୍ତ୍ତନ କରାଯାଇପାରିବ ଏବଂ ବିନା କୌଣସି କମିସନରେ ଟଙ୍କା ଉଠାଣ କରାଯାଇ ପାରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।