Mahanga - The Sakala

ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଜାରି
ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ହଙ୍ଗାମା: ବିଜେପି କର୍ମୀ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ
ମାହାଙ୍ଗା: ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ବିଜେପି କର୍ମୀଙ୍କ ସହିତ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ। କଟକ ଜିଲ୍ଲା ମାହାଙ୍ଗାରେ ଆଜି ଏଭଳି ଏକ ହଙ୍ଗାମା ହୋଇଛି। ବିଜେପି କର୍ମୀଙ୍କୁ ପେଲାଠେଲା କରୁଥିବା ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଡିରୁ ଓଲ୍ହାଇ ବୁଝାସୁଝା କରିଲା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଆଗକୁ ଗଡ଼ିଥିଲା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବିଧାୟକଙ୍କ ସମର୍ଥକମାନେ ବୋତଲ ମାଡ଼ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି। ଯେଉଁଥିପାଇଁ ବିଜେପି ନେତା ସଭାସ୍ଥଳକୁ ନଯାଇପାରି ଫେରିଯାଇଛନ୍ତି।

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ହତ୍ୟାକାଣ୍ଡ ବେଳେ ସମସ୍ତେ କରିଥିଲେ ପ୍ରତିରୋଧ
ମାହାଙ୍ଗା:ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନେଇଛି ଅଭିଯୁକ୍ତ ଶିବ । ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ । ମାତ୍ର ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ହାଣି ସେମାନଙ୍କ ଜୀବନ ନେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଚାଲିଥିବା ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ହତ୍ୟା କରିବା ପରେ ଶିବ ଆତ୍ମସମର୍ପଣ କରି ପୁଲିସ ଆଗରେ ହତ୍ୟାକାଣ୍ଡ କେମିତି କରିଥିଲା ସେ ବିଷୟରେ ବଖାଣିଛି । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପୋଲିସ ରିମାଣ୍ଡ ଶେଷ ହେବା ପରେ ସବ୍ ଜେଲ ଗଲା ଅଭିଯୁକ୍ତ ଶିବ ସାହୁ
ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେବେ ଅଭିଯୁକ୍ତ ଶିବକୁ ପୁଣିଥରେ ରିମାଣ୍ଡ ରେ ନେବା ପାଇଁ ପୋଲିସ ଆବେଦନ ନ କରିବାରୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।

ତେବେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ହତ୍ୟାକାରୀ ବୋଲି ଶିବ ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ ।ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ ।

ଏହାରି ଭିତରେ ଶିବ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ସ୍ଥାନୀୟ ଅଞ୍ଚଳରେ ଧାର କରିଥିବା ଜଣା ପଡିବା ପରେ ସେ କେଉଁ ଠାରେ ତା’ର କଟୁରୀକୁ ଧାର କରିଥିଲା ଏବଂ କେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଥିଲେ ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମାହାଙ୍ଗା ପୋଲିସ ଦିନ ରାତି ଏକ କରି ଦେଇଛି । କାରଣ ଶିବ ଯେଉଁ କଟୁରୀରେ ଏହି ଗଣ ହତ୍ୟା ଭିଆଇଥିଲା ସେହି କଟୁରୀକୁ ସେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ଠାରୁ କିଣିଥିଲା ଏବଂ ହତ୍ୟାର ଚାରି ଦିନ ପୁର୍ବରୁ ସେହି କଟୁରୀକୁ ନିକଟସ୍ଥ ବାଲିଚନ୍ଦ୍ରପୁର ବଜାରରେ ଥିବା ଏକ ସାଣରେ କଟୁରୀକୁ ଧାର କରିଥିଲା ।

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଘଟଣାସ୍ଥଳରେ ବୀଭତ୍ସ ହତ୍ୟାର ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ
କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି । କେମିତି ଶିବ ଏକାକୀ ୫ ଜଣଙ୍କୁ ହତ୍ୟା କରିଥିଲା, ପୁଲିସ ଆଗରେ ଡେମୋ ଦେଖାଇଛି ଅଭିଯୁକ୍ତ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ୫ ଜଣଙ୍କୁ କିପରି ହତ୍ୟା କଲା? କେଉଁ ପିରିସ୍ଥିତିରେ ହତ୍ୟା କଲା ? ପୁଲିସ ଆଗରେ ତା’ର ଡେମୋ ଦେଖାଇଛି ଶିବ। ଘଟଣାସ୍ଥଳରେ SDPO ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚଳାଇଛି ମାହାଙ୍ଗା ପୋଲିସ ।

୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।

ପାରୋଲରେ ଆସି ଆତ୍ମହତ୍ୟା କଲେ ଆଜୀବନ ସଜ୍ଜା କାଟୁଥିବା କଏଦୀ
ମାହାଙ୍ଗା: ପାରୋଲରେ ଆସି ଆତ୍ମହତ୍ୟା କଲେ ଜଣେ କଏଦୀ । ମୃତ କଏଦୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ । ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ ।

ସୂଚନାନୁଯାୟୀ, ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣୀଶ୍ଵର ବଜାରରେ ହୋଇଥିବା ବୋମାମାଡ଼ ଘଟଣାରେ ଜଣଙ୍କ ମୃତ୍ୟୁ ଅଭିଯୋଗରେ ଚୌଦ୍ଵାର ଜେଲରେ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ। ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ ପାରୋଲରେ ଆସିଥିଲେ । ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା । ହେଲେ ସକାଳୁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।

ସ୍କୁଲ ଆଗରେ ଆଣ୍ଠୁଏ ପାଣି : ନିଷ୍କାସନ ପାଇଁ ନାହିଁ ଡ୍ରେନ୍‌
ମାହାଙ୍ଗା : ମାହାଙ୍ଗା ବ୍ଲକ ସଦର ମହକୁମା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡାସ୍ଥିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟା ନିକେତନ ସମ୍ମୁଖ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ଦେଖାଦେଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଟି ପଶୁଲୁଣ୍ଡା ଗ୍ରାମ ତଥା ମାହାଙ୍ଗା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା ପାର୍ଶ୍ବରେ ଅବସ୍ଥିତ। ଏହି ଢଳେଇ ରାସ୍ତାଟି ପଶୁଲୁଣ୍ଢା ବଜାର ଛକ ଠାରୁ ବିଦ୍ୟାଳୟର ଶେଷ ମୁଣ୍ଡ ପର୍ଯ୍ୟନ୍ତ ସଂଯୋଗ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଇନାହିଁ। ବିଶେଷ କରି ଏହି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ରାସ୍ତାକଡ ସରକାରୀ ଜାଗାକୁ ଲଗାଇ ଦୋକାନ ଗୃହ ନିର୍ମାଣ କରାଯାଇଥିବା ହେତୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହୁଛି।

ପୂର୍ବରୁ ଏଥିନେଇ ସ୍ଥାନୀୟ ଅଭିଭାବକମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନଗୃହ ନିର୍ମାଣ କରାଯାଇଥିବାବେଳେ ଗୃହ ମାଲିକମାନେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରି ନଥିବାରୁ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗ କରୁଛନ୍ତି। ତୁରନ୍ତ ତହସିଲ ପ୍ରଶାସନ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ସହାକରୀ ଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍କୁଲ ସମ୍ମୁଖ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦାବି କରିଛନ୍ତି।