100 billion club - The Sakala

୧୦୦ ବିଲିୟନ ଡଲାର କ୍ଲବ୍‌ରେ ଯୋଗଦେବେ ମୁକେଶ ଅମ୍ବାନୀ
ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ (ଆର୍‌ଆଇଏଲ) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଖୁବ୍‌ ଶୀଘ୍ର ୧୦୦ ବିଲିୟନ ଡଲାର କ୍ଲବରେ ଯୋଗଦେବାକୁ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବର୍ତ୍ତମାନ ୯୨.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ମୁକେଶଙ୍କ ସମ୍ପତ୍ତିରେ ଏତେ ପରିମାଣରେ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବୃଦ୍ଧି। ଗତ ଏକ ସପ୍ତାହ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟରେ ୧୯% ବୃଦ୍ଧି ଘଟିଛି। କମ୍ପାନୀର ସେୟାର ପିଛା ମୂଲ୍ୟ ବର୍ତ୍ତମାନ ଏହା ୨୦୬୫ଟଙ୍କାରୁ ୨୪୨୨ ଟଙ୍କାକୁ ବୃଦ୍ଧି ପାଇଛି। ସୋମବାର ଆର୍‌ଆଇଏଲ୍‌ର ସେୟାର ମୂଲ୍ୟ ଶୀର୍ଷ ଛୁଇଁଛି। ଗତବର୍ଷ ସେପ୍ଟେମ୍ବରରେ କମ୍ପାନୀର ଯେଉଁ ଷ୍ଟକର ମୂଲ୍ୟ ୨୩୬୮ ଟଙ୍କା ରହିଥିଲା ସୋମବାର ଏହା  ୨୪୭୯ ଟଙ୍କାକୁ ବୃଦ୍ଧି ପାଇଛି। ଏଠାରେ ସୂଚନାଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହେଉଛି ଦେଶର ସବୁଠାରୁ ବଡ କମ୍ପାନୀ।

ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଦେଶର ଦ୍ୱାଦଶ ଧନୀ ବ୍ୟକ୍ତି। ଏସିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅମ୍ବାନୀ ପ୍ରଥମ ସ୍ଥାନ ଅଧିକାର କରିଛି ତେବେ ଆମାଜନ୍‌ ମୁଖ୍ୟ ଜେଫ୍ ବେଜୋସ୍ ହେଉଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି। ଧନୀ ତାଲିକାର ଚତୁର୍ଥ ସ୍ଥାନରେ ବିଲ୍ ଗେଟ୍ସ ରହିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ ଚଳିତବର୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୫ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବଜାର ପୁଞ୍ଜି ୧୫.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ୧୦ରେ ମୁକଶେଙ୍କ କମ୍ପାନୀ ରିଲାଏନ୍ସ ଜିଓର ଜିଓ ନେକ୍ସଟ ଫୋନର ଶୁଭାରମ୍ଭ ହେବ। ଏହି କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି। ତେବେ ହସ୍ତଗତ ହେଉଥିବା ରିପୋର୍ଟ ଅନୁଯାୟୀ, ଜିଓର ଏହି ନୂଆ ଫୋନର ମୂଲ୍ୟ ୩୫୦୦ ଟଙ୍କା ହୋଇପାରେ।

ଏହାସହିତ ମୁକେଶ ଅମ୍ବାନୀ ମଧ୍ୟ ଶକ୍ତି ବ୍ୟବସାୟ ଏବଂ ଅନ୍ୟାନ୍ୟ ବ୍ୟବସାୟରେ ବିନିଯୋଗ କରିବାକୁ ଯାଉଛନ୍ତି। ରିଲାଏନ୍ସ ତେଲରୁ ରାସାୟନିକ ବ୍ୟବସାୟରେ ମୁକେଶ ଅମ୍ବାନୀଙ୍କ ଅଂଶ ବିକ୍ରି କରିବାର ଯୋଜନା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିବେଶକମାନେ ଆଶା କରୁଛନ୍ତି ଯେ, ସାଉଦି ଆରାମକୋ ସହିତ ରିଲାଏନ୍ସ ଚୁକ୍ତି ଆସନ୍ତା କିଛି ଦିନ ମଧ୍ୟରେ ଶେଷ ହୋଇପାରେ। ଏହାହେଲେ ରିଲାଏନ୍ସର ସେୟାର ମୂଲ୍ୟରେ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏହି ସେୟାରଗୁଡିକ ତଥାପି ୧୩-୧୪% ବୃଦ୍ଧି ପାଇପାରେ। ଏହାର କାରଣ ହେଉଛି କମ୍ପାନୀ ସବୁଜ ହାଇଡ୍ରୋଜେନ ଶକ୍ତି ଉପରେ ଧ୍ୟାନ ଦେଉଛି। ଗତ ସପ୍ତାହର ଶୁକ୍ରବାର କାରବାରରେ କମ୍ପାନୀର ସେୟାର ମୂଲ୍ୟରେ ୪% ବୃଦ୍ଧି ପାଇଥିବାବେଳେ ଆଜି ଏହା ୩% ବୃଦ୍ଧି ପାଇଛି।