South China Sea - The Sakala

ଦକ୍ଷିଣ ଚୀନ ସାଗରରେ ବେଜିଂର ନୂଆ ଆଇନ
ନୂଆଦିଲ୍ଲୀ : ଗତ ୧ ତାରିଖରୁ ଚୀନ ନୂଆ ସାମୁଦ୍ରିକ ଆଇନ ଲାଗୁ କରିଛି। ଏହି ଆଇନ ଅନୁଯାୟୀ ଚୀନ ସାମୁଦ୍ରିକ ସୀମା ଦେଇ ଯାଉଥିବା ବିଦେଶୀ ଜାହାଜ ଗୁଡିକୁ ନିଜର ସମସ୍ତ ସୂଚନା ଚୀନ ଅଧିକାରୀଙ୍କୁ ଦେବାକୁ ପଡିବ। ଜାହାଜର ଚାଳକ ଦଳ ଏପରି ନକଲେ ଚୀନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଏପ୍ରିଲରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଏହି ଆଇନରେ ସଂଶୋଧନ କରିଥିଲା। ଏହି ଆଇନ ଲାଗୁ ହେବା ପରେ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ଭାରତ, ଭିଏତନାମ, ଜାପାନ, ଦକ୍ଷିଣ କୋରିଆ ସମେତ ଅନେକ ରାଷ୍ଟ୍ର ଏହି ଆଇନ ଦ୍ବାରା ପ୍ରଭାବିତ ହେବେ। ଏହି ରାଷ୍ଟ୍ରଗୁଡିକର ଅଧିକାଂଶ ଜାହାଜ ଏହି ପଥ ଦେଇ ଯାତାୟତ କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ ସାମୁଦ୍ରିକ ଯାତାୟତକୁ ପ୍ରଭାବିତ କରିବା ପାଇଁ ଚୀନ ଏହି ଆଇନ ଆଣିଛି। ଏଥିଯୋଗୁଁ ଦେଶଗୁଡିକ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ।

ଏହି ନୂଆ ଆଇନ ଅନୁଯାୟୀ ଚୀନ ସାମୁଦ୍ରିକ କ୍ଷେତ୍ର ଦେଇ ଯାଉଥିବା ଅନ୍ୟ ଦେଶର ଜାହାଜ ଗୁଡିକୁ ନିଜ କଲ ସାଇନ, ସ୍ଥିତି, ଗନ୍ତବ୍ୟସ୍ଥଳ, ଜାହାଜରେ ଲୋଡ ସାମଗ୍ରୀର ସୂଚନା, ବେଗ, ଲୋଡିଂ କ୍ଷମତାର ସୂଚନା ଚୀନ ଅଧିକାରୀଙ୍କୁ ଦେବାକୁ ପଡିବ। ଏପରି ନକଲେ ଚୀନ ନିଜ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିପାରିବ। ଏହି ଆଇନ କେଉଁ ଜାହାଜ ଉପରେ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ। ଚୀନ ମିଡିଆ ଅନୁଯାୟୀ ବୁଡାଜାହାଜ, ପରମାଣୁ ଜାହାଜ, ତୈଳ, ଗ୍ୟାସ ଏବଂ ରସାୟନ ନେଇ ଯାଉଥିବା ଜାହାଜ ଉପରେ ଏହା ଲାଗୁ ହେବ। ଚୀନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଜାହାଜ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥାତ୍ ଚୀନ ସବୁ ପ୍ରକାରର ବିଦେଶୀ ଜାହାଜ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି। ସୂଚନାଯୋଗ୍ୟ ଯେ ସାମୁଦ୍ରିକ ବ୍ୟାପର ଦୃଷ୍ଟିରୁ ଦକ୍ଷିଣ ଚୀନ ସାଗର ଅନେକ ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ।

ଏହି ମାର୍ଗ ଦେଇ ବର୍ଷକୁ ୨୪୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଏହା ସାରା ବିଶ୍ବରେ ହେଉଥିବା ବାଣିଜ୍ୟିକ ବ୍ୟବସାୟର ଏକ ତୃତୀୟାଂଶ। ଏହି ଜଳପଥରେ ଭାରତ ୧୩.୮ ଲକ୍ଷ କୋଟି ଟଙ୍କାର କାରବାର କରିଥାଏ। ଚୀନ ଏହି ଆଇନ ମାଧ୍ୟମରେ ଦକ୍ଷିଣ ଏବଂ ପୂର୍ବ ଚୀନ ସାଗର ଦେଇ ଯାଉଥିବା ବିଦେଶୀ ଜାହାଜକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ଚୀନ କାର୍ଯ୍ୟାନୁଷ୍ଠାନ ଦ୍ବାରା ସାମୁଦ୍ରିକ ଯାତାୟାତ ପ୍ରଭାବିତ ହେବ ଏବଂ ଦେଶମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବ। ଚୀନ ଏହି ଆଇନ ବାହାନାରେ ବେଆଇନ ଭାବେ ଅନ୍ତର୍ଜାତୀୟ ସାମୁଦ୍ରିକ ପଥକୁ କବ୍‌ଜା କରୁଛି। ଜାପାନ, ଦକ୍ଷିଣ କୋରିଆ ଏବଂ ଏସିଆନ ରାଷ୍ଟ୍ରଗୁଡିକ ସହ ବ୍ୟବସାୟ କରିବା ପାଇଁ ଦକ୍ଷିଣ ଚୀନ ସାଗର ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତର ୯୫ ପ୍ରତିଶତ ବ୍ୟାପାର ସାମୁଦ୍ରିକ ପଥ ଦେଇ ହୋଇଥାଏ। ଏହାର ୫୫ ପ୍ରତିଶତ ଦକ୍ଷିଣ ଚୀନ ସାଗର ପଥରେ କରାଯାଇଥାଏ।

କୋଚିନ, କୋଲକାତା, ବିଶାଖପାଟଣମ ଏବଂ ଚେନ୍ନଇ ବିମାନବନ୍ଦର ଦେଇ ଏହି ବ୍ୟବସାୟ ହୋଇଥାଏ। ଦକ୍ଷିଣ ଚୀନ ସାଗରରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଉତ୍ତୋଳନ ଲାଗି  ଭାରତ ୨୦୧୧ ଅକ୍ଟୋବରରେ ଭିଏତନାମ ସହ ଚୁକ୍ତି କରିଥିଲା। ଚୀନ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଥିଲା। ବେଜିଂ ୨୦୧୯ରେ ଭିଏତନାମର ସାମୁଦ୍ରିକ ସୀମାରେ ୩୦ରୁ ଊର୍ଦ୍ଧ୍ବ ଯୁଦ୍ଧ ଜାହାଜ ମୁତୟନ କରିଥିଲା।  ବିଶ୍ବରେ ହେଉଥିବା ସାମୁଦ୍ରିକ ଯାତାୟତକୁ ନେଇ ଚୀନ, ଭାରତ ସମେତ ୧୦୦ରୁ ଅଧିକ ଦେଶ ସହ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହାକୁ ୟୁନାଇଟେଡ ନେସନ୍ସ କନଭେନ୍ସନ ଅନ ଦ ଲ ଅଫ ଦ ସି(ୟୁଏନସିଏଲଓଏସ)କୁହାଯାଏ। ଏହା ଅନୁଯାୟୀ କୌଣସି ଦେଶର ସ୍ଥଳଭାଗ ଠାରୁ ୧୨ ନଟିକାଲ ମାଇଲ(୨୨.୨ କିମି)ପର୍ଯ୍ୟନ୍ତ ଥିବା ସୀମାକୁ ସେହି ଦେଶର ସୀମା ଧରାଯାଏ।

୧୨ ନଟିକାଲ ମାଇଲ ପରେ ଥିବା ସାମୁଦ୍ରିକ କ୍ଷେତ୍ରକୁ ଯେକୌଣସି ଦେଶ ବ୍ୟବସାୟ ପାଇଁ ବ୍ୟବହାର କରିପାରିବ।  ଏହା ପରଠାରୁ କୌଣସି ଦେଶର ସୀମା ଲାଗୁ ହେବ ନାହିଁ। ଚୀନର ନୂଆ ଆଇନ ୟୁଏନସିଏଲଓଏସର ଉଲ୍ଲଙ୍ଘନ କରୁଛି। ଚୀନ ବେଆଇନ ଭାବେ ଏହି ଆଇନର ଫାଇଦା ଉଠାଉଛି। ଚୀନ ଦକ୍ଷିଣ ଏବଂ ପୂର୍ବ ଚୀନ ସାଗରର ଅନେକ ଦ୍ବୀପକୁ କବ୍‌ଜା କରିନେଇଛି। ସେ ଏଗୁଡିକୁ ନିଜର ଦାବି କରୁଛି ଏବଂ ଏହା ଆଧାରରେ ନିଜ ସାମୁଦ୍ରିକ ସୀମା ଆକଳନ କରୁଛି। ତେବେ ଏହାକୁ ଆମେରିକା, ଭାରତ, ଜାପାନ, ବ୍ରିଟେନ, ଭିଏତନାମା ଆଦି ଦେଶ ବିରୋଧ କରୁଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ ଅଦାଲତ ଦକ୍ଷିଣ ଚୀନ ସାଗରରେ ଚୀନର କବ୍‌ଜାକୁ ବେଆଇନ ଦର୍ଶାଇ ଫିଲିପାଇନ୍ସ ସପକ୍ଷରେ ରାୟ ଦେଇଥିଲେ। ତେବେ ଚୀନ ଏହାକୁ ମାନିବନି ବୋଲି କହିଥିଲା।