Beijing - The Sakala

ବେଜିଂ ଓ୍ବିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ
ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଗଲୱାନ ଘାଟି ହିଂସାକାଣ୍ଡରେ ଆହତ ଚୀନ ଯବାନକୁ ମସାଲ ଧରାଇବାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। । ଚୀନର ଏହି ନିଷ୍ପତ୍ତିକୁ ଭାରତର ଜୋରଦାର ପ୍ରତିବାଦ କରାଯାଇଛି । କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଉତ୍ସବ ବର୍ଜନ ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ସେହିପରି ବେଜିଂ ଓ୍ୱିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧାପ୍ରସାରଣ କରିବ ନାହିଁ ବୋଲି କହିଛି ଡିଡି ସ୍ପୋର୍ଟ୍ସ । ଏନେଇ ପ୍ରସାର ଭାରତୀ ସିଇଓ ଶଶୀ ଶେଖର ଭମ୍ପତ୍ତି ସୂଚନା ଦେଇଛନ୍ତି ।

ଏନେଇ ଭାରତୀୟ ବୈଦେଶିକ ବ୍ୟାପାରମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଲୱାନ ଘାଟି ଭାରତ-ଚୀନ ଯୁଦ୍ଧରେ ଆହତ ହୋଇଥିବା ଚୀନ କମାଣ୍ଡରକୁ ଚୀନ ଅଲିମ୍ପିକ ମସାଲ ଧରାଇ ୱିଣ୍ଟର ଅଲିମ୍ପିକ୍‌ର ରାଜନୀତିକରଣ କରିଛି। ତେଣୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଅଲିମ୍ପିକ ଉଦ୍‌ଘାଟନ ଓ ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ବେଜିଂରେ ହେବାକୁ ଥିବା ଓ୍ୱିଣ୍ଟର ଅଲମ୍ପିକ୍ସର ଗଲଓ୍ବାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲିମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ବାନରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ି ଦିଆଯାଇଥିଲା । ୨୦୨୦ ଜୁନ୍ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ବ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ବ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

୩ କରୋନା ସଂକ୍ରମିତ ଚିହ୍ନଟ ପରେ ୫୦୦ ବିମାନ ରଦ୍ଦ କଲା ବେଜିଂ
ବେଜିଂ: ଚୀନ୍‌ର ଉହାନରୁ ସାରା ବିଶ୍ବକୁ ବ୍ୟାପିଥିବା କରୋନା ଭୂତାଣୁ ଚୀନ୍‌ରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ତେବେ ବେଜିଂ ଏହାକୁ ରୋକିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ୩ ସଂକ୍ରମିତ ଚିହ୍ନଟ ହେବାପରେ ସାଂଘାଇର ୨ ବିମାନବନ୍ଦରରୁ ୫୦୦ ବିମାନର ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍କୁଲ ବନ୍ଦ କରିବା ସହିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ୨୦୨୨ ଫେବୃଆରୀରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକକୁ ଦେଖ୍ ଚୀନ୍ ଏହି ପଦକ୍ଷେପ ନେଉଛି ବୋଲି କୁହାଯାଉଛି। ଏଥିରେ ଅନେକ ଦେଶର କ୍ରୀଡାବିତ୍‌ ଏବଂ ମିଡିଆ କର୍ମଚାରୀ ସାମିଲ ହେବେ ।

ଦକ୍ଷିଣ ଚୀନ ସାଗରରେ ବେଜିଂର ନୂଆ ଆଇନ
ନୂଆଦିଲ୍ଲୀ : ଗତ ୧ ତାରିଖରୁ ଚୀନ ନୂଆ ସାମୁଦ୍ରିକ ଆଇନ ଲାଗୁ କରିଛି। ଏହି ଆଇନ ଅନୁଯାୟୀ ଚୀନ ସାମୁଦ୍ରିକ ସୀମା ଦେଇ ଯାଉଥିବା ବିଦେଶୀ ଜାହାଜ ଗୁଡିକୁ ନିଜର ସମସ୍ତ ସୂଚନା ଚୀନ ଅଧିକାରୀଙ୍କୁ ଦେବାକୁ ପଡିବ। ଜାହାଜର ଚାଳକ ଦଳ ଏପରି ନକଲେ ଚୀନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଏପ୍ରିଲରେ ସାମୁଦ୍ରିକ ସୁରକ୍ଷାକୁ ନେଇ ଏହି ଆଇନରେ ସଂଶୋଧନ କରିଥିଲା। ଏହି ଆଇନ ଲାଗୁ ହେବା ପରେ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ଭାରତ, ଭିଏତନାମ, ଜାପାନ, ଦକ୍ଷିଣ କୋରିଆ ସମେତ ଅନେକ ରାଷ୍ଟ୍ର ଏହି ଆଇନ ଦ୍ବାରା ପ୍ରଭାବିତ ହେବେ। ଏହି ରାଷ୍ଟ୍ରଗୁଡିକର ଅଧିକାଂଶ ଜାହାଜ ଏହି ପଥ ଦେଇ ଯାତାୟତ କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ ସାମୁଦ୍ରିକ ଯାତାୟତକୁ ପ୍ରଭାବିତ କରିବା ପାଇଁ ଚୀନ ଏହି ଆଇନ ଆଣିଛି। ଏଥିଯୋଗୁଁ ଦେଶଗୁଡିକ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ।

ଏହି ନୂଆ ଆଇନ ଅନୁଯାୟୀ ଚୀନ ସାମୁଦ୍ରିକ କ୍ଷେତ୍ର ଦେଇ ଯାଉଥିବା ଅନ୍ୟ ଦେଶର ଜାହାଜ ଗୁଡିକୁ ନିଜ କଲ ସାଇନ, ସ୍ଥିତି, ଗନ୍ତବ୍ୟସ୍ଥଳ, ଜାହାଜରେ ଲୋଡ ସାମଗ୍ରୀର ସୂଚନା, ବେଗ, ଲୋଡିଂ କ୍ଷମତାର ସୂଚନା ଚୀନ ଅଧିକାରୀଙ୍କୁ ଦେବାକୁ ପଡିବ। ଏପରି ନକଲେ ଚୀନ ନିଜ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିପାରିବ। ଏହି ଆଇନ କେଉଁ ଜାହାଜ ଉପରେ ଲାଗିବ ତାହା ସ୍ପଷ୍ଟ ହୋଇନାହିଁ। ଚୀନ ମିଡିଆ ଅନୁଯାୟୀ ବୁଡାଜାହାଜ, ପରମାଣୁ ଜାହାଜ, ତୈଳ, ଗ୍ୟାସ ଏବଂ ରସାୟନ ନେଇ ଯାଉଥିବା ଜାହାଜ ଉପରେ ଏହା ଲାଗୁ ହେବ। ଚୀନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଜାହାଜ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅର୍ଥାତ୍ ଚୀନ ସବୁ ପ୍ରକାରର ବିଦେଶୀ ଜାହାଜ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି। ସୂଚନାଯୋଗ୍ୟ ଯେ ସାମୁଦ୍ରିକ ବ୍ୟାପର ଦୃଷ୍ଟିରୁ ଦକ୍ଷିଣ ଚୀନ ସାଗର ଅନେକ ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ।

ଏହି ମାର୍ଗ ଦେଇ ବର୍ଷକୁ ୨୪୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଏହା ସାରା ବିଶ୍ବରେ ହେଉଥିବା ବାଣିଜ୍ୟିକ ବ୍ୟବସାୟର ଏକ ତୃତୀୟାଂଶ। ଏହି ଜଳପଥରେ ଭାରତ ୧୩.୮ ଲକ୍ଷ କୋଟି ଟଙ୍କାର କାରବାର କରିଥାଏ। ଚୀନ ଏହି ଆଇନ ମାଧ୍ୟମରେ ଦକ୍ଷିଣ ଏବଂ ପୂର୍ବ ଚୀନ ସାଗର ଦେଇ ଯାଉଥିବା ବିଦେଶୀ ଜାହାଜକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ଚୀନ କାର୍ଯ୍ୟାନୁଷ୍ଠାନ ଦ୍ବାରା ସାମୁଦ୍ରିକ ଯାତାୟାତ ପ୍ରଭାବିତ ହେବ ଏବଂ ଦେଶମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବ। ଚୀନ ଏହି ଆଇନ ବାହାନାରେ ବେଆଇନ ଭାବେ ଅନ୍ତର୍ଜାତୀୟ ସାମୁଦ୍ରିକ ପଥକୁ କବ୍‌ଜା କରୁଛି। ଜାପାନ, ଦକ୍ଷିଣ କୋରିଆ ଏବଂ ଏସିଆନ ରାଷ୍ଟ୍ରଗୁଡିକ ସହ ବ୍ୟବସାୟ କରିବା ପାଇଁ ଦକ୍ଷିଣ ଚୀନ ସାଗର ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତର ୯୫ ପ୍ରତିଶତ ବ୍ୟାପାର ସାମୁଦ୍ରିକ ପଥ ଦେଇ ହୋଇଥାଏ। ଏହାର ୫୫ ପ୍ରତିଶତ ଦକ୍ଷିଣ ଚୀନ ସାଗର ପଥରେ କରାଯାଇଥାଏ।

କୋଚିନ, କୋଲକାତା, ବିଶାଖପାଟଣମ ଏବଂ ଚେନ୍ନଇ ବିମାନବନ୍ଦର ଦେଇ ଏହି ବ୍ୟବସାୟ ହୋଇଥାଏ। ଦକ୍ଷିଣ ଚୀନ ସାଗରରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଉତ୍ତୋଳନ ଲାଗି  ଭାରତ ୨୦୧୧ ଅକ୍ଟୋବରରେ ଭିଏତନାମ ସହ ଚୁକ୍ତି କରିଥିଲା। ଚୀନ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଥିଲା। ବେଜିଂ ୨୦୧୯ରେ ଭିଏତନାମର ସାମୁଦ୍ରିକ ସୀମାରେ ୩୦ରୁ ଊର୍ଦ୍ଧ୍ବ ଯୁଦ୍ଧ ଜାହାଜ ମୁତୟନ କରିଥିଲା।  ବିଶ୍ବରେ ହେଉଥିବା ସାମୁଦ୍ରିକ ଯାତାୟତକୁ ନେଇ ଚୀନ, ଭାରତ ସମେତ ୧୦୦ରୁ ଅଧିକ ଦେଶ ସହ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହାକୁ ୟୁନାଇଟେଡ ନେସନ୍ସ କନଭେନ୍ସନ ଅନ ଦ ଲ ଅଫ ଦ ସି(ୟୁଏନସିଏଲଓଏସ)କୁହାଯାଏ। ଏହା ଅନୁଯାୟୀ କୌଣସି ଦେଶର ସ୍ଥଳଭାଗ ଠାରୁ ୧୨ ନଟିକାଲ ମାଇଲ(୨୨.୨ କିମି)ପର୍ଯ୍ୟନ୍ତ ଥିବା ସୀମାକୁ ସେହି ଦେଶର ସୀମା ଧରାଯାଏ।

୧୨ ନଟିକାଲ ମାଇଲ ପରେ ଥିବା ସାମୁଦ୍ରିକ କ୍ଷେତ୍ରକୁ ଯେକୌଣସି ଦେଶ ବ୍ୟବସାୟ ପାଇଁ ବ୍ୟବହାର କରିପାରିବ।  ଏହା ପରଠାରୁ କୌଣସି ଦେଶର ସୀମା ଲାଗୁ ହେବ ନାହିଁ। ଚୀନର ନୂଆ ଆଇନ ୟୁଏନସିଏଲଓଏସର ଉଲ୍ଲଙ୍ଘନ କରୁଛି। ଚୀନ ବେଆଇନ ଭାବେ ଏହି ଆଇନର ଫାଇଦା ଉଠାଉଛି। ଚୀନ ଦକ୍ଷିଣ ଏବଂ ପୂର୍ବ ଚୀନ ସାଗରର ଅନେକ ଦ୍ବୀପକୁ କବ୍‌ଜା କରିନେଇଛି। ସେ ଏଗୁଡିକୁ ନିଜର ଦାବି କରୁଛି ଏବଂ ଏହା ଆଧାରରେ ନିଜ ସାମୁଦ୍ରିକ ସୀମା ଆକଳନ କରୁଛି। ତେବେ ଏହାକୁ ଆମେରିକା, ଭାରତ, ଜାପାନ, ବ୍ରିଟେନ, ଭିଏତନାମା ଆଦି ଦେଶ ବିରୋଧ କରୁଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ ଅଦାଲତ ଦକ୍ଷିଣ ଚୀନ ସାଗରରେ ଚୀନର କବ୍‌ଜାକୁ ବେଆଇନ ଦର୍ଶାଇ ଫିଲିପାଇନ୍ସ ସପକ୍ଷରେ ରାୟ ଦେଇଥିଲେ। ତେବେ ଚୀନ ଏହାକୁ ମାନିବନି ବୋଲି କହିଥିଲା।