RoadAccident - The Sakala

ତାମିଲନାଡୁ କୁଡ୍ଡାଲୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ
ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ଟ୍ରିଚି-ଚେନ୍ନାଇ NHରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହୁ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ତ୍ରିଚି-ଚେନ୍ନାଇ ଜାତୀୟ ରାଜପଥ ଓ୍ବେୟପୁର ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ୨ଟି ବସ୍, ୨ଟି ଟ୍ରକ୍ ଓ ଏକ କାର୍ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ୫ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି।

ଶୋଇଥିବା ଅବସ୍ଥାରେ ଅସ୍ଥାୟୀ ଘର ଉପରେ ଚଢ଼ିଗଲା ଡମ୍ଫର: ଜଣେ ଶ୍ରମିକ ମୃତ, ୨ ଗୁରୁତର
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଅସ୍ଥାୟୀ ଘରେ ଶୋଇଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଚଢ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୫ରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ମହମ୍ମଦ ଅଲଫାଜ ଅନସାରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜପଥ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ଏହି ଘରେ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ରହୁଥିବା ବେଳେ ଏକ ଡମ୍ଫର ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର ଗାଡିର ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ।

ରାଜଧାନୀ ରାସ୍ତାରେ ଭାରୀଯାନର ରାଜୁତି, ସାଧାରଣ ଲୋକଙ୍କ ଚାଲାଣ କାଟିବାରେ ହେଳା ନାହିଁ
ଭୁବନେଶ୍ୱର : ବେପୁରଆ ଗାଡ଼ି ଚାଳକଙ୍କ ବିରୋଧରେ ପରିବହନ ବିଭାଗ ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆରମ୍ଭ କରିଛି। ଶହ ଶହ ଗାଡ଼ି ଚାଳକ ଧରାପଡ଼ିଛନ୍ତି, ଗିରଫ ହୋଇଛନ୍ତି ଆଉ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି। କିନ୍ତୁ ବାସ୍ତବତା ହେଉଛି ବିଭାଗର ନଜର ତଳେ ଶହ ଶହ ଭାରୀଯାନ ବିଶେଷ କରି ହାଇୱା, ଟିପର୍‍ ଆଦି ପ୍ରତିବନ୍ଧିତ ସମୟରେ ରାଜଧାନୀ ରାସ୍ତାରେ ଦୌଡ଼ୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ ଭାରୀଯାନରେ ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ନାହିଁ। ଆଗରେ, ପଛରେ କେଉଁଠି ବି ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ର ଚିହ୍ନ ବର୍ଣ୍ଣ ନାହିଁ। ଦିନ ଦ୍ୱିପ୍ରହରେ ଦ୍ରୁତ ଗତିରେ ଭାରୀଯାନ ରାଜଧାନୀର ରାସ୍ତାରେ ରାଜୁତି କରୁଛନ୍ତି। କିନ୍ତୁ ସେମାନଙ୍କୁ ଧରିବା ଓ ଜରିମାନା କରିବାକୁ କେହି ନାହାନ୍ତି। ସୂଚନା ଅନୁସାରେ ଦିନ ବେଳା ସହର ମଧ୍ୟରେ ଭାରୀଯାନ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି।

କିନ୍ତୁ ନିୟମକୁ ମାନୁଛି କିଏ। ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ବାଦ୍‍ ଦେଲେ ଅନ୍ୟ ଅଞ୍ଚଳରେ ଭାରୀଯାନ ଦୌଡ଼ୁଛି। ଗତି ଉପରେ ମଧ୍ୟ ଅଙ୍କୁଶ ନାହିଁ। ରାସ୍ତାରେ ସିସିଟିଭି ଲାଗିଛି, କିନ୍ତୁ ନମ୍ବର ପ୍ଲେଟ୍‍ ନଥିବାରୁ ପୁଲିସ ବି ସେମାନଙ୍କର ଚାଲାଣ କାଟି ପାରୁନି। ଅଧିକାଂଶ ଗାଡ଼ିରେ ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ରହିଛି। କିନ୍ତୁ କେଉଁ ଗାଡ଼ିର ନମ୍ବର ପ୍ଲେଟ୍‍ ଉପରେ ମାଟି ଜମି ସମ୍ପୂର୍ଣ୍ଣ ଲୁଚି ଯାଇଛି ତ ଆଉ କେଉଁ ଗାଡ଼ିରେ ନମ୍ବର ପ୍ଲେଟ୍‍ରେ ଲେଖାଯାଇଥିବା ନମ୍ବରକୁ ପଢ଼଼ିବା ସମ୍ଭବ ନୁହେଁ। ଦିନ ବେଳା ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭାରୀଯାନ ଚଳାଚଳ କରୁଥିବା ବେଳେ ରାତି ୧୦ଟା ପରେ ସେଗୁଡ଼ିକ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରୁଛନ୍ତି। ଶୂନ୍‍ ଶାନ୍‍ ରାତିରେ ଦ୍ରୁତ ଗତିରେ ଗାଡ଼ି ଚାଳନା ହେଉଛି। ସାମାନ୍ୟ ଭୁଲ୍‍ ହେଲେ ସିସିଟିଭିରେ ଫଟୋ ଉଠାଇ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ୨ ହଜାର ଟଙ୍କାର ଜରିମାନା ଚାଲାଣ ପଠାଇ ଦିଆଯାଉଛି।

ଗାଡ଼ିର ବେଗ ୫୦ କିମିରୁ ୫୧ କିମି ଛୁଇଁଲେ ସିସିଟିଭି କ୍ୟାମେରା ଫଟୋ ଉଠାଇ ନେଉଛି। ଚାଲାଣ ପଠାଇବାରେ ଆଦୌ ହେଳା କରାଯାଉ ନାହିଁ। କିନ୍ତୁ ବାଲି, ଚିପ୍ସ, ଇଟା ଆଦି ବୋହୁଥିବା ଭାରୀଯାନ ପ୍ରତି କାହାର ନଜର ଯାଉ ନାହିଁ। ରାତିରେ ସହର ମଧ୍ୟରେ ଯାଉଥିବା ଭାରୀଯାନ କେବେ ଯାଞ୍ଚ ହେଉଥିବାର କେହି କେବେ ଦେଖି ନାହାନ୍ତି। କିଛି ଦିନ ତଳେ ପଳାଶୁଣୀ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ନିୟନ୍ତ୍ରଣ ହରାଇ ଦୁଇଟି କାର୍‍ ଉପରେ ଚଢ଼ିଯାଇଥିଲା। ଫଳରେ ଜଣେ ଇଞ୍ଜିନିୟର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହା ପରେ ପରିବହନ ବିଭାଗ ଭାରୀଯାନ ଉପରେ ଚଢ଼ଉ କରିଥିଲା। କିନ୍ତୁ ପୂର୍ବ ଭଳି ଏବେ ବି ସହର ମଧ୍ୟରେ ଏହି ଲୌହ ଦାନବ ମୁକ୍ତରେ ବିଚରଣ କରୁଥିବା ଦେଖାଯାଉଛି।

ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ବସ୍
ମଞ୍ଚେଶ୍ବର ଥାନା ରସୁଲଗଡ଼ଛକରେ ଜଣେ ଅଧ୍ୟାପକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଅଧ୍ୟାପକ ଜଣଙ୍କ ହେଲେ ଜଗତସିଂହପୁରର ପ୍ରତାପ ଚନ୍ଦ୍ର ସାହାଣୀ (୫୧) । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖୁଛି। ଏହାକୁ ନେଇ ରସୁଲଗଡ଼ ଛକରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖୁଛି ।

ଜଗତସିଂହପୁର କଲେଜରେ ପ୍ରତାପ ଅଧ୍ୟାପକ ଅଛନ୍ତି। ସୂଚନାଯୋଗ୍ୟ ଯେ, ଜଗତସିଂହପୁରର ପ୍ରତାପ ଚନ୍ଦ୍ର ସାହାଣୀ କୌଣସି କାମରେ ଭୁବନେଶ୍ବର ଆସିଥିଲେ। ସୋମବାର ଅପରାହ୍ନରେ କାମସାରି ଘରକୁ ଫେରୁଥିବା ବେଳେ ରସୁଲଗଡ଼ ଗୋଡ଼େଇ ଛକରେ ଏକ ବସ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଯିବା ସହ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେବା ବାଟରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଜାରିରଖୁଛି।