Bhawanipur Constituency - The Sakala

କୋଲକାତାର ଭବାନୀପୁର ଆସନରୁ ଲଢିବେ ମମତା ବାନାର୍ଜୀ : ପ୍ରାର୍ଥୀ ଘୋଷଣା କଲା ଟିଏମସି
କୋଲକାତା: ବାକି ଥିବା ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ସହ ପିପିଲି ପାଇଁ ଏକାସଙ୍ଗରେ ତାରିଖ ଘୋଷଣା କରାଯାଇଛି । ସେପଟେ ଉପନିର୍ବାଚନ ତାରିଖ ଘୋଷଣା ପରେ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା ନେଇ ଘୋଷଣା କରିଛି ଦଳ । ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ବିଜେପି ନେତା ତଥା ପୂର୍ବରୁ ଟିଏମସିରେ ରହି ଉକ୍ତ ଆସନରୁ ଲଗାତର ବିଜୟୀ ହୋଇ ଆସୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ମମତା ବାନାର୍ଜୀ । କିନ୍ତୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେଠାରେ ବିଜୟୀ ହୋଇଥିବା ବେଳେ ପରାଜୟ ହୋଇଥିଲେ ମମତା ।

ସେପଟେ ୬ ମାସ ମଧ୍ୟରେ କୌଣସି ଆସନରୁ ସଦସ୍ୟତା ଗ୍ରହଣ କରିବା ବାଧ୍ୟତାମୂଳକ ଥିବାବେଳେ ଭବାନୀପୁୂର ଆସନରୁ ନିର୍ବାଚନ ଲଢିଥିବା ବିଧ୍ୟାୟକ ପଦବୀରୁ ଇସ୍ତଫା ଦେଇଥିଲେ । ଫଳରେ ଭବାନୀପୁର ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢିବା ନେଇ ବାଟ ଫିଟିଥିଲା । ସେପଟେ  ତାଙ୍କୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ନେଇ ଘୋଷଣା କରିଛି ଦଳ । ଅନ୍ୟପଟେ ଜାଙ୍ଗିପୁରରୁ ଜାକିର ହୁସେନ୍ ଓ ସାମସରଗଞ୍ଜରୁ ଆମୀରୁଲ ଇସଲାମ ପ୍ରତିଦ୍ବନ୍ଦିତା କରିବେ । ୩୦ ସେପ୍ଟେମ୍ବରରେ ମତଦାନ ହେବ । ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ବାରା ସ୍ଥିର କରାଯାଇଥିବା ସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୩ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ । ପ୍ରାର୍ଥୀମାନେ ୧୬ ସେପ୍ଟେମ୍ବର ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୩ରେ ଫଳାଫଳ ପ୍ରକାଶ ପାଇବ । ବିଧାନସଭା ନିର୍ବାଚନ ପରି ପୁଣି ଥରେ ଉପନିର୍ବାଚନରେ ବିଜେପି ଏବଂ ଟିଏମସି ମୁହାଁ ମୁହିଁ ହେବାକୁ ଯାଉଛନ୍ତି  ।