odiianews - The Sakala

ଫେରିବେ ଟ୍ରାଫିକ୍‌ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର୍‍: ଦ୍ୱୈତନଗରୀରେ ଯୋଗଦେବେ ୨୦୦ ଛାତ୍ରଛାତ୍ରୀ, ମାସିକ ମିଳିବ ୧୬୦୦ ଟଙ୍କା ପ୍ରାପ୍ୟ
ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବା ଲାଗି କର୍ମଚାରୀ ଅଭାବ ଏକ ମୁଖ୍ୟ କାରଣ ସାଜିଛି। ତେଣୁ ଟ୍ରାଫିକ ସମସ୍ୟାରୁ ମୁକୁଳିବା ଲାଗି ପୁଣି ଫେରୁଛନ୍ତି ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର। ଏଥିରେ ଦ୍ୱୈତନଗରୀରେ ଥିବା ବିଭିନ୍ନ କଲେଜର ୨ଶହ ଛାତ୍ରଛାତ୍ରୀ ଯୋଗଦେବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦୦ ଓ କଟକରେ ୧୦୦ଜଣ ଟ୍ରାଫିକକୁ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ନିୟୋଜିତ କରାଯିବ। ପରବର୍ତ୍ତୀ ସମୟ ଅର୍ଥାତ୍‍ କରୋନା ପ୍ରକୋପକୁ ଦୃଷ୍ଟିରେ ଆଉ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ବଢ଼଼ାଇ ଦିଆଯିବ ବୋଲି ସୂଚନା ମିଳିଛି।

ସେହିପରି ସକାଳେ ଓ ସନ୍ଧ୍ୟାକୁ ମିଶାଇ ୬ଘଣ୍ଟା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର କାର୍ଯ୍ୟ କରିବେ। ତେବେ ଗୋଟିଏ ମାସରେ ସେମାନେ ୧୬ଦିନ କାର୍ଯ୍ୟ କରିବେ। ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ହିସାବରେ ମାସକୁ ୧୬୦୦ ଟଙ୍କା ସେମାନଙ୍କୁ ଦିଆଯିବ। ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି ଫାଣ୍ଡିରୁ ଏହି ଟଙ୍କା ଯୋଗାଇ ଦେବେ। ଏନେଇ କମିସନରେଟ୍‍ ପୁଲିସ ପକ୍ଷରୁ ପରିବହନ ବିଭାଗକୁ ଚିଠି ଲେଖି ଅବଗତ କରିଥିଲା। ପରିବହନ ବିଭାଗ ସବୁଜ ସଙ୍କେତ ଦେବା ସହ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ନିୟୋଜିତ କରିବା ଦିଗରେ କାର୍ଯ୍ୟ କରିବାକୁ ପୁଲିସକୁ କହିଛି। ସେଭଳି ଇଚ୍ଛୁକ ଥିବା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରମାନେ ଆବେଦନ କରିବା ସହ କେଉଁ କଲେଜର ପିଲା ତାହା ଲେଖିବେ। ଏଥିସହିତ ସେ ପଢ଼଼ୁଥିବା କଲେଜ ନିକଟର ୩ଟି ଟ୍ରାଫିକ ପୋଷ୍ଟକୁ ଚୟନ କରିବାକୁ କହାଯିବ। ଏହାପରେ ପୁଲିସ ପକ୍ଷରୁ ସେମାନଙ୍କୁ ଗୋଟିଏ ଛକର ଦାୟିତ୍ୱ ଦିଆଯିବ ସହ ସେଠାରେ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତିି।

ସେପଟେ ପୂର୍ବରୁ ରାଜଧାନୀରେ ୩୫୦ରୁ ଊର୍ଦ୍ଧ୍ବ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ନିୟୋଜିତ ଥିଲେ। ମାତ୍ର କରୋନା ମହାମାରୀ ଯୋଗୁଁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟରୁ ଅବ୍ୟାହତ ଦିଆଯାଇଥିଲା। ଏମିତିକି କଲେଜ ବନ୍ଦ ହେବାରୁ ଛାତ୍ରଛାତ୍ରୀମାନେ ଘରକୁ ଫେରିଯାଇଥିଲେ। ତେଣୁ ନିର୍ଦ୍ଦିଷ୍ଟ ସମୟ ଯାଏଁ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ଆଉ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ କରାଯାଇ ନ ଥିଲା। ତେବେ ପରିବହନ ବିଭାଗ ଅନୁମତି ଦେବା ପରେ ପୁଣି ଟ୍ରାଫିକ କାର୍ଯ୍ୟରେ ଯୋଗଦେବେ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର।

ସ୍ଥାନୀୟ ପ୍ରଶାସନର ଅବହେଳା: ଥିଲାବାଲାଙ୍କ ମୁଣ୍ଡରେ ଲାଗୁଛି ଆବାସ ମୋହର, ଝାଟିମାଟି ଘରେ କାଟୁଛି ଗରୀବଙ୍କ ଜୀବନ
ଜଳେଶ୍ବର: ଗରିବ ଲୋକଙ୍କ ଲାଗି ସରକାର ମାଳମାଳ ଯୋଜନା କରୁଥିବା ବେଳେ କେତେକ ଗାଁ ନେତା ଓ ପଞ୍ଚାୟତ ସ୍ତରିର କର୍ମଚାରୀଙ୍କ ଲାଞ୍ଚଖୁର ମନବୃତି ଓ ବେପରୁଆ ଭାବ ଯୋଗୁଁ ନିର୍ଦ୍ଦିଷ୍ଟ ହୀତାଧିକାରୀ ସେଥିରୁ ଲାଭବାନ ହୋଇ ପାରୁନାହାନ୍ତି ବରଂ ହାତଗୁଞ୍ଜ।ନେଇ ଆଯୋଗ୍ୟ ହିତାଧିକାରୀଙ୍କୁ ଏପରି ହାତେଇବାରେ ସାହଯ୍ଯ କରୁଛନ୍ତି।

ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଳକ ଅନ୍ତର୍ଗତ ପଶ୍ଚିମବାର୍ଡ ଫଚାୟତର ଦେବକୁମାର ଗାଁ ୧୭ ନଂ ୱାର୍ଡରେ ଦୀର୍ଘ ବର୍ଷ ଧରି ୩ଟି ପରିବାର ଏକ ଦଦରା ଭଙ୍ଗା ଘରେ ରହି ଆସୁଥିବା ବେଳେ ସେମାନଙ୍କ ଆବେଦନକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ଵ ଦେଉନାହାନ୍ତି। ଘଟଣାରୁ ପ୍ରକାଶ ରତିକାନ୍ତ ଅଧିକାରୀ ଜଣେ ଗରିବ ବ୍ରାହ୍ମଣ। କେବଳ ଗ୍ରାମର ମହାଦେବ ମନ୍ଦିର ପୂଜା କରି ସେଥିରେ ଯାହା ପଇସା ପାଉଥିଲେ ସେଥିରୁ ପରିବାର ପ୍ରତିପୋଷଣ କରି ଆସୁଥିଲେ।ହଠାତ୍ ରତିକାନ୍ତ ସାପ କାମୁଡାରେ ଚାରି ବର୍ଷ ପୂର୍ବରୁ ଆଖୁ ବୁଜି ଥିଲେ। ତାଙ୍କ ସ୍ତ୍ରୀ କନକଲତା ଅଧିକାରୀ ଅଦ୍ୟାବଧୂ ଆବାସ ଯୋଜନା ନିମନ୍ତେ ଆବେଦନ କରି ଆସୁଛନ୍ତି ।ଘର ଡିହ ୩ ଡିସିମିଲ ବ୍ୟତିତ ତାଙ୍କର ଅନ୍ୟକୌଣସି ରୋଜଗାର ପନ୍ଥା ନାହିଁ।ଏବେ ପୁଅ ମନୋଜ ଘରୋଇ ଟ୍ୟୁସନ କରି ଉଚ୍ଚ ଶିକ୍ଷା ଲାଭ କରିବା ସହିତ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି।

ଚଳିତ ବର୍ଷ ମଧ୍ୟ କନକଲତା ଆବାସ ଯୋଜନା ଲାଗି ଆବେଦନ କରିଥିଲେ ମଧ୍ୟ ଗତ ୧୩ ତାରିଖରେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାଁ ନାହିଁ। ରତିକାନ୍ତଙ୍କ ମୃତ୍ୟୁ ପୂର୍ବରୁ ଏକମାତ୍ର ଝିଅ ସସ୍ମିତାକୁ ୭ ବର୍ଷ ପୂର୍ବେ ସିଂଲା ଥନାର ଲକ୍ଷ୍ମୀନାରାୟଣ ନନ୍ଦଙ୍କୁ ବିବାହ ଦେଇଥିଲେ। କିନ୍ତୁ ସସ୍ମିତାଙ୍କ ଗାଲରେ ଥିବା ଏକ କଳା ଜାଇ ଆସ୍ତେ ଆସ୍ତେ ବୃଦ୍ଧି ପାଇ ମୁଖ ମଣ୍ଡଳକୁ ବିକୃତ କରୁଥିବାରୁ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଲେ। ୪ ବର୍ଷର ଏକ ପୁଅ ଥିବା ବେଳେ ଗତ ୩ବର୍ଷ ଧରି ସସ୍ମିତା ସେହି ମାଙ୍କ ନିକଟରେ ରହି ଆସୁଛନ୍ତି। ୨ ମହିଳା ପରିବାର ଛାତ ନ ଥିବା ଏକ ଝାଟି ମାଟି ଘରେ ରହିଆସୁଥିଲେ ମଧ୍ୟ ଆବାସ ଯୋଜନା ଲାଗି ବାର ଦୁଆର ଦୁଆର ଏବଂ ସରପଞ୍ଚଙ୍କ ଠାରୁ ବିଡିଓଙ୍କ ଯାଏ ଦୌଡି ବୁଲୁଥିବା ବେଳେ ଆବାସ ଯୋଜନା ତାଙ୍କ ଦାରିଦ୍ର୍ୟତାକୁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁର ସୁରେଶ ଜେନା, ଅଭିମନ୍ୟୁ ରାଉଳ ଭଳି ବହୁ ଲୋକେ ଏହି ଦୁଇ ପରିବାରକୁ ଆବାସ ଯୋଜନା ସର୍ବପ୍ରଥମେ ଦେବାକୁ ଦାବି କରିଛନ୍ତି। କେବଳ ଏହି ୨ ଜଣ ନୁହେଁ, ଗାଁର ଆଦିତ୍ୟ ପ୍ରମାଣିକ (୭୬)ରଂଜନ ପ୍ରମାଣିକ, ଅଜିତ୍ ରାଉଳ, ଅଧୁରଥ ରାଉଳ ପ୍ରମୁଖ ଛିତବେଢା ଘରେ ରହିଆସୁଥିବା ବେଳେ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଆବାସ ଯୋଜନା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗାଁରେ ବହୁ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ହାତେଇବା, ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଘର ମିଳିବା ଭଳି ସଂବେଦନଶୀଳ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି। ସେମାନଙ୍କୁ କେବେ ଆବାସ ଯୋଜନାରେ ଘର ମିଳିବ ଦେଖିବାକୁ ବାକି ରହିଲା।