Ravi Shastri - The Sakala

ଖୁବ ଶୀଘ୍ର ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍
ମୁମ୍ବାଇ: ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ, ଦ୍ରାବିଡଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ସେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ୟୁଏଇରେ ଟି-୨୦ ବିଶ୍ଵ କପ୍ ସରିବା ପରେ ଭାରତୀୟ କ୍ରିକେଟ୍ ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ ରାଜି ହୋଇଛନ୍ତି। ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ରାହୁଲ।

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ଼ । ସେହିଭଳି ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ ବୋଲି ସମ୍ଭାବନା ରହିଛି । ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ ବୋଲି ସୂଚନା ମିଳୁଛି । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ପୂର୍ବରୁ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ଼ ।

ଦ୍ରାବିଡ ଜାତୀୟ ଦଳର କୋଚ୍ ହେବାକୁ ପୂର୍ବରୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିସିସିଆଇର ଅନୁରୋଧ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବା ହଁ ଭରିଛନ୍ତି । ଯଦିଓ ବିସିସିଆଇ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ, ତେବେ ସୂତ୍ରରୁ ପ୍ରକାଶ ଯେ ରାହୁଲ ଦ୍ରାବିଡଙ୍କ ସହ ଭାରତୀୟ ବୋର୍ଡ ୨୦୨୩ ପର୍ଯ୍ୟନ୍ତ ଚୁକ୍ତି କରିପାରେ।

ରବି ଶାସ୍ତ୍ରୀଙ୍କୁ କରୋନା
ଲଣ୍ଡନ: ୫ ଟିକିଆ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି । ତିନୋଟି ଟେଷ୍ଟ ମ୍ୟାଚ୍ ସରିଥିବା ବେଳେ ଚତୁର୍ଥ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳାଯାଉଛି । ଆଜି ଚତୁର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ । ଏହାରି ଭିତରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ଆଇସୋଲେସନରେ ଅଛନ୍ତି । ଶାସ୍ତ୍ରୀଙ୍କ ବାଦ୍ ବୋଲିଂ କୋଚ୍ ଭରତ ଅରୁଣ ଓ ସର୍ପୋଟ ଷ୍ଟାଫର ୨ ଜଣ ସଦସ୍ୟ ମଧ୍ୟ ଆଇସୋଲେସନରେ ଅଛନ୍ତି । ବିସିସିଆଇ ଏନେଇ ରବିବାର ସୂଚନା ଦେଇଛି । ବିସିସିଆଇ ମେଡିକାଲ୍ ଟିମ୍ ରବି ଶାସ୍ତ୍ରୀ, ଭରଣ ଅରୁଣ, ଆର୍. ଶ୍ରୀଧର ଓ ନୀତିନ ପଟେଲଙ୍କୁ ଆଇସୋଲେସନରେ ରଖିଛି ।

ଗତ ସନ୍ଧ୍ୟାରେ ଫ୍ଲୋ ଟେଷ୍ଟରେ ଶାସ୍ତ୍ରୀଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା । ସମସ୍ତଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିବା ବେଳେ ଏମାନେ ହୋଟେଲରେ ରହିବେ । ମେଡିକାଲ ଟିମର ବିନା ଅନୁମତିରେ ଦଳ ସହ ଯାଇପାରିବେ ନାହିଁ । ଦଳର ଅନ୍ୟ ସଦସ୍ୟଙ୍କର ମଧ୍ୟ ଫ୍ଲୋ ଟେଷ୍ଟ କରାଯାଇଥିବା ବିସିସିଆଇ କହିଛି । ଟିମ ସଦସ୍ୟଙ୍କ ୨ଟି ଫ୍ଲୋ ଟେଷ୍ଟ ହୋଇଛି । ଗୋଟିଏ ଗତରାତିରେ ହୋଇଥିବା ବେଳେ ଆଜି ସକାଳେ ଆଉ ଗୋଟିଏ ହୋଇଛି । ରିପୋର୍ଟ ନେଗେଟିଭ୍ ଆସିଥିବା ଖେଳାଳିଙ୍କୁ ଓଭାଲରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଖେଳ ଖେଳିବାକୁ ଅନୁମତି ଦିଆଯାଇଛି ।