puri police - The Sakala

ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଅପ୍ରୀତିକର ପରିସ୍ଥିତି: ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ, ଉଭୟ ପକ୍ଷ ଅଟକ
ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାଡ଼ଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଉଭୟ ଗୋଷ୍ଠୀଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ମଙ୍ଗଳ ଆଳତୀ ବେଳେ ଉତ୍ତେଜନା

ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ କୌଣସି କାରଣକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହି ଯୁକ୍ତିତର୍କ ଧୀରେ ଧୀରେ ଉଗ୍ର ରୂପ ନେଇଥିଲା ଏବଂ ପରେ ତାହା ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିଲା। ଶ୍ରୀମନ୍ଦିର ଭଳି ଏକ ପବିତ୍ର ଓ ଆଧ୍ୟାତ୍ମିକ ପୀଠ ଭିତରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସାଧାରଣ ଦର୍ଶନାର୍ଥୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୁଇ ଗୋଷ୍ଠୀ ପୋଲିସ ଦ୍ୱାରା ଅଟକ

ଏହି ମାଡ଼ଗୋଳ ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷା କର୍ମୀ ଏବଂ ସିଂହଦ୍ୱାର ପୋଲିସ ତୁରନ୍ତ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଗୋଷ୍ଠୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରକୃତରେ କେଉଁ କାରଣକୁ ନେଇ ମନ୍ଦିର ଭିତରେ ଏହି ବିବାଦ ସୃଷ୍ଟି ହୋଇଥିଲା, ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।

ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଅଭିଯୁକ୍ତ ଗିରଫ
ପୁରୀ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮  ଗିରଫ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଥାନା ଅନ୍ତର୍ଗତ ଚିଲିକାରେ ଏକ ନାବାଳକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସଙ୍କ ସମେତ ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁରୀ ଏସପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ୧୮ ଜଣ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରପୁଟ ଗ୍ରାମର ବାସିନ୍ଦା। ଅଗଷ୍ଟ ୧୧ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ କୃଷ୍ଣପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଓମ୍ ଶିକାରୀ ନାମକ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କଠାରୁ ଅପରାଧରେ ବ୍ୟବହୃତ ୩ଟି ଡଙ୍ଗା ଏବଂ ଏକ କାଠ ପଟା ଜବତ କରିଛି। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତନାଘନା ତଦନ୍ତ କରାଯାଇ ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ଗିରଫଦାରୀ ସମ୍ଭବ ହୋଇପାରିଛି।

ପୋଲିସର ସୂଚନା ମୁତାବକ, ଗତ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର କିଛି ଚୋର ରାମଲେଙ୍କା ପଞ୍ଚାୟତର କୁମାରପୁର ଗାଁ ନିକଟସ୍ଥ ମାଛଧରା ଅଞ୍ଚଳରେ ପହଞ୍ଚିଥିଲେ। କୁମାରପୁର ଗାଁର ଅଭିଯୋଗକାରୀ ଚିନ୍ମୟ ବେହେରାଙ୍କ ଏକ 'ଖଣ୍ଡା' (ମାଛଧରା ଜାଲ)ରୁ ଚିଙ୍ଗୁଡ଼ି ଚୋରି କରୁଥିବା ସମୟରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଅଭିଯୁକ୍ତ ଗଣେଶ, କାହ୍ନା, ମିଥୁନ, ରୁବେଶ ଏବଂ କାଳୁ ଅଭିଯୋଗକାରୀ, ତାଙ୍କ ଭାଇ ଏବଂ ନାବାଳକ ଓମ୍ ଶିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଚିନ୍ମୟ ଓ ତାଙ୍କ ଭାଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ନାବାଳକ ଓମଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ଘଟଣାସ୍ଥଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ପ୍ରଥମେ ଏହି ମାମଲାକୁ ଅପହରଣ ଓ ହତ୍ୟା ଉଦ୍ୟମ ରୂପେ ପଞ୍ଜିକରଣ କରାଯାଇଥିଲା। କିନ୍ତୁ ତଦନ୍ତ ସମୟରେ ଏହାକୁ ଡକାୟତି ସହ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇଥିଲା। ଏହି ଘଟଣାରେ ଏକ ଆନ୍ତଃ-ଜିଲ୍ଲା ଚିଙ୍ଗୁଡ଼ି ଲୁଟେରା ଗ୍ୟାଙ୍ଗର ସମ୍ପୃକ୍ତି ଥିବାରୁ, ପୁରୀ ସଦର ଏସଡିପିଓ (SDPO) ଏବଂ କୃଷ୍ଣପ୍ରସାଦ ଆଇଆଇସି (IIC)ଙ୍କ ନେତୃତ୍ୱରେ ଏକାଧିକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଏକକାଳୀନ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦିଗଗୁଡ଼ିକର ଖୁଲାସା ଏବଂ ଅପରାଧୀଙ୍କ ପ୍ରକୃତ ଭୂମିକା ଜାଣିବା ପାଇଁ ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଛି।

ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା: ସଜେଇ ହୋଇଛି ପୁରୀ ବଡଦାଣ୍ଡ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ସାରା ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରଥଯାତ୍ରାର ଚୂଡ଼ାନ୍ତ ପ୍ରସ୍ତୁତି ସ୍ୱରୂପ ବୁଧବାର ଦିନ ତିନି ରଥକୁ ସେମାନଙ୍କ ପାରମ୍ପରିକ ନିର୍ମାଣ ସ୍ଥଳ 'ରଥଖଳା'ରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଭକ୍ତି ଓ ଆନନ୍ଦମୟ ପରିବେଶ ମଧ୍ୟରେ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଗୁରୁବାର ଦିନ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିବେ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ଦିନ ହେବାକୁ ଥିବା ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସକାଳ ୯ଟାରୁ ୯.୩୦ ମିନିଟ ମଧ୍ୟରେ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଭକ୍ତଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ମୁତୟନ ହେବେ । ସାମୁଦ୍ରିକ ସୀମା ଉପରେ ନଜର ରଖିବା ପାଇଁ ଭାରତୀୟ କୋଷ୍ଟଗାର୍ଡ ଏବଂ ନୌସେନା ମଧ୍ୟ ସଜାଗ ରହିଛନ୍ତି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀର ବିଭିନ୍ନ ସ୍ଥାନରେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଭକ୍ତମାନଙ୍କୁ ସୂଚନା ପ୍ରଦାନ ପାଇଁ ୬୫ଟି ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ । ମୋବାଇଲ ନେଟୱର୍କ ସୁଧାରିବା ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ସହରରେ ୫୯୫ଟି ସ୍ଥାୟୀ ଏବଂ ୧,୦୫୦ଟି ଅସ୍ଥାୟୀ ସାଇନବୋର୍ଡ ମଧ୍ୟ ଲଗାଯାଇଛି ।

ପୁରୀରେ ଆଇପିଏଲ୍ ବେଟିଂ ରାକେଟର ମାଷ୍ଟରମାଇଣ୍ଡ ଗିରଫ, ୧୮ ଲକ୍ଷର ସମ୍ପତ୍ତି ଫ୍ରିଜ୍
ପୁରୀ: ପୁରୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶାରେ ଚାଲିଥିବା ଏକ ବୃହତ୍ତ ଆଇପିଏଲ୍ ବେଟିଂ ସିଣ୍ଡିକେଟ୍ ବା ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡକୁ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ କୋଟି କୋଟି ଟଙ୍କାର ଏକ ସୁସଂଗଠିତ ବେଆଇନ ବେଟିଂ ସାମ୍ରାଜ୍ୟ ଚଳାଉଥିଲେ ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ୩୨ ବର୍ଷୀୟ କୃଷ୍ଣ ପ୍ରସାଦ ତ୍ରିପାଠୀ ଓରଫ୍ 'ବସ୍'। ପୋଲିସ ସୂତ୍ରରୁ ପ୍ରକାଶ ଯେ, କୃଷ୍ଣ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିବା ସହ ଏକ ସିନେମା ଷ୍ଟାଇଲ୍‌ରେ ଏହି କଳା କାରବାର କରୁଥିଲେ। ସେ ବ୍ରହ୍ମପୁରରେ 'ନମସ୍ତେ' ନାମକ ଏକ ହୋଟେଲ ମଧ୍ୟ ଚଳାଉଥିଲେ। ବେଟିଂ କାରବାରକୁ ସୁଗମ କରିବା ପାଇଁ ସେ ନିଜର ଏକ ସ୍ୱତନ୍ତ୍ର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି। ଏହା ସହ ଅନଲାଇନ୍ ପ୍ଲାଟଫର୍ମ 'ସ୍କାଏ ଏକ୍ସଚେଞ୍ଜ' (Sky Exchange) ବ୍ୟବହାର କରି ସେ ବେଆଇନ ଆଇପିଏଲ୍ ବେଟିଂ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।

ତାଙ୍କ ଗିରଫଦାରୀ ପରେ ପୋଲିସ କୃଷ୍ଣଙ୍କ ବାସଭବନରେ ଛାନଭିନ୍ କରି ପ୍ରାୟ ୧୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏହା ବ୍ୟତୀତ ତାଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାକୁ ମଧ୍ୟ ସିଜ୍ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କର ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍, ସମ୍ପତ୍ତି ଏବଂ ଆର୍ଥିକ କାରବାରର ଅଧିକ ଖୋଳତାଡ଼ କରୁଛି ପୋଲିସ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୯ ତାରିଖରେ ପୁରୀର ମଶାଣି ଚଣ୍ଡୀ ଛକରେ ପୋଲିସ ଏକ ବେଟିଂ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ବେଟିଂ ଚାଲିଥିବା ସମୟରେ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି. ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ ଲେଙ୍କା ଏବଂ ଚନ୍ଦନପୁରର ରମାକାନ୍ତ ସାହୁ।

ସେହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩.୦୪ ଲକ୍ଷ ଟଙ୍କା ଏବଂ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ପରେ ପ୍ରସନ୍ନ ପୃଷ୍ଟିଙ୍କ ଘରେ ଚଢ଼ାଉ କରି ପୋଲିସ ଅତିରିକ୍ତ ୨୨.୩୧ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ମୋଟାମୋଟି ଭାବେ ଏହି ରାକେଟ୍ ସହ ଜଡ଼ିତ ଥିବା ୩୧.୮୧ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୂର୍ବରୁ ସିଜ୍ କରାଯାଇଥିଲା। ଏହି ବେଆଇନ କାରବାର ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ପୋଲିସ ସନ୍ଦେହ କରୁଛି।

ମୁଖ୍ୟ ଅଭିଯୁକ୍ତ 'ବସ୍' ଗିରଫ ହେବା ପରେ ଏହି ବେଟିଂ ସିଣ୍ଡିକେଟ୍‌କୁ ଏକ ଶକ୍ତ ଧକ୍କା ଲାଗିଥିବା ପୋଲିସ ଦାବି କରିଛି। ବର୍ତ୍ତମାନ ଏହି ନେଟୱାର୍କର ଅନ୍ୟ ସଦସ୍ୟ ଏବଂ ଆର୍ଥିକ କାରବାରର ପୂରା ତଥ୍ୟ ଜାଣିବା ପାଇଁ ପଚରାଉଚରା ଏବଂ ତଦନ୍ତ ଜାରି ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି, ସୁରକ୍ଷା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ
ପୁରୀ: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ସହ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । ଏହାସହ ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର୍‌ ନିୟୋଜିତ ହେବେ । ଆସନ୍ତା ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତକୁ ଶୃଙ୍ଖଳିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ।

ସୂଚନା ଅନୁସାରେ, ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ। ୪ ତାରିଖ ସକାଳେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ପରେ ୭.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତାଳବଣିଆ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱେତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ। ସେପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ସଲଗ୍ନରେ ଗଢି ଉଠିଥିବା ବିଭିନ୍ନ ହୋମଷ୍ଟେ ଗୁଡିକରେ ୩ ତାରିଖ ଏବଂ ୪ ତାରିଖରେ କୌଣସି ପର୍ଯ୍ୟଟକଙ୍କ ରହଣି କିଭଳି ନହେବ ସେନେଇ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ଏସପି କହିଛନ୍ତି। ଅନ୍ୟପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ଚାରିପଟ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ।

ନୂଆବର୍ଷ ପାଇଁ ପ୍ରସ୍ତୁତ ପୁରୀ ପୁଲିସ: ଜଗିବେ ୬୦ ପ୍ଲାଟୁନ୍‌ ଫୋର୍ସ, ଶ୍ରୀମନ୍ଦିର ଓ ବେଳାଭୂମିରେ ରହିବ କଡ଼ା ନଜର
ପୁରୀ: ଆସୁଛି ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ। ସହରର ବିଭିନ୍ନ ହୋଟେଲ, ଲଜ୍‌, ହଲିଡେ ହୋମ୍‌ରେ ଆଉ ଜାଗା ନାହିଁ। ସବୁଠି ଜମିଲାଣି ପର୍ଯ୍ୟଟକଙ୍କ ଗହଳି। ଏଭଳି ଭିଡ଼କୁ ଦେଖି ପୁରୀ ପୋଲିସ ନିଜକୁ ପ୍ରସ୍ତୁତ କରିଦେଇଛି। ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୬୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ବୋଲି ଏସ୍‌ପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ଟ୍ରାଫିକ୍‌ ପରିଚାଳନା, ଦର୍ଶନ ସୁବିଧା, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଆଡିସ୍‌ନାଲ ଏସ୍‌ପି ୧୦ ଜଣ, ୩୩ ଡିଏସ୍‌ପି, ୩୦୦ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୬୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।

ସାଧାରଣତଃ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ପୁରୀରେ ପ୍ରବଳ ଭିଡ଼ ହୋଇଥାଏ। ଏ ବର୍ଷ ମଧ୍ୟ ସେହିଭଳି ଭିଡ଼ ହେବା ସମ୍ଭାବନା ରହିଛି। ତେଣୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଟ୍ରାଫିକ୍‌ ପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ୍‌ କରାଯାଇଛି। ବିଶେଷକରି ଯାନବାହନ ପାର୍କିଂ ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନାୟକ ପ୍ଲାଜା ସମ୍ମୁଖରୁ ସିଂହଦ୍ୱାର ପର୍ଯ୍ୟନ୍ତ ସେଡ୍‌ କରାଯାଇଛି। ସମସ୍ତ ଶ୍ରଦ୍ଧାଳୁ ନାୟକ ପ୍ଲାଜାଠାରୁ ପ୍ରବେଶ କରିବେ। ସେଠାରୁ ଶ୍ରୀମନ୍ଦିର ଆଡ଼କୁ କୌଣସି ବଡ଼ ଗାଡ଼ି ଛଡ଼ାଯିବ ନାହିଁ। ଅତ୍ୟଧିକ ଭିଡ଼ ଯୋଗୁଁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯିବ। ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ କରାଯିବ। ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ। ମନ୍ଦିର ଚତୁଃପାର୍ଶ୍ବରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ।

ସେହିପରି ନିରାପଦ ସ୍ନାନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋବାଇଲ ସ୍କ୍ୱାଡ୍‌ କରାଯାଇଛି। ଏଥିରେ ପୁଲିସ ଲାଇଫ୍‌ଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀ ରହିବେ। ବେଳାଭୂମିରେ ଟୁରିଷ୍ଟ ଏଡ୍‌ପୋଷ୍ଟ କାର୍ଯ୍ୟକ୍ଷମ କରିବ। ଅନ୍ୟପଟରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷିତ ସମୁଦ୍ର ସ୍ଥାନ, ପାର୍କିଂ, ଶୃଙ୍ଖଳିତ ଦର୍ଶନ ଓ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ୨୪ ଘଣ୍ଟିଆ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୁଲିସ କର୍ମଚାରୀ ମୁତୟନ ରହିବେ। ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର।

ପୁରୀ ପୁଲିସ ପକ୍ଷରୁ ବଡ଼ ପଦକ୍ଷେପ, ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ନେଇ ପୁରୀ ପୁଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୁଲିସ। ପ୍ରାଥମିକ ଭାବେ ଏ ନେଇ ପୁଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ। ପୁଲିସର ଏପରି ପଦକ୍ଷେପକୁ ସେବାୟତ ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।

🚫 Ensuring serenity and safety at Shree Jagannath Temple. No Flying Zone to preserve the sanctity of the sacred site. Let the divine aura prevail without disturbance. pic.twitter.com/0XPPq7f66m

— Puri Police (@SPPuri1) February 14, 2024

ମୃତ ସ୍ୱାମୀ ଉପରେ ହକ୍‍କୁ ନେଇ ସ୍ୱର୍ଗଦ୍ୱାରରେ ତୁମୁଳକାଣ୍ଡ, ଜୁଇ ପାଖରେ ଦୁଇ ସଉତୁଣୀ ହାତାହାତି
ପୁରୀ : ଜୁଇରେ ଶୋଇଥିବା ବାପା ମୁହଁରେ କିଏ ନିଆଁ ଦେବ ? ବଡ଼ପୁଅ ନା ସାନପୁଅ? ଏହାକୁ କେନ୍ଦ୍ରକରି ରବିବାର ରାତିରେ ସ୍ୱର୍ଗଦ୍ୱାରରେ ଘଟିଛି ତୁମୁଳକାଣ୍ଡ। ପୁଣି ମୃତ ସ୍ୱାମୀ ଉପରେ ହକ୍‍କୁ ନେଇ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଦୁଇ ସଉତୁଣୀ ହାତାହାତି ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସକୁ ଖବର ଦିଆଗଲା। ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପ୍ରାୟ ୩ ଘଣ୍ଟା ପରେ ମୃତଦେହ ଦାହ କରାଯାଇଥିଲା। ଦୁଇପୁଅ ମୁଖାଗ୍ନି ଦେଇଥିଲେ। ଏମିତି ଏକ ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଏକ ଘରୋଇ ହସ୍ପିଟାଲରେ ପୁରୀର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟମାନେ ସଂସ୍କାର କରିବା ପାଇଁ ରବିବାର ରାତି ପ୍ରାୟ ସାଢେ ୧୧ଟାରେ ମୃତଦେହ ଆଣି ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ଠିକ୍‍ ଦାହ କରିବା ପୂର୍ବରୁ କିନ୍ତୁ ଆଉ ଜଣେ ମହିଳା ପହଞ୍ଚି ସମ୍ପୃକ୍ତ ମୃତବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ବୋଲି ନିଜକୁ ପରିଚୟ ଦେଇଥିଲେ। ତାଙ୍କ ପୁଅ ମୁଖାଗ୍ନି ଦେବ ବୋଲି କହିଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ବିବାଦ। ମୃତଦେହ ଆଣି ଆସିଥିବା ମହିଳା ଏହାକୁ ସ୍ୱୀକାର କରି ନ ଥିଲେ। କହିଥିଲେ, ୧୬ ବର୍ଷ ହେଲାଣି ସ୍ୱାମୀଙ୍କ ସହିତ ସେ ରହିଆସୁଛନ୍ତି। ତେଣୁ ତାଙ୍କ ପୁଅ (ବୟସ ପ୍ରାୟ ୧୨) ମୁଖାଗ୍ନି ଦେବ।

ଏହାକୁ ନେଇ ଦୁଇ ସଉତୁଣୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ନିଜ ଜିଦ୍‌ରେ  ଅଟଳ ରହିବାରୁ ଉତ୍ତେଜନା ବଢିଥିଲା। ଏପରି କି ଦୁହେଁ ହାତାହାତି ଏବଂ ଗଡ଼ାପଡ଼ା ହୋଇଥିଲେ। ଉଭୟଙ୍କ ଲୁଗାପଟା ଚିରି ଯାଇଥିଲା। ଆଗ ସ୍ତ୍ରୀର ପୁଅ ମୁଖାଗ୍ନି ଦେବେ ବୋଲି କହିଥିଲେ। ତେଣୁ ପଛ ସ୍ତ୍ରୀର ସମ୍ପର୍କୀୟମାନେ ବିରୋଧ କରିଥିଲେ। ଏହାକୁ ନେଇ ପ୍ରଥମ ସ୍ତ୍ରୀର ପୁଅ ଏବଂ ପଛ ସ୍ତ୍ରୀର ସମ୍ପର୍କୀୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଥମ ସ୍ତ୍ରୀର ପୁଅକୁ ଧରି ସେମାନେ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ଏହାରି ମଧ୍ୟରେ ଦୁଇ ସଉତୁଣୀ ଆହୁରି ଲୋକ ଡକାଇ ଦେଇଥିଲେ। କିଛି ସମୟ ମଧ୍ୟରେ ଦୁଇପକ୍ଷରୁ ପ୍ରାୟ ୨୦/୨୫ ଲେଖାଏଁ ସ୍ବର୍ଗଦ୍ବାରରେ ପହଞ୍ଚି ଯାଇଥିଲେ।

ପରିସ୍ଥିତି ଅଣାୟତ୍ତ ହୋଇପଡିବାରୁ ସ୍ବର୍ଗଦ୍ବାର କର୍ମଚାରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କ ସମ୍ପର୍କୀୟଙ୍କୁ ଡାକି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ବୁଝିବାକୁ ରାଜି ନଥିଲେ। ମୃତଦେହ ସେମିତି ପଡିରହିବା ଦେଖି ପୁଲିସ ପୁଲିସ ଦୁଇ ମହିଳାଙ୍କୁ ଥାନାକୁ ନେଇ ଯିବାକୁ ଏବଂ ପ୍ରଶାସନ ପକ୍ଷରୁ ଶବଦାହ କରିବାକୁ କୁହାଯିବା ପରେ ମହିଳା ଦ୍ବୟ ଟିକେ ନରମିଥିଲେ। ଶେଷରେ ଦୁଇ ପୁଅ ମିଶି ମୁଖାଗ୍ନି ଦେବେ ବୋଲି ରାଜି ହୋଇଥିଲେ। ପୁଲିସ ଉପସ୍ଥିତିରେ ପ୍ରାୟ ରାତି ୨ଟା ବେଳେ ଦୁଇ ପୁଅ ମୁଖାଗ୍ନି ଦେବା ସହ ଶବ ଦାହ କରାଯାଇଥିଲା।