Demerits of Lead - The Sakala

ବିଷାକ୍ତ ସୀସା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଶରୀରରେ ଦେଖାଦେଇପାରେ ଅନେକ ସମସ୍ୟା
ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଜିନିଷରେ ବହୁଳମାତ୍ରାରେ ଅନେକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି । ଯାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ସୀସା ମଧ୍ୟ ଏହିପରି ଏକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟପ୍ରତି ବିଶେଷ କ୍ଷତି କାରକ ବୋଲି ମତ ପୋଷଣ କରିଛନ୍ତି କେତେକ ବୈଜ୍ଞାନିକ । ସୀସା ମୁଖ୍ୟତଃ ଇନ୍ଧନ ପାଇଁ ବ୍ୟବହୃତ ହୋଇଥାଏ । ଏହା କ୍ଷତିକାରକ ହୋଇଥିବାରୁ ୧୯୯୯ ମସିହାରୁ ନିଷେଧ କରାଯାଇଛି ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହା ବିପଦଜନକ ହୋଇଥିବାରୁ ବିଶ୍ୱର ଅଧିକଂଶ ଦେଶ ଏହି ପଦାର୍ଥକୁ ନିଷିଦ୍ଧ କରିଛି । ହେଲେ ପୂର୍ବରୁ ଏହାର ବହୁଳ ବ୍ୟବହାର ହେତୁ ବାୟୁମଣ୍ଡଳରୁ ଏହାର ଅଂଶ ଦୂର ହେବା ପାଇଁ ଅନେକ ଦଶନ୍ଧି ଲାଗିପାରେ ।

୧୯୨୦ ଦଶକରେ ଇନ୍ଧନରେ ସୀସା ବହୁଳ ଭାବରେ ବ୍ୟବହୃତ ହେଉଥିଲା । ସେହି ସମୟରେ ଇଞ୍ଜିନ୍ ନକ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପେଟ୍ରୋଲରେ ଟେଟ୍ରାଥାଇଲ୍ ସୀସା ବ୍ୟବହାର କରାଯାଇଥିଲା । ୧୯୭୦ ଦଶକର ଶେଷ ପର୍ଯ୍ୟନ୍ତ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିଲା । ଅନୁମାନ କରାଯାଉଛି ଯେ, ଏହି ୫୦ ବର୍ଷ ମଧ୍ୟରେ କେବଳ ବ୍ରିଟେନର ବାୟୁମଣ୍ଡଳକୁ ୧୪୦,୦୦୦ ଟନ୍ ସୀସା ମୁକ୍ତ କରାଯାଇଥିଲା ।

ସୀସା ବ୍ୟବହାର ନିଷେଧର ଦୁଇ ଦଶନ୍ଧି ପରେ ବୈଜ୍ଞାନିକମାନେ ୨୦୧୪ ରୁ ୨୦୧୮ ମଧ୍ୟରେ ଲଣ୍ଡନରେ ସଂଗୃହିତ ବାୟୁ ପରୀକ୍ଷଣ କରିଥିଲେ । ସେମାନେ ଏହି ପରିକ୍ଷଣରୁ ଜାଣିବାକୁ ପାଇଲେ ସୀସା କଣିକା ଏଥିରେ ବହୁଳ ମାତ୍ରାରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଏହି ସୀସା ବିଷାକ୍ତ ହୋଇପାରେ, ଯାହା ପ୍ରଭାବରେ ସ୍ୱାସ୍ଥ୍ୟ ଉପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସୀସା ଶରୀରରେ ବର୍ଷବର୍ଷ ଧରି ଜମାଟ ହୋଇ ସମ୍ପୂର୍ଣ୍ଣ ଶରୀରକୁ ବିଷାକ୍ତ କରିଦେଇପାରେ । ଶରୀରରେ ଜମା ହୋଇଥିବା ଅଳ୍ପ ପରିମାଣର ସୀସା ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ବିଶେଷକରି ଏହା ୬ ବର୍ଷରୁ କମ୍ ପିଲାଙ୍କଠାରେ ଦେଖାଦେଇଥାଏ । ଯାହା ପିଲାମାନଙ୍କର ମାନସିକ ଓ ଶାରୀରିକ ବିକାଶକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ ।

ସୀସା ସାଧାରଣତଃ ରଙ୍ଗ, ଧୂଳି, ବାୟୁ, ଜଳ କିମ୍ବା ପୁରାତନ ଅଟାଳିକାରେ ବହୁଳ ମାତ୍ରାରେ ରହିଥାଏ । ଯେଉଁମାନେ ବ୍ୟାଟେରୀ ଏବଂ ଗ୍ୟାରେଜରେ ମରାମତି କରିଥାନ୍ତି ସେମାନେ ଏହି ସୀସା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବିଷାକ୍ତ ସୀସା ଯୋଗୁଁ ବ୍ୟକ୍ତିଙ୍କଠାରେ ଭିନ୍ନଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇପାରେ । ଏହାଦ୍ୱାରା ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ । ଯେଉଁମାନେ ସୀସା ସଂସ୍ପର୍ଶରେ ଅତ୍ୟଧିକ ଆସନ୍ତି ସେମାନେ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

ଯଥା:-

1- ପେଟ ଯନ୍ତ୍ରଣା ବା କୋଷ୍ଠକାଠିନ୍ୟ

2- ଚିଡଚିଡା ପଣ

3- ନିଦ ନହେବା

4- ପ୍ରବଳ ମୁଣ୍ଡବିନ୍ଧା

5- ପିଲାମାନଙ୍କର ମାନସିକ ଓ ଶାରିରୀକ ବିକାଶରେ ସମସ୍ୟା

6- ଉଚ୍ଚ ରକ୍ତଚାପ

ବିଷାକ୍ତ ସୀସା ଦ୍ୱାରା ଏଭଳି ଅନେକ ଭୟଙ୍କର ଲକ୍ଷଣ ଦେଖାଦେଇଥାଏ । ଶରୀରରେ ଏଭଳି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଚିକିତ୍ସା କରିବାରର ଆବଶ୍ୟକତା ରହିଛି ।

ବିଷାକ୍ତ ସୀସାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ । ସୀସା ବ୍ୟବହାର ହେଉଥିବା ସ୍ଥାନରେ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅଧିକ ଗୁରୁତର ଥିବା ରୋଗୀ କ୍ଷେତ୍ରରେ ଚେଲସନ ଥେରାପିର ନିହାତି ଆବଶ୍ୟକତା ରହିଛି । ଏହା ସହିତ ଅନ୍ୟାନ୍ୟ ଚିକିତ୍ସା ମଧ୍ୟ କରାଯାଇ ପାରିବ ।

କେମିତି ସୀସା ସଂସ୍ପର୍ଶରେ ନଆସିବେ?

1- ନିଜ ଘରକୁ ଧୂଳିରୁ ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

2- ଖାଇବା ପୂର୍ବରୁ ଭଲ ଭାବରେ ହାତକୁ ଧୁଅନ୍ତୁ ।

3- ପାଣିକୁ ପିଇବା ପୂର୍ବରୁ ଭଲ ଭାବରେ ଫୁଟାଇ, ଛାଣି ବା ଫିଲ୍ଟର କରିବା ନିହାତି ଆବଶ୍ୟକ ।

4- ଟ୍ୟାପକୁ ନିୟମିତ ଭଲ ଭାବରେ ସଫା ରଖନ୍ତୁ ।

5- ପିଲାଙ୍କ ଖେଳନା ଏବଂ ବ୍ୟବହାର କରୁଥିବା ବୋତଲକୁ ବାରମ୍ବାର ଧୁଅନ୍ତୁ ।

ଏହି ସୂଚନାଟି ଲିସେଷ୍ଟର ବିଶ୍ୱବିଦ୍ୟାଳୟ ବାୟୁମଣ୍ଡଳ ରସାୟନ ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ବିଜ୍ଞାନର ପ୍ରଫେସର ପଲ୍ ମାଂକ୍ସ ରିସର୍ଚରୁ ସଂଗୃହୀତ । ଅଧିକ ସୂଚନା ପାଇଁ ଆପଣ ନିକଟସ୍ଥ ଡାକ୍ତର ସହିତ ପରାମର୍ଶ କରି ପାରିବେ ।