Tara Prasad Bahinipati - The Sakala
ମନ୍ତ୍ରୀ ଧାନ କିଣାରେ ଟଙ୍କା ଖାଉଛନ୍ତି, ଗୃହରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ତାରା ବାହିନୀପତି
ଭୁବନେଶ୍ବର: ବିଧାନସଭା ବଜେଟ୍‌ ଅଧିବେଶନ। ଆଜି ପୁଣି ସରଗରମ ରହିଛି ବିଧାନସଭା। ଧାନର କଟନୀ ଛଟନୀ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନୀ ଛଟନୀ ଚାଲିଥିବା ଗୃହରେ ଅଭିଯୋଗ କରିଛନ୍ତି। ମିଲ ପିଛା ଯୋଗଣ ମନ୍ତ୍ରୀ ୧ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ସେ ଗୃହରେ କହଛନ୍ତି।  ସିଡ଼ି, ଫୋଟୋ, ମନ୍ତ୍ରୀଙ୍କ ଦସଖସ୍ତ ଥିବା ଚିଠି ଦେଖାଇ ଗୃହରେ ଯୋଗଣ ମନ୍ତ୍ରୀଙ୍କ ଧାନ କିଣାରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ତାରା । ଧାନ କିଣାରେ କଟନୀ ଛଟନୀରେ ମନ୍ତ୍ରୀ ଟଙ୍କା ନେଉଥିବାର ପ୍ରମାଣ ମାଗିଥିଲେ ବୋଲି ମୁଁ ଦେଲି ବୋଲି ସେ କହିଛନ୍ତି। ଧାନ କିଣାରେ ୪କୋଟି ଟଙ୍କା ହେରଫେର ହୋଇଛି । ଧାନ କିଣାରେ ଚାଷିଙ୍କୁ ଲୁଟୁଛନ୍ତି ସରକାର। ଯୋଗଣ ମନ୍ତ୍ରୀ ଟଙ୍କା ନେଉଛନ୍ତି। ମନ୍ତ୍ରୀ ଧାନ କିଣାରେ ଯେଉଁ ଟଙ୍କା ଖାଉଛନ୍ତି ତାହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି କଂଗ୍ରେସ୍ ବିଧାୟ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ପୁନର୍ଗଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱ ନେବାର ପ୍ରାୟ ୧୧ମାସ ପରେ ସେ ନିଜର ବିଶାଳ ଟିମ୍ ଗଢ଼ିଛନ୍ତି । ଶରତଙ୍କ ନୂଆ ଟିମ୍ ରେ ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ, ୬୭ଜଣିଆ କାର୍ଯ୍ୟକାରିଣୀ କମିଟ ସଦସ୍ୟ ଓ ୨୭ଜଣିଆ ମିଡିଆ ବିଭାଗ ସଦସ୍ୟ ରହିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଆଧାରରେ ଏଆଇସିସି ସଭାପତି ଏହି ଟିମକୁ ଅନୁମୋଦନ କରିଥିବା ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଗତକାଲିଠୁ ପ୍ରେସ୍ ରିଲିଜ ଜାରି କରି ସୂଚନା ଦିଆଯାଇଛି ।
ତେବେ ନବ ଗଠିତ ପିସିସି କମିଟିକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କ ନବ ଗଠିତ ପିସିସି କମିଟିରେ ବରିଷ୍ଠ ଉପସଭାପତି ଦାୟିତ୍ତ୍ୱ ଦିଆଯାଇଛି, ଯାହାକୁ ନେଇ ସେ କହିଛନ୍ତି ମୋତେ ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ କାଫି। ମୋର ଭାଇସ୍‌ ପ୍ରେସିଡେଣ୍ଟ୍‌ ପଦବୀ କ’ଣ ହେବ? ହେଲେ ମୁଁ ଏ ପଦବୀରେ ରହିବି ନାହିଁ, ଏ କମିଟିରୁ ମୁଁ ଇସ୍ତଫା ଦେଇଦେବି ଖାଲି କିଏ ଖରାପ ଭାବିବ ବୋଲି ଏବେ ଯାଏଁ ଦେଇନାହିଁ। କାହା ଦୟାରେ ମୋର ପଦବୀ ନେବାର ନାହିଁ। ତଥାପି ମୋତେ ବରିଷ୍ଠ ଭାଇସ୍‌ ପ୍ରେସିଡେଣ୍ଟ ପଦବୀ ଦେଇଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚେଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ତାରା ବାହିନୀପତି କହିଛନ୍ତି।
ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଛନ୍ତି ଯେ ମୋ ନିଜ ଉପରେ ମୋର ବିଶ୍ୱାସ ଅଛି। କୋରାପୁଟ ଓ ଜୟପୁର ଲୋକଙ୍କ ଆଶୀର୍ବାଦରେ ୪ ଥର ବିଧାୟକ ହେଲି। ମୁଁ କ’ଣ ପ୍ରଧାନମନ୍ତ୍ରୀ ହେବି କି? ତେଣୁ କମିଟି ଫମିଟିରେ ରହିବାରେ ବିଶ୍ୱାସ କରେନାହିଁ। ଏହି କମିଟିରେ ରହିବାର ଇଚ୍ଛା ନାହିଁ। ମୁଁ କୋଭିଡ୍‌ରୁ ଉଠିଛି। ନିଜ ନିର୍ବାଚନମଣ୍ଡଳୀରେ ବୁଲିବା କଷ୍ଟ ହେଉଛି। ତେଣୁ କୌଣସି ପଦ ପଦବୀରେ ରହିବାର ଆବଶ୍ୟକତା ନାହିଁ। ମୁଁ କୌଣସି ପଦ ପଦବୀରେ ରହିବାକୁ ଚାହୁଁ ନାହିଁ। ମାନସିକ ଭାବେ ସ୍ଥିର କରିଛି। କମିଟିରେ ରହିଲେ ଯେଉଁଠୁ ଡାକରା ଆସିଲେ ଯିବାକୁ ପଡ଼ିବ। ନଗଲେ ଅସୁବିଧା ହେବ। ପଦରେ ରହି କାମ ନକଲେ ଅସୁନ୍ଦର ଲାଗିବ ବୋଲି ତାରା କହିଛନ୍ତି। ମୁଁ କେବଳ ନିଜ ଅଞ୍ଚଳର ଲୋକଙ୍କ ପାଇଁ କାମ କରିବି। ସେମାନେ ମୋ ଉପରେ ଭରସା କରି ଭୋଟ ଦେଇଛନ୍ତି। ସେମାନଙ୍କ କାମ ପ୍ରଥମେ କରିବା ମୋ ଦାୟିତ୍ବ ବୋଲି ତାରା କହିଛନ୍ତି।
ସେପଟେ କଂଗ୍ରେସର ନୂଆ ଟିମକୁ ନେଇ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି ବହୁତ୍ ଦିନ ପରେ ମତେ କଂଗ୍ରେସ ଖୋଜିଛି । ନୂଆ ଟିମରେ ମତେ ସାମିଲ କରା ଯାଇଛି। ସେଥିପାଇଁ ମୁଁ ଖୁସି । ତାରା ବାହିନୀ ପତି ପିସିସି ସଭାପତି ହେବା ପାଇଁ ଯୋଗ୍ୟ । ତେଣୁ ସେ ବରିଷ୍ଠ ଉପ ସଭାପତି ଦାୟିତ୍ବରେ ଅଛନ୍ତି । ପିସିସି ସଭାପତିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ଅନ୍ୟପଟେ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ସବୁ ବର୍ଗକୁ ନଜରରେ ରଖି ପିସିସି ସଭାପତି ନୂଆ ଟିମ୍ କରିଛନ୍ତି । ଦଳ ଯେଉଁ ୯ରୁ ୯୦ଟାର୍ଗେଟ ରଖିଛି ସେଥିପାଇ ଏ ଟିମ୍ କାମ କରିବ । ସେପଟେ କଂଗ୍ରେସ ନୂଆ ଟିମ୍ ନେଇ ବିଧାୟକ ଅଧିରାଜ ପ୍ରାଣୀଗ୍ରାହି କହିଛନ୍ତି କମିଟି ହେଲେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିବେ  କିନ୍ତୁ ଏହାର କିଛି ପ୍ରଭାବ ପଡ଼ିବନି।
ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଜୟନାରାୟଣ ମିଶ୍ର : ତାରା ପ୍ରସାଦ ବାହିନିପତି
ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି।
ତେବେ ବିଜେପିର ଏହି ଶୋଚନୀୟ ପରାଜୟକୁ ବିଜେପି ନେତାମାନେ ହଜମ କରିପାରୁନାହାନ୍ତି। ଦଳ କାହିଁକି ହାରିଲା, ଅଙ୍କ କେଉଁଠି ଭୁଲ ରହିଲା ତାହା ବିଶ୍ଲେଷଣ କରିବା ପରିବର୍ତ୍ତେ ଅବାନ୍ତର ଓ ମିଛ କଥା କହି ପରାଜୟ ପରେ ମୁହିଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା। ଏହି ନେତାମାନଙ୍କ ମଧ୍ୟ ସର୍ବାଗ୍ରେ ରହିଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ପଦ୍ମପୁରରେ ବିଜେପିର ବିଜୟ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ଏହି କୁହାଳିଆ ନେତା ପରାଜୟ ପରେ ଏବେ ମୁହଁ ଲୁଚାଇବାକୁ କଂଗ୍ରେସ ଉପରକୁ ଦୋଷ ଠେଲି ଦେଉଛନ୍ତି।
ଅନ୍ୟପଟେ କଂଗ୍ରେସକୁ ନେଇ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି। ପଦ୍ମପୁର ରେଜଲ୍ଟକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମିଶ୍ରବାବୁଙ୍କୁ କରିଛନ୍ତି ଟାର୍ଗେଟ । ନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ ଆକ୍ଷେପ ଉପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ତାରା । କିଛି ପ୍ରମାଣ ନଥାଇ ଏଭଳି ଆକ୍ଷେପ କରିବା ଅନୁଚିତ ବୋଲି ତାରା ଜୟନାରାୟଣଙ୍କୁ ବୁଝାଇ କହିଛନ୍ତି ।
ଆଜି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପିର ପଦ୍ମପୁର ପରାଜୟ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି। ସେ କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍‌। କଂଗ୍ରେସ  ବିଜେଡି ମଧ୍ୟରେ ଡିଲ ହୋଇଥିଲା। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଉ ବିଜେଡିର ବିଜୟର ମୁଖ୍ୟ କାରଣ କଂଗ୍ରେସ ବୋଲି ଜୟନାରାୟଣ କହିଥିଲେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଏମିତି କହିବା ଅନୁଚିତ। ଏଭଳି କଥା କହି ନିଜ ସହ ଦଳର ମଧ୍ୟ ଓଜନ କମ୍ କରୁଛନ୍ତି ଜୟନାରାୟଣ । ଏହାସହିତ କଂଗ୍ରେସ କେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସଲାସୁତୁରା କରିନାହିଁ ବୋଲି ସଫା ସଫା କହିଛନ୍ତି ତାରା । ତେବେ ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଏବଂ ମୁହଁ ଧୋଇବା ପାଇଁ ବିଜେପି ଏମିତି କହୁଛି ବୋଲି ତାରା ଓଲଟା ପ୍ରତିକ୍ରିୟା ରଖିଛନ୍ତି ।
ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି। ଥରେ ବିଧାୟକ ହୋଇ ସେ ପିସିିସି ସଭାପତି ହେବାକୁ ଚାହିଁଛନ୍ତି। ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଜଣା ନାହିଁ ବୋଲି ମଧ୍ୟ ତାରା କହିଛନ୍ତି।
ତାରା ଏପରି କହିବାର ମୁଖ୍ୟ କାରଣ ହେଉଛି ମହମ୍ମଦ ମୋକିମ କଂଗ୍ରେସ ନୀତିକୁ ଗ୍ରହଣ ନକରିବା ସହ ଦଳକୁ ଅଣଦେଖା କରିବାରେ ଲାଗିଛନ୍ତି। ଗତକାଲି କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ରାଜ୍ୟରୁ ପିସିସିର ୪୧୨ ସଦସ୍ୟ କଂଗ୍ରେସରେ ସଭାପତି ନିର୍ବାଚନ ପାଇଁ ମତଦାନ କରିଥିଲେ ମଧ୍ୟ ମୋକିମ ଭୋଟ ଦେବାକୁ ଆସିନଥିଲେ। ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା। ତେବେ ଏହା ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ ହୋଇନି।
ଏହାପୂର୍ବରୁ ମଧ୍ୟ ବିଧାୟକ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପକୁ ଅବମାନନା କରିଥିଲେ। ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ତାଙ୍କୁ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାର ଜବାବ ମୋକିମ ଦେଇଥିଲେ ବି ହାଇକମାଣ୍ଡ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ସେକଥା ଜଣାପଡ଼ିନି।
ଅନ୍ୟପଟେ ନିକଟରେ ଧାମନଗର ଉପ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରୁ ମୋକିମ ବାଦ ପଡ଼ିଥିଲେ। ଏହାକୁ ନେଇ ସେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସେ କଂଗ୍ରେସର ସଭାପତି ନିର୍ବାଚନରେ ଭୋଟ ନ ଦେବା ଦଳ ମଧ୍ୟରେ ସବୁକିଛି ଠିକ୍‌ଠାକ ନଥିବାକୁ ଦର୍ଶାଉଛି।
ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ୱର: ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ତାରାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅନ୍ୟ ବିଧାୟକ ଚେୟାରରେ ବସାଇଥିଲେ । ବିଧାନସଭା ପରିସରରେ ଥିବା ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାରା ବାହିନୀପତି ତାଙ୍କ ବାସଭବନକୁ ଯାଇଥିବା ଜଣାପଡ଼ିଛି । ଅପରାହ୍ଣରେ ଗୃହରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧ ପାରିତ ହୋଇଥିଲା । ସେହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା ।