Bhitarkanika - The Sakala

କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୧୪ରୁ ୨୨ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦରହିବ ଭିତରକନିକା
ରାଜନଗର: କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଜାନୁଆରୀ ୧୪ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି। । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ। ଗତବର୍ଷ ଭିତରକନିକାରେ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବନବିଭାଗ ।

ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ: ମାଡ଼ି ଆସୁଛି ସମୁଦ୍ର, ବିପଦରେ ଲୁଣା ଜଙ୍ଗଲ
ରାଜନଗର: ବିଶ୍ବତାପନ, ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏବେ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳ ଲଙ୍ଘିବା ସହ ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ସମୁଦ୍ର ଧୀରେଧୀରେ ଉପକୂଳ ଆଡ଼କୁ ମାଡ଼ିବା ଯୋଗୁଁ ପୂର୍ବରୁ ସାତଭାୟା ଅଧିବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଏବେ ସେହି ସାତଭାୟାଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ଅଞ୍ଚଳରେ ସମୁଦ୍ରର ତାଣ୍ଡବ ଦେଖିବାକୁ ମିଳୁଛି। ୧୯୭୧ ପ୍ରଳୟଙ୍କାରୀ ବାତ୍ୟାରେ ବଙ୍ଗୋପସାଗର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସାତଭାୟା ଜନବସତିକୁ ମାଡ଼ି ଆସିଥିଲା। ଗୋବିନ୍ଦପୁର, ମାନପୁର, କୁଳିଆଓରା, ଖରିକୁଲା ଓ ସରପଦା ପ୍ରଭୃତି ୫ଟି ଗାଁ ସମୁଦ୍ର ବକ୍ଷରେ ସମ୍ପୂର୍ଣ୍ଣ ଲୀନ ହୋଇଥିଲା। ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ସାତଭାୟାକୁ ବଙ୍ଗୋପସାଗର ନିଜ ବକ୍ଷକୁ ନେଇଯାଇଥିଲା। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ିଯିବା କାରଣରୁ ସାରା ବିଶ୍ୱରେ ପ୍ରଥମଥର ପାଇଁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ୨୦୦୦ ମସିହାରେ ସୁନାମୀ ଆସିବା ପରଠାରୁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁମୁହାଁ ହୋଇଛି। ୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ୮ ଶହ ମିଟର ବନ୍ଧକୁ ଧୋଇ ନେଇଥିଲା। ଏହାପରେ ପେଣ୍ଠ ନିକଟରେ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ ସି-ୱାଲ୍‌‌ ନିର୍ମାଣ କରାଯାଇଛି।

ଏବେ ବଙ୍ଗୋପସାଗର ସାତଭାୟାର ପୁରୁଣା ଜନବସତିଠାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିମି ବେଳାଭୂମିରେ ତାଣ୍ଡବ ରଚୁଛି। ସାତଭାୟାରୁ ଏକକୂଳା ଯାଏଁ ଥିବା ବାଲିପାହାଡ଼କୁ ଅଧିକାଂଶ ସ୍ଥାନରେ ସମୁଦ୍ର ଜୁଆର ଗତ ୫ ବର୍ଷ ଭିତରେ ଧୋଇ ନେଇଛି। ଏଥିସହ ଉପକୂଳ ଓଡ଼ିଶାର ସୁରକ୍ଷା କବଚ କୁହାଯାଉଥିବା ଲୁଣା ଜଙ୍ଗଲ ସମୁଦ୍ର ଉଚ୍ଚ ଜୁଆରରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଗଛକୁ ସମୁଦ୍ର ଉପାଡି ତା’ ଗର୍ଭକୁ ନେଇଯାଇଛି। ସାତଭାୟା ଜନବସତି ପରେ ଓ ହବାଳିଖଟିରୁ ୧ କିମି ପୂର୍ବରୁ ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶିଯାଇଛି। ପ୍ରତିଦିନ ସମୁଦ୍ରର ଜୁଆର ଜଙ୍ଗଲ ମଧ୍ୟକୁ ଯା’ଆସ କରୁଛି। ସାତଭାୟାରୁ ଏକକୂଳା ମଧ୍ୟରେ କାଦୁଆନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣାଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନସ୍ଥଳୀ ହବାଳିଖଟିକୁ ସମୁଦ୍ର ଛାଡ଼ ସମୟରେ ସାତଭାୟାରୁ ବନ କର୍ମଚାରୀ ମୋଟର ସାଇକଲରେ ଯାଇଥାନ୍ତି। ମାତ୍ର ଗତ ୨ରୁ ୩ବର୍ଷ ହେଲା ସମୁଦ୍ର ଜଙ୍ଗଲ ମଧ୍ୟକୁ ପଶି ଆସିବା ଯୋଗୁଁ ସମୁଦ୍ର କୂଳେକୂଳେ କାଦୁଅ ଓ ପୁରୁଣା ଗଛର ଖୁଣ୍ଟା ବାହାରି ରହିଥିବାରୁ ମୋଟର ସାଇକଲ ଯିବା ତ ଦୂରର କଥା, ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି।

‌ସେହିପରି ୬ ବର୍ଷ ତଳେ ହବାଳିଖଟିରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ଡଲଫିନ ହାଉସ୍‌‌ ସେତେବେଳେ ସମୁଦ୍ରଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିଲା। ଏବେ ଏହି ଡଲଫିନ୍‌ ହାଉସ୍‌‌ ନିକଟକୁ ସମୁଦ୍ର ଚାଲି ଆସିଲାଣି। ବାତ୍ୟା, ଲଘୁଚାପ, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ପାଣି ଡଲଫିନ୍‌ ହାଉସ୍‌‌ ତଳେ ଲହଡ଼ି ଭାଙ୍ଗୁଛି। ଏପରିକି ହବାଳିଖଟିରେ ଥିବା ବନ ବିଭାଗର ରୋଷେଇଘର ଓ ରେଷ୍ଟସେଡ୍‌‌କୁ ଗତ ୨ ବର୍ଷ ଭିତରେ ସମୁଦ୍ର ତା’ ଗର୍ଭକୁ ନେଇଗଲାଣି। ଏହା ବାଦ୍‌ ବିରଳ ଅଲିଭ୍‌-ରିଡଲେ କଇଁଛଙ୍କ ପ୍ରଜନନସ୍ଥଳୀ ଅଗରନାସୀ-୧ ଓ ୨କୁ ସମୁଦ୍ର କ୍ରମାଗତ ଭାବେ ଗର୍ଭସ୍ଥ କରିଚାଲିଛି।

୧୯୯୯ ମହାବାତ୍ୟା ପରଠାରୁ ଯେତେ ବାତ୍ୟା ହୋଇଛି, ସବୁ ବାତ୍ୟାରେ ରାଜନଗର ଯେତିକି କ୍ଷତିଗ୍ରସ୍ତ ହେବା କଥା, ସେହି ପରିମାଣରେ ହୋଇନି। ଲୁଣାଜଙ୍ଗଲ ସୁରକ୍ଷା ପାଚେରି ଭାବେ ଛିଡ଼ା ହୋଇଥିବାରୁ ରାଜନଗରବାସୀ ବାତ୍ୟା ପ୍ରଭାବରୁ ସୁରକ୍ଷିତ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୁଣାଜଙ୍ଗଲ ଭିତରକୁ ସମୁଦ୍ର ମାଡ଼ିଯିବା ଫଳରେ ଉପକୂଳ ପ୍ରତି ବିପଦ ସୃଷ୍ଟି କରିଛି।

ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା, ୧୭ଟି ଟିମ୍‌ ସାମିଲ
କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିରେ ମୋଟ ୧୭ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ। ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା । ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନବିଭାଗର କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୭ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, କୁଜଙ୍ଗ ଗଣନା ଜାରି ରହିଛି ।

ବିଦେଶାଗତ ପକ୍ଷୀ ମାନଙ୍କ କାକଳିରେ ଅଞ୍ଚଳ ଫାଟି ପଡ଼ୁଛି ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବାକୁ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଙ୍ଗବେରଙ୍ଗର ପକ୍ଷୀମାନେ ଉଦ୍ୟାନ ସଂଲଗ୍ନ ଆର୍ଦ୍ରଭୂମି ଓ ଅନ୍ୟାନ୍ୟ ଜଳାଶ୍ରୟରେ ଖାଦ୍ୟ ସଂଗ୍ରହ କରିବା, ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବା ଲକ୍ଷ୍ୟ କରାଯାଉଛି । ଏହି ଅବସରରେ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ କରାଯିବ ।

ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା, ଠାବ ହେଲା ୧୨୦ ବର୍ଷୀୟ ୨୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର
ରାଜନଗର : ସରୀଶୃପଙ୍କ ନନ୍ଦନକାନନ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୬ଟି ଅଧିକ କୁମ୍ଭୀର ଥିବା ରିପୋର୍ଟରୁ ଜଣାପଡିଛି ।  ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୬୮ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛିି । ଚଳିତବର୍ଷ ଭିତରକନିକାରେ କନିକା ରେଂଜର ପଟ୍ଟାପାରିଆ, ଖୋଳା ମୁହଁ, ବାଲିଯୋର, ମହିଁଷାମଡା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍ ନିକଟରେ ୨୦ଫୁଟରୁ ଅଧିକ ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଠାବ କରିଛି । ଏହି କୁମ୍ଭୀର ମାନଙ୍କର ବୟସ ୧୦୦ ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି ।

ଏଥିସହ  ଜୟନଗର-ଖୋଳା ମଝି ବାଲିପଠା, ଥାନପତି ମାଉଥ୍‌, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରା ଗାଁ ନିକଟରେ ୧୫ଫୁଟର କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଗୋପାଳଜୀଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ଧଳା ବଡ କୁମ୍ଭୀର ସହିତ ଛୁଆ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ସବୁଠୁ ଅଧିକ ବୋଲି କୁହାଯାଉଛି ।

ଚଳିତ ମାସ ୬ ତାରିଖରୁ ୧୦ ତାରିଖ ଯାଏଁ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ ।  ଏହି ଗଣନା ସମୟରେ ୫୬୪ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୭୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୩୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟିଆ କୁମ୍ଭୀର, ୧୫୮ଟି ୪ ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା । ଏଥିସହ  ବଡକୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ବର ୩୪୬ଟି ଗଣନାବେଳେ ଠାବ କରାଯାଇଛି ବୋଲି ରାଜନଗର ଡିଏଫଓ ଡଃ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି ।

ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡିକରେ ଚଳିତବର୍ଷ ପ୍ରାୟ ୧୨୦ଟି କୁମ୍ଭୀର ଥିବା ଜଣାପଡିଛି । ଗଣନା ସମୟରେ କନିକା ରେଂଜ ଅଂଚଳରେ ସର୍ବାଧିକ ୧୪୦୯ଟି, ରାଜନଗର ରେଂଜ ଅଂଚଳରେ ୨୬୫ଟି, ମହାକାଳପଡା ରେଂଜ ଅଂଚଳରେ ୭୬ଟି, ଗହୀରମଥା ରେଂଜ ଅଂଚଳରେ ୩୪ଟି ବଉଳା କୁମ୍ଭୀର ଥିବା ଜଣାପଡିଛି । ଗତ ବର୍ଷ ଠାରୁ କନିକା, ରାଜନଗର, ଗହୀରମଥା ରେଂଜରେ କୁମ୍ଭୀର ସଂଖ୍ୟା ବଢିଥିବା ବେଳେ ମହାକାଳପଡା ରେଂଜରେ କୁମ୍ଭୀର ସଂଖ୍ୟା ସମାନ ରହିଥିବା ଜଣାପଡିଛି ।  ସକାଳେ ଓ ସଂଧ୍ୟାରେ ଏହି କୁମ୍ଭୀର ମାନଙ୍କ ଗଣନା କରାଯାଇଥିଲା । ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣାନା କରାଯାଇଥିଲା ।  ୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି । ହୁଲି ଡଙ୍ଗା ସାହାର୍ଯ୍ୟରେ  କୁମ୍ଭୀର ଗଣନା କରାଯାଉଛି । ଚଳିତବର୍ଷ ପ୍ରଥମଥର ପାଇଁ ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆନ୍ତର୍ୟ୍ୟାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‌.ଆର୍‌. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ ।  ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତମାନ ଏହି ସଂଖ୍ୟା ୧୭୮୪ରେ ପହଁଚିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଭିତରକନିକାରେ ନୂଆ ଅତିଥି : ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆଉ ଏକ ଧଳା କୁମ୍ଭୀର
ରାଜନଗର :  ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭିତରକନିକାକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ୩ ବର୍ଷର ଧଳା କୁମ୍ଭୀରକୁ ଦେଖିବାକୁ ଭିଡ ଜମାଉଛନ୍ତି । ଏହି ୩ ବର୍ଷର ଛୁଆ ଧଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଆବଦ୍ଧ କୁଣ୍ଡରେ ପହଁଚିବା ଓ ଖରା ପୋଇଁବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି । ଭିତରକନିକାର ଡାଙ୍ଗମାଳଠାରେ ପୂର୍ବରୁ ଗୋରୀ ଓ ମଲ୍ଲୀ ଦୁଇଟି ଧଳା କୁମ୍ଭୀର ଥିବା ବେଳେ ଏବେ ଧଳା କୁମ୍ଭୀର ସଂଖ୍ୟା ୩ରେ ପହଁଚିଛି ।

୧୯୭୫ ମସିହାରେ ୧୧୫ ବର୍ଗ କିମି ଅଂଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ସେହି ବର୍ଷ କାଳିଭଞ୍ଜଡିଆ ସଂରକ୍ଷିତ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଛୁଆ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶଙ୍ଖ ମଲମଲ ପରି ଦେହକୁ ଦେଖି ତା ନାଁ ଗୋରୀ ରଖା ଯାଇଥିଲା । ଗୋରୀ ଜନ୍ମ ହେବାର ଦୀର୍ଘ ବର୍ଷ ଯାଏଁ ଭିତରକନିକାରେ ଧଳା କୁମ୍ଭୀର ଦେଖିବାକୁ ମିଳିନଥିଲା । ୨୦୦୩ ମସିହାରେ ବାଙ୍କୁଆଳ ଗାଁ ପଛ ଜଙ୍ଗଲରୁ ଦୁଇଟି ଧଳା କୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଗୋଟିଏ ସବୁଠୁ ସଫା ଦିଶୁଥିବା ଧଳା କୁମ୍ଭୀର ମଲ୍ଲୀକୁ ଆଣି ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା । ଗୋରୀ ବୟସାଦ୍ଧିକ ହେତୁ ରଙ୍ଗ କମି ଆସୁଥିବା ବେଳେ ମଲ୍ଲୀ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଗତ କିଛି ବର୍ଷ ହେଲା ମଲ୍ଲୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ମାତ୍ର ଚଳିତ ବର୍ଷ ଭିତରକନିକାର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଖରାପୋଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି । ୨୦୧୮ରେ ଭିତରକନିକା ଗଞ୍ଜେଇଖିଆ ଠାରେ ଏକ କୁମ୍ଭୀର ବସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା । ସେହି ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ୫୮ଟି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲା । ଛୁଆ ବାହାରିବା ସମୟରେ ଛୁଆ ଗୁଡିକ ଛୋଟ ହୋଇଥିବାରୁ ସେମାନଙ୍କ ରଙ୍ଗ ଜାଣି ହେଉନଥିଲା । ମାତ୍ର ପରେ ପ୍ରଜନନ କେନ୍ଦ୍ରର କୁଣ୍ଡ ମଧ୍ୟରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଦୃଷ୍ଟି ଆକର୍ଷଣ କରିଥିଲା । ଧଳା କୁମ୍ଭୀର ଛୁଆ ଖବର ମଧ୍ୟ ପ୍ରକାଶ ପାଇଥିଲା । ମାତ୍ର ଧଳା କୁମ୍ଭୀର ଛୁଆ ଦେଖିବାକୁ ଭିଡ ହେବାର ଆଶଙ୍କା ରଖି ବନବିଭାଗ ପକ୍ଷରୁ ଧଳା କୁମ୍ଭିର ଛୁଆ ନଥିବା ନେଇ କୁହାଯାଇଥିଲା । ମାତ୍ର ଚଳିତ ବର୍ଷ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଓ ଖରା ପୋଉଁଥିବା ଦୃଶ୍ୟ ପର୍ଯ୍ୟଟକମାନେ ଦେଖିବାକୁ ପାଇଛନ୍ତି । ବନବିଭାଗ ସୂଚନା ମୁତାବକ ଏହି ଧଳା କୁମ୍ଭୀର ଛୁଆକୁ ବର୍ତମାନ ୩ ବର୍ଷ ୪ମାସ ଚାଲିଛି । ଏହା ପାଖାପାଖି ୨ ଫୁଟ ଲମ୍ବର ହୋଇଗଲାଣି । ପ୍ରତିଦିନ ଏହି ଛୁଆକୁ ୧୫୦ ଗ୍ରାମର ଜୀବନ୍ତ ଚିଙ୍ଗୁଡି ଖାଇବାକୁ ଦିଆଯାଉଛି । ଏହି ଧଳା କୁମ୍ଭିର ଛୁଆକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି ।

ଭିତରକନିକାକୁ ବିପଦ ରେଙ୍ଗାଳି କେନାଲ
ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ‘ଶିଳ୍ପ କରିଡର’ଗୁଡ଼ିକ ପାଣି ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ଭରଶୀଳ। ଅନ୍ୟ ପକ୍ଷରେ ବ୍ରାହ୍ମଣୀ ନଦୀ ଅବବାହିକାର  ମଧୁର ଜଳ ପ୍ରବାହ ତଳମୁଣ୍ଡରେ ଥିବା ଭିତର କନିକା ଜାତୀୟ ଉଦ୍ୟାନ ଓ ଏହାର ଜୈବ ବିବିଧତା ସହ ବିରଳ ହେନ୍ତାଳ ବନକୁ ପରିପୁଷ୍ଟ କରିଥାଏ। ତେବେ ଆସନ୍ତା ୪ ବର୍ଷରେ ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ରେଙ୍ଗାଳି କେନାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ତଳ ମୁଣ୍ଡରେ ମଧୁର ପାଣିର ପରିମାଣ ହ୍ରାସ ପାଇବ। ମଧୁର ଜଳର ଉପସ୍ଥିତି ବିନା ବିଶ୍ୱରେ କୌଣସି ହେନ୍ତାଳ ଜଙ୍ଗଲ ବଞ୍ଚିବା ଓ ବଢ଼ିବା ସମ୍ଭବ ନୁହେଁ। ବ୍ରାହ୍ମଣୀ ଓ ଖରସ୍ରୋତାର ଶେଷମୁଣ୍ଡରେ ମଧୁର ଜଳ ସମୁଦ୍ର ପାଣି ସହ ମିଶୁଥିବାରୁ ସେଠାରେ ହେନ୍ତାଳ ଜଙ୍ଗଲ ଭଲ ଭାବେ ବଢ଼଼ି ପାରୁଛି।

କେବଳ ହେନ୍ତାଳ ଜଙ୍ଗଲ ପାଇଁ ନୁହେଁ ମଧୁର ଓ ଲୁଣା ପାଣିର ଏହି ମିଶ୍ରଣ ବିଭିନ୍ନ ପ୍ରଜାତିର ମାଛ, କଙ୍କଡା, ଜଳଚର ଜୀବ, ଶୈବାଳ ଓ ସନ୍ତସନ୍ତିଆ ଜାଗା ଉପରେ ନିର୍ଭର କରୁଥିବା ପକ୍ଷୀମାନଙ୍କ ବଂଶ ବିସ୍ତାର ପାଇଁ ଉପଯୁକ୍ତ ସ୍ଥାନ। ମଧୁର ଓ ଲୁଣି ଜଳର ଏହି ମିଶ୍ରଣରେ ସୃଷ୍ଟି ହୋଇଥିବା ପଙ୍କ ଭିତରକନିକାର ଲବଣାଂଶର ପରିମାଣକୁ ସନ୍ତୁଳିତ କରି ବାନ୍ଧି ରଖିଥାଏ। ଏହାଦ୍ୱାରା ସୃଷ୍ଟି ହେଉଥିବା ପରିସଂସ୍ଥାନ ଯୋଗୁଁ ନିର୍ଦ୍ଦିଷ୍ଟ ଭାବେ ସେଠାରେ ୭ ପ୍ରକାର ମାଛରଙ୍କା ପ୍ରଜାତିର ପକ୍ଷୀ ଦେଖା ଯାଇଥାନ୍ତି। ଯଦି ଭିତରକନିକାରେ ମଧୁର ଜଳର ପରିମାଣ କମିଯିବ ଓ ଲବଣାଂଶର ମାତ୍ର ଠିକ୍‍ ଭାବେ ସମତୁଲ ହୋଇ ପାରିବ ନାହିଁ ତେବେ ଏହି ପ୍ରଜାତିର ପକ୍ଷୀମାନେ ନିଜ ନିଜର ପରିସଂସ୍ଥାନ ଛାଡିବାକୁ ବାଧ୍ୟ ହେବେ।

ଲୁଣି ଓ ମଧୁରଜଳର ମିଶ୍ରଣ ସ୍ଥଳରେ ବଢ଼଼ୁଥିବା ହେନ୍ତାଳ ଜଙ୍ଗଲ ଅଧିକ ସମ୍ବେଦନଶୀଳ ହୋଇଥିବା ବେଳେ ସାମାନ୍ୟ ପରିବର୍ତ୍ତନ ବି ସେମାନେ ସହ୍ୟ କରିପାରିବେ ନାହିଁ ବୋଲି ପରିବେଶିତ୍‍ମାନେ କହିଛନ୍ତି। ଭିତରକନିକା ରାମ୍‍ସାର୍‍ ଅଞ୍ଚଳର ମାନ୍ୟତା ପାଇଥିବା ଏହାର ଜୈବବିବଧିତାକୁ ରକ୍ଷା କରିବା ଦିଗରେ ରାଜ୍ୟ ସରକାର ଅଧିକ ଯତ୍ନବାନ ହେବା ଜରୁରୀ ବୋଲି ପରିବେଶବିତମାନେ ମତ ରଖିଛନ୍ତି।  ତାଳଚେର-ଅନୁଗୁଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳର ଜିନ୍ଦଲ ଷ୍ଟେନ୍‍ଲେସ୍‍, ଟାଟାଷ୍ଟିଲ୍‍, ମେସ୍କୋ, ଭୂଷଣ, ଏନ୍‍ଆଇଏନ୍‍ଏଲ୍‍ ଭଳି କମ୍ପାନୀମାନେ ନିଜ ନିଜର ଶିଳ୍ପ ପାଇଁ ସମୁଦାୟ ୨୫ ମିଲିୟନ୍‍ ଟନ୍‍ର ଜଳ ବ୍ରାହ୍ମଣୀ ନଦୀର ତଳମୁଣ୍ଡରେ ଥିବା ସମଲ୍‍ ବ୍ୟାରେଜ୍‍ରୁ ସଂଗ୍ରହ କରିଥାନ୍ତି। ଏଭଳି ସ୍ଥିତିରେ ଥରେ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ସମାପ୍ତ ହେଲେ ଏହା ମଧୁର ଜଳ ପ୍ରବାହକୁ ପ୍ରଭାବିତ କରିବ।

ଫଳରେ ଭିତରକନିକା ଅଞ୍ଚଳରେ ସନ୍ତୁଳନ ସାଂଘାତିକ ଭାବେ ବିଗିଡ଼ିଯିବ। ପ୍ରତ୍ୟେକ ଟନ୍‍ ଇସ୍ପାତ ତିଆରି ପାଇଁ ୧ ଲକ୍ଷ କ୍ୟୁବିକ୍‍ ମିଟର ଜଳର ଆବଶ୍ୟକତା ରହିଛି। ରେଙ୍ଗାଳି ଜଳଭଣ୍ଡାରରେ ସମୁଦାୟ ୪ ହଜାର ୪୦୦ ମିଲିୟନ୍‍ କ୍ୟୁବିକ୍‍ ମିଟରର ଜଳ ସଂରକ୍ଷଣର କ୍ଷମତା ରହିଥିବା ବେଳେ ରେଙ୍ଗାଳି କେନାଲ୍‍ ପାଇଁ ୩୪୫୦ମିଲିୟନ୍‍ କ୍ୟୁବିକ୍‍ ମିଟରର ପାଣିର ଆବଶ୍ୟକତା ରହିଛି। ଏବେ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏନ୍‍ଟିପିସି, ନାଲ୍‍କୋ, ମହାନଦୀ କୋଇଲା ଖଣି, ଜେଏସ୍‍ପିଏଲ୍‍ ଭଳି ବଡ ବଡ ଶିଳ୍ପ କାରଖାନା ସାମଲ ବ୍ୟାରେଜ୍‍ରୁ ୪୫୪ ମିଲିୟନ୍‍ କ୍ୟୁବିକ୍‍ ମିଟର ମଧୁର ଜଳ ସଂଗ୍ରହ କରୁଛନ୍ତି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳର ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ୪୧୪ ମିଲିୟନ୍‍ କ୍ୟୁବିକ୍‍ ମିଟର ଜଳ ଜୋକଡିଆ ବ୍ୟାରେଜ୍‍ ନିକଟରେ ଖରସ୍ରୋତାରୁ ସଂଗ୍ରହ କରାଯାଉଛି।

ବ୍ରାହ୍ମଣୀ ଓ ଖରସ୍ରୋତା ଉପରେ ନିର୍ଭର କରୁଥିବା କୃଷକ ଓ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନଜୀବିକା ବି ଏହାଦ୍ୱାରା ପ୍ରଭାବିତ ହେବେ। ଥରେ ଯଦି ଭିତରକନିକାର ପାଣିରେ ଲବଣାଂଶର ମାତ୍ରା ବଢ଼଼ିବ ତେବେ କୁମ୍ଭୀରମାନେ ନିଜର ସୁରକ୍ଷିତ ସ୍ଥାନ ଛାଡି ଉପର ମୁଣ୍ଡ ଆଡକୁ ପଳାଇବେ। ଯାହାକି କୁମ୍ଭୀର -ମଣିଷ ସଂଘର୍ଷକୁ ବଢ଼଼ାଇବ।  ଭିତରକନିକା ଅଭୟାରଣ୍ୟର ୧୯୫ ବର୍ଗ କିଲୋମିଟର ଅଞ୍ଚଳରେ ହେନ୍ତାଳ ଜଙ୍ଗଲ ପରିବ୍ୟାପ୍ତ ହୋଇ ରହିଥିବା ବେଳେ ଏଠାରେ ପାଖାପାଖି ୬୨ ପ୍ରଜାତିର ହେନ୍ତାଳ ଗଛ ଦେଖାଯାଇଥାନ୍ତି। ଏହାସହ ୧୬୦୦ ଲୁଣି ପାଣି କୁମ୍ଭୀର, ବିଭିନ୍ନ ପ୍ରକାର ମାଛ, କଙ୍କଡା ଓ ଚିଙ୍ଗୁଡିଙ୍କ ବାସସ୍ଥାନ।

କେବଳ ସେତିକି ନୁହେଁ ଭିତରକନିକାର ଜୈବବିବିଧତାର ସ୍ୱତନ୍ତ୍ରତା ଓ ଏହାର ପୋଷକତତ୍ତ୍ୱ ଗହୀରମଥା ଆଡକୁ ପ୍ରବାହିତ ହେଉଥିବା ବେଳେ ଏହା ପ୍ରତିବର୍ଷ ବଡ ସଂଖ୍ୟାରେ ଅଲିଭ୍‍ରିଡଲେ କଇଁଚମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ପ୍ରତି ବର୍ଷ ଶୀତ ମାସରେ ପାଖାପାଖି ଅଧ ନିୟୁତ କଇଁଚ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି। ହେନ୍ତାଳ ଜଙ୍ଗଲ ବିନା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମରୁଭୂମିରେ ପରିଣତ ହେବ ବୋଲି ପରିବେଶବିତ୍‌ ଡକ୍ତର ବିଶ୍ବଜିତ ମହାନ୍ତି ଆଶଙ୍କା ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏ ନେଇ ବିକଳ୍ପ ଚିନ୍ତା କରିବା ଜରୁରୀ ବୋଲି ସେ କହିଛନ୍ତି।