Gold Medal - The Sakala

ଏସୀୟ କ୍ରୀଡ଼ା ୨୦୨୬: ଶ୍ରୀଲଙ୍କାକୁ ୧୪୭ ରନରେ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଶ୍ରୀଲଙ୍କାକୁ ୧୪୭ ରନରେ ହରାଇ ଜିତିଲା ସ୍ୱର୍ଣ୍ଣ ପଦକ । ମଙ୍ଗଳବାର ଅନୁଷ୍ଠିତ ମହିଳା କ୍ରିକେଟ୍ ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଦଳ ଏହି ଐତିହାସିକ ବିଜୟ ହାସଲ କରିବା ସହ ୨୦୨୩ ହାଙ୍ଗଝୋଉ ଏସୀୟ କ୍ରୀଡ଼ାରେ ଜିତିଥିବା ନିଜର ଟାଇଟଲକୁ ବଜାୟ ରଖିଛି।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ସର୍ବାଧିକ ଦଳୀୟ ସ୍କୋର ଅଟେ। ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନା ସର୍ବାଧିକ ୭୯ ରନ୍ (୭ଟି ଛକା) କରି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ସେହିପରି ଶେଫାଳି ବର୍ମା ୪୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଉଭୟ ମିଶି ପ୍ରଥମ ୱିକେଟ୍ ପାଇଁ ୯୯ ରନ୍ ଯୋଡ଼ିଥିଲେ। ଏହି ଇନିଂସ୍ ସହିତ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ୧୧,୦୦୦ ରନ୍ ପୂରଣ କରିଥିବା ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଅଧିନାୟିକା ହରମନପ୍ରୀତ ୧୭ ରନ କରି ଆଉଟ୍ ହେବା ପରେ ଶେଷ ଆଡ଼କୁ ରିଚା ଘୋଷ ମାତ୍ର ୨୨ ବଲରୁ ଅପରାଜିତ ୪୯ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ।

୨୧୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣ ଆଗରେ ଶ୍ରୀଲଙ୍କା ଦଳ ମାତ୍ର ୧୫.୪ ଓଭରରେ ୬୯ ରନ କରି ଅଲଆଉଟ୍ ହୋଇଯାଇଥିଲା। ଅଧିନାୟିକା ଚାମରୀ ଅଥାପଥୁଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି କ୍ରିଜରେ ତିଷ୍ଠି ପାରିନଥିଲେ। ଭାରତ ପକ୍ଷରୁ ସ୍ପିନର ଦୀପ୍ତି ଶର୍ମା ଚମତ୍କାର ପ୍ରଦର୍ଶନ କରି ମାତ୍ର ୬ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଶ୍ରୀ ଚାରାନୀ ଏବଂ ଶେଫାଳି ବର୍ମା ୨ଟି ଲେଖାଏଁ ୱିକେଟ୍ ନେଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ।

ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ଏସୀୟ କ୍ରୀଡ଼ାରେ ଲଗାତାର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି। ଏହାପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହାବ୍ୟତୀତ ୨୦୨୬ ମହିଳା ଏସିଆ କପ୍ ଫାଇନାଲରେ ମଧ୍ୟ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହି ସଫଳତା ପରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସମୁଦାୟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

କମନୱେଲଥ ଗେମ୍ସ ୨୦୨୬: ମହିଳା ୫୪ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ବକ୍ସର ପ୍ରୀତି ପୱାର
କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ ଆସିଛି। ଭାରତୀୟ ଷ୍ଟାର ବକ୍ସର ପ୍ରୀତି ପୱାର ମହିଳା ୫୪ କେଜି ବର୍ଗରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଐତିହାସିକ ବିଜୟ ସହିତ ସେ ଦେଶ ପାଇଁ ଏକ ବଡ଼ ସଫଳତା ଆଣିଛନ୍ତି।

ଫାଇନାଲରେ ଚମତ୍କାର ପ୍ରଦର୍ଶନ ଫାଇନାଲ ମୁକାବିଲାରେ ପ୍ରୀତି ପୱାର ନିଜର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ପରାସ୍ତ କରିଥିଲେ। ଆରମ୍ଭରୁ ହିଁ ସେ ମ୍ୟାଚ ଉପରେ ନିଜର ଦବଦବା ବଜାୟ ରଖିଥିଲେ। ତାଙ୍କର ଏହି ବିଜୟ ଭାରତୀୟ ବକ୍ସିଂ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି।

ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଏହି ସ୍ୱର୍ଣ୍ଣ ପଦକ ବିଜୟ ପରେ କ୍ରୀଡ଼ାପ୍ରେମୀ ଏବଂ ଦେଶବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ବିଭିନ୍ନ କ୍ରୀଡ଼ାବିତ୍ ଏବଂ ପ୍ରଶଂସକମାନେ ପ୍ରୀତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କମନୱେଲଥ ଗେମ୍ସରେ ଭାରତୀୟ ଦଳର ପଦକ ତାଲିକା ଏହି ବିଜୟ ସହିତ ଆହୁରି ମଜବୁତ ହୋଇଛି।

କମନୱେଲ୍ଥ ଗେମ୍ସ ୨୦୨୬: ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଶର୍ମିଳା ଧନଖଡ଼, ପଢ଼ନ୍ତୁ ତାଙ୍କର ପ୍ରେରଣାଦାୟକ କାହାଣୀ
ଚଳିତ କମନୱେଲ୍ଥ ଗେମ୍ସ ୨୦୨୬ (Commonwealth Games 2026) ରେ ଭାରତୀୟ ପାରା ଆଥଲେଟ୍ ଶର୍ମିଳା ଧନଖଡ଼ ଇତିହାସ ରଚିଛନ୍ତି। ଗ୍ଲାସଗୋଠାରେ ଅନୁଷ୍ଠିତ ମହିଳା ସଟପୁଟ୍ F57 ଇଭେଣ୍ଟରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସର୍ବଶ୍ରେଷ୍ଠ ୯.୮୧ ମିଟର ଥ୍ରୋ' ସହ ସେ ଏହି କୃତିତ୍ୱ ହାସଲ କରିଛନ୍ତି। ଏହି ବିଜୟ ସହ କମନୱେଲ୍ଥ ଗେମ୍ସର ପାରା-ଆଥଲେଟିକ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଆଥଲେଟ୍ ହେବାର ଗୌରବ ଅର୍ଜନ କରିଛନ୍ତି।

ସଂଘର୍ଷପୂର୍ଣ୍ଣ ଜୀବନ ଓ ଅଦମ୍ୟ ସାହସ

ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ଚିତ୍ରୌଲି ଗ୍ରାମର ବାସିନ୍ଦା ଶର୍ମିଳାଙ୍କ ଏହି ଯାତ୍ରା ଆଦୌ ସହଜ ନଥିଲା। ତାଙ୍କ ଜୀବନ ଅନେକ ସଂଘର୍ଷ ଓ ଆହ୍ୱାନ ଦେଇ ଗତି କରିଛି। ଏକ ଦୃଷ୍ଟିହୀନ ମା'ଙ୍କ ଦ୍ୱାରା ଲାଳିତପାଳିତ ହୋଇଥିବା ଶର୍ମିଳା ପାରିବାରିକ ହିଂସାର ଶିକାର ହୋଇଥିଲେ ଏବଂ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ। ପରିବାର ଚଳାଇବା ପାଇଁ ସେ ହରିୟାଣା ରୋଡୱେଜ୍ରେ କଣ୍ଡକ୍ଟର ଭାବେ କାମ କରୁଥିଲେ, କିନ୍ତୁ କିଛି ସମୟ ପରେ ସେହି ଚାକିରି ମଧ୍ୟ ଚାଲିଯାଇଥିଲା। ନିଜର ଘର ବିକ୍ରି କରି ତାଙ୍କୁ ଭଡ଼ା ଘରେ ରହିବାକୁ ପଡ଼ିଥିଲା। ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ହାର୍ ମାନିନଥିଲେ।

ମା'ଙ୍କୁ ସ୍ୱର୍ଣ୍ଣ ପଦକ ସମର୍ପଣ

ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଶର୍ମିଳା ଏହି ଐତିହାସିକ ସ୍ୱର୍ଣ୍ଣ ପଦକକୁ ନିଜ ମା'ଙ୍କୁ ସମର୍ପଣ କରିଛନ୍ତି। ପଦକ ଜିତିବା ପରେ ସେ ଭାବପ୍ରବଣ ହୋଇ କହିଛନ୍ତି ଯେ, ଏହା ତାଙ୍କର ଏବଂ ତାଙ୍କ ମା'ଙ୍କ ପାଇଁ ଏକ ସ୍ୱପ୍ନ ପୂରଣ ହେବା ଭଳି। ବର୍ଷ ବର୍ଷ ଧରି ତାଙ୍କର କଠିନ ପରିଶ୍ରମ ଏବଂ ଅଦମ୍ୟ ଇଚ୍ଛାଶକ୍ତିର ଫଳସ୍ୱରୂପ ସେ ଆଜି ଏହି ସଫଳତା ପାଇପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ପରବର୍ତ୍ତୀ ଲକ୍ଷ୍ୟ

ଦେଶକୁ ଗର୍ବିତ କରିଥିବା ଏହି ପାରା-ଆଥଲେଟ୍ ଏତିକିରେ ଅଟକି ଯିବାକୁ ଚାହାଁନ୍ତି ନାହିଁ। ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇ ଶର୍ମିଳା କହିଛନ୍ତି ଯେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏସୀୟ କ୍ରୀଡ଼ା (Asian Games) ଏବଂ ପାରାଲିମ୍ପିକ୍ସ (Paralympics)। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ ଏକ ଆରମ୍ଭ ଏବଂ ଆଗାମୀ ଦିନରେ ସେ ଭାରତ ପାଇଁ ଆହୁରି ଅନେକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ପ୍ରେରଣାଦାୟକ କାହାଣୀ ଏବେ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି।

ଭାରତର ନୂଆ 'ରେସଲିଂ କିଙ୍ଗ୍': ହରିୟାଣାର ଇମଲୋଟା ଗାଁର ସୁଜିତ କଲକଲଙ୍କ କମାଲ
ଭାରତୀୟ କୁସ୍ତି କ୍ଷେତ୍ରରେ ଏବେ ଏକ ନୂଆ ତାରକାଙ୍କ ଉଦୟ ହୋଇଛି। ହରିୟାଣାର ଚରଖୀ ଦାଦ୍ରି ଜିଲ୍ଲା ଅନ୍ତର୍ଗତ ଇମଲୋଟା ଗାଁର ବାସିନ୍ଦା ସୁଜିତ କଲକଲ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ସର୍ବିଆରେ ଅନୁଷ୍ଠିତ ଅଣ୍ଡର-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ନିଜର ବୈଷୟିକ ଦକ୍ଷତା ଏବଂ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସେ ଏବେ ଭାରତର ନୂଆ 'ରେସଲିଂ କିଙ୍ଗ୍' ଭାବରେ ପରିଚିତ ହେଉଛନ୍ତି।

ଉଜବେକିସ୍ତାନ ଖେଳାଳିଙ୍କୁ ଦେଲେ ମାତ୍

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାର ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲ ମ୍ୟାଚରେ ସୁଜିତଙ୍କ ମୁକାବିଲା ଉଜବେକିସ୍ତାନର ଉମିଦଜୋନ ଜାଲୋଲୋଭଙ୍କ ସହିତ ହୋଇଥିଲା। ଏହି ରୋମାଞ୍ଚକର ମ୍ୟାଚରେ ସୁଜିତ ଏକତରଫା ଭାବେ ୧୦-୦ ସ୍କୋରରେ ବିଜୟୀ ହୋଇଥିଲେ। ବିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ନଦେଇ ସେ ସୁବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହି ଐତିହାସିକ ବିଜୟ ସହିତ ଅଣ୍ଡର-୨୩ ବିଶ୍ୱ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ଚତୁର୍ଥ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।

ବାପା ହିଁ ପ୍ରଥମ ଗୁରୁ

ସୁଜିତଙ୍କ ଏହି ସଫଳତା ପଛରେ ତାଙ୍କ ପିତା ତଥା କୋଚ୍ ଦୟାନନ୍ଦ କଲକଲଙ୍କର ବଡ଼ ଅବଦାନ ରହିଛି। ପିଲାଦିନୁ ବାପାଙ୍କ ଠାରୁ କୁସ୍ତିର କୌଶଳ ଶିଖିଥିବା ସୁଜିତ ଏବେ ଆନ୍ତର୍ଜାତୀୟ ମଞ୍ଚରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି। ବଜରଙ୍ଗ ପୁନିଆଙ୍କ ପରେ ୬୫ କିଲୋଗ୍ରାମ ବର୍ଗରେ ସୁଜିତ ଏବେ ଭାରତର ସବୁଠାରୁ ଭରସାଯୋଗ୍ୟ ଖେଳାଳି ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ବିଜୟରେ ପୂରା ଇମଲୋଟା ଗାଁ ତଥା ହରିୟାଣାରେ ଉତ୍ସବର ମାହୋଲ ଖେଳିଯାଇଛି।

ଆଗାମୀ ଲକ୍ଷ୍ୟ: ଅଲିମ୍ପିକ୍ସ

ଅଣ୍ଡର-୨୩ ବିଶ୍ୱ ଚାମ୍ପିୟନସିପ୍ ଛଡ଼ା ସୁଜିତ ଆଗରୁ ଏସୀୟ ଚାମ୍ପିୟନସିପ୍ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପଦକ ଜିତିସାରିଛନ୍ତି। ଏବେ ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ୨୦୨୮ ଅଲିମ୍ପିକ୍ସ। ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସୁଜିତଙ୍କ ଏହି ଯାତ୍ରା ଦେଶର ଅଗଣିତ ଯୁବ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।

ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ
ଭୁବନେଶ୍ୱର: ଓଡିଶା ପାଭିଲିଅନକୁ ସ୍ବର୍ଣ୍ଣପଦକ । ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣପଦକ ମିଳିଛି । ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ପାଭିଲିଅନକୁ ମିଳିଛି ଏହି ପୁରସ୍କାର । ନଭେମ୍ବର ୧୪ରୁ ଚାଲିଥିଲା IITF-୨୦୨୩ । କେନ୍ଦ୍ର ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେଉଥିଲା ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ।

ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଛି । ୪୨ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭଲିୟନ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଶିଳ୍ପୀ କିର୍ତ୍ତୀକିଶ୍ବର ମହାରଣା ଏହି ପାଭଲିୟନର ପରିକଳ୍ପନା ଓ ନିର୍ମାଣ କରିଥିଲେ । ଓଡ଼ିଶା ପାଭଲିୟନକୁ ଦେଶବିଦେଶରୁ ଆସିଥିବା ପର୍ଯ୍ୟଟକ ବେଶ୍ ପ୍ରଶଂସା କରିଥିଲେ । ପାରମ୍ପରିକ ଖାଦ୍ୟ ସହ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ୍, ନୁଡୁଲ୍ସ ଗ୍ରାହକଙ୍କୁ ପସନ୍ଦ ହୋଇଥିଲା । ସେହିପରି କନ୍ଧମାଳ ହଳଦୀ, ଅଦା, ସୋରିଷ, ପାଳୁଅ ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଲୋକ କିଣିଥିଲେ । ସବୁଠାରୁ ମୁଖ୍ୟ ଆକର୍ଷଣ ପାଲଟି ଥିଲା ଓଡ଼ିଶା ହସ୍ତତନ୍ତରେ ନିର୍ମିତ କରୁଣା ପାଟ । ଏହାସହ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ସହ ଘର ସଜେଇବା ସାମଗ୍ରୀ ମଧ୍ୟ ଲୋକଙ୍କ ମନ ଜିଣିପାରିଥିଲା । ଓଡ଼ିଶା ପାଭିଲିୟନ ମଧ୍ୟଭାଗରେ ଥିବା ବୋଇତ ଉପରେ ତନ୍ତରେ ବସ୍ତ୍ର ପ୍ରସ୍ତୁତି କଳାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉପଭୋଗ କରିଥିଲେ । ଏହାସହ ଚାନ୍ଦୁଆ, ପଟ୍ଟଚିତ୍ର ଓ ପ୍ରସ୍ତର ମୂର୍ତ୍ତି ନିର୍ମାଣ ଶୈଳୀ, ଏହାର ଉପଲବ୍ଧତା ସମ୍ପର୍କରେ ଶିଳ୍ପୀମାନଙ୍କୁ ପଚାରି ବୁଝିଥିଲେ ।

ଏସୀୟ କ୍ରୀଡ଼ା: ପୁରୁଷ ତୀରନ୍ଦାଜୀରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ
ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ଅଭିଷେକ, ଓଜସ୍ ଏବଂ ପ୍ରଥମେଶଙ୍କ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ସହ କୋରିଆକୁ ୨୩୫-୨୩୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୧ତମ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତ ଏ ପର୍ଯ୍ୟନ୍ତ ମୋଟ ୮୪ଟି ପଦକ ଜିତିସାରିଲାଣି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ଅଛି।

ଆଜି ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସ୍କ୍ଵାସ୍‌ର ମିକ୍ସଡ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା କମ୍ପାଉଣ୍ଡ୍‌ ଟିମ୍‌କୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ଏସୀୟ କ୍ରୀଡ଼ା: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ସ୍କ୍ବାସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲେ ଦୀପିକା-ହରିନ୍ଦର
ହାଙ୍ଗଝୋ: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ସ୍କ୍ୱାସର ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି। ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ୍ ଏବଂ ଆଇଫା ଆଜମାନଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏସିଆନ ଗେମସରେ ସ୍କ୍ବାସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରହିଛି ଭାରତ ।ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୨୦ତମ ସ୍ୱର୍ଣ୍ଣ ପଦକ ।

ଦୀପିକା ଏବଂ ହରିନ୍ଦରଙ୍କ ଯୋଡି ପ୍ରଥମ ସେଟରେ ୧୧-୧୦ ଏବଂ ଦ୍ୱିତୀୟ ସେଟରେ ୧୧-୧୦ରେ ମ୍ୟାଚ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଯୋଡି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି । ୨୦୧୮ ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ୨୦୧୮ରେ ଭାରତ ମୋଟ ୭୧ଟି ପଦକ ପାଇଥିଲା ।

ଏସୀୟ କ୍ରୀଡ଼ା ୨୦୨୩: ସୁଟିଂରେ ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସୁଟିଂରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ। କ୍ୟାନନ୍, ଜୋରାଭର ସିଂହ ଓ ପୃଥ୍ବୀରାଜଙ୍କ ଟିମକୁ ଟ୍ରାପ୍- ୫୦ ଇଭେଣ୍ଟରେ ଏହି ସଫଳତା ମିଳିଛି। ଏଥିସହ ଭାରତର ସ୍ବର୍ଣ୍ଣପଦକ ସଂଖ୍ୟା ୧୧ ରେ ପହଞ୍ଚିଛି।

ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହାତେଇଲେ ସ୍ବର୍ଣ୍ଣ ପଦକ
ଟୋକିଓ: ଜାପାନାର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୦ରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ। ୩୩ ବର୍ଷିୟ ପ୍ରମୋଦ ଗୋଲ୍ଡ ମେଡାଲ ଜିତି ରଚିଛନ୍ତି ଇତିହାସ। ଫାଇନାଲ ମ୍ୟାଚର ପ୍ରଥମ ସେଟରେ ୨୧-୧୪ରେ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ସେଟରେ ଜିତି ସଫଳତା ଆଣିଛନ୍ତି । ସେମିଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ ।