Taliban Government - The Sakala

ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି ପ୍ରମାଣରେ ସରକାରଙ୍କ ବିରୋଧରେ କହିଲେ ମିଳିବ ଦଣ୍ଡ
କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ ଅନ୍ୟ କୌଣସି ସାମଗ୍ରୀକୁ ସମାଲୋଚନା କରିପାରିବେ ନାହିଁ। ତାଲିବାନ ସୈନିକଙ୍କୁ ଛୁଇଁଲେ, ପୋଷାକ ଟାଣିଲେ କିମ୍ବା ଖରାପ ବ୍ୟବହାର କଲେ ଦଣ୍ଡ ଦିଆଯିବ। ତାଲିବାନ ପ୍ରବକ୍ତା ଜବିଉହ୍ଲା ମୁଜାହିଦ ଏହାକୁ ‘ସରିଆ ଦାୟିତ୍ୱ’ କହିଛି। ତାଲିବାନର ଏହି ନିର୍ଦ୍ଦେଶକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଏହା ବିରୋଧରେ ‘ତାଲିବାନ ସରକାର ନିଷିଦ୍ଧ କର’ ହାସ ଟ୍ୟାଗ୍‌ ବ୍ୟବହାର କରାଯାଉଛି।

ଭାରତ ଆଡକୁ ଢଳୁଛି ତାଲିବାନ ! ଆଫାଗାନିସ୍ତାନ ସ୍ଥିତିରେ ପରିବର୍ତ୍ତନ ପାଇଁ ଭାରତର ଭୂମିକାକୁ ନେଇ ଆଶାବାଦୀ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସରଫ ଘନି ସରକାରର ପତନ ପରେ ସେଠାରେ ତାଲିବାନ ନେତୃତ୍ବରେ ଏକ ସମାବେଶୀ ସରକାର ପ୍ରତିଷ୍ଠା ହେବା ସହିତ ସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଇଥିଲା। ଏ ସମ୍ପର୍କରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ଆଲୋଚନା ବେଳେ ତାଲିବାନ ନେତାମାନେ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଲିବାନ ସରକାର କ୍ଷମତାସୀନ ହେବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ଆଫଗାନିସ୍ତାନ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନାହିଁ । ବରଂ ସାମାଜିକ ଏବଂ ଆର୍ଥିକ ସ୍ଥିତି ଦିନକୁ ଦିନ ଆହୁରି ବେହାଲ ହେବାରେ ଲାଗିଛି। ଏଭଳି ସ୍ଥିତିରେ ତାଲିବାନ ସରକାର ଭାରତ ଆଡକୁ ଢଳୁଥିବା ଏବଂ ଆଫାଗାନିସ୍ତାନ ସ୍ଥିତିରେ ପରିବର୍ତ୍ତନ ପାଇଁ ଭାରତର ଭୂମିକା ପ୍ରତି ଏହି ସରକାରର ପ୍ରତ୍ୟୟ ବଢିବା ଏବେ ଅନୁଭବ କରାଯାଉଛି ।

ବର୍ତ୍ତମାନ ତାଲିବାନ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି ଆନ୍ତର୍ଜାତିକ ସମୁଦାୟର ସ୍ବୀକୃତି । ଏହି ସରକାରକୁ ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିପାରି ନଥିବାରୁ ଆଇଏମଏଫ, ବିଶ୍ବ ବ୍ୟାଙ୍କ କିମ୍ବା ଏସୀୟ ଉନ୍ନୟନ ବ୍ୟାଙ୍କ ଭଳି ଆନ୍ତର୍ଜାତିକ ସ୍ତରର ପାଣ୍ଠି ଯୋଗାଣକାରୀ ସଂସ୍ଥା ଅର୍ଥ ସହାୟତା ଦେବାକୁ ନାରାଜ। ଯାହାକୁ ନେଇ ଆଫାଗାନିସ୍ତାନ ସରକାରୀ କୋଷାଗାର ଫାଙ୍କା ହୋଇପଡ଼ିବା ସହିତ ଦାରିଦ୍ର୍ୟ ଏବଂ ଖାଦ୍ୟାଭାବ ଭଳି ସମସ୍ୟା ମୁଣ୍ଡ ଟେକିଛି। ଏହି ସମୟରେ ପାକିସ୍ତାନ ଏବଂ ଚୀନ୍ ଭଳି ରାଷ୍ଟ୍ର ଓ ଆଫାଗାନିସ୍ତାନରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ଭାରତର ଆଭିମୁଖ୍ୟ ଏଦିଗରେ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପୂର୍ବରୁ ସେଠାକାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ବେଳେ ତାଲିବାନ ନେତୃତ୍ବ ସରକାର ସମୟରେ ଯେଭଳି ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରୁହେ ଏବଂ ଆଫଗାନିସ୍ତାନ ବିକାଶ ଆଡକୁ ମୁହାଁଏ , ସେଥିପାଇଁ ଭାରତ ସରକାର ସବୁ ବେଳେ ଉଦ୍ୟମ କରି ଆସିଛନ୍ତି। ଆଉ ଭାରତର ଏହି ଆଭିମୁଖ୍ୟକୁ ମଧ୍ୟ ତାଲିବାନ ସରକାର ଠିକଣା ଭାବେ ହୃଦୟଙ୍ଗମ କରିଛି। ଯାହାର ପ୍ରତିଫଳନ ଘଟିଛି ଭାରତ ନେତୃତ୍ବରେ ଅନୁଷ୍ଠିତ ଆଞ୍ଚଳିକ ସୁରକ୍ଷା ବୈଠକ ସମୟରେ ।

ଗତ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ବରେ ରୁଷ, ଇରାନ ସମେତ କିର୍ଗିଜସ୍ତାନ, ଉଜବେକିସ୍ତାନ ଏବଂ ତୁର୍କୀସ୍ତାନ ଭଳି ୫ଟି କେନ୍ଦ୍ର ଏସୀୟ ରାଷ୍ଟ୍ରର ଏନଏସଏ ଯୋଗ ଦେଇଥିଲା ବେଳେ ଆଫଗାନିସ୍ତାନରେ ଆତଙ୍କବାଦ ବନ୍ଦ କରିବା ଏବଂ ସେଠାକାର ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ପଦକ୍ଷେପ ନେବା ଦିଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପାକିସ୍ତାନ ଏବଂ ଚୀନକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭିନ୍ନ ଆଳ ଦେଖାଇ ଯୋଗ ଦେଇ ନଥିଲେ। ହେଲେ ଏହାର ଠିକ୍ ପରଦିନ ଅର୍ଥାତ ଗୁରୁବାର ଇସଲାମାବାଦରେ ଅନୁଷ୍ଠିତ ‘ଟ୍ରଏକା’ ବୈଠକରେ ଆମେରିକା ସମେତ ଚୀନ୍, ରୁଷ, ଆଫାଗାନିସ୍ତାନ ଏବଂ ପାକିସ୍ତାନ ଯୋଗ ଦେଇଥିଲେ।

ହେଲେ ଏହି ବୈଠକର ନିର୍ଯ୍ୟାସ ସମ୍ପର୍କରେ ତାଲିବାନ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନଥିବା ବେଳେ ଭାରତରେ ଅନୁଷ୍ଠିତ ବୈଠକକୁ ନେଇ ତାଲିବାନ ଆଶାବାଦୀ ରହିଛି ବୋଲି ଏହାର ପ୍ରବକ୍ତା ତଥା ଉପ ସୂଚନା ମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ କହିଛନ୍ତି। ବର୍ତ୍ତମାନ ତାଲିବାନ ସରକାରକୁ ଆଇଏସ୍ (ଖୋରା ସାନ) ସଂଗଠନ ସହିତ ଅନ୍ୟ ବହୁ ଆଞ୍ଚଳିକ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସେଠାରେ ଆତଙ୍କବାଦ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ସରକାରରେ ସିଂହ ଭାଗ ଅକ୍ତିଆର କରିଥିବା ହକ୍କାନୀ ନେଟୱର୍କକୁ ହାତବାରିସ କରି ପାକିସ୍ତାନ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ତାଲିବାନ ନେତାମାନେ ବୁଝିପାରିଛନ୍ତି। ହେଲେ ଆଫଗାନ୍ ମାଟିରେ ଆତଙ୍କବାଦକୁ ପ୍ରଶୟ ନ ଦେବାକୁ ଭାରତ ମୂଳରୁ ହିଁ ଉଦ୍ୟମ କରି ଆସୁଛି। ଦିଲ୍ଲୀ ବୈଠକରେ ଏହି ପ୍ରସଙ୍ଗ ହିଁ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ରହିଥିବା ବେଳେ ଏହାକୁ ତାଲିବାନ ବୁଝି ପାରିଛି ଏବଂ ଭାରତର ନେତୃତ୍ବ ପ୍ରତି ଅଧିକ ଆଶାବାଦୀ ରହିଥିବା କୁହାଯାଉଛି।

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା ଉପରେ ନୂଆ କଟକଣା ଲାଗୁକଲେ ତାଲିବାନ ସରକାର
କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ ପୁରୁଷ ମାନଙ୍କ ଉପରେ ଟାର୍ଗେଟ କରିଛନ୍ତି। ତାଲିବାନ ସରକାର ପୁରୁଷମାନଙ୍କ ଦାଢି ଓ ଚୁଟି କଟା ଉପରେ କଟକଣା ଲଗାଇଛନ୍ତି।

ଏଣିକି ଆଫଗାନର ପୁରୁଷମାନେ ଚୁଟି କିମ୍ବା ଦାଢି କାଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ତାଲିବାନ ସରକାର । ଆଫଗାନିସ୍ତାନର ଦକ୍ଷିଣ ଉପତ୍ୟକା ଅଞ୍ଚଳ ହେଲମଣ୍ଡରେ ଦେଖିବାକୁ ମିଳିଛି ତାଲିବାନର ଏହି ଅଜବ ଆଇନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । କେଶ କାଟିବା ଉପରେ ବି କଟକଣା ରହିଛି। ଯଦି କେଶ କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । କେଶ କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ନାପିତ(ବାରିକ)ଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।

ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି। ଏପରିକି ଜମିରେ ହୋଇଥିବା ସେମାନଙ୍କ ଫସଲକୁ ଲୁଟି ନେଉଛନ୍ତି ତାଲିବାନୀ।

ସୂଚନାଯୋଗ୍ୟ ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କ୍ଲିନ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଗାନିସ୍ତାନକୁ ଫେରିଛି।

ସରକାର ଗଢିବ ତାଲିବାନ
କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା ସ୍ଥିତ ତାଲିବାନର ରାଜନୖେତିକ କାର୍ଯ୍ୟାଳୟର ଚେୟାରମ୍ୟାନ୍ ମୁଲ୍ଲା ଅବଦୁଲ୍ ଗନି ବରାଦରଙ୍କୁ ସରକାରର ପ୍ରମୁଖ ଭାବେ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ମୁଲ୍ଲା ଅବଦୁଲ୍ ଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମର୍ ଙ୍କ ପୁଅ ମୁଲ୍ଳା ମହମ୍ମଦ ୟାକୁବ୍ ଓ ଶେର ମହମ୍ମଦ ଅବାସ୍ ଷ୍ଟେନକଜଇଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସମସ୍ତ ଟପ୍ ନେତା କାବୁଲରେ ପହଞ୍ଚିଥିବା ନେଇ ପ୍ରକାଶ କରିଛନ୍ତି ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲାହ ସାମଗାନି । ସରକାର ଗଠନ ପାଇଁ ଆପୋଷ ବୁଝାମଣା ହୋଇଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ବିଚାର ବିର୍ମଶ ଚାଲିଛି । ଜଣେ ବରିଷ୍ଠ ତାଲିବାନୀ ଅଧିକାରୀ କହିଛନ୍ତି ଯେ ସଙ୍ଗଠନର ସୁପ୍ରିମ ଲିଡର ହିବତୁଲ୍ଲା ଅଖୁନ୍ଦଜାଦା ଧାର୍ମିକ ମାମଲା ଓ ଇସଲାମ ଅଧିନରେ ରାଜବ୍ୟବସ୍ଥାର ଢାଞ୍ଚା ପ୍ରସ୍ତୁତ କରିବେ । ଏପରିକି ସରକାରରେ ୧୨ ମୁସଲିମ୍ ବିଦ୍ୱାନଙ୍କ ସୁରା ବା ପରାମର୍ଶଦାତା ପରିଷଦ ସହ ୨୫ ମନ୍ତ୍ରୀ ରହିବେ ।