scholarship program - The Sakala

ସରଳ ହେବ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ର ଆବେଦନ ପ୍ରକ୍ରିୟା, ଗୋଟିଏ କ୍ଲିକ୍‌‌ରେ ୨୧ ଛାତ୍ରବୃତ୍ତି ଆବେଦନ
ଭୁବନେଶ୍ୱର : ବିଭିନ୍ନ ବର୍ଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କୁ ପାଠପଢ଼଼ା ପ୍ରତି ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ବୃତ୍ତିର ଯୋଜନା କରିଛନ୍ତି। ବିଶେଷତଃ କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉଥିବାବେଳେ ବୃତ୍ତି ପାଇଁ ସରକାରୀ ସ୍ତରରେ ‘ସିଙ୍ଗିଲ ୱିଣ୍ଡୋ’ର ବ୍ୟବସ୍ଥା ହୋଇଛି। ଅନଲାଇନର ଗୋଟିଏ କ୍ଲିକ୍‌‌ ଦ୍ୱାରା ୬ଟି ବିଭାଗର ୨୧ ପ୍ରକାର ବୃତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ। ମାତ୍ର ସଚେତନତାର ଅଭାବ ଯୋଗୁ ଅଧିକାଂଶ ଛାତ୍ରଛାତ୍ର ପୋର୍ଟାଲ ବାବଦରେ ଜାଣି ପାରୁ ନାହାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି।

କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ସମୀକ୍ଷା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିତ୍ତ ବିଭାଗ, ଶ୍ରମ ଓ ନିୟୋଜନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି, ଏସ୍‌‌ସିଇଆରଟି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଧନ୍ଦା ମୂଳକ ଓ ବୃତ୍ତିଗତ ଶିକ୍ଷା, ଉଚ୍ଚଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ପୋର୍ଟାଲ ବାବଦରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଓ ଆବେଦନ ପ୍ରକ୍ରିୟା ସହଜ ତଥା ସରଳ କରିବା ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଏ ବାବଦରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା।

ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ପ୍ରକାରର ଛାତ୍ର ବୃତ୍ତି(ସ୍କଲାରସିପ୍‌‌) ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟାନ୍ୟ ବିଭାଗରେ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବା ସହିତ ପିଲାଙ୍କ ସମସ୍ତ ତଥ୍ୟ ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ସ୍କଲାରସିପ୍‌‌(ବୃତ୍ତି) ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ତଥା ଆବେଦନ ପ୍ରକ୍ରିୟାରେ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି।

କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୮୦ ଛାତ୍ର ଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଗତ ୧୦ମ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୮୦ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ରୁ ସ୍କଲାରସିପ ପ୍ରଦାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ଏଭଳି ସ୍କଲାରସିପ ପ୍ରଦାନ ପ୍ରଥମ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ ଅର୍ଥ ୫୪.୮୦ ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରୁ ପ୍ରଦାନ କରାଯାଇଛି। ଦରବାର ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ତ୍ରିପାଠୀ ଭିଡିଓ କନ୍ଫରେନ୍ସି ଜରିଆରେ ଯୋଗଦେଇ ଏଭଳି ପଦକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ଓ ଡିଏମ ଏଫ କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏବଂ ଏହା ଓଡ଼ିଶାର ଅନ୍ୟ ଡ଼ିଏମ ଏଫ ଜିଲ୍ଲାପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ କେନ୍ଦୁଝର ଜିଲ୍ଲାପାଳ ତଥା ଡିଏମ ଏଫ ର ଅଧକ୍ଷ ଆଶିଷ କୁମାର ଠାକରେ ଆଧକ୍ଷତା କରି ଓଡ଼ିଶାରେ କେନ୍ଦୁଝର ଜିଲ୍ଲାର ମନ ବଢ଼ାଇ ଥିବାରୁ ଛାତ୍ରଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡିଏମ ଏଫ ସି ଇ ଓ ତଥା ପିଡି ଡ଼ିଆରଡିଏ ବିଷ୍ଣୁ ପ୍ରାସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ,ସମଗ୍ର ଶିକ୍ଷା ପ୍ରକଳ୍ପ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଏଥିରେ ଯୋଗ ଦେଇଥିଲେ। ସୂଚନା ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ ଏହି ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ବିଦ୍ୟାଳୟ ର ୧୦ମ ପରୀକ୍ଷାରେ ୯୯.୪୦% ନମ୍ବର ରଖି ପ୍ରଥମ ହୋଇଥିବା ସାଳପଡା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମୃତରାଜ ବିଶ୍ୱାଳ ଙ୍କ ସମେତ ସାହରପଡା ବିଶ୍ୱଜିତ ସାହୁ,ତେଲକୋଇ ର ଜ୍ୟୋତିର୍ମୟୀ ମହାନ୍ତ,ହରିଚନ୍ଦନପୁରର ପାୟଲ ପ୍ରିୟା ସାହୁ, ଝୁମ୍ପୁରା ର ଜଜ୍ଞପ୍ରସାଦ ମହାନ୍ତ,ଘଟଗାଁ ର ଅଙ୍କିତ କୁମାର ସାହୁ ଓ ଲୋକେଶ ରଞ୍ଜନ ମହାନ୍ତ, ଯୋଡ଼ା ର ଆକାଶ ଚନ୍ଦ୍ର ପାତ୍ର, ଚମ୍ପୁଆ ର ଧର୍ମେନ୍ଦ୍ର ପ୍ରଧାନ ଏବଂ ବାଂଶପାଳ ର ପ୍ରକାଶ ପ୍ରଧାନ ସମେତ କାର୍ଯ୍ୟକ୍ରମ ରେ ୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ସ୍କଲାରସିପ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଛି। ମୋଟ ୨୮୦ ଛାତ୍ରଛାତ୍ରୀ ଙ୍କୁ ସ୍କଲାରସିପ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। କାର୍ଯ୍ୟକ୍ରମ ରେ ଡ଼ି ଏମ ଏଫର ଲୋକ ସମ୍ପର୍କ ଅଧିକାରୀ ସୁମନ୍ତ ମୁଦୁଲି ଙ୍କ ସମେତ ଅନ୍ୟ ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବିଭିନ୍ନ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ,ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।