Washington - The Sakala

ଗର୍ଭାବସ୍ଥା ବେଳେ ମିଳିଲାନି ୱାର୍କ ଫ୍ରମ ହୋମ୍‌ ଅନୁମତି, କମ୍ପାନୀକୁ ୨୦୦ କୋଟି ଜୋରିମାନା
ୱାସିଂଟନ: ମହିଳା କର୍ମଚାରୀଙ୍କୁ ଗର୍ଭଧାରଣ ସମୟରେ ୱାର୍କ ଫ୍ରମ ହୋମ୍‌ (ଡବ୍ଲ୍ୟୁଏଫ୍‌ଏଚ) ପାଇଁ ଅନୁମତି ଦିଆଗଲାନି। ଛୁଟି ନେଲେ ଦରମା କାଟି ଦିଆଯିବ ବୋଲି କୁହାଯାଇଥିଲା। ଏଥିପାଇଁ ମହିଳା ଅଫିସ ଯାଇ କାମ କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ଏହାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥିଲା। ସମୟ ପୂର୍ବରୁ ସନ୍ତାନ ଜନ୍ମ ହୋଇଥିଲା। ଏହା ଫଳରେ କିଛି ଘଣ୍ଟା ମଧ୍ୟରେ ନବଜାତକର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଆମେରିକାର ଓହିଓର ମହିଳା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ବିଚାର କରି ଟୋଟାଲ କ୍ବାଲିଟି ଲଜିଷ୍ଟିକ (ଟିକ୍ୟୁଏଲ) କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କମ୍ପାନୀ ଉପରେ ୨.୨୫ କୋଟି ଡଲାର ଅର୍ଥାତ ପ୍ରାୟ ୨୦୦ କୋଟି ଟଙ୍କାର ବିପୁଳ ଜୋରିମାନା ଲଗାଇଛନ୍ତି। ଯଦି ମହିଳାଙ୍କୁ ଘରେ ରହି କାମ କରିବାକୁ ଦିଆଯାଇ ଥାଆନ୍ତା, ତେବେ ସ୍ଥିତି ଏପରି ହୋଇ ନ ଥାଆନ୍ତା ବୋଲି କୋର୍ଟ କହିଛନ୍ତି। ଏହି ଆଧାରରେ କମ୍ପାନୀ ଉପରେ ଜୋରିମାନା ଲଗାଇଛନ୍ତି। କର୍ମଚାରୀଙ୍କ ସ୍ଥିତି ବିଷୟରେ କମ୍ପାନୀ ଅବଗତ ହେବା ଜରୁରୀ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଚେଲ୍‌ସି ୱାଲ୍ସ ୨୦୨୧ ଫେବୃଆରୀରେ ଟିକ୍ୟୁଏଲ ୱାର୍କ ଫ୍ରମ ହୋମ୍‌ ପାଇଁ ଅନୁମତି ମାଗିଥିଲେ। ମାତ୍ର କମ୍ପାନୀ ବିନା ଦରମାରେ କାମ କରିବାକୁ କିମ୍ବା ଅଫିସ ଆସିବାକୁ ବିକଳ୍ପ ଦେଇଥିଲା। ଏହାର ପ୍ରଭାବ ଆୟ ଏବଂ ସ୍ବାସ୍ଥ୍ୟ ବୀମା ଉପରେ ପଡ଼ିଥାନ୍ତା। ତେଣୁ ମହିଳା ଫେବୃଆରୀ ୨୨ରୁ ଅଫିସକୁ ଯାଇ କାମ କରିଥିଲେ। କ୍ରମାଗତ ତିନି ଦିନ କାମ କରିବା ପରେ ଫେବୃଆରୀ ୨୪ରେ ତାଙ୍କର ଡେଲିଭରି ହୋଇଥିଲା। ଗର୍ଭଧାରଣ ପାଇଁ ମହିଳାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଡାକ୍ତର ଘରେ ଆରାମ କରିବାକୁ କହିଥିଲେ। ମାତ୍ର କମ୍ପାନୀର ଅମାନବୀୟ ଗୁଣ ପାଇଁ ନବଜାତକର ମୃତ୍ୟୁ ହୋଇଥିଲା। ଚାକିରିର ସର୍ତ୍ତ ମାନବିକତା ଏବଂ ସମ୍ବେଦନଶୀଳତାରୁ ଊର୍ଦ୍ଧ୍ବରେ ନ ହେବା ଉଚିତ ବୋଲି ଏହି ଘଟଣା ଦର୍ଶାଉଛି।

ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ୨ ସାମରିକ ବିମାନ, ୬ ମୃତ
ୱାଶିଂଟନ: ଏୟାର ସୋ’ ଚାଲିଥିବାବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଆମେରିକା ଟେକ୍ସାସର ଡାଲାସ୍‌ ଏକଜିକ୍ୟୁଟିଭ୍‌ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବୋଇଂ B-17 ଏୟାରକ୍ରାଫ୍ଟ ସହ ଛୋଟ ବିମାନର ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବିମାନ ପରସ୍ପର ସହିତ ଧକ୍କା ଖାଇ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସି ପୋଡ଼ିଯାଇଥିବା କଥା ଫେଡେରାଲ୍‌ ଅଧିକାରୀମାନେ କହିଛନ୍ତି।

ସୂଚନା ଅନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଶନିବାର ଏକ ଏୟାର ଶୋର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଁ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ମଝି ଆକାଶରେ ବିମାନ କ୍ରାସ ପରେ ତଳେ ପଡି ହୁତୁହୁତୁ ହୋଇ ଜଳିଯାଇଥିଲା । ପରେ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଡେଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏୟାର ଶୋ’ ଚାଲିଥିବା ବେଳେ ଦିନ ୧.୨୦ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(FAA) ସୂଚନା ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀ ବିପକ୍ଷରେ B-17 ବିମାନ ବଡ଼ ଭୂମିକା ନିଭାଇଥିଲା ।

ବିଶ୍ବରେ ପ୍ରଥମ: ମନୁଷ୍ୟର ବିନା ସହାୟତାରେ ସଫଳ ଅସ୍ତ୍ରୋପଚାର କଲା ରୋବୋଟ୍‌
ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି। ଗବେଷକଙ୍କ ଅନୁଯାୟୀ ରୋବୋଟିକ୍ସ କ୍ଷେତ୍ରରେ ଏହା ବହୁତ ବଡ଼ ଉପଲବ୍ଧି। ଏହି ରୋବୋଟ ମନୁଷ୍ୟ ତୁଳନାରେ ବହୁତ ଭଲ ଅସ୍ତ୍ରୋପଚାର କରିଥିଲା। ଏହି ଅସ୍ତ୍ରୋପଚାରରେ ରୋବୋଟ ଘୁଷୁରୀ ଅନ୍ତନଳୀର ୨ଟି ସ୍ନାୟୁକୁ ଯୋଡିଥିଲା। ଏ ପର୍ଯ୍ୟନ୍ତ ୪ଟି ପଶୁଠାରେ ଏଭଳି ଅସ୍ତ୍ରୋପଚାର କରାଯାଇଛି। ଏହି ସମୟରେ ରୋବୋଟ ଜଣେ କୁଶଳୀ ଡାକ୍ତର ଭାବେ ଅସ୍ତ୍ରୋପଚାର କରିଥିଲା। ଏହି ଗବେଷଣାର ପ୍ରମୁଖ ଡାକ୍ତର ଏକ୍ସେଲ କ୍ରିଏଗର କହିଛନ୍ତି ଯେ ପେଟ ଭିତରେ ୨ଟି ଅନ୍ତନଳୀକୁ ଯୋଡିବା ଚ୍ୟାଲେଞ୍ଜିଂ କାମ ହୋଇଥାଏ। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅସ୍ତ୍ରୋପଚାରର ଏକ କଠିନ କାମକୁ ରୋବୋଟ ସଫଳ କରି ଦେଖାଇଛି।

ଖ୍ରୀଷ୍ଟମାସ ପରେଡ୍ ବେଳେ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡିଗଲା କାର୍; ଅନେକ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ
ୱାଶିଂଟନ୍: ଆଗକୁ ଆସୁଛି ଖ୍ରୀଷ୍ଟମାସ ଦିନ । ଏଥିପାଇଁ ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ ହୋଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଘଟିଲା ଏକ ବଡ ଅଘଟଣ। ପରେଡ୍‌ କରୁଥିବା ଲୋକଙ୍କ ଉପରେ ମାଡିଗଲା ଏକ ଏସ୍‌ୟୁଭି କାର୍‌। ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଘଟିଛି ଏଭଳି ଦୁଃଖଦ ଘଟଣା । ୱାଉକେଶାର ମିଲ୍‌ୱାକିରେ ଘଟିଥିବା ଏହି ଘଟଣାର ତଦନ୍ତ ଜାରି ରହିଛି। ବାର୍ଷିକ ସମାରୋହ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ମିଲୱାକ୍, ୱାଉକେଶାରେ ରୁଣ୍ଡ ହୋଇଥିବା ବେଳେ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୪:୩୦ ରେ ଏହି ଘଟଣା ଘଟିଥିଲା ​​।

ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏକ ନାଲି ଏସୟୁଭି ଖ୍ରୀଷ୍ଟମାସ ପରେଡ୍ ବେଳେ ଭିଡ଼ ଭିତରକୁ ପଶିଯାଇଥିଲା। ଦ୍ରୁତଗତିରେ ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା। କିନ୍ତୁ ତାହା ଅଟକି ନଥିଲା। ଏବଂ ଲୋକଙ୍କ ଉପରକୁ ମାଡିଯାଇଥିଲା। ଏହି ସମୟ ମଧ୍ୟରେ କାରଟି କିଛି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ବି ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପାଇଁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ଏବଂ ଅଧିକାରୀମାନେ ଗାଡିଟିକୁ ଜବତ କରିଛନ୍ତି।

ସାବଧାନ! ପିଆଜ ଖାଇବାରୁ ବ୍ୟାପୁଛି ରୋଗ
ୱାଶିଂଟନ: ଆମେରିକାର ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅଧିକାଂଶ ଶିଶୁ ଏବଂ ବଯସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପିଆଜ ଖାଇବା ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ଏହି ସଂକ୍ରମଣକୁ ଦେଖି ଆମେରିକା ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ(ଏଫ୍‌ଡିଏ) ଲୋକଙ୍କୁ ଘରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜ ଫୋପାଡି ଦେବାକୁ କହିଛି। ଏଫ୍‌ଡିଏ ଅନୁଯାୟୀ ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିରେ ୬୫୨ ଲୋକ ସଂକ୍ରମିତ ହୋଇଥିବାବେଳେ ୧୨୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ପ୍ରାଣ ଲାଗିଛି ହରାଇନାହାନ୍ତି।

ମେ’ ୩୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଫ୍‌ଡିଏ ଅନୁଯାୟୀ ଛିହୁଆହୁଆ, ମେକ୍ସିକୋ ଆଦିରୁ ଆମଦାନୀ ହେଉଥିବା ପିଆଜ ଯୋଗୁଁ ଏହି ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ(ସିଡିସି) ଷ୍ଟିକର ଲାଗି ନ ଥିବା, ପ୍ୟାକେଟରେ ଥିବା ନାଲି, ଧଳା ଏବଂ ହଳଦିଆ ପିଆଜକୁ ତୁରନ୍ତ ଫୋପାଡି ଦେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି। କଞ୍ଚା ପିଆଜ କିମ୍ବା ଏହା ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ଖାଇଥିବା ଯୋଗୁଁ ଅସୁସ୍ଥ ହୋଇଛନ୍ତି ବୋଲି ୭୫ ପ୍ରତିଶତ ଲୋକ କହିଛନ୍ତି। ଟେକ୍ସାସ ଏବଂ ଓକଲାହୋମ ରାଜ୍ୟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସାଲମୋନେଲା ଏକ ବ୍ୟାକ୍ଟେରିଆ ଜନିତ ରୋଗ । ସାଧାରଣତଃ ଏହା ଗ୍ୟାଷ୍ଟ୍ରୋନୋମିକାଲ୍ ରୋଗ ସୃଷ୍ଟି କରିଥାଏ । ଏହି ଜୀବାଣୁ ଯୋଗୁଁ ଅସୁସ୍ଥ ଥିବା ଲୋକମାନଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏହାର ଲକ୍ଷଣ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଦେଖାଯାଏ ।

ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର ରଖିଛି ଭାରତ: ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା
ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ସଚିବ ଶ୍ରୀଙ୍ଗଲା । ପଡୋଶୀ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିବାରୁ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ବୋଲି ମଧ୍ୟ କହିଛନ୍ତି ଭାରତର ବୈଦେଶିକ ସଚିବ ।

ସେହିପରି କାଶ୍ମୀର ପ୍ରସଙ୍ଗରେ କହୁଥିବା ତାଲିବାନକୁ କଡା ଜବାବ ଦେଇଛି ଭାରତ। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସମ୍ବିଧାନର ପାଳନ କରୁଛି । ଏଠି ମସଜିଦରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଗୁଳିମାଡ କିମ୍ବା ବୋମା ମାଡ କରାଯାଏ ନାହିଁ । ଆଉ ଏଠି ଝିଅ ମାନଙ୍କ ପାଠପଢା ଉପରେ ମଧ୍ୟ ଅଙ୍କୁଶ ଲଗାଯାଏ ନାହିଁ ।

ନିକଟରେ ତାଲିବାନ କହିଥିଲା, ସାରା ଦୁନିଆର ମୁସଲମାନଙ୍କ ପାଇଁ ଆବାଜ୍ ଉଠାଇବା ତାଲିବାନର ହକ୍ । ଯାହା ଉପରେ ନକଭି କହିଥିଲେ ଭାରତରେ ରହୁଥିବା ମୁସଲମାନଙ୍କ କଥା ସେମାନଙ୍କର ଚିନ୍ତା କରିବା ଦରକାର ନାହିଁ ।

କେବଳ ଏତିକି ନୁହେଁ ଆଫଗାନିସ୍ତାନର ପୂର୍ବତନ ସରକାର ଓ ଆମେରିକାର ହତିଆର ଉପରେ କବଜା କରିବା ପରେ ତାଲିବାନ ଏବେ ସେମାନଙ୍କ ସିକ୍ରେଟ୍ ଜାଣିବାକୁ ଚାହୁଁଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନର ଅସରଫ୍ ଗନି ସରକାରର ଇ-ମେଲ୍ ଆସେସ୍ କରିବାକୁ ଚେଷ୍ଟା କରୁଛି । ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ମଧ୍ୟ ଆଫଗାନିସ୍ତାନ ସରକାରର ଅନେକ ଇ-ମେଲ୍ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବ୍ଲକ୍ କରିଦେଇଥିବା ସୁତ୍ରରୁ ପ୍ରକାଶ।