Panjshir - The Sakala

ପଞ୍ଜଶିରରେ ପାକିସ୍ତାନର ବୋମାମାଡ଼
କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ଦଖଲ କରିବାରେ ତାଲିବାନକୁ ପାକିସ୍ତାନ ପ୍ରତ୍ୟକ୍ଷ ସହାୟତା କରିଛି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ୍‌) ବିରୋଧରେ ଲଢେଇରେ ପାକିସ୍ତାନ ତାଲିବାନ ସହ ସାମିଲ ହୋଇଥିବା ବେଳେ ଘାଟୀ ଉପରେ ପ୍ରବଳ ବୋମା ମାଡ଼ କରିଛି। ପାକିସ୍ତାନ ବାୟୁ ସେନାର ବହୁ ଯୁଦ୍ଧ ବିମାନ ଏବଂ ଡ୍ରୋନ ସହାୟତାରେ ପଞ୍ଜଶିର ଘାଟୀ ଉପରେ ଆକ୍ରମଣ କରାଯାଇଥିଲା ବେଳେ  ଏନଆରଏଫ ମୁଖ୍ୟ ଅହମ୍ମଦ ମାସୁଦଙ୍କ ପରିବାରର ବହୁ ସଦସ୍ୟ ନିହତ ହୋଇଛନ୍ତି। ଏହାବ୍ୟତୀତ ମାସୁଦଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ଫହିମ ଦସ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ପାକିସ୍ତାନର ଏଭଳି ଆକ୍ରମଣକୁ ନିଜେ ମାସୁଦ ସ୍ବୀକାର କରିଛନ୍ତି।

ଗତ ମାସ ୧୫ ତାରିଖରେ ତାଲିବାନ କାବୁଲ ଦଖଲ କରିବା ପରେ ତାଲିବାନ ବିରୋଧରେ ତାଙ୍କ ଗୋଷ୍ଠୀ ଯୁଦ୍ଧ ଘୋଷଣା କରି ଆସିଛି। ତାଲିବାନ ପଞ୍ଜଶିର ଘାଟୀ ଦଖଲ କରିବାକୁ ବହୁବାର ଉଦ୍ୟମ କରିଥିବା ସତ୍ତ୍ବେ ସଫଳ ହୋଇ ନାହିଁ। ଫଳରେ ପାକିସ୍ତାନର ସହାୟତା ନେଇଛି। ପାକିସ୍ତାନ ଘାଟୀ ଉପରେ ଆକ୍ରମଣ କରି ଆମ ପରିବାରକୁ ମାରୁଛି ବୋଲି ମାସୁଦ କହିଛନ୍ତି। ପାକିସ୍ତାନ ଆମ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିଛି ବୋଲି ଆନ୍ତର୍ଜାତୀୟ ସମୁଦାୟ ଜାଣିଛି। ଏହାସତ୍ତ୍ବେ ସମସ୍ତେ ନୀରବତା ଅବଲମ୍ବନ କରିବା ଏବଂ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମାସୁଦ୍‌ କହିଛନ୍ତି।

ତାଲିବାନ ଆମ ପରିବାରକୁ ନିଶ୍ଚିହ୍ନ କରିବାକୁ ବସିଛି। ଏପରିକି ଘର ଘର ବୁଲି ସେମାନେ ଲୋକଙ୍କୁ ହତ୍ୟା କରୁଛନ୍ତି। କିନ୍ତୁ ଆମ ଲକ୍ଷ୍ୟରୁ ଆମେ କେବେ ବି ଓହରିବୁ ନାହିଁ। ମୋ ପରିବାର ବଲକାନ ପ୍ରଦେଶ ଠାରୁ ଆରମ୍ଭ କରି ପଞ୍ଜଶିର ପର୍ଯ୍ୟନ୍ତ ତାଲିବାନକୁ ମୁକାବିଲା କରିବାକୁ ଛିଡା ହୋଇଛନ୍ତି। ଆମ ଧର୍ମ, ସଂସ୍କୃତି ଏବଂ ସମ୍ମାନ ରକ୍ଷା କରିବାରେ ଆମେ ମରିବା ଯାଏଁ ଲଢେଇ କରିବା ଠାରୁ ଆଉ କିଛି ମହତ୍ତ୍ବ ରଖେ ନାହିଁ ବୋଲି ମାସୁଦ କହିଛନ୍ତି।

ତାଲିବାନ ପଞ୍ଝାରେ ପଞ୍ଜଶୀର; ଖୁସିରେ ତାଲିବାନୀ ସଦସ୍ୟ ଗୁଳି ଚଳାଇବାରୁ ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ
କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ଏହାବ୍ୟତୀତ ସେ ଦେଶ ଛାଡି ଚାଲିଯାଇଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ପଞ୍ଜଶୀରରେ ଏବେ ବି ଲଢ଼େଇ ଜାରି ରହିଥିବା କୁହାଯାଉଛି ।

ଏପଟେ ପଞ୍ଜଶୀର ଦଖଲ କରିବା ଏହାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ଆଖିବୁଜା ଗୁଳିଚାଳନା କରିଛନ୍ତି । ଫଳରେ ଏପରି ଗୁଳିଚାଳନା ଯୋଗୁଁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। ସାଧାରଣ ଲୋକଙ୍କ ଜୀବନକୁ ଖାତିର ନ କରି ବିଜୟ ଉଲ୍ଲାସରେ ଆଖିବୁଜା ଗୁଳିଚାଳନା କରିଥିଲେ ତାଲିବାନୀମାନେ । ତାଲିବାନୀ ନିଜ ଇଚ୍ଛାରେ ଗୁଳି ମାଡ଼ କରିବାରୁ ଏହା ଅନେକ ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ଫଳରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ। ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପଦରେ ଥିବା ବେଳେ କିଛି ବିଚାରପତି ଦେଶ ଛାଡି ଚାଲିଯାଉଥିବା ସୂଚନା ମିଳିଛି। ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।