ESI - The Sakala

‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌: କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW, ଚାଲିଛି ଛାନଭିନ୍
ଭୁବନେଶ୍ୱର: ‘ସମ୍ୱାଦ ଋଣ ସ୍କାମ’ ମାମଲାରେ ତଦନ୍ତକୁ ଅଧିକ ତୀବ୍ର କରିଛି ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW ପହଞ୍ଚିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଛାନ ବିନ ଆରମ୍ଭ କରିଛି।  ଅଭିଯୋଗକାରୀଙ୍କ ପୂର୍ବତନ କର୍ମଚାରୀଙ୍କ ESI କୁ ନେଇ ଛନଭିନ କରିଛି EOW। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କରୁଛି EOW ।

ସୂଚନା ଅନୁଯାୟୀ, ଗୁରୁବାର ଇଓଡବ୍ଲ୍ୟୁର ଅତିରିକ୍ତ ଏସ୍‌‌ପି ସୀମାଞ୍ଚଳ ଗନ୍ତାୟତଙ୍କ ନେତୃତ୍ୱରେ ‘ସମ୍ବାଦ’ କାର୍ଯ୍ୟାଳୟରେ ପ୍ରାୟ ୧୧ ଘଣ୍ଟା ଯାଞ୍ଚ କରାଯାଇଥିଲା। ଦୀର୍ଘ ସମୟ ଯାଞ୍ଚ ପରେ ଗତକାଲି ବିଳମ୍ବିତ ରାତିରେ ଅଧିକାରୀମାନେ ଫେରିଥିଲେ। ଯାଞ୍ଚ ସମୟରେ ‘ସମ୍ବାଦ’ ଅଫିସରୁ କଂପ୍ୟୁଟର ହାର୍ଡଡିସ୍କ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌‌କୁ ଇଓଡବ୍ଲ୍ୟୁ ଜବତ କରିଛି। ଋଣ ଜାଲିଆତିର ସବୁ କଳାଚିଠା ଏହି ହାର୍ଡଡିସ୍କରେ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ କର୍ତ୍ତୃପକ୍ଷ ବିପୁଳ ଋଣ ଉଠାଇଥିବା ଜୟଦେବ ବିହାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଆଜି ଜେରା କରିଥିଲା ଇଓଡବ୍ଲ୍ୟୁ। ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜରଙ୍କ ସମେତ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର ହେବା ପରେ ସେମାନଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରାଯାଇଥିଲା। ଏହି ବ୍ୟାଙ୍କରୁ ପ୍ରାୟ ୩୫୦ ଜଣ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଋଣ ଉଠାଇଥିବା ଅଭିଯୋଗ ହୋଇଛି। ତେଣୁ ଋଣ ପ୍ରଦାନ ସମୟରେ ‘ସମ୍ବାଦ’ କର୍ତ୍ତୃପକ୍ଷ ଦାଖଲ କରିଥିବା ତଥ୍ୟ ଦାଖଲ କରିବାକୁ ଇଓଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଛି। ସେହିପରି ଜେରା ପାଇ ପୁଣି ୭ଜଣଙ୍କୁ ନୋଟିସ ପଠାଇଛି ଅର୍ଥନୈତିକ ଅପରାଧ ଶାଖା।

ଏପଟେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ‘ସମ୍ୱାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସୌମ୍ୟଙ୍କ ସମେତ ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ୱଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି। ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ତଥା ‘ପ୍ରମେୟ’ର ଡିଜିଏମ୍‌‌ ପୂର୍ଣ୍ଣଚନ୍ଦ୍ର ଦେଓ, ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ଭୈରବ ବ୍ରହ୍ମା, ପୂର୍ବତନ ସହ ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ, ଏଜେଣ୍ଟ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଇଓଡ଼ବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି। ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ କହିଛନ୍ତି ଯେ ଅଭିଯୋଗର ସଂଖ୍ୟା ଦିନକୁ ଦିନ ବଢ଼଼ିବାରେ ଲାଗିଛି। ତେଣୁ ଆଇନ ପରିସରରେ ରହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼଼ାଯାଉଛି। ‘ସମ୍ବାଦ’ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ ହୋଇଛି। ଏହାର ସିଜର ଲିଷ୍ଟ ସେମାନଙ୍କୁ ପ୍ରଦାନ କରାଯାଇଛି। ଆସନ୍ତାକାଲି ହାଜର ହେବାକୁ ବହୁ ଲୋକଙ୍କୁ ସମନ ଜାରି ହୋଇଛି। ତଦନ୍ତ ଜାରି ରହିଛି, ଖୁବ୍‌‌ ଶୀଘ୍ର ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର ‘ସମ୍ବାଦ’ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କେବଳ କର୍ମଚାରୀ ନୁହନ୍ତି; ସାଧାରଣ ଏଜେଣ୍ଟମାନଙ୍କ ପ୍ରତି କିପରି ‘ସମ୍ବାଦ’ କର୍ତ୍ତୃପକ୍ଷ ବିଶ୍ୱାସଘାତକତା କରିଛନ୍ତି, ତାହାର ଉଦାହରଣ ସେ ରଖିଛନ୍ତି। ସେ କହିଛନ୍ତି ଯେ ୫ ବର୍ଷ କାର୍ଯ୍ୟ କରିବା ପରେ ଅକସ୍ମାତ ତାଙ୍କ ଏଜେନ୍ସି କାଟି ଦିଆଗଲା। ଏ ସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏଜେନ୍ସି ବାବଦ ଅର୍ଥ ସେ ଫେରି ପାଇ ନାହାନ୍ତି। ଅନୁରୂପ ଭାବରେ ‘ସମ୍ୱାଦ’ର ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ ସୌମ୍ୟଙ୍କ ଲୋନ୍‌‌ ସ୍କାମର ଶିକାର ହୋଇଥିବା ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୧୯୯୯ ମସିହାରେ ସମ୍ୱାଦରେ ବରିଷ୍ଠ ପ୍ରସାର ନିର୍ବାହୀ ଭାବେ ଅନୁଗୁଳରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଦରମା ଥିଲା ୩ ହଜାର ଟଙ୍କା। ୨୦୦୨ରେ ସମ୍ୱାଦର ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କର ତାଙ୍କୁ ଫୋନ କରି କଟକ ଅରୁଣୋଦୟ ମାର୍କେଟର ଷ୍ଟେଟବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କମଳାକାନ୍ତ ମହାପାତ୍ର (ଏବର ସମ୍ୱାଦ ସିଓଓ) ତାଙ୍କୁ ଚାକିରି ଯିବାର ଭୟ ଦେଖାଇ ଋଣ ନେବାକୁ ଚାପ ପକାଇଥିଲେ। ପରେ ବ୍ଲାଙ୍କ ଲୋନ୍‌‌ ଆକାଉଣ୍ଟ ଓପନିଂ ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ଲୋନ ସମ୍ପର୍କରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିବାକୁ ତାଙ୍କୁ ସୁଯୋଗ ଦେଇ ନ ଥିଲେ ଏଚଆର୍‌‌ ବୈଜୟନ୍ତୀ କର ଏବଂ ଜୟପୁର ଏଡିସନର ତତ୍‌‌କାଳୀନ ଏଜିଏମ ବିନୋଦ ପଣ୍ଡା। ଆକାଉଣ୍ଟକୁ ଲୋନ୍‌‌ ଟଙ୍କା ଆସିବା ପରେ ସମ୍ୱାଦ କର୍ତ୍ତୃପକ୍ଷ ବ୍ଲାଙ୍କ୍‌‌ ୱିଇଡ୍ରାଲ ଫର୍ମରେ ଦସ୍ତଖତ ନେଇ ପାଖାପାଖି ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ। ପ୍ରଥମ ଋଣ ସୁଝାସରିନଥିବା ବେଳେ ପୁଣି ୨୦୦୩ ମସିହାରେ ଦ୍ୱିତୀୟ ଲୋନ୍‌‌ କରିବାକୁ ଗୌରାଙ୍ଗଙ୍କୁ ବାଧ୍ୟ କରାଯାଇଥିଲା। ପୁଣିଥରେ ଗୌରାଙ୍ଗଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ଟଙ୍କା ଲୋନ୍‌‌ କରାଯାଇଥିଲା ଏବଂ ଏଥିରୁ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅର୍ଥ ସେମାନେ ନେଇ ଯାଇଥିଲେ। ଏହାର ଠିକ୍‌‌ ୬ମାସ ପରେ କଟକ ମଙ୍ଗଳାବାଗ ଏସବିଆଇରୁ ପୁଣି ଗୌରାଙ୍ଗଙ୍କ ନାଁରେ ପୁଣି ୫ ଲକ୍ଷ ଟଙ୍କାର ଋଣ କରାଯାଇଥିଲା ଏବଂ ଏଥିରେ ତାଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଅଧିକ ପରିମାଣ କରାଯାଇଥିବା ସେ ଜାଣି ପାରିଥିଲେ। ଚାକିରି ଯିବା ଭୟରେ ସେ ଚାପର ବଶୀଭୂତ ହୋଇ ଋଣ ଫର୍ମରେ କେବଳ ସ୍ୱାକ୍ଷର କରିଥିଲେ ଏବଂ ସମସ୍ତ ଟଙ୍କା ‘ସମ୍ବାଦ’ କର୍ତ୍ତୃପକ୍ଷ ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରମ ବିଭାଗ ସ୍କାନର୍‌ରେ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସି; ଇପିଏଫ୍‌ ଓ ଇଏସ୍‌ଆଇ ନ ଥିଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ମାନବ ସମ୍ବଳ ପ୍ରଦାନକାରୀ ସଂସ୍ଥା(ମ୍ୟାନ୍‌‌ ପାୱାର ସର୍ଭିସ୍‌‌ ପ୍ରୋଭାଇଡର ଏଜେନ୍ସି)କୁ ଯାଞ୍ଚ ପରିସରଭୁକ୍ତ କରିବାକୁ ଯାଉଛି। ଏନେଇ ବିଭାଗୀୟ ସ୍ତରରେ ବଡ଼ ଯୋଜନା କରାଯାଉଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌‌) ଓ ରାଜ୍ୟ କର୍ମଚାରୀ ବିମା ନିଗମ(ଇଏସ୍‌‌ଆଇ) ଭଳି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ହେଉଥିବା ଶ୍ରମ ବିଭାଗର ସନ୍ଦେହ ହେଉଛି। ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇ ଜିଲ୍ଲାରେ ତଦନ୍ତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କୁହାଯିବ ବୋଲି ଶ୍ରମ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ଶ୍ରମ ବିଭାଗ, ଇଏସ୍‌‌ଆଇ ଓ ଇପିଏଫ୍‌‌ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି ଉଚ୍ଚସ୍ତରୀୟ କମିଟି ଜିଲ୍ଲା ଗସ୍ତ କରି ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିବେ। ସେହିଭଳି ସମ୍ପୃକ୍ତ ଜିଲ୍ଲାରେ ଥିବା ଏଜେନ୍ସିଗୁଡ଼ିକୁ ସ୍କାନରକୁ ଅଣାଯିବ। ପ୍ରାଥମିକ ପର୍ଯ୍ୟାୟରେ କେତେ ସଂଖ୍ୟକ ଏଜେନ୍ସି ଜିଲ୍ଲାରେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କ ଅଧୀନରେ ନିଯୁକ୍ତ ଥିବା କର୍ମଚାରୀମାନେ ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ସେହିଭଳି ମାସିକ ସର୍ବାଧିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନଙ୍କର ଇଏସ୍‌‌ଆଇ ରହିଛି କି ନାହିଁ ଓ ସମସ୍ତ କର୍ମଚାରୀମାନଙ୍କର ଇପିଏଫ୍‌‌ ଅଛି କି ନାହିଁ ତାହା ସଠିକ ଭାବେ ଯାଞ୍ଚ କରାଯିବ। ମାନବ ସମ୍ବଳ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯିବ। ମାନବ ସମ୍ବଳ ଅଧିକାରୀମାନେ କର୍ମଚାରୀଙ୍କ ଇପିଏଫ୍‌‌ ଓ ଇଏସ୍‌‌ଆଇ ସମ୍ପର୍କିତ ତଥ୍ୟ ଦେବେ। ଅନିୟମିତତା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ସାଧାରଣତଃ କେତେକ ଏଜେନ୍ସିଗୁଡ଼ିକ ଟଙ୍କା ଫାଙ୍କିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କୁ ଅବ୍ୟବସ୍ଥିତ ଦରମା ପଇଠ ବ୍ୟବସ୍ଥା ଆପଣାଇଥାଆନ୍ତି। ନିୟମ ଅନୁଯାୟୀ ଉଭୟ ଇଏସ୍‌‌ଆଇ ଓ ଇପିଏଫ୍‌‌ ଖାତାକୁ ଉଭୟ କର୍ମଚାରୀ ଓ କମ୍ପାନୀ ଏକ ବୃହତ ଅଂଶ ପ୍ରଦାନ କରିବା କଥା। କିନ୍ତୁ ନିଯୁକ୍ତିଦାତାମାନେ ଏହି ଖର୍ଚ୍ଚରୁ ବଞ୍ଚିବା ପାଇଁ ବେଆଇନ ପନ୍ଥା ଆପଣାଇ ନେଇଛନ୍ତି। ଏଭଳି ବେଆଇନ କାର୍ଯ୍ୟକଳାପକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରମ ବିଭାଗ ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ମାନବ ସମ୍ବଳ ପ୍ରଦାନକାରୀ ଏଜେନ୍ସିଗୁଡ଼ିକ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ନିଯୁକ୍ତପ୍ରଦାନକାରୀ କମ୍ପାନୀଠାରୁ ଅର୍ଥ ପାଉଛନ୍ତି। ମାତ୍ର ପ୍ରତିବଦଳରେ ସେମାନଙ୍କୁ ଇପିଏଫ୍‌‌ ଓ ଇଏସ୍‌‌ଆଇ ଭଳି ସୁବିଧା ମିଳୁନାହିଁ। ଏସମ୍ପର୍କରେ ପୁରୀ ଜିଲ୍ଲାରେ ଏଜେନ୍ସି ମାଧ୍ୟମରେ କାମ କରୁଥିବା ଜନୈକ କୁଶଳୀ ଶ୍ରମିକ କହିଛନ୍ତି ଯେ ପ୍ରଥମେ ପ୍ରଥମେ କମ୍ପାନୀ ଇଏସ୍‌‌ଆଇ ଓ ଇପିଏଫ୍‌‌ ଟଙ୍କା ଦାଖଲ କରୁଥିଲା। କିନ୍ତୁ ବର୍ତ୍ତମାନ ଟଙ୍କା ଆଉ ଜମା ହେଉନାହିଁ। ୬ ମାସ ହେବ ଟଙ୍କା ଜମା ହୋଇ ନ ଥିବା ଆମେ ଜାଣିବାକୁ ପାଇଛୁ। ଏଜେନ୍ସି ଏସମ୍ପର୍କରେ ଅବଗତ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

କେବଳ ଭୁବନେଶ୍ୱରରେ ୫୭ରୁ ଊର୍ଦ୍ଧ୍ବ ଏଜେନ୍ସି ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ଏମାନେ ନିଯୁକ୍ତି ଦେଉଛନ୍ତି। ତେବେ କର୍ମଚାରୀମାନେ କିଭଳି ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇବେ ତାହା ସରକାରଙ୍କର ଦାୟିତ୍ୱ। କମ୍ପାନୀଗୁଡ଼ିକ ଜାଣିଶୁଣି ବେଆଇନ କାର୍ଯ୍ୟକଳାପ କଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଜିଲ୍ଲାସ୍ତରରେ ସେଲ୍‌ ରହିଥିବା ବେଳେ ନିୟମିତ ଅନ୍ତରାଳରେ ଶ୍ରମ ବିଭାଗ ଚଢ଼ାଉ କରୁଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ମାଲିକ ସିଆଣା; କର୍ମଚାରୀ ଅଜଣା: ଲକ୍ଷାଧିକ ପାଉନାହାନ୍ତି ଇଏସ୍‌ଆଇ ସୁବିଧା
ଭୁବନେଶ୍ୱର: ରାଜ୍ୟ କର୍ମଚାରୀ ବିମା ନିଗମ ବା ଇଏସ୍‌ଆଇ ବୀମାରେ ସୁବିଧା ଅନେକ। ରୋଗ ଚିକିତ୍ସା ହେଉ ବା ଅକର୍ମଣ୍ୟ ହୋଇଗଲେ ପେନ୍‌ସନ୍; ଏତେ ସବୁ ସୁବିଧା ଥିଲେ ମଧ୍ୟ ରାଜ୍ୟରେ କାମ କରୁଥିବା ବିଭିନ୍ନ ଘରୋଇ ସଂସ୍ଥାର ସ୍ବଳ୍ପ ବେତନଭୋଗୀ କର୍ମଚାରୀ ଏଥିରୁ ବଞ୍ଚିତ ହେଉଛନ୍ତି। କାରଣ କର୍ମନିଯୁକ୍ତି ଦେଇଥିବା ସଂସ୍ଥା ଇଏସ୍‍ଆଇ ଫାଙ୍କୁଛନ୍ତି। ଖର୍ଚ୍ଚାନ୍ତ ହେବା ଭୟରେ ସଂସ୍ଥାର ମାଲିକ ନିଜ କର୍ମଚାରୀଙ୍କୁ ବୀମା ଅନ୍ତର୍ଭୁକ୍ତ କରୁ ନାହାନ୍ତି ଆଉ ସଚେତନତା ଅଭାବରୁ କର୍ମଚାରୀମାନେ ମଧ୍ୟ ମାଲିକ ଆଗରେ ଏହି ଦାବି ଉପସ୍ଥାପନ କରୁ ନାହାନ୍ତି। ତେଣୁ ଏଭଳି ଠକ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇଏସ୍‍ଆଇ, ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ଏପରି ଠକ ସଂସ୍ଥାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ନୋଟିସ୍‍ ଦିଆଯିବ। ଯଦି ଏଥିରେ ବିଳମ୍ବ ହୁଏ ତା ହେଲେ ଜୋରିମାନା ଲାଗୁ କରାଯିବା ସହ ମାମଲା ରୁଜୁ କରାଯିବ ବୋଲି ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଯେଉଁ ସଂସ୍ଥା ନିଜର ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଇଏସ୍‌ଆଇର ଅନ୍ତର୍ଭୁକ୍ତ କରାଇଛନ୍ତି ସେମାନେ ଅନେକ ସୁବିଧା ପାଉଛନ୍ତି। କିଛି ମାସ ତଳେ ଏକ ଘରୋଇ ସଂସ୍ଥାର ଟେକ୍ନସିଆନ୍‍ କାର୍ଯ୍ୟରତ ଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ସେହିପରି ଆଉ ଏକ ସଂସ୍ଥାର କର୍ମଚାରୀ କର୍ମକ୍ଷେତ୍ରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାରେ ଏକ ଗୋଡ଼ ହରାଇବାରୁ ଚାକିରୀରୁ ବିଦା ହୋଇଛନ୍ତି। କିନ୍ତୁ ଉଭୟ କର୍ମଚାରୀଙ୍କ ପରିବାର ଏବେ ଘର ଚଳାଇବା ପାଇଁ ସମସ୍ୟା ଭୋଗୁ ନାହାନ୍ତି। କାରଣ ସେମାନଙ୍କ ଘରକୁ ମାସିକ ପେନସନ୍‍ ପହଞ୍ଚିଯାଉଛି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) ପକ୍ଷରୁ ହିତାଧିକାରୀଙ୍କୁ ପେନସନ୍‍ ଯୋଗାଇ ଦିଆଯାଉଛି। କିନ୍ତୁ ଏହି ସୁବିଧା ସମସ୍ତଙ୍କ ଭାଗ୍ୟରେ ଜୁଟୁ ନାହିଁ।

ଓଡ଼ିଶାରେ ଏବେ ଇଏସ୍‍ଆଇସି ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୭ ଲକ୍ଷ ୪୧ ହଜାର। ଯେଉଁ ସଂସ୍ଥାରେ ୧୦ କିମ୍ବା ତଦୁର୍ଦ୍ଧ କର୍ମଚାରୀ ଥିବେ ଆଉ ମାସିକ ସର୍ବାଧିକ ୨୧ ହଜାର ଟଙ୍କା ଦରମା ପାଉଥିବେ ସେମାନଙ୍କୁ ଇଏସ୍‍ଆଇସି ବୀମାଭୁକ୍ତ କରାଯାଇପାରିବ। ଇଏସ୍‍ଆଇସି ମାସିକ କିସ୍ତି ବାବଦରେ କର୍ମଚାରୀ ଶହେରୁ ଦୁଇ ଶହ ଟଙ୍କା ତାଙ୍କ ଦରମାରୁ କଟାଯାଇ ଥାଏ ଆଉ ସମାନ ଅର୍ଥ କମ୍ପାନୀ ଦେଇଥାଏ। କିନ୍ତୁ ଖର୍ଚ୍ଚାନ୍ତ ନ ହେବା ପାଇଁ ନିଯୁକ୍ତିଦାତା ନିଜ କର୍ମଚାରୀଙ୍କୁ ବୀମାଭୁକ୍ତ କରୁ ନାହାନ୍ତି। କର୍ମଚାରୀଙ୍କ ଇପିଏଫ୍‍ ବାବଦରେ ଅର୍ଥ କଟାଯାଉଛି କିନ୍ତୁ ଇଏସ୍‍ଆଇସି ଅନ୍ତର୍ଭୁକ୍ତ କରାଯାଉ ନାହିଁ। ରାଜ୍ୟରେ ସାଢ଼େ ସାତ ଲକ୍ଷ ହିତାଧିକାରୀ ଅଛନ୍ତି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାର ଏହା ମାତ୍ର ୧୦ ପ୍ରତିଶତ ବୋଲି କୁହାଯାଉଛି। କେବଳ ଭୁବନେଶ୍ୱରରେ ୫ ହଜାରରୁ ଅଧିକ ସଂସ୍ଥା ନିଜ କର୍ମଚାରୀଙ୍କୁ ଇଏସ୍‍ଆଇସି ବୀମା ଅନ୍ତର୍ଭୁକ୍ତ କରିନଥିବା ବିଭାଗ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ସମ୍ପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂସ୍ଥାଙ୍କ ବିବରଣୀ ସଂଗ୍ରହ କରାଯାଇ ନୋଟିସ୍‍ ଜାରି କରିବା ପାଇଁ ପ୍ରସ୍ତୁତି ଚାଲିଛି।

ଅପରପକ୍ଷେ ପ୍ରତ୍ୟେକ ସଂସ୍ଥାର ମାନବ ସମ୍ବଳ (ଏଚ୍‍ଆର) ବିଭାଗର ମ୍ୟାନେଜର୍‍ ଏକ ଇଏସ୍‍ଆଇସି ପାଠ୍ୟକ୍ରମ ଶେଷ କରିବା ବାଧ୍ୟତାମୂଳକ। କିନ୍ତୁ ଏଥିପ୍ରତି କ୍ୱଚିତ ସଂସ୍ଥାର ଏଚ୍‍ଆର ମ୍ୟାନେଜର ଦୃଷ୍ଟି ଦେଉଥିବା ଆଞ୍ଚଳିକ କାର୍ଯ୍ୟାଳୟ ଜାଣିବାକୁ ପାଇଛି। ତେଣୁ ଏହି ପାଠ୍ୟକ୍ରମ ଶେଷ କରିବା ପାଇଁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ କୁହାଯିବ। ଏବେ ବହୁ ଶ୍ରମିକ ସଂଗଠନ, ସଚେତନ ନାଗରିକ କର୍ମଚାରୀଙ୍କ ବୀମା କରିନଥିବା ସଂସ୍ଥା ସମ୍ପର୍କରେ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରୁଛନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯେଉଁ ସଂସ୍ଥା କର୍ମଚାରୀଙ୍କର ବୀମା କରିନାହାନ୍ତି ଆମ ଇନ୍ସପେକ୍ଟର ସେହି ସଂସ୍ଥାକୁ ଯାଇ ଅନୁସନ୍ଧାନ କରି ବୀମା କରାଇବା ପାଇଁ ପ୍ରୋତ୍ସାହିତ କରିବେ। ଯଦି ସେମାନେ ଏହାକୁ ଅଣଦେଖା କରନ୍ତି ତା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୀମାଭୁକ୍ତ କର୍ମଚାରୀ ମୃତ୍ୟୁବରଣ କଲେ କିମ୍ବା ପଙ୍ଗୁ ହୋଇଗଲେ ଶେଷ ଦରମାର ୯୦ ପ୍ରତିଶତ ପେନସନ୍‍ ଆକାରରେ ମିଳିବ। ସେହିପରି କୌଣସି ପ୍ରକାର ଚିକିତ୍ସା ପାଇଁ ସମସ୍ତ ଅର୍ଥ ଯୋଗାଇ ଦିଆଯାଉଛି। ଏପରିକି କୌଣସି କାରଣ ପାଇଁ ଚାକିରୀରୁ ବିଦା ହେଲେ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ଲେଖାଏଁ ଦରମା ପ୍ରଦାନ କରିବା ବ୍ୟବସ୍ଥା ଅଛି। ଏହା ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ଉପାଦେୟ। କିନ୍ତୁ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସଚେତନତା ଅଭାବରୁ ବହୁ ଯୋଗ୍ୟ ହିତାଧିକାରୀ ଏତେ ବଡ଼ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।