Dowry - The Sakala
ଉତ୍ତରପ୍ରଦେଶର ବାନ୍ଦାରେ ଯୌତୁକ ପାଇଁ ଭାଙ୍ଗିଲା ବାହାଘର: ନଗଦ ଟଙ୍କା ନମିଳିବାରୁ ଆସିଲାନି ବରଯାତ୍ରୀ
ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୌତୁକ ଲୋଭୀଙ୍କ ପାଇଁ ଏକ ଝିଅର ବାହାଘର ଭାଙ୍ଗିଯାଇଛି। ବାହାଘର ଦିନ କନ୍ୟା ଘର ଲୋକେ ବରଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ଶେଷ ମୁହୂର୍ତ୍ତରେ ବର ପକ୍ଷରୁ ଅତିରିକ୍ତ ଯୌତୁକ ଦାବି କରାଯାଇଥିଲା। ଦାବି ମୁତାବକ ନଗଦ ଟଙ୍କା ନମିଳିବାରୁ ବରଯାତ୍ରୀ ଆସିନଥିଲେ, ଯାହା ଫଳରେ ଉତ୍ସବର ପରିବେଶ ହଠାତ୍ ବିଷାଦରେ ପରିଣତ ହୋଇଥିଲା।
ଶେଷ ମୁହୂର୍ତ୍ତରେ ଅଟକିଲା ବରଯାତ୍ରୀ
ସୂଚନା ଅନୁଯାୟୀ, ବାନ୍ଦା ଜିଲ୍ଲାର ଅତର୍ରା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅର ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ। ଗତ ମାର୍ଚ୍ଚ ୧୧ ତାରିଖରେ ବିବାହ ହେବାର ଥିଲା। କନ୍ୟା ପିତା ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତ ଆସବାବପତ୍ର ଓ ଯୌତୁକ ସାମଗ୍ରୀ ପ୍ରସ୍ତୁତ କରି ରଖିଥିଲେ। କିନ୍ତୁ ବାହାଘର ଦିନ ବର ପକ୍ଷରୁ ସାମଗ୍ରୀ ବଦଳରେ ନଗଦ ଟଙ୍କା ଦାବି କରାଯାଇଥିଲା। ଏତେ କମ୍ ସମୟ ମଧ୍ୟରେ ଟଙ୍କା ଯୋଗାଡ଼ କରିବା କନ୍ୟା ପିତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଟଙ୍କା ନମିଳିବାରୁ ବର ପକ୍ଷ ବାହାଘରକୁ ବାତିଲ୍ କରିଦେଇଥିଲେ ଏବଂ ବରଯାତ୍ରୀ ନେଇ ଆସିବାକୁ ସିଧାସଳଖ ମନା କରିଦେଇଥିଲେ।
ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ କନ୍ୟାପିତା
ବରଯାତ୍ରୀ ନଆସିବା କାରଣରୁ ଝିଅ ଘରେ କାନ୍ଦବୋବାଳି ପଡ଼ିଥିଲା। ଅତିଥିମାନଙ୍କ ପାଇଁ ହୋଇଥିବା ଖାଦ୍ୟପେୟ ଓ ଅନ୍ୟାନ୍ୟ ଆୟୋଜନ ବାବଦରେ ଲକ୍ଷାଧିକ ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡ଼ିଥିଲା। ଏହି ଘଟଣାରେ ମର୍ମାହତ ହୋଇ କନ୍ୟାଙ୍କ ପିତା ବାନ୍ଦା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଯୌତୁକ ଲୋଭୀ ବର ଓ ତାଙ୍କ ପରିବାର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି, ଯାହାଫଳରେ ଭବିଷ୍ୟତରେ ଅନ୍ୟ କୌଣସି ଗରିବ ପିତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ନପଡ଼େ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ବିବାହର ବର୍ଷେ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ !
ଚାନ୍ଦବାଲି: ଯୌତୁକ ଯୁଇରେ ନବବଧୂ , ବିବାହର ବର୍ଷେ ନ ପୁରୁଣୁ ମାରିଦେଲେ ଶାଶୂଘର ଲୋକେ । ଏମିତି ଏକ ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ । ଧୁଷୁରୀ ଥାନା ଅଧିନ ନଦୀଗାଁର କନ୍ୟା ପିତା ଧର୍ମାଶୁ ଶେଖର ନାୟକଙ୍କ ଅଭିଯୋଗ ଅନୁଯାୟୀ - ୨୦୨୪ମସିହା ଡିସେମ୍ବର ୧୦ତାରିଖ ଦିନ ତାଙ୍କ ଝିଅ ପ୍ରଲିପ୍ତ।ର ବିବାହ ବୈଦିକ ରୀତିନୀତି ଅନୁସାରେ ଚାନ୍ଦବାଲି ଥାନା ଅଧିନ କୁଲିବିନ୍ଧା ଗ୍ରାମର ନିର୍ମଳ ମହାନ୍ତିଙ୍କ ପୁଅ ନିରାକାରଙ୍କ ସହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ବେଳେ ବରପକ୍ଷରୁ ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର କନ୍ୟା ପକ୍ଷ ନଗତ ୧ଲକ୍ଷ ଦେଇ ପରେ ୧ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଆଉମାତ୍ର କିଛି ଦିନ ପରେ ବିବାହକୁ ୧ ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ଯୌତୁକ ବାବଦକୁ ବାକି ଥିବା ୧ ଲକ୍ଷ ଦେବାକୁ ଭିନ୍ନକ୍ଷମ ପିତା ଧର୍ମାଶୁ ସକ୍ଷମ ହୋଇ ପାରି ନ ଥିଲେ । ଯାହାକୁ ନେଇ ସ୍ୱାମୀ ସହିତ ଶାଶୁ, ଶଶୁର, ଦିଅର, ନଣଦ ବିଭିନ୍ନ ସମୟରେ ପ୍ରଲିପ୍ତ।କୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିଲେ ।
ଶେଷରେ ଗତକାଲି ସମସ୍ତେ ମିଶି ଜୀବନରୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି କରିଛନ୍ତି କନ୍ୟା ପିତାଘର ଲୋକ । ବୋହୂର ମୃତଦେହକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପକାଇ ଦେଇ ସମସ୍ତ ଶାଶୂଘର ଲୋକ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଖବରପାଇ ବାପଘର ଲୋକ ପହଞ୍ଚି ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯୌତୁକ ଜୁଇରେ ଦିନକୁ ଯାଉଛି ୨୦ ମହିଳାଙ୍କ ଜୀବନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାର ନିକ୍କି ହତ୍ୟାକାଣ୍ଡ ସାରା ଦେଶକୁ ବିଚଳିତ କରିଦେଇଛି। ଅଧିକ ଯୌତୁକ ପାଇଁ ପେଟ୍ରୋଲ ପକାଇ ସ୍ବାମୀ ଏବଂ ଶାଶୁ-ଶଶୁର ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ। ଏବେ ସମସ୍ତେ ନିକ୍କିଙ୍କ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଦେଇଛି। କିନ୍ତୁ ପୁଅ ଆଗରେ ମାଆକୁ ମାରିଥିବା ପିଶାଚ ସ୍ବାମୀ ପଶ୍ଚାତାପ କରିବାକୁ ମଧ୍ୟ ଉଚିତ ମଣିନାହିଁ। ଏପରି ସମୟରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ନିଜକୁ ଆଧୁନିକ କହି ଗର୍ବ କରୁଥିବା ଭାରତୀୟ ସମାଜରେ ଯୌତୁକ ଜନିତ ବଧୂ ହତ୍ୟା ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ଯୌତୁକର ଲୋଭ ମନୁଷ୍ୟକୁ ପଶୁବତ୍‌ କରିଦେଉଛି। ଏଥିପାଇଁ ରାକ୍ଷସ ପାଲଟି ମହିଳାଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟେକ ଦିନ ଯୌତୁକ ଯୋଗୁଁ ୨୦ ମହିଳାଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷ ମଧ୍ୟରେ ଯୌତୁକ ନାମରେ ୧.୮ ଲକ୍ଷ ମହିଳାଙ୍କୁ ହତ୍ୟା କରାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ୩୪, ୪୯୩ ମହିଳାଙ୍କୁ ମାରି ଦିଆଯାଇଛି। କେବଳ ୨୦୨୨ରେ ୬, ୪୫୦ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଉତ୍ତର ପ୍ରଦେଶରୁ ସର୍ବାଧିକ ଯୌତୁକ ମାମଲା ସାମ୍‌ନାକୁ ଆସିଛି। ୟୁପିରେ ଯୌତୁକ ଯୋଗୁଁ ୧୧, ୮୭୪ ମହିଳାଙ୍କ ଜୀବନ ଯାଇଛି। ସେହିପରି ବିହାରରେ ୫,୩୫୪, ମଧ୍ୟପ୍ରଦେଶରେ ୨, ୮୫୯, ପଶ୍ଚିମବଙ୍ଗରେ ୨, ୩୮୯ ଏବଂ ରାଜସ୍ଥାନରେ ୨,୨୪୪ ମହିଳା ଯୌତୁକ ଯୋଗୁଁ ଜୀବନ ହରାଇଛନ୍ତି। ୨୦୨୪ରେ ମହିଳା ବିରୋଧୀ ଅପରାଧକୁ ନେଇ ୨୫, ୭୪୩ ଅଭିଯୋଗ ରୁଜୁ ହୋଇଥିଲା। ଏଥିରେ ସର୍ବାଧିକ ୨୪ ପ୍ରତିଶତ  ତଥା ୬, ୨୩୭ ମାମଲା ଘରୋଇ ହିଂସାର ଥିଲା। ସେହିପରି ଯୌତୁକ ଉତ୍ପୀଡ଼ନର ୧୭ ପ୍ରତିଶତ ଅର୍ଥାତ୍‌ ୪, ୩୮୩ ମାମଲା ରେକର୍ଡ କରାଯାଇଥିଲା।
ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂଙ୍କ ଭିତରେ ବଚସା ହୋଇଥିଲା। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯା ତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂ ଭିତରେ ବଚସା ହୋଇଥିଲକ୍ଷ। ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏଣେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଶରୀରର ୪୦% ପୋଡ଼ିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରଣ କରିଛନ୍ତି। ମେଡିକାଲରେ ପୁଲିସ ପହଞ୍ଚି ଅଧିକ ପଚରାଉଚରା କରିଛି।
ଆସନ୍ତୁ ଜାଣିବା ଦେଶର ଏକ ଏଭଳି ଗାଁ ବିଷୟରେ ଯେଉଁଠି ଯୌତୁକ ଦେବା ମନା
ଅନେକ ସମୟରେ ଝିଅମାନେ ଶାଶୂଘରେ ଯୌତୁକ ଜନିତ ହିଂସାର ଶିକାର ହେଉଥିବାର ଖବର ମିଳିଥାଏ। ତେବେ କାଶ୍କୀରର ବାବା ୱାଇଲ ଗାଁରେ ବାହାଘରରେ ଅଯଥା ଖର୍ଚ୍ଚ କି ଯୌତୁକ ଦେବାର କୌଣସି ନିୟମ ନାହିଁ। ଏହି ନିୟମକୁ ଗାଁ ଲୋକେ ପାଖାପାଖି ତିନି ଦଶକ ଧରି ପାଳନ କରି ଆସୁଛନ୍ତି। ଗାଁର ଜନସଂଖ୍ୟା ପ୍ରାୟ ଛଅ ହଜାର। ଗାଁର ଅଧିବାସୀମାନଙ୍କର ମୁଖ୍ୟ ବେଉସା କହିଲେ ପସ୍‌ମିନା ସାଲ୍‌ର ଆମଦାନି ଓ ରପ୍ତାନି। ଯଦିଓ କାଶ୍କୀରର ଅନ୍ୟ ଗାଁ ଲୋକଙ୍କ ଭଳି ଏମାନେ ସାଧାରଣ ଜୀବନ ଜିଇଁବା ଉପରେ ବିଶ୍ବାସ ରଖନ୍ତି, ତଥାପି ଯୌତୁକ ନ ଦେବା ମାମଲାରେ ଅନ୍ୟ ଗାଁ ତୁଳନାରେ ବାବା ୱାଇଲ ଗାଁ ଏକଦମ୍ ନିଆରା। ଯୌତୁକ ଲୋଭୀ ରାକ୍ଷସମାନଙ୍କ ଦ୍ବାରା ଅନେକ ସମୟରେ ନବବଧୂ ହତ୍ୟାର ଶିକାର ହୁଏ, ନଚେତ୍ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୁଏ। ଏହି ସବୁକୁ ଦୃଷ୍ଟିରେ ରଖି ଗାଁ ଲୋକେ ଜାକଜମକ ବାହାଘର ସହ ଯୌତୁକ ଦେବା ପରମ୍ପରା ଉପରେ କଟକଣା ଲଗାଇଛନ୍ତି। ତେବେ ଗାଁର ଯେକେହି ଯେତେ ଧନୀ ହୋଇଥିଲେ ସୁଦ୍ଧା, ଏ ନିୟମ ବିରୋଧରେ ଯାଇ ନଥାନ୍ତି। ଉଭୟ ଧନୀ ଓ ଗରିବଙ୍କୁ ଏହି ନିୟମ ପାଳନ କରିବାକୁ ହୋଇଥାଏ। ତେବେ ଏ ନେଇ ଗାଁ ଲୋକଙ୍କ ଦ୍ବାରା ଏକ ଲିଖିତ ଚୁକ୍ତି ହୋଇଥିଲା। ଯେଉଁଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ଅବଶ୍ୟ ବାହାଘରର ସମସ୍ତ ବିଧି ଅତି ସାଧାରଣ ଭାବେ ପାଳନ କରାଯାଏ। ବର ଓ କନ୍ୟା ପରିବାର ମିଶି ବାହାଘରର ସମସ୍ତ ଖର୍ଚ୍ଚ ଉଠାନ୍ତି। ତେବେ ବର ଘର କନ୍ୟାଘରକୁ ବିଭିନ୍ନ ଖର୍ଚ୍ଚ ବାବଦକୁ ୫୦ ହଜାରରୁ ଅଧିକ ଟଙ୍କା ଦେଇ ନ ଥାନ୍ତି। ଏହି ନିୟମ ଅନୁସାରେ ଯଦି କିଏ ଯୌତୁକ ନେବାର ଜଣାପଡ଼େ ସମ୍ପୃକ୍ତ ବ୍ୟକ୍ତିର ପରିବାରକୁ ସାମାଜିକ ବାସନ୍ଦ କରାଯାଏ। ଏପରିକି ସେହି ପରିବାରର କେହି ମରିଗଲେ ବି ଗାଁ ଲୋକ ସେଥିରେ ସାମିଲ ହୋଇନଥାନ୍ତି। ଗ୍ରାମବାସୀଙ୍କ ଏଭଳି ଏକ ନିଆରା ପଦକ୍ଷେପ ଯୋଗୁଁ ୧୯୮୫ ମସିହାରୁ ଉକ୍ତ ଗାଁରେ ଘରୋଇ ହିଂସା ଓ ଯୌତୁକ ଜନିତ କୌଣସି ମାମଲା ଏ ଯାବତ୍ ଦେଖିବାକୁ ମିଳି ନାହିଁ। ଏହି ଗାଁର ସାକ୍ଷରତା ହାର ୭୦%। ଫଳରେ ଯୌତୁକ ପ୍ରଥା ବାରଣକୁ ଗାଁର ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ ଗ୍ରହଣ କରି ନେଇଛନ୍ତି।