health benefits - The Sakala
ଜଙ୍ଗଲ ଜିଲାପି ଖାଇଲେ କ'ଣ ହୁଏ? ଜାଣନ୍ତୁ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା
ମିଠା ଦୋକାନରେ ମିଳୁଥିବା ଜିଲାପି ସହିତ ଆମେ ସମସ୍ତେ ପରିଚିତ। କିନ୍ତୁ ଆପଣ କେବେ ଗଛରେ ଫଳୁଥିବା ଜିଲାପି ବିଷୟରେ ଶୁଣିଛନ୍ତି କି? ଏହାକୁ ଜଙ୍ଗଲ ଜିଲାପି କୁହାଯାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମିଳୁଥିବା ଏହି ଫଳଟି ଆକାରରେ ଜିଲାପି ପରି ବଙ୍କା ହୋଇଥିବାରୁ ଏହାକୁ ଜଙ୍ଗଲ ଜିଲାପି କୁହାଯାଏ।
ଏହି ଫଳକୁ ଦେଶର ବିଭିନ୍ନ ସ୍ଥାନରେ ଗଙ୍ଗା ତେନ୍ତୁଳି, ସିମ କୟାଁ, ମାଡ୍ରାସ ଥର୍ଣ୍ଣ କିମ୍ବା କିକର ଆଦି ନାମରେ ଜଣାଯାଏ। ଏହାର ସ୍ୱାଦ ଖଟା-ମିଠା ହୋଇଥାଏ। ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ। ଆୟୁର୍ବେଦରେ ଏହି ଫଳର ବିଶେଷ ମହତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ଜଙ୍ଗଲ ଜିଲାପି ଖାଇଲେ କେଉଁ ସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।
ପାଚନ କ୍ରିୟା ଏବଂ ରକ୍ତ ସଫା କରିବାରେ ସହାୟକ
ଜଙ୍ଗଲ ଜିଲାପି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା କିମ୍ବା ପାଚନ କ୍ରିୟାରେ ଉନ୍ନତି ଆସିଥାଏ। ଏହା ସହିତ ଏହା ରକ୍ତକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଫଳର ମଞ୍ଜି ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହ ପେଟରେ ଥିବା କୃମି ନଷ୍ଟ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
କାଶ ଏବଂ ଶ୍ୱାସରୋଗରେ ଉପକାରୀ
ଆୟୁର୍ବେଦିକ ଦୃଷ୍ଟିକୋଣରୁ ଜଙ୍ଗଲ ଜିଲାପିର ଅନେକ ମହତ୍ତ୍ୱ ରହିଛି। ଏହି ଫଳ କାଶ ଏବଂ ଦମା (ଆଜ୍‌ମା) ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ତରଳ ଝାଡ଼ା ଓ କାଶ ହେଉଥିଲେ ଏହାର ଛାଲିରୁ ପ୍ରସ୍ତୁତ କାଢ଼ା ଦିନକୁ ୨ ଥର ପିଇଲେ ଆରାମ ମିଳିଥାଏ।
ଦାନ୍ତ, ମାଢ଼ି ଏବଂ ଚର୍ମ ରୋଗ ପାଇଁ ରାମବାଣ
ଦାନ୍ତ ଏବଂ ମାଢ଼ି ଜନିତ ରୋଗରେ ଜଙ୍ଗଲ ଜିଲାପି ଗଛର ଛାଲି ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେହିପରି ଚର୍ମ ରୋଗ ଏବଂ ଶରୀରର ଫୁଲା କମାଇବା ପାଇଁ ଏହାର ପତ୍ରକୁ ଲେପ କିମ୍ବା କାଢ଼ା ରୂପରେ ବ୍ୟବହାର କରାଯାଇଥାଏ। ଏହାବ୍ୟତୀତ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
କିପରି କରିବେ ବ୍ୟବହାର?
ଜଙ୍ଗଲ ଜିଲାପିକୁ ଆପଣ କଞ୍ଚା ଖାଇପାରିବେ କିମ୍ବା ଏହାକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ସେବନ କରିପାରିବେ। ଏହାର ମଞ୍ଜିରୁ ପ୍ରସ୍ତୁତ ଚୂର୍ଣ୍ଣକୁ ମହୁ ସହିତ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗ୍ରାମାଞ୍ଚଳରେ ଏହାକୁ ପିଲାମାନଙ୍କର ପ୍ରାକୃତିକ ଟଫି ବୋଲି ମଧ୍ୟ କୁହାଯାଏ, ଯାହା ସ୍ୱାଦିଷ୍ଟ ହେବା ସହ ପେଟର ଗରମକୁ ଶାନ୍ତ କରିବାରେ ସାହାଯ୍ୟ କରେ।
ଅଶ୍ବଗନ୍ଧାର ବୈଜ୍ଞାନିକ ନାଁ ଉଇଥାନିଆ ସୋମନିଫେରା। ଏଥିରେ ଭିଟାମିନ୍‌ -ବି, ଡି, ଇ, କ୍ୟାଲସିୟମ, ପଟାସିୟମ,ମ୍ୟାଗ୍ନେସିୟମ, ଜିଙ୍କ ଭଳି ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଛି। ଅଶ୍ବଗନ୍ଧାର ମୂଳଟି ମାଂସାଳ । ପତ୍ରଗୁଡ଼ିକ ଅଣ୍ଡାକୃତି। ଏହାର ଚେରରେ ବିଭିନ୍ନ ପ୍ରକାର ଆଲକାଲଏଡ଼୍‌, ଫ୍ଲାବୋନଏଡ୍‌ ଆଦି ଥିବାରୁ ଏହା ବହୁ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବ୍ୟବହାର କରାଯାଏ।
ଏଥିରେ ଥିବା ହେମାଟିନିକ ରକ୍ତରେ ଲୌହ ଅଂଶ ବୃଦ୍ଧି କରାଏ। କୃମିନାଶକ, ବ୍ୟଥା ଉପଶମକାରୀ, ରକ୍ତବିଶୋଧକ, ପୌରୁଷତ୍ବବର୍ଦ୍ଧକ ପାଇଁ ଏହା ବହୁତ ହିତକର। ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ଏକ ଚାମଚ ଅଶ୍ବଗନ୍ଧା ପାଉଡର ପିଇବା ସର୍ବୋତ୍ତମ। ମହୁ ସହିତ ମଧ୍ୟ ସେବନ କରଯାଇପାରେ।
ଏହାର ମୂଳର ଚୂର୍ଣ୍ଣ କ୍ଷୀର କିମ୍ବା ଘିଅ ସହିତ ସେବନ କଲେ ସ୍ବାସ୍ଥ୍ୟ ଏବଂ ମେଧା ଉଭୟ ବୃଦ୍ଧି ପାଏ। ଅଶ୍ବ ଗନ୍ଧାର ପତ୍ରଗୁଡିକ ଜ୍ବର, ଆଖିଫୁଲା ଆଦିରେ ବ୍ୟବହାର କରାଯାଏ। ଏହା ଚିନ୍ତା ଓ ଥକ୍କାପଣ ଦୂର କରେ। ଓଜନ ହ୍ରାସ କରେ।
ତିନି ଗ୍ରାମ୍‌ ଅଶ୍ବଗନ୍ଧାକୁ ୫୦ ମିଲି ଗ୍ରାମ୍‌ ପିପ୍ପଳି, ୫ଗ୍ରାମ୍‌ ଘିଅ ଓ ୫ଟି ତୁଳସୀ ପତ୍ର ସହିତ ମିଶାଇ ସେବନ କଲେ ଅର୍ଶ ରୋଗରୁ ଉପଶମ ଦିଏ। ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ।
ମହିଳାଙ୍କ ଋତୁସ୍ରାବ ଅନିୟମିତତାକୁ ଦୂର କରେ। ତେବେ ଅଶ୍ବଗନ୍ଧା ସେବନ ପୂର୍ବରୁ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରି। ଗର୍ଭବତୀ ମହିଳା, ରକ୍ତଚାପ କିମ୍ବା ଥାଇରଏଡ ରୋଗୀ ଚିକିତ୍ସକଙ୍କ ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ।
ଚୁଟ୍‌କିରେ ଦୂର ହେବ ଗ୍ୟାସ୍‌-ପେଟଫମ୍ପା ସମସ୍ୟା
ବର୍ତ୍ତମାନ ସମୟରେ ଖାଦ୍ୟପେୟ ଶୈଳୀ, ଶାରୀରିକ ସକ୍ରିୟତାର ଅଭାବ, ଅତ୍ୟଧିକ ତେଲ ମସଲା ଓ ରାଗଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ, ଅତିଗରିଷ୍ଠ ଭୋଜନ ଆଦି ଦ୍ବାରା ଗ୍ୟାସ୍, ପେଟ ଫାମ୍ପିବା, ଅମ୍ଳ ଏବଂ କୋଷ୍ଠକାଠିନ୍ୟ ଆଦି ସାଧାରଣ ସମସ୍ୟା ଭାବେ ଉଭା ହୋଇଛି। ଏହାଦ୍ବାରା ଅଣନିଃଶ୍ବାସୀ ଲାଗିବା, ଭୋକ ନ ଲାଗିବା, ମୁଣ୍ଡ ବିନ୍ଧିବା, ତଣ୍ଟି ଓ ଛାତି ଜଳାପୋଡ଼ା, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଇଥାଏ। ଏସବୁ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ଅଧିକାଂଶ ଡାକ୍ତରଙ୍କ ବିନା ପରାମର୍ଶରେ ବି ଔଷଧ ସେବନ କରିଥାନ୍ତି। ଯଦିଓ ଔଷଧ ସେବନରୁ ଆରାମ ମିଳିଥାଏ ହେଲେ ଏହାର ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇପାରେ। ତେଣୁ ଏକ୍ଷେତ୍ରରେ ଘରୋଇ ଚିକିତ୍ସା ଉପାୟ ଆପଣାଇ ପାରିବେ।
ପାନ ମଧୁରୀ, ଜିରା ଏବଂ ଜୁଆଣିକୁ ଅନୁମୋଦିତ ହାରରେ ମିଶାଇ ଏହାକୁ ଅଳ୍ପ ଆଞ୍ଚରେ ହାଲୁକା ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଗୁଣ୍ଡ କରି ନିର୍ଦ୍ଦିଷ୍ଟ ପରିମାଣରେ ସେବନ କଲେ, ଗ୍ୟାସ୍‌, ଅମ୍ଳ, ପେଟଫାମ୍ଫିବା ସମସ୍ୟାରୁ ଉପଶମ ମିଳିଥାଏ। ଏହା ପାଚନତନ୍ତ୍ରକୁ ସକ୍ରିୟ କରି ଚୟାପଚୟ ପ୍ରକ୍ରିୟାକୁ ତ୍ବରାନିତ କରେ। ଯାହାଦ୍ବାରା ଓଜନ ନିୟନ୍ତ୍ରଣ ହୋଇପାରେ। ଆୟୁର୍ବେଦ ଚିକିତ୍ସକଙ୍କ ମତଅନୁଯାୟୀ ପାନ ମଧୁରୀ, ଜିରା ଏବଂ ଜୁଆଣି ତିନିଟିରେ ଭରପୁର ଆଣ୍ଟିଅକ୍ସିଡାଣ୍ଟ ଓ ଔଷଧୀୟ ତତ୍ତ୍ବ ରହିଛି। ଏହାକୁ ମିଶାଇ ଖାଇବା ଦ୍ବାରା ଏହା ପାଚନଶକ୍ତିକୁ ମଜୁଭତ କରିଥାଏ।
ଶରୀରରେ ଜମା ହୋଇଥÒବା ଦୂଷିତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ପେଟକୁ ସଫା କରିବା ସହ ଗ୍ୟାସ୍‌ ଓ ଅପଚ କମ୍‌ କରିଥାଏ। ତେଣୁ ଏହି ଗୁଣ୍ଡରେ ଅଳ୍ପ ହେଙ୍ଗୁ କିମ୍ବା କଳା ଲୁଣ ମିଶାଇ ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନ ପରେ ଅଧା ଚାମଚ ଉଷୁମ ପାଣି ସହିତ ମିଶାଇ ପିଇପାରିବେ।
ସେହିପରି ସାଧାରଣଭାବେ ଜିରା, ପାନ ମଧୁରୀ, ଜୁଆଣି ଭଜା ହୋଇ ନ ଥିଲେ, ଏହାକୁ ପାଣିରେ ଫୁଟାଇ ସକାଳୁ ପିଇ ହେବ। ଖାଲି ପାଣିରେ ମଧ୍ୟ ରାତିସାରା ଏହାକୁ ବତୁରାଇ ସକାଳୁ ଏହାକୁ ଛାଣି ସେହି ପାଣି ପିଇବା ଦ୍ବାରା ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, କୋଷ୍ଠକାଠିନ୍ୟ ଉପଶମ କରିବାରେ ସହାୟକ ହୋଇଥାଏ। ସେହିପରି ଖାଦ୍ୟ ଖାଇବାର ଘଣ୍ଟାଏ ପରେ ପାଣି ପିଇବା ଦରକାର। ରାତ୍ରି ଭୋଜନରେ ଅଳ୍ପ ଖାଦ୍ୟ ଖାଇବା ଆବଶ୍ୟକ। ପଞ୍ଚଗବ୍ୟ ଔଷଧଆକାରରେ ଗୋମୂତ୍ର ଅର୍କ, ଜୀବନଧାରା, ଗାୟତ୍ରୀ ଚୂର୍ଣ୍ଣ, ହରିଡ଼ା ଚୂର୍ଣ୍ଣ ଆଦି ସେବନ କଲେ, ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।
ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବୀମା କ୍ଲେମ୍‌କୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସିଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ ପଡୁଥିଲା। ଏବେ ଏହି ସବୁ ଚିକିତ୍ସା ମାତ୍ର କିଛି ଘଣ୍ଟାରେ ହୋଇଯାଉଛି।
ଏବେ ଏପରି ଚିକିତ୍ସାକୁ ଡେ-କେୟାର ପ୍ରୋସିଜିୟର କୁହାଯାଉଛି। ଯେପରି ମୋତିଆବିନ୍ଦୁ ଅପରେସନ, ଡାୟଲିସିସ୍, କେମୋଥେରାପି ଆଦି ଲାଗି ମଧ୍ୟ ମେଡିକ୍ଲେମ ମିଳି ପାରିବ। ପୂର୍ବରୁ ଏହି ସବୁ ମାମଲାରେ ଏଥି ପାଇଁ କ୍ଲେମ ମିଳୁନଥିଲା ଯେହେତୁ ରୋଗୀ ହସ୍ପିଟାଲରେ ୨୪ ଘଣ୍ଟା ବିତାଉ ନଥିଲେ। ଏବେ କମ ସମୟରେ ଚିକିତ୍ସା କରାଇବା ପାଇଁ ପକେଟରୁ ପଇସା ଟେ ବି ଖର୍ଚ୍ଚ କରିବାକୁ ପଡିବନି। ଏହା ଦ୍ୱାରା ଲୋକେ ସଠିକ ସମୟରେ ନିଜର ଚିକିତ୍ସା କରାଇ ପାରିବେ ଓ ଆର୍ଥିକ ବୋଝରୁ ମଧ୍ୟ ବର୍ତ୍ତି ପାରିବେ।  ବୀମା କମ୍ପାନୀ ଏବେ ଚିକିତ୍ସାର ଅତ୍ୟାଧୁନିକ ଟେକନିକ୍ କୁ ବୁଝିଲେଣି ଓ ନିଜ ପଲିସିକୁ ସେହି ଅନୁସାରେ ଅପଡେଟ କରୁଛନ୍ତି। ଏହାର ଅର୍ଥ ଏବେ ବୀମା କଭର ଅଧିକ ସ୍ମାର୍ଟ, ଦ୍ରୁତ ଓ ଆବଶ୍ୟକତା ଅନୁସାରେ ହୋଇଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ୱସ୍ତିଭରା ଓ ହେଲଥ୍ ଇନସ୍ୟୁରାନ୍ସ କୁ ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିଛି।
ବ୍ୟସ୍ତବହୁଳ ଜୀବନ ଶୈଳୀ, ଅନିଦ୍ରା, ଖାଦ୍ୟପେୟ, ଶାରୀରିକ ଓ ମାନସିକ ଚିନ୍ତା ହରମୋନ୍‌କୁ ପ୍ରଭାବିତ କରେ। ଏହାଦ୍ବାରା ମହିଳାଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା; ଯଥା- ଅନିୟମିତ ଋତୁସ୍ରାବ, ମୁଡ୍‌ ସ୍ୱିଙ୍ଗ୍‌, ଥକାପଣ, ମୋଟାପଣ, କେଶ ଝଡ଼ିବା, ତ୍ୱଚାଜନିତ ସମସ୍ୟା, କେବେ କେବେ ଗର୍ଭଧାରଣରେ ସମସ୍ୟା ଦେଖାଯାଏ। ଯଦି କୌଣସି କାରଣରୁ ଶରୀରରେ ପୁରୁଷ ହରମୋନ୍ ମାତ୍ରା ବଢ଼ି ଡିମ୍ବାଶୟରେ ଥିବା ଡିମ୍ବାଣୁ ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ। ସେଥିରେ ଛୋଟ ଛୋଟ ସିଷ୍ଟ ତିଆରି ହେବାକୁ ଲାଗେ। ଫଳସ୍ବରୂପ ମାସିକ ଋତୁସ୍ରାବ ଅନିୟମିତ ହୁଏ ଏବଂ ପ୍ରଜନନ କ୍ଷମତା ଉପରେ ବି ଏହାର ପ୍ରଭାବ ପଡ଼େ। ତେଣୁ ଉପଯୁକ୍ତ ଚିକିତ୍ସା, ସନ୍ତୁଳିତ ଖାଦ୍ୟଗ୍ରହଣ, ଚାପ କମ୍ କରି ଏହାର ପ୍ରଭାବ କମ୍ କରାଯାଇପାରିବ।
ସନ୍ତୁଳିତ ଆହାର: ଚିପ୍ସ, ବର୍ଗର, ପିଜା, ଚିନି ଓ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ବଦଳରେ ପ୍ରୋଟିନ୍, ଭିଟାମିନ୍, ଖଣିଜ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ, ଫାଇବରଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଅଣ୍ଡା, ଡାଲି, ମାଛ, ଓଟ୍ସ, କୋଦ, ମାଣ୍ଡିଆ, ପାଳଙ୍ଗ, ମେଥି, ବିଭିନ୍ନ ପତ୍ରଯୁକ୍ତ ପରିବା ଖାଇବା ଦ୍ୱାରା କୋଷରସ ସନ୍ତୁଳିତ ରହିବାରେ ସାହାଯ୍ୟ କରେ।
ଶାରୀରିକ ସକ୍ରିୟତା ଜରୁରି: ଦୈନିକ ଯୋଗ, ବ୍ୟାୟାମ, ଚାଲିବା ଓ ଅନ୍ୟାନ୍ୟ ଶାରୀରିକ ଗତିବିଧି ଦ୍ୱାରା ଓଜନ ନିୟନ୍ତ୍ରଣରେ ରୁହେ। ଏହା ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରେ।
ଚାପମୁକ୍ତ ଜୀବନ: ଶରୀରରେ କୋର୍ଟିସୋଲ ନାମକ ହରମୋନ୍ ସ୍ତର ବୃଦ୍ଧିହେଲେ, ଅନ୍ୟ ହରମୋନ୍ ସନ୍ତୁଳିତ ରୁହେ ନାହିଁ। ସଦାଚାର ଚାପ, ଚିନ୍ତା ଓ ଭୟ ମୁକ୍ତ କରିଥାଏ। ସେହିପରି ଯୋଗ, ଧ୍ୟାନ ଏବଂ ବିଭିନ୍ନ ଉପାୟରେ ମାନସିକ ଚାପ କମ୍ କରିବାର ଆବଶ୍ୟକତା ରହିଛି।
ସୁନିଦ୍ରା: ଦୈନିକ ୭ରୁ ୮ଘଣ୍ଟା ଶୋଇବା ଆବଶ୍ୟକ। ଶୋଇବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାର ବନ୍ଦ କରିବା ଉଚିତ। ହରମୋନ୍‌କୁ ସନ୍ତୁଳିତ ରଖିବାକୁ ଦୈନିକ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ। ହର୍ବାଲ ଟି, ପଇଡ଼ ପାଣି, ସୁପ୍, ତରଳପେୟ ଗ୍ରହଣ କରିପାରିବେ।
ବିଶେଷ କଥା ହେଉଛି, ଅଧିକାଂଶ ମହିଳା ଏହି ସମସ୍ୟା ଦୂର ପାଇଁ ଔଷଧ ସେବନ କରୁଥିବାବେଳେ କେବେକେବେ ହର୍ମୋନାଲ ଥେରାପି ଦ୍ୱାରା ଚିକିତ୍ସା କରାଯାଏ। ପୀଡ଼ିତ ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ହେଉଥିଲେ, ଫର୍ଟିଲିଟି ଟ୍ରିଟ୍‌ମେଣ୍ଟ ମଧ୍ୟ ଉପଲବ୍ଧ ରହିଛି। ତେବେ ହରମୋନ୍ ଅସନ୍ତୁଳିତ ରହୁଥିଲେ, ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଜରୁରି।
ଶୀତଋତୁରେ ଥଣ୍ଡା ଜଳବାୟୁ, କୁହୁଡ଼ି ଓ କାକର ଯୋଗୁଁ ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ହୋଇଥାଏ। ଏହିଦିନେ ତାପମାତ୍ରା କମ୍‌ ଯୋଗୁ ଅଧିକାଂଶ ଲୋକଙ୍କୁ ଭୋକ ଶୋଷ ଲାଗେନି। ଖାଦ୍ୟପେୟରେ ସନ୍ତୁଳନ ନ ରହିବା କାରଣରୁ ରକ୍ତଚାପ ଓ ଶର୍କରା ବୃଦ୍ଧିର ଆଶଙ୍କା ଥାଏ। ସେହିପରି କମ୍‌ ପାଣି ପିଇବା ଯୋଗୁଁ ଶରୀରରେ ଜଳୀୟଅଂଶ କମିଯାଏ। ହୃଦ୍‌ପିଣ୍ଡ, ମସ୍ତିଷ୍କ, ଯକୃତ୍‌ ଏବଂ ବୃକ୍‌କ ଆଦି ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଣ୍ଠୁଗଣ୍ଠି ସମସ୍ୟାର କାରଣ ସାଜିଥାଏ।
କମ୍ ପାଣି ପିଇବା ଦ୍ବାରା ମୁଣ୍ଡବିନ୍ଧା, ବଦହଜମୀ, ପରିସ୍ରା ସଂକ୍ରମଣ, ପ୍ରୋଷ୍ଟେଟ ସମସ୍ୟା, କୋଷ୍ଠକାଠିନ୍ୟ, ବୃକ୍‌କ ପଥୁରି, ମାଂସପେଶୀ ଓ ଆଣ୍ଡୁଗଣ୍ଠି ଯନ୍ତ୍ରଣା, ଆର୍ଥରାଇଟିସ୍‌, ରକ୍ତସଞ୍ଚାଳନ ବ୍ୟାହତ, ହାତପାଦ ଫୁଲିବା ଆଦି ସମସ୍ୟା ହୁଏ। ଅଧିକାଂଶ ଲୋକଙ୍କୁ ଆଣ୍ଠୁଗଣ୍ଠି ଏବଂ ପିଠି ଯନ୍ତ୍ରଣା ଭୋଗିବାକୁ ପଡ଼େ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଓଜନ ନିୟନ୍ତ୍ରଣରେ ରଖିବାକୁ ଧ୍ୟାନ ଦିଅନ୍ତୁ। ଧୂମପାନ କରନ୍ତୁ ନାହିଁ। ଅଧିକ ପ୍ରୋସେସ୍ଡ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶରୀରକୁ ଥଣ୍ଡାରୁ ସୁରକ୍ଷା ଦେବାକୁ ଶୀତବସ୍ତ୍ର ପିନ୍ଧିପାରିବେ। ନିୟମିତ ୱାର୍କଆଉଟ୍‌ କରିବା ଜରୁରି। ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସି, ଡି, ଓମେଗା ୩ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ରୁମ୍‌ ହିଟର ବ୍ୟବହାର କରିପାରିବେ। ଶୀତଦିନେ କମ୍‌ ଶୋଷ ଲାଗିଥାଏ। ତେଣୁ ଶରୀରର ଜଳୀୟଅଂଶ ପୂରା କରିବାକୁ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ।
ହୃଦ୍‌ଘାତ ଭୟ ଥିଲେ…
ଆଜିକାଲିର ଜୀବନଶୈଳୀ, ଅନିୟନ୍ତ୍ରିତ ଉଚ୍ଚରକ୍ତଚାପ, ଓଜନ ବୃଦ୍ଧି, ମଧୁମେହ, ମାନସିକ ଚାପ ଓ ନିଦ୍ରାହୀନତା ଆଦି କାରଣରୁ ହୃତ୍‌ପିଣ୍ଡରେ ରକ୍ତସଞ୍ଚାଳନରେ ଅନିୟମିତତା ହୋଇଥାଏ। ଏହା ଉପରେ ରକ୍ତ ଜମାଟ ବାନ୍ଧିଗଲେ, ରକ୍ତନଳୀ ସମ୍ପୂର୍ଣ୍ଣ ଅବରୁଦ୍ଧ ହୋଇଯାଏ। ହୃତ୍‌ପିଣ୍ଡର ନିର୍ଦ୍ଦିଷ୍ଟ ଅଂଶକୁ ରକ୍ତ ଓ ଅମ୍ଳଜାନ ପହଞ୍ଚିବାରେ ବ୍ୟାଘାତ ସୃଷ୍ଟିହୁଏ। ଏହାଫଳରେ ହୃଦ୍‌ଘାତ ସୃଷ୍ଟି ହୋଇଥାଏ। ଅଧିକାଂଶ ଏହି ରୋଗ ବିଷୟରେ ସଚେତନ ନ ଥାନ୍ତି, ତେଣୁ ଝାଳ ବୋହିଯିବା କିମ୍ବା ଛାତି ଯନ୍ତ୍ରଣା ହେବା ମାତ୍ରେ କିଛିଜଣ ମନଇଚ୍ଛା ଚିକିତ୍ସା ଆରମ୍ଭ କରିଦିଅନ୍ତି। କିନ୍ତୁ ଜଣଙ୍କର ହୃଦ୍‌ଘାତ ହେବାର ଆଶଙ୍କା ଥିଲେ, ଛାତିଯନ୍ତ୍ରଣା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଇସିଜି ପରୀକ୍ଷା ଜରୁରି। ଏଥିରୁ ହୃଦ୍‌ଘାତ ହୋଇଛି କି ନାହିଁ ଜଣାପଡ଼େ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଏ।
ଇସିଜି ପରୀକ୍ଷା ପରେ ଛାତିଯନ୍ତ୍ରଣା ଆରମ୍ଭ ହେବାର ୧୨ ଘଣ୍ଟା ଭିତରେ ଡାକ୍ତରଙ୍କ ପରାମର୍ଶକ୍ରମେ ଥମ୍ବୋଲାଇସିସ୍‌ ଇଞ୍ଜେକସନ୍‌ ନେବା ଜରୁରି। ଏହା ଏମିତି ଏକ ଇଞ୍ଜେକସନ୍‌ ଯାହା ରକ୍ତଧମନୀରେ ରକ୍ତଜମାଟକୁ ପ୍ରବାହିତ କରି ରୋଗୀର ଜୀବନକୁ ସ୍ବାଭାବିକ କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସିଟିସ୍କାନ, କ୍ୟାଲ୍‌ସିୟମ୍ ସ୍କୋର (ସିଏସି), ସିଟି ଅଞ୍ଜିଓଗ୍ରାମ୍ କିମ୍ବା କରୋନାରୀ ଅଞ୍ଜିଓଗ୍ରାମ ଦ୍ବାରା ହୃତ୍‌ପିଣ୍ଡର ରକ୍ତ ସଂଚାଳନର ଅବସ୍ଥା ଜାଣିହେବ। ଏହାଦ୍ବାରା ଉପଯୁକ୍ତ ଚିକିତ୍ସା ଦ୍ବାରା ହୃଦ୍‌ଘାତରୁ ରକ୍ଷା ପାଇହେବ। ରୋଗୀର ପୂର୍ବବତ୍‌ ସ୍ଥିତିକୁ ଦେଖି ଡାକ୍ତର ସଠିକ୍‌ ସମୟରେ ଚିକିତ୍ସା କରିବା ଦ୍ବାରା ହୃଦ୍‌ଘାତ ଜନିତ ମୃତ୍ୟୁ ଆଶଙ୍କା କମ୍‌ କରାଯାଇପାରିବ।
ସ୍ମାର୍ଟଫୋନ୍‌ରୁ ଜଣାପଡ଼ିବ ହିମୋଗ୍ଲୋବିନ୍‌ ସ୍ତର
ହିମୋଗ୍ଲୋବିନ୍‌ ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍‌। ଯାହାକି ଶରୀରର କୋଷିକାକୁ ଅମ୍ଳଜାନ ପହଞ୍ଚାଇବାର କାମ କରିଥାଏ। ହେଲେ ଶରୀରରେ ହିମୋଗ୍ଲୋବିନ୍‌ କମ୍‌ ହେବା ରକ୍ତହୀନତା ତଥା ଏନିମିଆର ସଙ୍କେତ ଦେଇଥାଏ। ପୁରୁଷଙ୍କଠାରେ ହିମୋଗ୍ଲୋବିନ୍‌ ୧୩.୫ ଗ୍ରାମ୍‌/ଡିଏଲରୁ କମ୍‌ ଏବଂ ମହିଳାଙ୍କ ଠାରେ ୧୨.୦ ଗ୍ରାମ୍‌/ଡିଏଲରୁ କମ୍ ହେବା ଏନିମିଆର ସଙ୍କେତ ହୋଇଥାଏ। ଏହାଦ୍ବାରା ଲୋହିତ ରକ୍ତ କଣିକା ତିଆରି ହୋଇପାରିନଥାଏ। ଶରୀର ଦୁର୍ବଳ ତଥା ହାଲିଆ ଲାଗିଥାଏ। ତେବେ ରକ୍ତପରୀକ୍ଷାରୁ ହିଁ ଏହି ରୋଗ ବିଷୟରେ ଜଣାପଡ଼ୁଥିବାରୁ ରକ୍ତପରୀକ୍ଷା କରିବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ହସ୍‌ପିଟାଲ କିମ୍ବା ନିଦାନ କେନ୍ଦ୍ରରେ ଅପେକ୍ଷା କରିବାକୁ ହୁଏ। କିନ୍ତୁ ଏବେ ଘରେ ବସି ହିମୋଗ୍ଲୋବିନ୍‌ ସ୍ତର କେତେ ରହିଛି, ଜଣେ ଜାଣିପାରିବେ। ନିକଟରେ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକଶିତ କରିଥିବା ଏକ ଆପ୍ଲିକେଶନ ରକ୍ତର ହିମୋଗ୍ଲୋବିନ୍‌ ସ୍ତରକୁ ମୋବାଇଲ୍‌କୁ ପଠାଇବ। ଏହି କୌଶଳରେ ଶରୀରକୁ ରକ୍ତ ବାହାର ନ କରି ମଧ୍ୟ ଟେଷ୍ଟ କରାଯାଇପାରିବ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ହାତର ନଖ ଫଟୋକୁ ଏକ ଆପ୍ଲିକେଶନ୍‌ରେ ନେବାକୁ ହୋଇଥାଏ। ଏହି ଆପ୍‌ ନଖର ରଙ୍ଗକୁ ବିଶ୍ଳେଷଣ କରି ହିମୋଗ୍ଲୋବିନ୍‌ ସ୍ତରକୁ ଜଣାଇବ। ଯଦିଓ ଏହି ଜ୍ଞାନକୌଶଳ ପ୍ରାରମ୍ଭିକ ଅବସ୍ଥାରେ ରହିଛି, ଭବିଷ୍ୟତରେ ଏହା ରକ୍ତହୀନତା ରୋଗୀଙ୍କ ପାଇଁ ବେଶ୍‌ ବରଦାନ ସଦୃଶ ହେବ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ଟେକ୍‌ନିକ୍ ୨୦୨୫ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।
ହୃତ୍‌ପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ସଞ୍ଚାଳନ କରିଥାଏ। ଧମନୀରେ ବହୁଥିବା ରକ୍ତଚାପ କୌଣସି କାରଣରୁ ବୃଦ୍ଧି ପାଇଲେ, ଧମନୀ ଉପରେ ଅଧିକ ପ୍ରଭାବ ପଡ଼େ। ଧମନୀରେ ରକ୍ତ ପ୍ରବାହ ପାଇଁ ହୃତ୍‌ପିଣ୍ଡକୁ ଅଧିକ କାମ କରିବାକୁ ପଡ଼ିଥାଏ। ଏହି ସ୍ଥିତିକୁ ଉଚ୍ଚ ରକ୍ତଚାପ କୁହାଯାଏ। ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ, ଜଙ୍କ୍‌ଫୁଡ୍‌, ଲୁଣ, ତେଲ ମସଲାଯୁକ୍ତ ଖାଦ୍ୟ, ହର୍ମୋନ ଅସନ୍ତୁଳନ, ନିଶାସେବନ, ମୋଟାପା, ଅନିଦ୍ରା ଆଦି କାରଣରୁ କମ୍‌ବୟସ୍କ ବ୍ୟକ୍ତି ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ରକ୍ତବାହୀ ନଳୀରେ ଚର୍ବି ଜମିଯାଇ ତାହା ସଂକୀର୍ଣ୍ଣ ହୋଇଯାଉଥିବାରୁ ଏଥିରେ ଚାପ ବୃଦ୍ଧି ପାଇଥାଏ। ରକ୍ତଚାପ ବୃଦ୍ଧି ପାଇଲେ, ହୃତ୍‌ପିଣ୍ଡ ସମେତ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ହୃଦ୍‌ରୋଗ, ହୃତ୍‌ପିଣ୍ଡ ଅଚଳ, ହୃଦ୍‌ଘାତ, ଷ୍ଟ୍ରୋକ୍‌ ଆଦି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଅଚାନକ ଉଚ୍ଚ ରକ୍ତଚାପ ଲକ୍ଷଣ ଦେଖିଲେ, ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବ ଜରୁରି।
ମୁଣ୍ଡ ବିନ୍ଧା, ଥକ୍କା ଲାଗିବା, ଚିନ୍ତା, ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, କମ୍‌ଜୋର ଅନୁଭବ କରିବା, ଆଖିକୁ ଭଲଭାବେ କିଛି ନ ଦିଶିବା ଆଦି ଉଚ୍ଚ ରକ୍ତଚାପର ଲକ୍ଷଣ। ଶରୀରରେ ରକ୍ତଚାପ ୧୪୦-୯୦ରୁ ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ ରୋଗକୁ ସୂଚାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତିଙ୍କର ଅଚାନକ ରକ୍ତଚାପ ବୃଦ୍ଧି ପାଉଛି, ତାଙ୍କୁ ତୁରନ୍ତ ବାୟୁ ଚଳାଚଳ ସ୍ଥାନରେ ବସାନ୍ତୁ। ଶ୍ବାସକ୍ରିୟାକୁ ତୀବ୍ର କରିବାକୁ ପରାମର୍ଶ ଦିଅନ୍ତୁ। ଉକ୍ତ ବ୍ୟକ୍ତିଙ୍କୁ ସିଝା ସର୍ପଗନ୍ଧା ପାଣି ଦିଆଯାଇପାରେ ବୋଲି ଆୟୁର୍ବେଦ ଡାକ୍ତର ପ୍ରଦୀପ ମିଶ୍ର କୁହନ୍ତି। ସେହିପରି ଜଙ୍କଫୁଡ, ମସଲାଯୁକ୍ତ ଖାଦ୍ୟ, ଚଟ୍‌ପଟା ଖାଦ୍ୟ, ଲୁଣ, ଘିଅ ଓ ରିଫାଇନ୍‌ ତେଲ, ଚିନି ଆଦିକୁ ବାରଣ କରିବା ଦ୍ବାରା ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରୁହେ। ସର୍ପଗନ୍ଧା ମୂଳ ଏକ ଗ୍ରାମ୍‌ ପର୍ଯ୍ୟନ୍ତ ବାଟି ପାଣିରେ ମିଶାଇ ସେବନ କରିବା ମଧ୍ୟ ହିତକର।
ଦୈନିକ ଖାଲି ପେଟରେ ୨ କୋଲା ରସୁଣ ଖାଇବା ସ୍ବାସ୍ଥ୍ୟପ୍ରଦ। ଲେମ୍ବୁପାଣି, ପଇଡ଼, ସଜନା, ଟମାଟୋ, ସୋୟା, ଅଳସୀ କଳା ଚଣା ଆଦି ସେବନ କରିପାରିବେ । ଅଁଳା ରସରେ ମହୁ ମିଶାଇ କିମ୍ବା ପାଞ୍ଚଟି ତୁଳସୀ ପତ୍ର ଓ ଦୁଇଟି ନିମ ପତ୍ର ବଟାକୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ପିଇବା ଦ୍ବାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ।
ବର୍ଷାଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ, କିନ୍ତୁ ପାଣି ଜମି ଚାରିଆଡ଼ ସନ୍ତସନ୍ତିଆ ରହୁଥିବାରୁ ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଜ୍ବର, ଡାଇରିଆ ପରି ଅନେକ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ  ବର୍ଷାଦିନେ ଘରଦ୍ୱାର ପରିଷ୍କାର ରଖିବାକୁ ଏବଂ ବାହାରର ଖାଦ୍ୟ ନ ଖାଇବାକୁ କହିଥାନ୍ତି। ତେବେ ଏହିଦିନେ କେଉଁପ୍ରକାର ଖାଦ୍ୟ ଖାଇବା ଅନୁଚିତ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  ।
-ବର୍ଷାଦିନରେ ସବୁଜ ପତ୍ରଯୁକ୍ତ ପନିପରିବା, ଯେପରିକି ବନ୍ଧାକୋବି, ଫୁଲକୋବି, ବ୍ରୋକଲି, ପାଳଙ୍ଗ ଶାଗ, ସଜନା ଶାଗ ଆଦି ଖାଇବା ଅନୁଚିତ। ଏହି ଦିନରେ ପତ୍ରଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର ପୋକଜୋକ ଦେଖିବାକୁ ମିଳିଥାନ୍ତି। ତେଣୁ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ ହେବା ଆଶଙ୍କା ଅଧିକ ଥାଏ।
-ସେହିଭଳି ବର୍ଷାଦିନେ ମାଟିତଳ ଜିନିଷଗୁଡ଼ିକୁ ଖାଇବାବେଳେ ସାବଧାନତା ଅବଲମ୍ବନ କରିବା ଉଚିତ। ଅନେକ ଏହାକୁ କଞ୍ଚା ଥାଇଥାନ୍ତି, କିନ୍ତୁ ବର୍ଷାଦିନେ ଏହାକୁ ସିଝାଇ ଖାଇବା ଉଚିତ।
-ସେହିଭଳି ଛତୁ ମଧ୍ୟ ବର୍ଷାଦିନେ ଖାଇବା ଅନୁଚିତ। ଅନେକ ସମୟରେ ବର୍ଷାଦିନେ ବିଷାକ୍ତ ଛତୁ ଖାଇ ଲୋକେ ଫୁଡ୍‌ ପଏଜନିଂର ସାମ୍ନା କରୁଥିବାର ଦେଖାଯାଏ।
-ଅନେକ ଲୋକ ଫିଟ୍‌ ରହିବା ପାଇଁ ଗଜା ମୁଗ ଓ ବୁଟ ଖାଇଥାନ୍ତି। କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଅନୁଚିତ। ବର୍ଷାଦିନେ ଏଥିରେ ଇକୋଲି ନାମକ ଜୀବାଣୁ ଦେଖାଯାନ୍ତି, ଏଥିଯୋଗୁଁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଏବେ ବୟସ୍କଙ୍କ ପରି କମ୍‌ ବୟସର ପିଲା ହୃଦ୍‌ଘାତର ଶିକାର ହେଉଛନ୍ତି। ଯଦିଓ ହୃଦ୍‌ଘାତ ଏବଂ କାର୍ଡିଆକ୍‌ ଆରେଷ୍ଟ ହୃଦ୍‌ସମ୍ବନ୍ଧୀୟ ସମସ୍ୟା; ଅନେକ ଏହାକୁ ସମାନ ବୋଲି ଭାବନ୍ତି। ରକ୍ତ ସଞ୍ଚାଳନ ବନ୍ଦ ହୋଇ ହୃଦ୍‌ଘାତ ହେଉଥିବାବେଳେ କାର୍ଡିଆକ୍‌ ଆରେଷ୍ଟରେ ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ଅଚାନକ ବନ୍ଦ ହୋଇଯାଇଥାଏ। ଯଦିଓ କେତେକାଂଶରେ କାର୍ଡିଆକ୍‌ ଆରେଷ୍ଟର ଚିକିତ୍ସା ସମ୍ଭବ; ହେଲେ ପ୍ରାୟ କ୍ଷେତ୍ରରେ ଏହା ବିଫଳ ହୋଇଥାଏ। ଅଚାନକ କାର୍ଡିଆକ୍‌ ଆରେଷ୍ଟ ହୋଇ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ମୁଣ୍ଡ ଘୂରାଇବା, ମୂର୍ଚ୍ଛା ଯିବା ଆଦି ଲକ୍ଷଣ ଦେଖାଯାଇଥାଏ। କେବଳ ସେତିକି ନୁହେଁ, କାର୍ଡିଆକ୍‌ ଆରେଷ୍ଟର ପ୍ରାୟ ଘଣ୍ଟାକ ପୂର୍ବରୁ ବାନ୍ତି ଏବଂ ବିଚଳିତ ଲାଗିଥାଏ। ତେଣୁ କାର୍ଡିଆକ୍‌ ଆରେଷ୍ଟ ହେଲାମାତ୍ରେ ତୁରନ୍ତ ଲକ୍ଷଣକୁ ଚିହ୍ନଟ କରି ରୋଗୀଙ୍କୁ କାର୍ଡିଓ ପଲ୍‌ମୋନାରୀ ରେସ୍ୟୁସିଏସନ୍‌(ସିପିଆର୍‌) ଦିଆଯାଏ।
ସିପିଆର୍‌ ଏକ ଜୀବନ ରକ୍ଷକ କୌଶଳ। ଯାହା ସମସ୍ତେ ସଠିକ ଭାବରେ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ତେବେ ଯେଉଁମାନଙ୍କର ଶ୍ବାସପ୍ରଶ୍ବାସ ବନ୍ଦ ହୋଇଯାଇଥାଏ, ସେମାନଙ୍କ ପାଇଁ ଜରୁରିକାଳୀନ ସ୍ଥିତିରେ ସିପିଆର ଉପଯୋଗୀ ହୋଇଥାଏ। ସିପିଆର୍‌ ଦେଉଥିଲେ, କିଛି ବିଶେଷ କଥାକୁ ଧ୍ୟାନ ଦିଆଯିବା ଉଚିତ। ଯେମିତିକି ରୋଗୀର ସ୍ଥିତିକୁ ଧ୍ୟାନ ଦେବା, ଅଚାନକ ଯଦି ଜଣେ ମୂର୍ଚ୍ଛାଯାଇ ବିପଦସ୍ଥଳରେ ଅଛନ୍ତି, ସୁରକ୍ଷିତ ସ୍ଥାନକୁ ଆଣି ତାଙ୍କ କାନ ପାଖରେ କ’ଣ ହୋଇଛି ବୋଲି ପଚାରିବା ଦରକାର। ନାକରେ ଆଙ୍ଗୁଠି ଲଗାଇ ଛାତିରେ ହାତ ରଖି ତାଙ୍କ ଶ୍ବାସକ୍ରିୟାକୁ ପରଖିବା ଉଚିତ। ଏହାରି ମଧ୍ୟରେ ଜରୁରିକାଳୀନ ଆମ୍ବୁଲାନ୍ସକୁ ଫୋନ୍‌ କରାଯିବା ବୁଦ୍ଧିମାନର କାମ। ଯଦି ରୋଗୀଙ୍କଠାରୁ କୌଣସି ପ୍ରତିକ୍ରୟା ନ ମିଳେ, ତାହେଲେ ତାଙ୍କ ହାତ ଏବଂ ବେକରେ ନାଡ଼ି ଦେଖିବା। ନାଡ଼ି ନ ପାଇଲେ, ଆଣ୍ଠେଇ ତାଙ୍କ ଛାତିର ମଧ୍ୟମ ଏବଂ ବାମପାର୍ଶ୍ବକୁ ଜୋର ଜୋରରେ ଚାପିବାକୁ ହୋଇଥାଏ। ୩୦ଥର ଚାପିବା ପରେ ଦୁଇଥର ରୋଗୀର ପାଟିରେ ନିଃଶ୍ବାସ ଦେବା କାର୍ଯ୍ୟ ଜାରି ରଖିବା ଦରକାର। ଏପରି କରିବା ଦ୍ବାରା ହୃତ୍‌ପିଣ୍ଡର ସ୍ପନ୍ଦନ ଏବଂ ଶ୍ବାସପ୍ରଶ୍ବାସ ଫେରିବା ଦରକାର। ତେଣୁ କୌଣସି ସ୍ଥାନରେ ଏପରି ସ୍ଥିତି ଦେଖିଲେ ତୁରନ୍ତ ସିପିଆର ଦେଇ ଜଣକ ଜୀବନ ବଞ୍ଚାଇହେବ।
ପୂର୍ବରୁ ପଚାଶ ବର୍ଷରୁ ଅଧିକ ବୟସ୍କଙ୍କୁ ହୃଦ୍‌ଘାତ ହେଉଥିଲା। ହେଲେ ଏବେ ତିରିଶ ବର୍ଷ ତଥା ଏହାଠୁ କମ୍ ବୟସର ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ହୃଦ୍‌ଘାତଠାରୁ ଏବେ ଘାତକ ପାଲଟିଛି ନୀରବ ହୃଦ୍‌ଘାତ। ଶରୀରରେ କୌଣସି ଲକ୍ଷଣ ଯଥା- ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟା ଜନିତ ସମସ୍ୟା ନଥାଇ ହୃଦ୍‌ଘାତ ହେଉଥିବାରୁ ଏହାକୁ ନୀରବ ହୃଦ୍‌ଘାତ କୁହାଯାଇଥାଏ। ଏକ ଅଧ୍ୟୟନ ମୁତାବକ ପ୍ରାୟ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନୀରବ ହୃଦ୍‌ଘାତ ହୋଇଥାଏ। ଏଥିରେ ଦେଖାଯାଉଥିବା ହାଲୁକା ସଙ୍କେତକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।
କାହିଁକି ହୁଏ ହୃଦ୍‌ଘାତ
ନୀରବ ହୃଦ୍‌ଘାତକୁ ସାଇଲେଣ୍ଟ ଇସ୍କେମିୟା କୁହାଯାଏ। ହୃଦ୍‌ଘାତରେ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ଝାଳ ବୋହିବା ଆଦି ଲକ୍ଷଣ ଦେଖାଯାଏ। ହେଲେ ନୀରବ ହୃଦ୍‌ଘାତରେ ଲକ୍ଷଣ ନ ଥାଇ କରୋନାରି ଧମନୀରେ ୩୦ରୁ ୪୦ % ପ୍ଲାକ୍‌ ରକ୍ତଜମାଟ ବାନ୍ଧିଯାଏ। ହୃତ୍‌ପିଣ୍ଡର ମାଂସପେଶୀକୁ ଅମ୍ଳଜାନ ଏବଂ ରକ୍ତ ପହଞ୍ଚାଇବା ବିଳମ୍ବ ଯୋଗୁଁ ନୀରବ ହୃତ୍‌ଘାତ ହୁଏ। ହୃତ୍‌ପିଣ୍ଡ ଅଚଳ ହୋଇଥାଏ। ସେହିପରି କୋଲେଷ୍ଟ୍ରଲ୍‌ ସ୍ତର ସାମାନ୍ୟ ଥାଇ ନୀରବ ହୃଦ୍‌ଘାତ ହୁଏ। ବୟସ୍କ, ଅଧÒକ ଚିନ୍ତା କରିବା, ଅତ୍ୟଧÒକ ବ୍ୟାୟାମ ବା କଠିନ ପରିଶ୍ରମ ନ କରିବା, ମଧୁମେହ, ମୋଟାପା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ନିଶା ତଥା ଧୂମ୍ରପାନ ସେବନ ଦ୍ବାରା ନୀରବ ହୃଦ୍‌ଘାତ ହୋଇଥାଏ।
ଲକ୍ଷଣ
ଅନ୍ୟାନ୍ୟ ରୋଗ ଥାଇ ମଧ୍ୟ ନୀରବ ହୃଦ୍‌ଘାତ ହୋଇଥାଏ। କାମ କରି ଥକ୍କାପଣ ଅନୁଭବ କରିବା, ଛାତିରେ ସାମାନ୍ୟ ଯନ୍ତ୍ରଣା, ଛାତି ଓ ପେଟ ଜଳାପୋଡ଼ା, ଡିହାଇଡ୍ରେସନ୍‌, ବଦହଜମୀ, ନିଃଶ୍ବାସ ନେବାରେ ସମସ୍ୟା,ଶରୀର ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ମୁଣ୍ଡବିନ୍ଧା, ଶରୀରରୁ ଅଧÒକ ଝାଳ ବୋହିବା, ଆଦି ନୀରବ ହୃଦ୍‌ଘାତର ଲକ୍ଷଣ। ମହିଳାଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ।
ପ୍ରଭାବିତ ବର୍ଗ
ମଧୁମେହ କିମ୍ବା ବୟସ୍କ ଲୋକଙ୍କୁ ନୀରବ ହୃଦ୍‌ଘାତ ଭୟ ଅଧିକ ଥାଏ। ଅଧିକ ଲୋକ ବଦହଜମୀ ବା ଅମ୍ଳଜନିତ ସମସ୍ୟାକୁ ଅଣଦେଖା କରିଦିଅନ୍ତି। ଏହା ହିଁ ନୀରବ ହୃଦ୍‌ଘାତର ଲକ୍ଷଣ।
ଆଧୁନିକ ଖାଦ୍ୟାଭ୍ୟାସ ଦାୟୀ
ସମ୍ପ୍ରତି ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ତଥା ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ନୀରବ ହୃଦ୍‌ଘାତ ଜନିତ ସମସ୍ୟା ବୃଦ୍ଧି ପାଉଛି। ତେଣୁ ତେଲ
ମସଲା, ଜଙ୍କ୍‌ଫୁଡ୍‌ ଓ ମାଛ-ମାଂସ ଠାରୁ ଦୂରେଇ ରୁହନ୍ତୁ। ଅନ୍ୟପଟେ ସୁସ୍ଥ-ସବଳ ଶରୀର ବନାଇବା ଚକ୍କରରେ ଏବେ ସମସ୍ତେ ଜିମ୍‌ ଯାଉଛନ୍ତି। ତେବେ ଅଧିକରୁ ଅଧିକ ପରିଶ୍ରମ କରିବା
ସମୟରେ ଜିମ୍‌ରେ ମଧ୍ୟ ନୀରବ ହୃଦ୍‌ଘାତ ଅନେକଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କ ହୃଦ୍‌ଜନିତ ସମସ୍ୟା ସହ ହାତ ମାଂସପେଶୀରେ ସମସ୍ୟା ଥିଲେ, ଜିମ୍‌ରେ ଅଧିକ ନୀରବ ହୃଦ୍‌ଘାତ ମାମଲା ଦେଖିବାକୁ ମିଳିଥାଏ।
ମାନସିକ ଅବସାଦ ବି କାରଣ
ମାଇଗ୍ରେନ୍‌ ତଥା ମୁଣ୍ଡବ୍ୟଥା ଯୋଗୁଁ ଯୁବପିଢ଼ିଙ୍କ ଠାରେ ନୀରବ ହୃଦ୍‌ଘାତ ଦେଖାଯାଉଛି। ଆମେରିକା ହାର୍ଟ ଆସୋସିଏସନ (ଏଏଚ୍‌ଏ) ରିପୋର୍ଟ ଅନୁସାରେ ୩୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ମାଇଗ୍ରେନ୍‌ ହୃଦ୍‌ଘାତର ସଙ୍କେତ ଦେଇଥାଏ। ମୁଣ୍ଡବିନ୍ଧା ବିଭିନ୍ନ ବର୍ଗର ଲୋକଙ୍କ ଠାରେ ଦେଖାଯାଉଥÒବାବେଳେ ଏଥିପାଇଁ ସଚେତନ ସହ ଚିନ୍ତାମୁକ୍ତ ରହିବା ଜରୁରି।
ଚିକିତ୍ସା ବିକଳ୍ପ
ନିୟମିତ ରକ୍ତଚାପ, ଶର୍କରା ଏବଂ କୋଲେଷ୍ଟ୍ରଲ ଚେକ୍‌ଅପ୍‌ କରାନ୍ତୁ। ଖାଦ୍ୟ ହଜମ ନ ହେବା କିମ୍ବା ଅମ୍ଳ ଯୋଗୁଁ ଛାତିରେ ଯନ୍ତ୍ରଣା ହେଉଥିଲେ, ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଥିଲେ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ। ଡାଏଟ୍‌ରେ ପୌଷ୍ଟିକ ଖାଦ୍ୟ ସାମିଲ କରିପାରିେବ। ରକ୍ତଚାପ ପୀଡ଼ିତ ନିୟମିତ ରକ୍ତଚାପ ପରୀକ୍ଷା କରି ଔଷଧ ସେବନ କରନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଇଲୋକ୍ଟ୍ରୋକାର୍ଡିଓଗ୍ରାମ୍‌ ଏବଂ ଇକୋକାର୍ଡିଓଗ୍ରାମ୍‌ ଟେଷ୍ଟ କରି ନୀରବ ହୃଦ୍‌ଘାତକୁ ଚିହ୍ନଟ କରିପାରିେବ। ହୃତ୍‌ପିଣ୍ଡର ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ଏଞ୍ଜିୟୋପ୍ଲାଷ୍ଟି, ହୃତପିଣ୍ଡ ପ୍ରତ୍ୟାରୋପଣ, ବାଇପାସ୍‌ ସର୍ଜରୀ ଆଦି ଚିକିତ୍ସା କରିବାକୁ ହୁଏ। ନିଦ ପୂରା କରନ୍ତୁ। ଶାରୀରିକ ପରିଶ୍ରମ ସହ ନିଶା ଓ ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ।