New York - The Sakala

ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ପିଲା ଘଣ୍ଟା ଚିହ୍ନିପାରୁ ନାହାନ୍ତି
ନ୍ୟୁୟର୍କ ସହରର ଅନେକ ସ୍କୁଲରୁ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଛାତ୍ରଛାତ୍ରୀ ଏବେ ପାରମ୍ପରିକ ତଥା ଆନାଲଗ୍‌ ଘଣ୍ଟା ଚିହ୍ନି ପାରୁ ନାହାନ୍ତି।  ତେବେ ଏକ ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ଏହିକଥା ସାମ୍ନାକୁ ଆସିଛି। କ୍ବିନ୍ସ ସ୍ଥିତ କାର୍ଡୋଜୋ ହାଇସ୍କୁଲର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ଟିଆନା ମିଲେନ୍ କହିଛନ୍ତି, ‘ମୋବାଇଲ ଉପରେ କଟକଣା ଲାଗିବା ପରେ ଅନେକ କିଶୋର କାନ୍ଥ ଘଣ୍ଟା ଦେଖି ସମୟ ଜାଣି ପାରି ନ ଥିଲେ। ତେବେ କାନ୍ଥଘଣ୍ଟା ଦେଖି ସମୟ ଚିହ୍ନିବା ଏକ ମୌଳିକ ଦକ୍ଷତା ଯାହା ଏବେ ପିଲାମାନେ କରିପାରୁ ନାହାନ୍ତି।’ ମିଲେନ୍ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିବା ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ସେହିପରି ମୋବାଇଲ ନ ରହିବା ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ସହ ମଧ୍ୟାହ୍ନ ଭୋଜନରେ ପରସ୍ପର ସହିତ କଥାବାର୍ତ୍ତା କରୁଥିବା ସେ କହିଛନ୍ତି। ସ୍କୁଲ ପରିସରରେ ବି ପିଲାମାନେ ଆଗ ଅପେକ୍ଷା ଅଧିକ ଚଳପ୍ରଚଳ କରୁଛନ୍ତି।

ସବୁଠୁ ବଡ଼ କଥା ହେଉଛି, ପିଲାମାନେ ଏବେ ଠିକ୍‌ ସମୟରେ ଶ୍ରେଣୀଗୃହରେ ପହଞ୍ଚୁଛନ୍ତି। ତେବେ ସେମାନେ ଏକଥା ଜାଣିପାରୁ ନାହାନ୍ତି ଯେ, ସେମାନେ ଠିକ୍‌ ସମୟରେ ସ୍କୁଲକୁ ଆସୁଛନ୍ତି କି ନାହିଁ। କାରଣ ସେମାନେ ଘଣ୍ଟା ଚିହ୍ନିବା ଜାଣନ୍ତି ନାହିଁ। ଅନ୍ୟପଟେ ଡିଜିଟାଲ ଯୁଗରେ ବଡ଼ ହେଉଥିବା ପିଲାଙ୍କ ଲାଗି ଆନାଲଗ୍‌ ଘଣ୍ଟା ଏକ ଅଜବ ଜିନିଷ ପାଲଟିଛି। ସେହିପରି ନ୍ୟୁୟର୍କ  ଶିକ୍ଷା ବିଭାଗ ଏବେ  ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଘଣ୍ଟା ଚିହ୍ନିବା ଶିକ୍ଷା ପ୍ରଦାନ କରୁଛନ୍ତି। ଏହାସତ୍ତ୍ବେ ମଧ୍ୟ ବ୍ରୁକଲିନ୍‌ର ମିଡ୍‌ଉଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କହିବା କଥା, ଅନେକ ପିଲା ଏଥିରେ ଦୁର୍ବଳ ଅଛନ୍ତି। କାରଣ ଫୋନ୍‌ରେ ସମୟ ଦେଖୁଥିବାରୁ ସେମାନେ କାନ୍ଥଘଣ୍ଟାରେ ସମୟ ଜାଣିପାରୁ ନାହାନ୍ତି। ସେହିପରି ବର୍ତ୍ତମାନ ଏହି ସମସ୍ୟା ନୂଆ ନୁହେଁ।

୨୦୧୭ ମସିହାରେ ଓକ୍ଲାହୋମାରେ ହୋଇଥିବା ଏକ ଗବେଷଣା ଅନୁସାରେ, ୬-୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣକରୁ ଜଣେ ପିଲା ଘଣ୍ଟା ଚିହ୍ନିବା ଜାଣନ୍ତି। ଏହି ସମସ୍ୟା ଅନେକ ବର୍ଷ ଧରି ଧୀରେ ଧୀରେ ବଢ଼ି ଚାଲିଛି। ଅବଶ୍ୟ ସ୍ମାର୍ଟଫୋନ୍‌ ଉପରେ ରୋକ ଲାଗିବାରୁ ଏହା ସାମ୍ନାକୁ ଆସିଲା। ଅନ୍ୟପଟେ ପିଲା ଆନାଲଗ ଘଣ୍ଟା ଚିହ୍ନିବା ଜାଣି ନ ଥିବା ବେଳେ ସେମାନଙ୍କ ଡିଜିଟାଲ ଜ୍ଞାନ କୌଶଳ ଖୁବ୍ ଆଗରେ। ଏପରିକି ଅନେକ ସମୟରେ ପିଲାମାନେ ଶିକ୍ଷକମାନଙ୍କର ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟା ଦୂର କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ନୂଆପିଢ଼ିଙ୍କ ଦକ୍ଷତା କମିନାହିଁ, ବରଂ ସେମାନେ ଡିଜିଟାଲ୍‌ରେ ଅଧିକ ସକ୍ରିୟ ହୋଇ ଯାଉଛନ୍ତି।

ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହେଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ
ନୂଆଦିଲ୍ଲୀ: ନ୍ୟୁୟର୍କ ସିଟିର ନୂତନ ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ। ଗୁରୁବାର ମଧ୍ୟରାତ୍ରି ପରେ ମ୍ୟାନହଟ୍ଟନର ଏକ ଐତିହାସିକ ତଥା ବନ୍ଦ ପଡିଥିବା ସବୱେ ଷ୍ଟେସନରେ ସେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ୩୪ ବର୍ଷୀୟ ଡେମୋକ୍ରାଟ୍ ନେତା ଜୋହରାନ ଆମେରିକାର ସବୁଠାରୁ ବଡ ସହରର ପ୍ରଥମ ମୁସଲିମ ମେୟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

ପୁରାତନ ସିଟି ହଲ୍ ସବୱେ ଷ୍ଟେସନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ଜୋହରାନ କୁରାନ ଉପରେ ହାତ ରଖି ଶପଥ ନେଇଥିଲେ। ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଏବଂ ଏହି ସମୟରେ ତାଙ୍କ ପତ୍ନୀ ରମା ଦୁୱାଜି କୁରାନ ଧରିଥିଲେ। ମେୟର ଭାବରେ ନିଜର ପ୍ରଥମ ଅଭିଭାଷଣରେ ସେ ଏହି ସ୍ଥାନକୁ ସହରର ଜୀବନରେଖା ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ସେ ମାଇକ୍ ଫ୍ଲିନ୍ଙ୍କୁ ସହରର ପରିବହନ ବିଭାଗର କମିଶନର ଭାବେ ଘୋଷଣା କରିଥିଲେ।

ରିପୋର୍ଟ ଅନୁଯାୟୀ, ଜୋହରାନ ପୁନର୍ବାର ସିଟି ହଲ୍‌ରେ ଏକ ବଡ଼ ସାଧାରଣ କାର୍ଯ୍ୟକ୍ରମରେ ଶପଥ ନେବେ, ଯାହାକୁ ଆମେରିକୀୟ ସିନେଟର ବର୍ଣ୍ଣି ସ୍ୟାଣ୍ଡର୍ସ ପରିଚାଳନା କରିବେ। ୧୯୯୧ ମସିହାରେ ଉଗାଣ୍ଡାରେ ଜନ୍ମିତ ଜୋହରାନ ହେଉଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର ଏବଂ ଶିକ୍ଷାବିତ୍ ମହମୁଦ ମମଦାନୀଙ୍କ ପୁତ୍ର। ସେ କେବଳ ପ୍ରଥମ ମୁସଲିମ ନୁହନ୍ତି, ବରଂ ଦକ୍ଷିଣ ଏସୀୟ ବଂଶୋଦ୍ଭବ ତଥା ଆଫ୍ରିକାରେ ଜନ୍ମିତ ପ୍ରଥମ ବ୍ୟକ୍ତି ଭାବେ ନ୍ୟୁୟର୍କର ମେୟର ହୋଇଛନ୍ତି।

ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ରିପୋର୍ଟ: ନ୍ୟୁୟର୍କ ୩ ଲକ୍ଷ ୪୫ ହଜାର ଅରବପତିଙ୍କ ବାସସ୍ଥଳ
ନୂଆଦିଲ୍ଲୀ: ଚଳିତବର୍ଷ ଆମେରିକାର ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବେ ପରିଗଣିତ ହୋଇଛି। ଗ୍ଲୋବାଲ ୱେଲଥ ଟ୍ରାକର ହେନ୍‌ଲି ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩,୪୫,୬୦୦ ଅରବପତି ବାସ କରୁଛନ୍ତି। ତେଣୁ ଏହି ସହର ବିଶ୍ୱର ସବୁଠୁ ଧନୀ ସହରର ପରିଚୟ ଲାଭ କରିଛି। ନ୍ୟୁୟର୍କ ପଛକୁ ଏହି ତାଲିକାରେ ଜାପାନର ଟୋକିଓ ଏବଂ ଆମେରିକାର ସାନ ଫ୍ରାନ୍ସିସ୍କୋ ଉପକୂଳ ସହର ରହିଛି। ଟୋକିଓ ସହରରେ ୩,୦୪,୯୦୦ କୋଟିପତି ଏବଂ ସାନ୍‌ଫ୍ରାନ୍‌ସିସ୍‌କୋରେ ୨,୭୬,୪୦୦ ଅରବପତି ବାସ କରୁଛନ୍ତି। ତେବେ ଲଣ୍ଡନ, ସିଙ୍ଗାପୁର, ବେଜିଂ, ସାଂଘାଇ, ସିଡନୀ ହଂକଂ, ଫ୍ରାଙ୍କଫର୍ଟ, ଟରୋଣ୍ଟୋ, ଜୁରିଚ୍‌, ସିଓଲ, ମେଲବୋର୍ଣ୍ଣ, ଜେନେଭା ଏବଂ ପ୍ୟାରିସ ଭଳି ସହର ମଧ୍ୟ ବିଶ୍ବର ଅରବପତି ବାସ କରୁଥିବା ଶୀର୍ଷ -୨୦ ସହର ତାଲିକାରେ ସ୍ଥାନ ପାଇଛି। ଅପରପକ୍ଷେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ୨୫ତମ ସ୍ଥାନରେ ରହିଛି। ଏଠାରେ ୫୯,୪୦୦ ଅରବପତି ବାସ କରୁଛନ୍ତି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀ ଏ କ୍ଷେତ୍ରରେ ୩୬ ତମ ସ୍ଥାନରେ ରହିଛି। ଏଠାରେ ୩୦,୨୦୦ ଅରବପତି ବସବାସ କରୁଥÒବା ରିପୋର୍ଟରେ କୁହାଯାଇଛି।

ବିଶ୍ୱର ଶ୍ରେଷ୍ଠ ୨୦ କୋଟିପତି ରହୁଥିବା ସହର ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଏହି ତାଲିକାରେ ନ୍ୟୁୟର୍କ ଏବଂ ଆମେରିକାର ଅନ୍ୟାନ୍ୟ ସହର ଯଥା ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲସ୍, ଚିକାଗୋ, ହ୍ୟୁଷ୍ଟନ୍ ଏବଂ ଡଲାସ୍ ରହିଛି। ଭବିଷ୍ୟତରେ ଦୁବାଇ, ମୁମ୍ବାଇ ଏବଂ ଶେନଜେନ୍ରେ ଅରବପତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହି ତିନୋଟି ସହର ୨୦୩୦ ସୁଦ୍ଧା ଶ୍ରେଷ୍ଠ ୨୦ ଧନୀ ସହର ମଧ୍ୟରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ୨୩ତମ ସ୍ଥାନରେ ରହିଥିବା ଦୁବାଇରେ ବର୍ତ୍ତମାନ ୬୭,୯୦୦ ଅରବପତି ରହୁଛନ୍ତି। ୪୩,୬୦୦ ଅରବପତିଙ୍କ ସହ ଶେନଜେନ୍ ତାଲିକାରେ ୩୦ ତମ ସ୍ଥାନରେ ରହିଛି। ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଏହି ଧନୀ ସହର ତାଲିକା ପ୍ରସ୍ତୁତ କରାଯାଇଛି। ଆଫ୍ରିକା, ଅଷ୍ଟ୍ରେଲିଆ, ପୂର୍ବ-ଏସିଆ, ୟୁରୋପ, ମଧ୍ୟ-ପ୍ରାଚ୍ୟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛି।

‘ଆଇଡ଼ା’ ଘୂର୍ଣ୍ଣିଝଡ଼ର ପ୍ରଭାବରେ ସ୍ଥିତି ଉତ୍କଟ; ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା
ନ୍ୟୁୟର୍କ : ସଂପ୍ରତି ଆମେରିକାର ବିଭିନ୍ନ ସହର ଘୂର୍ଣ୍ଣିଝଡ଼ ‘ଆଇଡା’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୁରୁବାର ପ୍ରବଳ ବର୍ଷା ସହ ଆକସ୍ମିକ ବନ୍ୟା ଆସିବାରୁ ନ୍ୟୁୟର୍କ ଏବଂ ଏହାର ନିକଟସ୍ଥ ଅଞ୍ଚଳ ନ୍ୟୁଜର୍ସିରେ ସ୍ଥିତି ଉତ୍କଟ କରିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ନ୍ୟୁୟର୍କ ଗଭର୍ଣ୍ଣର୍‌ ଜେନେରାଲ୍‌ କ୍ୟାଥି ହୋକୁଲ୍‌ ଟ୍ବିଟ୍‌ କରି ଏହି ସୂଚନା ଜାରି କରିଛନ୍ତି। ଗତ ରବିବାର ଘୂର୍ଣ୍ଣିଝଡ଼ ‘ଆଇଡା’ ୪ର୍ଥ ବର୍ଗର ‘ହରିକେନ୍‌’ ଭାବେ ଆମେରିକାର ଦକ୍ଷିଣ ଭାଗରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଚକ୍ରବାତ ଓ ବନ୍ୟା ସୃଷ୍ଟି ହୋଇଥିଲା। ପବନର ବେଗ ଏତେ ତୀବ୍ର ଥିଲା ଯେ, ମିସିଶିପି ନଦୀର ଗତିପଥ ମଧ୍ୟ ବିପରୀତ ଦିଗକୁ ହୋଇପଡ଼ିଥିଲା। ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହିତ ନ୍ୟୁୟର୍କ ସହରରେ ଆକସ୍ମିକ ବନ୍ୟା ଆସିବାର ସୂଚନା ଜାରି କରାଯାଇଥିଲା। ଏହି ଘୋଷଣାର କିଛି ସମୟ ପରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏଭଳି ସତର୍କ ସୂଚନା ଜାରି ହେବା ନ୍ୟୁୟର୍କରେ ପ୍ରଥମ ଘଟଣା। ଏବେ ବିଭିନ୍ନ ସ୍ଥାନରେ ସୁଡ଼ଙ୍ଗ ମଧ୍ୟକୁ ପ୍ରବଳ ଜଳରାଶି ପ୍ରବେଶ କରିବାରୁ ନ୍ୟୁୟର୍କ ସହରର ପ୍ରାୟ ସମସ୍ତ ଭୂତଳ ରେଳ ଚଳାଚଳ ବନ୍ଦ କରି ଦିଆଯାଇଛି। ସହରରେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ମୋଟ ୭ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଇଛି।