Dr.Surjya Narayan Patro - The Sakala

ରାଜ୍ଯରେ ବଢୁଛି ମାଣ୍ଡିଆ ଚାହିଦା, ମନ ଜିଣୁଛି ମିଲେଟ ମିଶନ- କୃଷି ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଠାଇଥିଲେ । ଖାଇବା ତେଲ, ଡିଜେଲ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ସଂକଳ୍ପ ନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଟ୍ୟାକ୍ସ କମାଇବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରୁଛି ଶହେ ବର୍ଷ, ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା
ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଏ ନେଇ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ଯନ୍ତ ହେବ ବୋଲି ସମୟ ଧାର୍ଯ୍ଯ କରାଯାଇଛି । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଗୃହରେ ଆଲୋଚନା କରାଯିବ।

ସୂଚନା ଅନୁଯାୟୀ, ଆସନ୍ତା ୨୩ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତକୁ  ଶହେ ବର୍ଷ ପୂରିବ। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ କାଠଯୋଡ଼ି ନଦୀ ପଠାରେ ଏକାଠି ହୋଇଥିଲେ କଟକ ଗସ୍ତରେ ଆସିଥିବା ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ,ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ଯ ହରିହର ଦାସଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଏକାଠି ପାଇଁ ସୃଷ୍ଟି କରାଯାଇଥିଲା ଜନ ଆନ୍ଦୋଳନ।

୪ଟା ଯାଏଁ ଗୃହ ମୁଲତବୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ
ଭୁବନେଶ୍ୱର: ଷଷ୍ଠଦିନରେ ମଧ୍ଯ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ  ପ୍ରଥମେ ମଧ୍ୟାହ୍ନ ୧୨ ଯାଏ ମୁଲତବୀ ରଖାଯାଇଥିଲା। ପରେ ପୁଣି ଗୃହକୁ ୪ଟା ଯାଏଁ ମୁଲତବୀ କରାଯାଇଛି। ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ ।

ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର । ପବିତ୍ର ଗୃହର ମର୍ୟ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

୧୨ରୁ ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ବଜେଟ୍‌ ଅଧିବେଶନ, ଆସନ୍ତାକାଲି ବିଧାୟକଙ୍କ କୋଭିଡ ଟେଷ୍ଟ
ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ଯ୍ଯାୟ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ସବୁ ବିଧାୟକଙ୍କ ଆସନ୍ତାକାଲିଠୁ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ସୁରକ୍ଷାକର୍ମୀ, ସାମ୍ବାଦିକ, ବିଧାନସଭା କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ ହେବ ।

ଏଥିପାଇଁ ଆସନ୍ତାକାଲି ଠାରୁ କରୋନା ଟେଷ୍ଟ ହେବ ଏବଂ ୨ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିବ। ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ। ପୂର୍ବ କାର୍ଯ୍ଯସୂଚୀ ଅନୁସାରେ ବିଧାନସଭା ଚାଲିବ। କରୋନା କଟକଣା ପାଇଁ ବିଧାନସଭା ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଇ-ବିଧାନସଭା ପାଇଁ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ
ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ଯାକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ।

ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ଯାନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ ଅଛନ୍ତି। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ବଜେଟ୍, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ପ୍ରଶ୍ନ କାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି ।