Khorasan - The Sakala

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତ, ସତର୍କ କଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଭାରତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ଖୁରାସାନ ଭାରତ ଉପରେ ଆକ୍ରମଣ କରିପାରେ । ଗୁଇନ୍ଦା ବିଭାଗ ଏନେଇ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରିଛି । ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ଇସାରାରେ ଆକ୍ରମଣ କରିପାରେ ଇସଲାମିକ ଷ୍ଟେଟ ଖୁରାସାନ । ଏଥିପାଇଁ ଖୁରାସାନ କର୍ଣ୍ଣାଟକ ଓ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ସହ ସମ୍ପର୍କ କରିଥିବା ଜଣାପଡ଼ିଛି ।

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ କରିବା ପରେ ଆଇଏସଆଇ ଇସାରାରେ ଆଉ ଏକ ରକ୍ତାକ୍ତ ସଂଘର୍ଷ ପାଇଁ ଉଦ୍ୟମ ଚଳାଇଛି ଏହି ଆତଙ୍କବାଦୀ ସଂଗଠନ । ଏଥିପାଇଁ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ସେମାନେ ସମ୍ପର୍କରେ ଅଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ, ଇସଲାମିକ ଷ୍ଟେଟ ଭାରତରେ ଥିବା ତାର ସହଯୋଗୀଙ୍କୁ ବିସ୍ଫୋଟକ ଓ ଛୋଟ ଅସ୍ତ୍ରଶସ୍ତ୍ର କିଣିବାକୁ କହିଛି । ଏଥିପାଇଁ ଆଇଏସ୍ ଟଙ୍କା ଯୋଗାଇ ଦେବ ।

ଷଡ଼ଯନ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ କର୍ଣ୍ଣାଟକ ଓ କାଶ୍ମୀରରୁ ଧରା ପଡ଼ିଥିବା ଲୋକଙ୍କୁ ଗୁଇନ୍ଦା ଓ ସୁରକ୍ଷା ଅଧିକାରୀ ପଚରାଉଚରା କରିଛନ୍ତି । ସମ୍ଭାବ୍ୟ ଆକ୍ରମଣ ନେଇ ହୋଇଥିବା ଷଡ଼ଯନ୍ତ୍ରରେ ସେମାନେ ସାମିଲ୍ ଥିବା ମାନିଛନ୍ତି । ଆଇଏସ୍- ଖୁରାସାନା ଟାର୍ଗେଟରେ ରାଇଟ୍ ୱିଙ୍ଗ ଲିଡର୍ସ, ମନ୍ଦିର, ପଶ୍ଚମ ଦେଶ ସହ ଜନଗହଳିପୂର୍ଣ୍ଣ ଅଞ୍ଚଳ ରହିଛି । ଖୁରାସାନ ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରିପାରେ ।

ଗୁଇନ୍ଦା ବିଭାଗ ଏନେଇ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଆଲର୍ଟ କରିଛି । ଟାର୍ଗେଟ୍ କିଲିଂ ସହ ଆଇଇଡି ବିସ୍ଫୋରଣ ପାଇଁ ଖୁରାସାନ ଯୋଜନା କରିଥିବା ଜଣାପଡ଼ିଛି । ବିଗତ ଦିନରେ ଏନଆଇଏ ଜମ୍ମୁକାଶ୍ମୀର ଓ କର୍ଣ୍ଣାଟକରୁ ଆଇଏସଆଇଏସ୍ ଲୋକଙ୍କୁ ଗିରଫ କରିଥିଲା । ସେବେଠୁ ହିଁ ଏଭଳି କିଛି ଷଡ଼ଯନ୍ତ୍ର ନେଇ ଆଶଙ୍କା କରାଯାଉଥିଲା ।