Ganesh Puja - The Sakala
ଭାରତୀୟ ସଂସ୍କୃତିରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଶ ନାମରେ ଖ୍ୟାତ ହୋଇଛନ୍ତି। ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ। ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧଦାତା, ସର୍ବ ମଙ୍ଗଳମୟ ରୂପେ ଅଭିହିତ କରାଯାଇଛି। ସେ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ। ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧିଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି। ଆଦି ଦେବତା ଭାେବ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ଗଜାନନଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ପୂଜା କରାଯିବା ବିଧି ରହିଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଗଣେଶ ପୂଜା ସର୍ବଭାରତୀୟ ପୂଜା ଭାବରେ ପ୍ରସିଦ୍ଧି ଲାଭ କରି ଆସିଛି। ଶ୍ରୀଗଣେଶ ବିଦ୍ୟାଦାତା ଓ ସିଦ୍ଧି ଦାତା ଭାବେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ପୂଜିତ ହୋଇଥାନ୍ତି। ଖାସ୍‌ ସେଥିପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳନ କରାଯାଏ। ସମସ୍ତ ପ୍ରକାର ଫଳ, ଚୁଡା ଘଷା, ବେସନ ସେଉ, ବୁନ୍ଦି ଗଣେଶଙ୍କୁ ଭୋଗ ରୂପେ ଅର୍ପଣ କରାଗଲେ ବି ମୋଦକ ଓ ରାଶିଲଡ଼ୁ ତାଙ୍କର ପ୍ରିୟ ଭୋଗ। ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।
ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ତାଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍‌ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କ ଶିରଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଶ୍ରୀଗଣେଶଙ୍କ ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡ଼ିଥିଲେ। ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ। ପାର୍ବତୀଙ୍କୁ ସୃଷ୍ଟି କର୍ତ୍ତା ବ୍ରହ୍ମା ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ସମ୍ମୁଖରେ ପାର୍ବତୀ ଦୁଇଟି ସର୍ତ୍ତ ରଖିଥିଲେ । ପ୍ରଥମେ ଗଣେଶଙ୍କୁ ଜୀବ ଦାନ ଦିଆଯିବ ଅନ୍ୟଟି ସେ ଅଗ୍ରପୂଜ୍ୟ ହେବେ। ଏଥିରେ ବ୍ରହ୍ମା ରାଜି ହୋଇଥିଲେ। ଅପରପକ୍ଷରେ ଶିବ ଗଣେଶଙ୍କୁ ଜୀବଦାନ ଦେବା ପାଇଁ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତା’ର ଶିର ଛେଦନ କରି ନେଇ ଆସିବ ବୋଲି କହିଥିଲେ। ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ। ବିଘ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ। ପୌରାଣିକ ମତେ, ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି। ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାମଣ୍ଡପମାନଙ୍କରେ ଆୟୋଜିତ ହୁଏ। ଭକ୍ତି ସହକାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କଲେ ମାନବର ସମସ୍ତ ଆଶା ଆକାଂକ୍ଷା ପ୍ରଭୁଙ୍କ ଦ୍ବାରା ପୂର୍ଣ୍ଣ ହୋଇଥାଏ ବୋଲି ଭାରତୀୟ ଜନମାନସରେ ବିଶ୍ବାସ ରହିଛି।
ଶ୍ରୀଗଣେଶଙ୍କ ପୂଜାରେ କେବେ ବି କରନ୍ତୁନି ଏହିସବୁ ଭୁଲ୍‌…
ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଯେ, ଗଣେଶଙ୍କ ପୂଜା କରିବା ଦ୍ୱାରା ବଡ଼ବଡ଼ ସଙ୍କଟ ଦୂର ହୁଏ। ତେଣୁ ଶ୍ରୀଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ। ତେଣୁ ତାଙ୍କ ପୂଜାରେ କିଛି ତ୍ରୁଟି ରହିବା ଉଚିତ ନୁହେଁ। ନଚେତ୍‌ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପୂଜା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରି।
ଅରୁଆ ଚାଉଳ ବା ଅକ୍ଷତକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଶ୍ରୀଗଣେଶଙ୍କ ପୂଜାରେ ଭାଙ୍ଗି ଯାଇଥିବା ଅକ୍ଷତକୁ ବ୍ୟବହାର କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କ ପୂଜାରେ ଲାଲ୍‌ ସିନ୍ଦୂର ଓ ଲାଲ୍‌ ରଙ୍ଗର ଫୁଲ ବ୍ୟବହାର କରାଯାଏ। ଶ୍ରୀଗଣେଶଙ୍କୁ ଦୂବ ଅର୍ପଣ କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।
ଶୁଖିଯାଇଥିବା କିମ୍ବା ବାସି ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ପରିବାରରେ ଦରିଦ୍ରତା ଆସିଥାଏ।
ଏକ ପୌରାଣିକ କଥା ଅନୁଯାୟୀ, ଚନ୍ଦ୍ର ଏକଦା ଶ୍ରୀଗଣେଶଙ୍କ ଉପହାସ କରିଥିଲେ। ତେଣୁ ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ଧଳାଫୁଲର ସମ୍ପର୍କ ଚନ୍ଦ୍ର ସହିତ ଥିବାରୁ ଶ୍ରୀଗଣେଶଙ୍କ ପୂଜାରେ ଧଳାଫୁଲ ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଧଳା ବସ୍ତ୍ର କିମ୍ବା କୌଣସି ଧଳା ରଙ୍ଗର ପୂଜାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
ନିଜ ରାଶି ଅନୁଯାୟୀ କରନ୍ତୁ ଗଣେଶ ପୂଜା
ବିଘ୍ନହର୍ତ୍ତା ଶ୍ରୀଗଣେଶ ଅଗ୍ରପୂଜ୍ୟ। ତାଙ୍କୁ ଆରାଧନା କରିବା ଦ୍ବାରା ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଦୂରେଇ ଯାଇଥାଏ। ଶ୍ରୀଗଣେଶଙ୍କ ପୂଜାରେ ମନ୍ଦାର, ଦୂର୍ବା, ମୋଦକ, ଲଡ଼ୁ ଇତ୍ୟାଦି ମୁଖ୍ୟ ଏବଂ ମିଷ୍ଟାନ୍ନ ଭୋଗ କରିବା ଦ୍ବାରା ବିଶେଷ କୃପାଲାଭ ହୋଇଥାଏ। ଆଶିଷ ପାଇବା ପାଇଁ ତଥା ସବୁ ମନସ୍କାମନା ଶୀଘ୍ର ପୂର୍ଣ୍ଣ ପାଇଁ ନିଜ ନିଜର ରାଶି ଅନୁସାରେ ଶ୍ରୀଗଣେଶଙ୍କ କେଉଁ ରୂପକୁ ଆରାଧନା କରିବେ ଏବଂ କେଉଁ ଭୋଗ ସମର୍ପଣ କରିବେ, ତାହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ।
* ମେଷ ରାଶିର ବ୍ୟକ୍ତିମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା କରିବା ସହିତ ଭୋଗରେ ଗୁଡ଼ର ବ୍ୟବହାର କରିବା ଉଚିତ।
* ବୃଷ ରାଶିର ଜାତକମାନେ ଶ୍ରୀଗଣେଶଙ୍କ ବିନାୟକ ରୂପକୁ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ ଏବଂ ମିଶ୍ରି ଭୋଗ କରନ୍ତୁ।
* ମିଥୁନ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଉଚିତ ଏବଂ ମୁଗରେ ତିଆରି ଭୋଗ ସହିତ ମୋଦକ ଅର୍ପଣ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୁଏ।
* କର୍କଟ ରାଶିର ଲୋକମାନେ ବକ୍ରତୁଣ୍ଡ ସ୍ବରୂପକୁ ପୂଜା କରିବା ସହିତ ମିଶ୍ରି ଭୋଗ ସହିତ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।
* ସିଂହ ରାଶିର ବ୍ୟକ୍ତି ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ସହିତ ବେସନ ଓ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।
* କନ୍ୟା ରାଶିର ବ୍ୟକ୍ତିମାନେ ମଧ୍ୟ ମିଳିତ ଭାବେ ଶ୍ରୀଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତ ହୁଏ। କ୍ଷୀରୀ ଭୋଗ ଲଗାନ୍ତୁ।
* ତୁଳା ରାଶିର ବ୍ୟକ୍ତି ବକ୍ରତୁଣ୍ଡ ରୂପକୁ ପୂଜା କରିବା ସହିତ ନଡ଼ିଆ ଲଡ଼ୁ ଭୋଗ ଲଗାଇବା ଦ୍ବାରା ଶୁଭ ହୋଇଥାଏ।
* ବିଛା ରାଶିର ଲୋକମାନେ ଶ୍ବେତାର୍କ ଗଣେଶଙ୍କୁ ପୂଜା କରିବା ସହିତ ଲାଲ୍‌ ରଙ୍ଗର ଫୁଲ ଏବଂ ମୋତିଚୁର ଲଡ଼ୁ ଭୋଗ ଲଗାନ୍ତୁ।
* ଧନୁ ରାଶିର ବ୍ୟକ୍ତି ଲକ୍ଷ୍ମୀ-ଗଣେଶଙ୍କ ଉପାସନା କରିବା ସହିତ ବେସନ ଲଡ଼ୁ ଭୋଗ ଲଗାଇବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।
* ମକର ରାଶିର ଜାତକ ଶକ୍ତି ବିନାୟକଙ୍କ ଆରାଧନା ସହ ମୋଦକ ଓ ଅଳେଇଚ ଭୋଗ ଲଗାନ୍ତୁ।
* କୁମ୍ଭ ରାଶିର ବ୍ୟକ୍ତିମାନେ ମଧ୍ୟ ଶକ୍ତି ବିନାୟକଙ୍କ ପୂଜା କରିବା ସହିତ ବେସନ ଲଡ଼ୁ ଭୋଗ ଚଢ଼ାନ୍ତୁ।
* ମୀନ ରାଶିର ବ୍ୟକ୍ତି ହରିଦ୍ରା ଗଣେଶଙ୍କ ପୂଜା କରିବା ସହିତ ଲଡ଼ୁ ଭୋଗ ଓ ମହୁ ଅର୍ପଣ କରିବ ଦ୍ବରା ଶୁଭ ଫଳ ପ୍ରାପ୍ତ କରିଥାନ୍ତି।
ଆସୁଛି ଗଣେଶ ପୂଜା, ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ୍‌‌ ପୁଲିସ
ଭୁବନେଶ୍ୱର: ଆଗକୁ ଗଣେଶ ପୂଜା ଆସୁଥିବାରୁ ଏହାକୁ ନଜରରେ ରଖି କମିଶନରେଟ୍‌‌ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶୁକ୍ରବାର ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ। ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍‌‌କୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୁଲିସ ନିୟମ କଡ଼ାକଡ଼ି କରିଛି। ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି।
ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି। ବଡ଼ କଥା ହେଲା ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି। ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ। କିନ୍ତୁ ଏଥର ଏଭଳି ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଜୋର୍‌‌ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ। ତେବେ, ଦେଶରେ ଏଭଳି ଏକ ମନ୍ଦିର ଅଛି, ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ। ଶ୍ରୀଗଣେଶଙ୍କର ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ, ଯାହାକି ଉଚ୍ଛିଷ୍ଟ ଗଣପତି ମନ୍ଦିର ଭାବରେ ଖ୍ୟାତ। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ, ଏହା କେବଳ ବର୍ଷକୁ ୧୨ ଘଣ୍ଟା ପାଇଁ ଖୋଲିଥାଏ। ଗଣେଶ ଚତୁର୍ଥୀ ଦିନ ପ୍ରାତଃ ୬ ଘଟିକାରୁ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଗଣପତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ। କେବଳ ସେତିକି ନୁହେଁ, ଏହି ମନ୍ଦିର କପାଟ ଖୋଲିବା ପୂର୍ବରୁ, ଯଜ୍ଞକୁଣ୍ଡରେ ଦଶ ହଜାର ଆହୁତି ଅର୍ପଣ କରାଯାଏ। ଗଣେଶ ଚତୁର୍ଥୀ ଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି। କୁହାଯାଏ ଯେ, ଯେଉଁମାନଙ୍କର ବିବାହରେ ବାଧା ଉପୁଜୁଛି, ସେମାନେ ବପ୍ପାଙ୍କ ପ୍ରିୟ ଦୂବ ଓ ସିନ୍ଦୂର ଅର୍ପଣ କରିବା ଦ୍ବାରା ବିବାହ ଶୀଘ୍ର ହୋଇଯାଇଥାଏ। ଏହାବ୍ୟତୀତ, ଯେଉଁମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଦେଇଥାଏ, ସେମାନେ ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ପାଟିରେ ପାନ, ଗୁଆ, ଗୁଜୁରାତି ଆଦି ରଖି ଉଚ୍ଛିଷ୍ଟ ଗଣେଶଙ୍କୁ ଦର୍ଶନ କରିବାର ନିୟମ ରହିଛି।
ଆଜି ଗଣେଶ ପୂଜା: ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୂଜା କରାଯାଇଥାଏ ଭଗବାନ ଗଣେଶଙ୍କୁ
ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ତ ସେ ବିଘ୍ନହର୍ତ୍ତା। ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନ ଆସୁ, ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ, ସବୁଥିରେ ଗଣେଶଙ୍କ ଆବାହନ କରାଯାଏ। ସେ ସର୍ବତ୍ର ବିଦ୍ୟମାନ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। ବିଶେଷ ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଦ୍ୟାଦାତା ଭାବେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବର ସହକାରେ ପାଳନ କରାଯାଏ। ଓଡ଼ିଶା ସହିତ ଭାରତର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାରେ ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳେ। ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ପାଳନ ହେଉଥିବାବେଳେ ଓଡ଼ିଶାର ଜଟଣୀଠାରେ ୧୧ଦିନ ଧରି ଗଣେଶପୂଜା ପାଳନ କରାଯାଏ।
ଶିବ ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ଗାଧୋଇବା ସମୟରେ ନିଜଦେହର ମଳିରୁ ଏକ ମୂର୍ତ୍ତି ଗଠନ କରିଥିଲେ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ଦେହମଳିରୁ ଗଠିତ ମୂର୍ତ୍ତିକୁ ଜୀବନ ଦାନ ଦେଇଥିଲେ । ପାର୍ବତୀ ଗୁମ୍ଫା ଭିତରେ ତପସ୍ୟା କରିବା ସମୟରେ ଶ୍ରୀଗଣେଶଙ୍କୁ ଦ୍ୱାର ଜଗିବା ସହିତ ଗୁମ୍ଫା ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇଥିଲେ । ବାଳକ ଗଣେଶ ଦ୍ବାରପାଳ ଦାୟିତ୍ବରେ ଥିବା ସମୟରେ ନିଜ ତପସ୍ୟା ସରିବାରୁ ମହାଦେବ ପାର୍ବତୀଙ୍କୁ ଦର୍ଶନ କରିବାପାଇଁ ସେଠାରେ ଆସି ପହଞ୍ଚିଥିଲେ । ବାଳକ ଦ୍ବାରପାଳଙ୍କୁ ନିଜ ପରିଚୟ ଦେବା ସହ ଦ୍ବାର ଛାଡ଼ିବା ପାଇଁ କହିଥିଲେ । କିନ୍ତୁ ମାତାଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଶ୍ରୀଗଣେଶ, ଶିବଙ୍କୁ ମଧ୍ୟ ଦ୍ବାର ଛାଡ଼ିନଥିଲେ । ଦୁହିଁଙ୍କ ମଧ୍ୟରେ ବାକ୍‌ ବିତର୍କ ହୋଇଥିଲା । ତା’ପରେ ଶିବ କ୍ଷୁବ୍ଧ ହୋଇ ତ୍ରିଶୂଳରେ ଗଣେଶଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲେ । ପାର୍ବତୀ ଆସି ଦେଖିବା ବେଳକୁ ଗଣେଶ ଜୀବିତ ନଥିଲେ । ପାର୍ବତୀ ଅଧୀର ହୋଇପଡ଼ିଲେ । ପାର୍ବତୀଙ୍କ ଅବସ୍ଥା ଦେଖି ଶିବ ଚିନ୍ତିତ ହୋଇ ଉଠିଲେ । ଏବେ କ’ଣ କରାଯିବ । ଯେତେ ବୁଝାଇଲେ ବି ପାର୍ବତୀ ବୁଝିବା ଅବସ୍ଥାରେ ନଥିଲେ । ଶେଷରେ ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସମଗ୍ର ସୃଷ୍ଟିକୁ ଧ୍ବଂସ କରିଦେବାକୁ ବାହାରିଲେ। ଏଭଳି ସ୍ଥିତି ଦେଖି ସୃଷ୍ଟିକର୍ତ୍ତା ବ୍ରହ୍ମା ସେଠାରେ ପହଞ୍ଚି ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଏବଂ ସୃଷ୍ଟିକୁ ଧ୍ବଂସ ନ କରିବା ପାଇଁ ନିବେଦନ କଲେ। ଶାନ୍ତ ହେବାପାଇଁ ପାର୍ବତୀ, ବ୍ରହ୍ମାଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଲେ । ପ୍ରଥମ ସର୍ତ୍ତଟି ହେଲା ଗଣେଶଙ୍କୁ ଜୀବନ ପ୍ରଦାନ କରାଯିବ ଏବଂ ଦ୍ବିତୀୟ ସର୍ତ୍ତଟି ହେଲା ଗଣେଶ ଅଗ୍ରପୂଜ୍ୟ ହେବେ। ବ୍ରହ୍ମା ଏଥିରେ ରାଜି ହେଲେ । ଶିବ ତାଙ୍କ ଅନୁଚରମାନଙ୍କୁ ପ୍ରେରଣ କଲେ ଏବଂ ନିର୍ଦ୍ଦେଶ ଦେଲେ ଯେ, ଯେଉଁ ପ୍ରାଣୀଙ୍କୁ ସେମାନେ ପ୍ରଥମେ ଦେଖିବେ, ଯେକି ଉତ୍ତର ଦିଗକୁ ମୁଣ୍ଡ କରି ଶୟନ କରିଥିବ, ତା’ର ଶିର ଛେଦନ କରି ନେଇ ଆସିବେ ।
ଶିବଦୂତମାନେ ଖୋଜି ଖୋଜି ଶେଷରେ ଏକ ହାତୀ ମୁଣ୍ଡ ନେଇ ଫେରିଲେ। ଦେବ ଦେ ମହାଦେବ, ଗଣେଶଙ୍କ ଦେହରେ ହାତୀ ମୁଣ୍ଡଟିକୁ ଖଞ୍ଜି ଜୀବନ୍ୟାସ ପ୍ରଦାନ କଲେ । କେବଳ ସେତିକି ନୁହେଁ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେବେ ବୋଲି ଘୋଷଣା କଲେ । ଶ୍ରୀଗଣେଶ ମହାଦେବଙ୍କ ପ୍ରମଥ ଗଣର ସେନାପତି । ଗଣେଶଙ୍କର ଅନେକ ନାମ ଅଛି, କିନ୍ତୁ ୧୨ଟି ନାମ ପ୍ରସିଦ୍ଧ : ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ।  ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର। ପ୍ରଭୁ ଗଣେଶଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ ଶକ୍ତି ସମାହିତ ଅଟେ। ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, ନଡ଼ିଆ, କଦଳୀ ଓ ଅନ୍ୟାନ୍ୟ ଫଳମୂଳ ନୈବେଦ୍ୟ ରୂପେ ବଢ଼ାଯାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଭଗବାନ ଶ୍ରୀଗଣେଶଙ୍କ ଧ୍ୟାନ ଜପ କଲେ ସକଳ ଶୁଭପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଶ୍ରୀମନ୍ଦିରରେ ଏହି ଦିନ ସଂଧ୍ୟା ଧୂପ ପରେ କଳ୍ପବଟ ମୂଳରେ ଥିବା ‘ବଟ ଗଣେଶ’ ଓ ଶ୍ରୀମନ୍ଦିର ପଶ୍ଚିମ ଦିଗରେ ଥିବା ‘କାଞ୍ଚି ଗଣେଶ’ଙ୍କ ନିକଟରେ ଶୀତଳ ଭୋଗ ଓ ବନ୍ଦାପନାହୁଏ। ଏହାପରେ ସରସ୍ବତୀଙ୍କ ମନ୍ଦିରଠାରେ ମାଦଳା ପାଞ୍ଜି ରଖି ୨୧ଟି ନଡ଼ିଆ ଭଙ୍ଗାଯାଏ। ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ହୁଏ।
ବାଲୁକା କଳାରେ କଉଡି ଗଣେଶ
ପୁରୀ : କଉଡି ଓ ଶାମୂକାରେ ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଛି। ଏହାକୁ ତିଆରି କରିବା ପାଇଁ ୪ ଘଣ୍ଟା ପାଖାପାଖି ସମୟ ଲାଗିଥିଲା।କୋଭିଡ ମହାମାରୀ ସମୟରେ ସାରାବିଶ୍ୱ ବାସୀଙ୍କୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
#HappyGaneshChaturthi
May Lord Ganesh bless all.
First time I have used 7000 Seashells on my SandArt installation with message “World Peace “at Puri beach in Odisha. pic.twitter.com/vdjV1wtrfE
— Sudarsan Pattnaik (@sudarsansand) September 10, 2021
ଗଣେଶ ପୂଜା ପାଳନ ପାଇଁ ଜାରି ହୋଇଛି ବିଏମସିର ଗାଇଡଲାଇନ୍
ଭୁବନେଶ୍ୱର: ଗଣେଶ ପୂଜା ପାଳନ ପାଇଁ ଜାରି ହୋଇଛି ବିଏମସିର ଗାଇଡଲାଇନ୍। ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। କମିଶନରେଟ୍ ପୋଲିସର ଅନୁମତି ନେଇ ପୂଜା କମିଟିମାନେ କରୋନା କଟକଣା ମାନି ମଣ୍ଡପରେ ଗଣେଶ ପୂଜା ପରିଚାଳନା କରିପାରିବେ। କେବଳ ରୀତିନୀତିରେ ହେବ ପୂଜା।
୧-ଗଣେଶ ପୂଜା ଅବସରରେ ମଣ୍ଡପ ରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ ।ପୂଜା କମିଟି / ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ COVID-19 ପ୍ରୋଟୋକଲ ଗ୍ରହଣ କରି ମଣ୍ଡପ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା କରିପାରିବେ । ସେମାନଙ୍କୁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ ।
୨- ପୂଜା କେବଳ ରୀତିନୀତି ପାଳନ ପାଇଁଁ କରାଯିବ ।
୩- ପୁରୋହିତଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ବ୍ୟବହାର ଉଦ୍ଦେଶ୍ୟରେ ମଣ୍ଡପ / ପାଣ୍ଡାଲଙ୍କୁ ତିନି ପାର୍ଶ୍ୱରେ ଆବଦ୍ଧ ଏବଂ ଗୋଟିଏ ପାର୍ଶ୍ୱରେ ଖୋଲିବାକୁ ପଡିବ । ଏହି ଚତୁର୍ଥ ପାର୍ଶ୍ୱକୁ ମଧ୍ୟ ସଠିକ୍ ଭାବରେ ଆଚ୍ଛାଦିତ କରାଯିବା ଉଚିତ।
୪- ମୂର୍ତ୍ତି ଆକାର ୪ ଫୁଟରୁ କମ୍ ହେବା ଉଚିତ୍ ।
୫- ପୂଜା ସମୟରେ ୭ ରୁ ଅଧିକ ବ୍ୟକ୍ତି ଅନୁମତି ରହିବେ ନାହିଁ । ଏବଂ ଉପସ୍ଥିତ ସମସ୍ତଙ୍କୁ କଡା COVID-19 ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡିବ। ଆୟୋଜକମାନେ ନିଶ୍ଚିତ କରିବେ ଯେ ପୂଜାପାଠ ପାଳନ ପାଇଁ କେବଳ ଟିକା ଦିଆଯାଇଥିବା ଲୋକଙ୍କୁ ଅନୁମତି ଦିଆଯିବ।
୬-  ମୂର୍ତ୍ତି ବିସର୍ଜନ ବେଳେ ବିଏମସି ଦ୍ୱାରା ସୃଷ୍ଟି ହେବାକୁ ଥିବା କୃତ୍ରିମ ପୋଖରୀରେ କରିବାକୁ କୁହାଯାଇଛି।
୭- ଶିକ୍ଷାନୁଷ୍ଠାନ / କୋଚିଂ ପ୍ରତିଷ୍ଠାନରେ ଗଣେଶ ପୂଜା ଏହିସବୁ ନିୟମ ପାଳନ କରି କରାଯିବ । ସର୍ବାଧିକ ଅଂଶଗ୍ରହଣକାରୀ ସଂଖ୍ୟା ୨୦ ମଧ୍ୟରେ ରହିବ ଏବଂ ସମସ୍ତଙ୍କୁ COVID-19 ପ୍ରୋଟୋକଲ୍ ପାଳନ କରିବାକୁ ପଡିବ।
୮- ପୂଜା ବେଳେ ଭୋଜି / ପ୍ରସାଦ ସେବନକୁ କୁ ଅନୁମତି ନାହିଁ ।