career opportunities in baking - The Sakala
ସମ୍ପ୍ରତି ବେକରି ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଉଛି। ଅର୍ଥାତ୍ କେକ୍‌, ପେଷ୍ଟ୍ରି, କୁକିଜ୍‌, ବ୍ରେଡ୍ ଆଦି ବେକରି ଜିନିଷକୁ ସମସ୍ତେ ପସନ୍ଦ କରୁଛନ୍ତି। ବିଶେଷକରି ଯୁବପିଢ଼ିଙ୍କଠାରେ ଏହାର ଚାହିଦା ଅଧିକ। ଏହାର ପ୍ରସ୍ତୁତକର୍ତ୍ତାଙ୍କୁ କୁହାଯାଏ ‘ବେକର’। ବେକର କାର୍ଯ୍ୟ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଅନ୍ୟପଟେ କରୋନା କାଳରେ ଅନେକ ଗୃହିଣୀ ତଥା ଯୁବପିଢ଼ି ମଧ୍ୟ ଏହାକୁ କ୍ୟାରିଅର ଭାବେ ଗ୍ରହଣ କରିଛନ୍ତି।
କ’ଣ ଆବଶ୍ୟକ
ଏ କ୍ଷେତ୍ର ଲାଗି ସୃଜନଶୀଳ ହେବା ଆବଶ୍ୟକ। ସାଧାରଣତଃ ବେକରି ଜିନିଷ ଦେଖିବାକୁ ଆକର୍ଷଣୀୟ ତଥା ସୁନ୍ଦର ଦେଖାଯାଏ। ତେଣୁ କଲିନାରୀ ଆର୍ଟ ବାବଦରେ ଜାଣିବା ନିହାତି ଜରୁରୀ। ସେହିପରି ଟାଇମ ମ୍ୟାନେଜମେଣ୍ଟ୍, କମ୍ୟୁନିକେସନ୍ ସ୍କିଲ୍, ଟିମ୍ ୱାର୍କ ଆଦି ବାବଦରେ ଅବଗତ ହେବା ଦରକାର। ତେବେ ସବୁଠୁ ଗୁରୁତ୍ବ ରଖେ ଧୈର୍ଯ୍ୟ। ଏଥିରେ କୋଲ୍ଡ ସେକସନ ଓ ହଟ୍ ସେକ୍‌ସନ ଅଛି । କୋଲ୍ଡ ସେକସନରେ କେକ୍, ପେଷ୍ଟ୍ରି ଆଦି ସାମିଲ ଥାଏ। ଏହାକୁ ଯେଉଁମାନେ ପ୍ରସ୍ତୁତ କରନ୍ତି, ସେମାନଙ୍କୁ ‘ବେକ୍‌ରି ସେଫ୍‌’ ବୋଲି କୁହାଯାଏ। ଅନ୍ୟପଟେ ହଟ୍ ସେକ୍‌ସନରେ କୁକିଜ, ବ୍ରେଡ୍‌ ଆଦି ପ୍ରସ୍ତୁତ କରାଯାଏ। ଏ ବିଭାଗରେ ଯେଉଁମାନେ କାମ କରନ୍ତି ସେମାନେ ‘ପେଷ୍ଟ୍ରି ସେଫ୍’ ଭାବେ ପରିଚିତ। ତେବେ ନିଜର ଆଉଟଲେଟ୍ ଖୋଲିବା ପାଇଁ ଫୁଡ୍ ଲାଇସେନ୍ସ ବି ରହିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ଯଦିଓ ସେମିତି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଏଥିରେ ଥିବା ଜଣାଯାଏନାହିଁ, ତଥାପି ହୋଟେଲ ମ୍ୟାନେଜମେଣ୍ଟରେ ଏନେଇ ଅନେକ କିଛି ଶିକ୍ଷା ଦିଆଯାଏ। ସମ୍ପ୍ରତି ଏନେଇ ସାର୍ଟିଫିକେଟ୍ କୋର୍ସ, ସର୍ଟ ଟର୍ମ କୋର୍ସ, ଡିପ୍ଲୋମା ଓ ଡିଗ୍ରୀ କୋର୍ସ ଉପଲବ୍ଧ। ସେହିପରି ଅନଲାଇନ୍ କୋର୍ସ ମଧ୍ୟ ରହିଛି।
ନିଯୁକ୍ତି ସୁଯୋଗ
ଏ କ୍ଷେତ୍ରରେ ନିଯୁକ୍ତର ଆଦୌ ଅଭାବ ନାହିଁ। ନିଜସ୍ବ ଷ୍ଟାର୍ଟଅପ୍ ଖୋଲିପାରିବେ। ନଚେତ ହୋଟେଲ, ରେସ୍ତୋରାଁ, କାଫେ ଆଦିରେ ନିଯୁକ୍ତି ମିଳିଥାଏ। ତେବେ ପ୍ରସିଦ୍ଧ ସଂସ୍ଥା ସହ କାମ କରିବା ପାଇଁ ୨-୩ ବର୍ଷ ଅଭିଜ୍ଞତା ଥିବା ଦରକାର। ଅନ୍ୟପଟେ ହେଡ୍ ବେକର୍‌, ଆର୍ଟିସାନ୍ ବେକର, ଆସିଷ୍ଟାଣ୍ଟ ବେକର୍, ବ୍ରେଡ୍ ବେକର, କେକ୍ ବେକର ଆଣ୍ଡ୍ ଡେକୋରେଟର, ପେଷ୍ଟ୍ରି ସେଫ୍ ଆଦି ପଦରେ ନିଯୁକ୍ତି ମିଳିଥାଏ। ସେହିପରି ପାର୍ଟ ଟାଇମ୍ ଭାବେ ଯେକୌଣସି ରେସ୍ତୋରାଁରେ କାମ କରିବାର ସୁଯୋଗ ଅଛି।
ପ୍ରମୁଖ ସଂସ୍ଥାନ
ବିଜୁ ପଟ୍ଟନାୟକ କଲେଜ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଟୁରିଜିମ୍ ଆଣ୍ଡ୍‌ ସୋସିଆଲ ୱାର୍କ (ଭୁବନେଶ୍ବର),
ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ମୁମ୍ବାଇ, କୋଲକତା, ଅହମ୍ମଦାବାଦ),
ନ୍ୟାସନାଲ କାଉନସିଲ୍ ଫର୍ ହୋଟେଲ ମ୍ୟାନେଜମେଣ୍ଟ୍ ଆଣ୍ଡ୍ କ୍ୟାଟରିଂ ଟେକ୍ନୋଲୋଜି (ନୋଏଡା)
ରୋଜଗାର
ଏଥିରେ ରୋଜଗାରର ଭଲ ଅବସର ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ରୁ ୨୦ ହଜାର ମାସକୁ ଦରମା ମିଳୁଥିବା ବେଳେ ଅଭିଜ୍ଞତା ବଢ଼ିଲେ ପାରିଶ୍ରମିକ ବୃଦ୍ଧି ପାଏ। ସେହିପରି ନିଜସ୍ବ ଆଉଟଲେଟ୍ ଖୋଲି ରୋଜଗାର କରିବା ସମ୍ଭବ।